ମୋକ୍ଷସଂନ୍ଯାସଯୋଗ
ଅଥଷ୍ଟାଦଶୋଽଧ୍ଯାଯଃ
ଶ୍ଲୋକ 1
ଅର୍ଜୁନ ଉଵାଚ |
ସଂନ୍ଯାସସ୍ଯ ମହାବାହୋ ତତ୍ତ୍ଵମିଚ୍ଛାମି ଵେଦିତୁମ୍ |
ତ୍ଯାଗସ୍ଯ ଚ ହୃଷୀକେଶ ପୃଥକ୍କେଶିନିଷୂଦନ ||୧୮-୧||
ଅନୁବାଦ
ଅର୍ଜୁନ କହିଲେ: ହେ ମହାବାହୁ ଶ୍ରୀକୃଷ୍ଣ! ମୁଁ ସନ୍ନ୍ୟାସ (କର୍ମ ତ୍ୟାଗ) ଏବଂ ତ୍ୟାଗର (କର୍ମଫଳ ପ୍ରତି କାମନା ତ୍ୟାଗ) ଗୁଣ ସମ୍ବନ୍ଧରେ ବୁଝିବାକୁ ଚାହୁଁଛି । ହେ ହୃଷୀକେଶ! ହେ କେଶିନିଷୂଦନ! ମୁଁ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛି ।
ଶ୍ଲୋକ 2
ଶ୍ରୀଭଗଵାନୁଵାଚ |
କାମ୍ଯାନାଂ କର୍ମଣାଂ ନ୍ଯାସଂ ସଂନ୍ଯାସଂ କଵଯୋ ଵିଦୁଃ |
ସର୍ଵକର୍ମଫଲତ୍ଯାଗଂ ପ୍ରାହୁସ୍ତ୍ଯାଗଂ ଵିଚକ୍ଷଣାଃ ||୧୮-୨||
ଅନୁବାଦ
ଭଗବାନ କହିଲେ: କାମନା ଦ୍ୱାରା ପ୍ରେରିତ କର୍ମ ତ୍ୟାଗ କରିବାକୁ ବିଜ୍ଞ ପୁରୁଷମାନେ ସନ୍ନ୍ୟାସ ବୋଲି ବିବେଚନା କରନ୍ତି । ସମସ୍ତ କର୍ମର ଫଳକୁ ପରିତ୍ୟାଗ କରିବାକୁ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଭାବରେ ବୋଲି କୁହନ୍ତି ।
ଶ୍ଲୋକ 5
ଯଜ୍ଞଦାନତପଃକର୍ମ ନ ତ୍ଯାଜ୍ଯଂ କାର୍ଯମେଵ ତତ୍ |
ଯଜ୍ଞୋ ଦାନଂ ତପଶ୍ଚୈଵ ପାଵନାନି ମନୀଷିଣାମ୍ ||୧୮-୫||
ଅନୁବାଦ
ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଉପରେ ଆଧାରିତ କର୍ମ କଦାପି ତ୍ୟାଗ କରାଯିବା ଉଚିତ ନୁହେଁ, ସେଗୁଡ଼ିକୁ ନିଶ୍ଚିତ ଭାବେ ପାଳନ କରାଯିବା ଉଚିତ । ବାସ୍ତବରେ, ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ବିଜ୍ଞବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଶୁଦ୍ଧକାରକ ଅଟେ ।
ଶ୍ଲୋକ 10
ନ ଦ୍ଵେଷ୍ଟ୍ଯକୁଶଲଂ କର୍ମ କୁଶଲେ ନାନୁଷଜ୍ଜତେ |
ତ୍ଯାଗୀ ସତ୍ତ୍ଵସମାଵିଷ୍ଟୋ ମେଧାଵୀ ଛିନ୍ନସଂଶଯଃ ||୧୮-୧୦||
ଅନୁବାଦ
ଯେଉଁମାନେ ଅପ୍ରୀତିକର କାର୍ଯ୍ୟ ତ୍ୟାଗ କରନ୍ତି ନାହିଁ କିମ୍ବା ସୁଖକର ହୋଇଥିବା ଯୋଗୁଁ ତା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ, ସେମାନେ ପ୍ରକୃତ ତ୍ୟାଗୀ ଅଟନ୍ତି । ସେମାନେ ସତ୍ତ୍ୱ ଗୁଣ ସମ୍ପନ୍ନ, ବୁଦ୍ଧିମାନ ଏବଂ ତାଙ୍କର ସଂଶୟହୀନ ହୋଇଥାଆନ୍ତି ।
ଶ୍ଲୋକ 12
ଅନିଷ୍ଟମିଷ୍ଟଂ ମିଶ୍ରଂ ଚ ତ୍ରିଵିଧଂ କର୍ମଣଃ ଫଲମ୍ |
ଭଵତ୍ଯତ୍ଯାଗିନାଂ ପ୍ରେତ୍ଯ ନ ତୁ ସଂନ୍ଯାସିନାଂ କ୍ଵଚିତ୍ ||୧୮-୧୨||
ଅନୁବାଦ
ଫଳ ପ୍ରତି ଆସକ୍ତ ବ୍ୟକ୍ତିମାନଙ୍କୁ ମୃତ୍ୟୁ ପରେ ମଧ୍ୟ କର୍ମର ତିନିପ୍ରକାର ଫଳ -ସୁଖକର, ଦୁଃଖଦାୟକ ଏବଂ ମିଶ୍ରିତ- ପ୍ରାପ୍ତ ହୋଇଥାଏ । କିନ୍ତୁ ଯେଉଁମାନେ ତାଙ୍କର କର୍ମଫଳ ତ୍ୟାଗ କରିଥାଆନ୍ତି, ତାଙ୍କୁ ଏ ଜନ୍ମରେ କିମ୍ବା ପର ଜନ୍ମରେ ସେପରି ଫଳ ମିଳି ନ ଥାଏ ।
ଶ୍ଲୋକ 15
ଶରୀରଵାଙ୍ମନୋଭିର୍ଯତ୍କର୍ମ ପ୍ରାରଭତେ ନରଃ |
ନ୍ଯାଯ୍ଯଂ ଵା ଵିପରୀତଂ ଵା ପଞ୍ଚୈତେ ତସ୍ଯ ହେତଵଃ ||୧୮-୧୫||
ଅନୁବାଦ
ଶରୀର, ବାଣୀ ଓ ମନଦ୍ୱାରା ସମ୍ପାଦିତ ହେଉଥିବା, ସତ୍-କର୍ମ ଅଥବା ଅସତ୍କର୍ମ, ଯେକୌଣସି କାର୍ଯ୍ୟ ପାଇଁ ଏହି ପାଞ୍ଚଗୋଟି ଉପାଦାନର ଯୋଗଦାନ ରହିଅଛି । ଏହି ତଥ୍ୟକୁ ବୁଝିନଥିବା ବ୍ୟକ୍ତିମାନେ, କେବଳ ଆତ୍ମାକୁ ହିଁ କର୍ତ୍ତା ମନେ କରିଥାନ୍ତି । ସେମାନଙ୍କର ଅଶୁଦ୍ଧ ବୁଦ୍ଧିରେ ସେମାନେ ବାସ୍ତବିକତା ଯେପରି ତାହାକୁ ସେପରି ଭାବରେ ଦେଖିପାରନ୍ତି ନାହିଁ ।
ଶ୍ଲୋକ 16
ତତ୍ରୈଵଂ ସତି କର୍ତାରମାତ୍ମାନଂ କେଵଲଂ ତୁ ଯଃ |
ପଶ୍ଯତ୍ଯକୃତବୁଦ୍ଧିତ୍ଵାନ୍ନ ସ ପଶ୍ଯତି ଦୁର୍ମତିଃ ||୧୮-୧୬||
ଅନୁବାଦ
ଶରୀର, ବାଣୀ ଓ ମନଦ୍ୱାରା ସମ୍ପାଦିତ ହେଉଥିବା, ସତ୍-କର୍ମ ଅଥବା ଅସତ୍କର୍ମ, ଯେକୌଣସି କାର୍ଯ୍ୟ ପାଇଁ ଏହି ପାଞ୍ଚଗୋଟି ଉପାଦାନର ଯୋଗଦାନ ରହିଅଛି । ଏହି ତଥ୍ୟକୁ ବୁଝିନଥିବା ବ୍ୟକ୍ତିମାନେ, କେବଳ ଆତ୍ମାକୁ ହିଁ କର୍ତ୍ତା ମନେ କରିଥାନ୍ତି । ସେମାନଙ୍କର ଅଶୁଦ୍ଧ ବୁଦ୍ଧିରେ ସେମାନେ ବାସ୍ତବିକତା ଯେପରି ତାହାକୁ ସେପରି ଭାବରେ ଦେଖିପାରନ୍ତି ନାହିଁ ।
ଶ୍ଲୋକ 30
ପ୍ରଵୃତ୍ତିଂ ଚ ନିଵୃତ୍ତିଂ ଚ କାର୍ଯାକାର୍ଯେ ଭଯାଭଯେ |
ବନ୍ଧଂ ମୋକ୍ଷଂ ଚ ଯା ଵେତ୍ତି ବୁଦ୍ଧିଃ ସା ପାର୍ଥ ସାତ୍ତ୍ଵିକୀ ||୧୮-୩୦||
ଅନୁବାଦ
ହେ ପାର୍ଥ! କର୍ମ ବିଷୟରେ ଉଚିତ୍-ଅନୁଚିତ୍, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, କାହାକୁ ଭୟ କରିବା ଉଚିତ୍ ଏବଂ କାହାକୁ ଭୟ କରିବା ଉଚିତ ନୁହେଁ, କିଏ ବନ୍ଧନ କାରକ ଏବଂ ମୁକ୍ତି ଦାୟିନୀ - ଏସବୁର ବିଚାର ଯେଉଁ ବୁଦ୍ଧି କରିପାରେ, ତାହା ସତ୍ତ୍ୱଗୁଣୀ ବୁଦ୍ଧି ଅଟେ ।
ଶ୍ଲୋକ 36 ଏବଂ 37
ସୁଖଂ ତ୍ଵିଦାନୀଂ ତ୍ରିଵିଧଂ ଶୃଣୁ ମେ ଭରତର୍ଷଭ |
ଅଭ୍ଯାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି ||୧୮-୩୬||
ଯତ୍ତଦଗ୍ରେ ଵିଷମିଵ ପରିଣାମେଽମୃତୋପମମ୍ |
ତତ୍ସୁଖଂ ସାତ୍ତ୍ଵିକଂ ପ୍ରୋକ୍ତମାତ୍ମବୁଦ୍ଧିପ୍ରସାଦଜମ୍ ||୧୮-୩୭||
ଅନୁବାଦ
ହେ ଅର୍ଜୁନ! ଶରୀରଧାରୀ ଆତ୍ମା ଉପଭୋଗ କରୁଥିବା ତିନି ପ୍ରକାରର ସୁଖ, ଯାହା ସକଳ ଦୁଃଖର ଅନ୍ତ ମଧ୍ୟ କରିଥାଏ, ସେହି ବିଷୟରେ ଏବେ ମୋ’ଠାରୁ ଶୁଣ । ପ୍ରାରମ୍ଭରେ ଯାହା ବିଷତୁଲ୍ୟ ପ୍ରତୀତ ହୋଇଥାଏ, କିନ୍ତୁ ଶେଷରେ ଏହାର ସ୍ୱାଦ ଅମୃତ ତୁଲ୍ୟ ହୋଇଥାଏ, ସେହି ଆନନ୍ଦକୁ ସାତ୍ତ୍ୱିକ ଗୁଣଯୁକ୍ତ କୁହାଯାଇଥାଏ । ଏହା ଆତ୍ମଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ଦ୍ୱାରା ଉତ୍ପନ୍ନ ହୋଇଥାଏ ।
ଶ୍ଲୋକ 46
ଯତଃ ପ୍ରଵୃତ୍ତିର୍ଭୂତାନାଂ ଯେନ ସର୍ଵମିଦଂ ତତମ୍ |
ସ୍ଵକର୍ମଣା ତମଭ୍ଯର୍ଚ୍ଯ ସିଦ୍ଧିଂ ଵିନ୍ଦତି ମାନଵଃ ||୧୮-୪୬||
ଅନୁବାଦ
ନିଜର ସ୍ୱାଭାବିକ ବୃତ୍ତି ମାଧ୍ୟମରେ ଯିଏ ସମସ୍ତ ପ୍ରାଣୀଙ୍କର ଉଦ୍ଭବ ସ୍ଥଳ ଏବଂ ବିଶ୍ୱରେ ସର୍ବତ୍ର ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କର ଉପାସନା କରିଥାଏ, ସେହି କର୍ମ ସମ୍ପାଦନ କରି ସେ ସହଜରେ ସିଦ୍ଧି ଲାଭ କରିଥାଏ ।
ଶ୍ଲୋକ 50
ସିଦ୍ଧିଂ ପ୍ରାପ୍ତୋ ଯଥା ବ୍ରହ୍ମ ତଥାପ୍ନୋତି ନିବୋଧ ମେ |
ସମାସେନୈଵ କୌନ୍ତେଯ ନିଷ୍ଠା ଜ୍ଞାନସ୍ଯ ଯା ପରା ||୧୮-୫୦||
ଅନୁବାଦ
ହେ ଅର୍ଜୁନ! ମୁଁ ଏବେ ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯାଉଛି କିପରି ଜଣେ ସିଦ୍ଧି ପ୍ରାପ୍ତ (କର୍ମରୁ ବିରତି) କରିଥିବା ବ୍ୟକ୍ତି, ତାଙ୍କର ଅଲୌକିକ ଜ୍ଞାନରେ ଦୃଢ଼ ନିଶ୍ଚୟ ରହି ବ୍ରହ୍ମଙ୍କୁ ପ୍ରାପ୍ତ କରିପାରନ୍ତି, ତାହା ତୁମେ ଶ୍ରବଣ କର ।
ଶ୍ଲୋକ 51, 52, 53
ବୁଦ୍ଧ୍ଯା ଵିଶୁଦ୍ଧଯା ଯୁକ୍ତୋ ଧୃତ୍ଯାତ୍ମାନଂ ନିଯମ୍ଯ ଚ |
ଶବ୍ଦାଦୀନ୍ଵିଷଯାଂସ୍ତ୍ଯକ୍ତ୍ଵା ରାଗଦ୍ଵେଷୌ ଵ୍ଯୁଦସ୍ଯ ଚ ||୧୮-୫୧||
ଵିଵିକ୍ତସେଵୀ ଲଘ୍ଵାଶୀ ଯତଵାକ୍କାଯମାନସଃ |
ଧ୍ଯାନଯୋଗପରୋ ନିତ୍ଯଂ ଵୈରାଗ୍ଯଂ ସମୁପାଶ୍ରିତଃ ||୧୮-୫୨||
ଅହଂକାରଂ ବଲଂ ଦର୍ପଂ କାମଂ କ୍ରୋଧଂ ପରିଗ୍ରହମ୍ |
ଵିମୁଚ୍ଯ ନିର୍ମମଃ ଶାନ୍ତୋ ବ୍ରହ୍ମଭୂଯାଯ କଲ୍ପତେ ||୧୮-୫୩||
ଅନୁବାଦ
ବ୍ରହ୍ମ ପ୍ରାପ୍ତି କରିବା ପାଇଁ ଜଣେ ବ୍ୟକ୍ତି ସେତେବେଳେ ଯୋଗ୍ୟ ହୁଅନ୍ତି, ଯେତେବେଳେ ସେ ବିଶୁଦ୍ଧ ବୁଦ୍ଧିଯୁକ୍ତ ହୋଇ, ଶବ୍ଦ ଓ ଅନ୍ୟାନ୍ୟ ଇନ୍ଦ୍ରିୟ ଭୋଗ ବସ୍ତୁଗୁଡ଼ିକର ଦୂରରେ ରହନ୍ତି ତଥା ଆସକ୍ତି ଓ ବିରକ୍ତି ପରିତ୍ୟାଗ କରିଥାନ୍ତି । ଏପରି ବ୍ୟକ୍ତି ଏକାନ୍ତ ପସନ୍ଦ କରନ୍ତି, ସ୍ୱଳ୍ପାହାରୀ ହୋଇ, ଶରୀର, ମନ ଓ ବାଣୀକୁ ସଂଯମ କରି ସର୍ବଦା ଧ୍ୟାନସ୍ଥ ରହନ୍ତି ତଥା ବୈରାଗ୍ୟ ଭାବର ଅଭ୍ୟାସ କରନ୍ତି । ଅହଂକାର, ହିଂସା, ଦର୍ପ, କାମନା, ସମ୍ପତ୍ତି ସଂଗ୍ରହ ଏବଂ ସ୍ୱାର୍ଥପରତାରୁ ମୁକ୍ତ ହୋଇଥିବା ବ୍ୟକ୍ତି ପ୍ରଶାନ୍ତ ଚିତ୍ତରେ ବ୍ରହ୍ମଙ୍କ ସହିତ ମିଳିତ ହେବାପାଇଁ (ଅର୍ଥାତ୍ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରିବା) ଯୋଗ୍ୟ ହୋଇଥାନ୍ତି ।
ଶ୍ଲୋକ 54
ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି |
ସମଃ ସର୍ଵେଷୁ ଭୂତେଷୁ ମଦ୍ଭକ୍ତିଂ ଲଭତେ ପରାମ୍ ||୧୮-୫୪||
ଅନୁବାଦ
ଦିବ୍ୟ ବ୍ରହ୍ମାନୁଭୂତିରେ ସ୍ଥିତ ପ୍ରଶାନ୍ତମନା ସେହି ବ୍ୟକ୍ତି ଶୋକ କରନ୍ତି ନାହିଁ ବା କାମନାଯୁକ୍ତ ହୁଅନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କ ପ୍ରତି ସମଭାବାପନ୍ନ ସେହି ଯୋଗୀ ମୋର ସର୍ବୋଚ୍ଚ ଭକ୍ତି ପ୍ରାପ୍ତ କରନ୍ତି ।
ଶ୍ଲୋକ 65
ମନ୍ମନା ଭଵ ମଦ୍ଭକ୍ତୋ ମଦ୍ଯାଜୀ ମାଂ ନମସ୍କୁରୁ |
ମାମେଵୈଷ୍ଯସି ସତ୍ଯଂ ତେ ପ୍ରତିଜାନେ ପ୍ରିଯୋଽସି ମେ ||୧୮-୬୫||
ଅନୁବାଦ
ସର୍ବଦା ମୋର ସ୍ମରଣ କର, ମୋର ଭକ୍ତି କର, ମୋର ଉପାସନା କର ଏବଂ ମୋତେ ପ୍ରଣାମ କର । ଏହିପରି କରିବା ଦ୍ୱାରା ତୁମେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ । ଏହା ମୋର ପ୍ରତିଜ୍ଞା ଅଟେ, କାରଣ ତୁମେ ମୋର ଅତି ପ୍ରିୟ ଅଟ ।
ଶ୍ଲୋକ 67
ଇଦଂ ତେ ନାତପସ୍କାଯ ନାଭକ୍ତାଯ କଦାଚନ |
ନ ଚାଶୁଶ୍ରୂଷଵେ ଵାଚ୍ଯଂ ନ ଚ ମାଂ ଯୋଽଭ୍ଯସୂଯତି ||୧୮-୬୭||
ଅନୁବାଦ
ଏହିସବୁ ନିର୍ଦ୍ଦେଶ ଯିଏ ତପସ୍ୱୀ ନୁହଁନ୍ତି ଏବଂ ଯିଏ ଭକ୍ତ ନୁହଁନ୍ତି, ସେମାନଙ୍କୁ ଦେବା ଉଚିତ୍ ନୁହେଁ । ଯେଉଁମାନେ ଶୁଣିବାକୁ (ଆଧ୍ୟାତ୍ମିକ ବିଷୟ) ଅନିଚ୍ଛୁକ, ସେପରି ବ୍ୟକ୍ତିଙ୍କୁ ମଧ୍ୟ ଏହା କହିବା ଉଚିତ ନୁହେଁ, ବିଶେଷ କରି ଯେଉଁମାନେ ମୋତେ ଈର୍ଷା କରନ୍ତି ।
ଶ୍ଲୋକ 73
ଅର୍ଜୁନ ଉଵାଚ |
ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ଵତ୍ପ୍ରସାଦାନ୍ମଯାଚ୍ଯୁତ |
ସ୍ଥିତୋଽସ୍ମି ଗତସନ୍ଦେହଃ କରିଷ୍ଯେ ଵଚନଂ ତଵ ||୧୮-୭୩||
ଅନୁବାଦ
ଅର୍ଜୁନ କହିଲେ: ହେ ଅଚ୍ୟୁତ! ଆପଣଙ୍କ କୃପାରୁ ମୋର ଭ୍ରମ ଦୂର ହୋଇଗଲା ଏବଂ ମୋର ଜ୍ଞାନୋଦୟ ହେଲା । ମୁଁ ଏବେ ଦ୍ୱନ୍ଦ୍ୱ ମୁକ୍ତ ହୋଇ ଆପଣଙ୍କ ନିର୍ଦ୍ଦେଶ ଅନୁସାରେ କର୍ମ କରିବାକୁ ପ୍ରସ୍ତୁତ ।
ଶ୍ଲୋକ 74
ସଞ୍ଜଯ ଉଵାଚ |
ଇତ୍ଯହଂ ଵାସୁଦେଵସ୍ଯ ପାର୍ଥସ୍ଯ ଚ ମହାତ୍ମନଃ |
ସଂଵାଦମିମମଶ୍ରୌଷମଦ୍ଭୁତଂ ରୋମହର୍ଷଣମ୍ ||୧୮-୭୪||
ଅନୁବାଦ
ସଞ୍ଜୟ କହିଲେ: ଏହିପରି ଭାବରେ ମୁଁ ବାସୁଦେବ ପୁତ୍ର ଶ୍ରୀକୃଷ୍ଣ ଏବଂ ପୁଣ୍ୟାତ୍ମା ପୃଥାପୁତ୍ର ଅର୍ଜୁନଙ୍କର ଅଦ୍ଭୁତ ବାର୍ତ୍ତାଳାପ ଶୁଣିଲି । ଏହି ସନ୍ଦେଶ ଏତେ ରୋମାଞ୍ଚକର ଯେ ମୋର ଲୋମମୂଳ ଟାଙ୍କୁରି ଉଠୁଛି ।
ଶ୍ଲୋକ 78
ଯତ୍ର ଯୋଗେଶ୍ଵରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ |
ତତ୍ର ଶ୍ରୀର୍ଵିଜଯୋ ଭୂତିର୍ଧ୍ରୁଵା ନୀତିର୍ମତିର୍ମମ ||୧୮-୭୮||
ଅନୁବାଦ
ଯେଉଁଠାରେ ସମସ୍ତ ଯୋଗର ଅଧୀଶ୍ୱର ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ସେଠାରେ ଅଫୁରନ୍ତ ଐଶ୍ୱର୍ଯ୍ୟ, ବିଜୟ, ସମୃଦ୍ଧି ଏବଂ ଧର୍ମ ନିଶ୍ଚିତରୂପେ ବିରାଜମାନ କରିବ । ମୁଁ ଏଥିରେ ଦୃଢ଼ ନିଶ୍ଚିତ ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।