ମୋକ୍ଷସଂନ୍ଯାସଯୋଗ
ଅଥଷ୍ଟାଦଶୋଽଧ୍ଯାଯଃ
ଶ୍ଲୋକ 1
ଅର୍ଜୁନ ଉଵାଚ |
ସଂନ୍ଯାସସ୍ଯ ମହାବାହୋ ତତ୍ତ୍ଵମିଚ୍ଛାମି ଵେଦିତୁମ୍ |
ତ୍ଯାଗସ୍ଯ ଚ ହୃଷୀକେଶ ପୃଥକ୍କେଶିନିଷୂଦନ ||୧୮-୧||
ଅନୁବାଦ
ଅର୍ଜୁନ କହିଲେ: ହେ ମହାବାହୁ ଶ୍ରୀକୃଷ୍ଣ! ମୁଁ ସନ୍ନ୍ୟାସ (କର୍ମ ତ୍ୟାଗ) ଏବଂ ତ୍ୟାଗର (କର୍ମଫଳ ପ୍ରତି କାମନା ତ୍ୟାଗ) ଗୁଣ ସମ୍ବନ୍ଧରେ ବୁଝିବାକୁ ଚାହୁଁଛି । ହେ ହୃଷୀକେଶ! ହେ କେଶିନିଷୂଦନ! ମୁଁ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛି ।
ଶ୍ଲୋକ 2
ଶ୍ରୀଭଗଵାନୁଵାଚ |
କାମ୍ଯାନାଂ କର୍ମଣାଂ ନ୍ଯାସଂ ସଂନ୍ଯାସଂ କଵଯୋ ଵିଦୁଃ |
ସର୍ଵକର୍ମଫଲତ୍ଯାଗଂ ପ୍ରାହୁସ୍ତ୍ଯାଗଂ ଵିଚକ୍ଷଣାଃ ||୧୮-୨||
ଅନୁବାଦ
ଭଗବାନ କହିଲେ: କାମନା ଦ୍ୱାରା ପ୍ରେରିତ କର୍ମ ତ୍ୟାଗ କରିବାକୁ ବିଜ୍ଞ ପୁରୁଷମାନେ ସନ୍ନ୍ୟାସ ବୋଲି ବିବେଚନା କରନ୍ତି । ସମସ୍ତ କର୍ମର ଫଳକୁ ପରିତ୍ୟାଗ କରିବାକୁ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଭାବରେ ବୋଲି କୁହନ୍ତି ।
ଶ୍ଲୋକ 3
ତ୍ଯାଜ୍ଯଂ ଦୋଷଵଦିତ୍ଯେକେ କର୍ମ ପ୍ରାହୁର୍ମନୀଷିଣଃ |
ଯଜ୍ଞଦାନତପଃକର୍ମ ନ ତ୍ଯାଜ୍ଯମିତି ଚାପରେ ||୧୮-୩||
ଅନୁବାଦ
ଅନେକ ଜ୍ଞାନୀ ବ୍ୟକ୍ତି ମତ ଦିଅନ୍ତି ଯେ ସମସ୍ତ କର୍ମକୁ ପାପ ମନେକରି ତ୍ୟାଗ କରିବା ଉଚିତ, କିନ୍ତୁ ଅନ୍ୟମାନେ ମତ ଦିଅନ୍ତି ଯେ ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଆଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ ।
ଶ୍ଲୋକ 4
ନିଶ୍ଚଯଂ ଶୃଣୁ ମେ ତତ୍ର ତ୍ଯାଗେ ଭରତସତ୍ତମ |
ତ୍ଯାଗୋ ହି ପୁରୁଷଵ୍ଯାଘ୍ର ତ୍ରିଵିଧଃ ସମ୍ପ୍ରକୀର୍ତିତଃ ||୧୮-୪||
ଅନୁବାଦ
ହେ ମନୁଷ୍ୟଙ୍କ ମଧ୍ୟରେ ବ୍ୟାଘ୍ର! ଏବେ ତ୍ୟାଗ ସମ୍ବନ୍ଧରେ ମୋର ଅନ୍ତିମ ନିର୍ଣ୍ଣୟ ଶୁଣ, ଯାହା ତିନି ପ୍ରକାରର ଅଟେ ।
ଶ୍ଲୋକ 5
ଯଜ୍ଞଦାନତପଃକର୍ମ ନ ତ୍ଯାଜ୍ଯଂ କାର୍ଯମେଵ ତତ୍ |
ଯଜ୍ଞୋ ଦାନଂ ତପଶ୍ଚୈଵ ପାଵନାନି ମନୀଷିଣାମ୍ ||୧୮-୫||
ଅନୁବାଦ
ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଉପରେ ଆଧାରିତ କର୍ମ କଦାପି ତ୍ୟାଗ କରାଯିବା ଉଚିତ ନୁହେଁ, ସେଗୁଡ଼ିକୁ ନିଶ୍ଚିତ ଭାବେ ପାଳନ କରାଯିବା ଉଚିତ । ବାସ୍ତବରେ, ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ବିଜ୍ଞବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଶୁଦ୍ଧକାରକ ଅଟେ ।
ଶ୍ଲୋକ 6
ଏତାନ୍ଯପି ତୁ କର୍ମାଣି ସଙ୍ଗଂ ତ୍ଯକ୍ତ୍ଵା ଫଲାନି ଚ |
କର୍ତଵ୍ଯାନୀତି ମେ ପାର୍ଥ ନିଶ୍ଚିତଂ ମତମୁତ୍ତମମ୍ ||୧୮-୬||
ଅନୁବାଦ
ଏହିସବୁ କର୍ମ ଆସକ୍ତିରହିତ ହୋଇ ଏବଂ ଫଳ ପ୍ରତି ଆଶା ନ ରଖି କରାଯିବା ଉଚିତ । ହେ ଅର୍ଜୁନ! ଏହା ମୋର ସ୍ପଷ୍ଟ ଏବଂ ଚରମ ମତ ଅଟେ ।
ଶ୍ଲୋକ 7
ନିଯତସ୍ଯ ତୁ ସଂନ୍ଯାସଃ କର୍ମଣୋ ନୋପପଦ୍ଯତେ |
ମୋହାତ୍ତସ୍ଯ ପରିତ୍ଯାଗସ୍ତାମସଃ ପରିକୀର୍ତିତଃ ||୧୮-୭||
ଅନୁବାଦ
ବିହିତ କର୍ମ କେବେହେଲେ ତ୍ୟାଗ କରାଯିବା ଉଚିତ ନୁହେଁ । ଏହିପରି ଭ୍ରମାତ୍ମକ ତ୍ୟାଗକୁ ତମୋଗୁଣଯୁକ୍ତ କୁହାଯାଏ ।
ଶ୍ଲୋକ 8
ଦୁଃଖମିତ୍ଯେଵ ଯତ୍କର୍ମ କାଯକ୍ଲେଶଭଯାତ୍ତ୍ଯଜେତ୍ |
ସ କୃତ୍ଵା ରାଜସଂ ତ୍ଯାଗଂ ନୈଵ ତ୍ଯାଗଫଲଂ ଲଭେତ୍ ||୧୮-୮||
ଅନୁବାଦ
ଅସୁବିଧାଜନକ କିମ୍ବା ଶାରୀରିକ ଦୃଷ୍ଟିରୁ କଷ୍ଟଦାୟକ ହୋଇଥିବା ଯୋଗୁଁ ବିହିତ କର୍ମକୁ ତ୍ୟାଗ କରିବା, ରାଜସିକ ତ୍ୟାଗ ଅଟେ । ଏହିପରି ତ୍ୟାଗ ଲାଭଦାୟକ ହୋଇ ନ ଥାଏ କିମ୍ବା ବ୍ୟକ୍ତିକୁ ଉଚ୍ଚସ୍ତରକୁ ନେଇ ନ ଥାଏ ।
ଶ୍ଲୋକ 9
କାର୍ଯମିତ୍ଯେଵ ଯତ୍କର୍ମ ନିଯତଂ କ୍ରିଯତେଽର୍ଜୁନ |
ସଙ୍ଗଂ ତ୍ଯକ୍ତ୍ଵା ଫଲଂ ଚୈଵ ସ ତ୍ଯାଗଃ ସାତ୍ତ୍ଵିକୋ ମତଃ ||୧୮-୯||
ଅନୁବାଦ
ହେ ଅର୍ଜୁନ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ କାମନା ତ୍ୟାଗ କରାଯାଇଥାଏ, ତାହାକୁ ସତ୍ତ୍ୱଗୁଣ ବିଶିଷ୍ଟ ତ୍ୟାଗ କୁହାଯାଏ ।
ଶ୍ଲୋକ 10
ନ ଦ୍ଵେଷ୍ଟ୍ଯକୁଶଲଂ କର୍ମ କୁଶଲେ ନାନୁଷଜ୍ଜତେ |
ତ୍ଯାଗୀ ସତ୍ତ୍ଵସମାଵିଷ୍ଟୋ ମେଧାଵୀ ଛିନ୍ନସଂଶଯଃ ||୧୮-୧୦||
ଅନୁବାଦ
ଯେଉଁମାନେ ଅପ୍ରୀତିକର କାର୍ଯ୍ୟ ତ୍ୟାଗ କରନ୍ତି ନାହିଁ କିମ୍ବା ସୁଖକର ହୋଇଥିବା ଯୋଗୁଁ ତା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ, ସେମାନେ ପ୍ରକୃତ ତ୍ୟାଗୀ ଅଟନ୍ତି । ସେମାନେ ସତ୍ତ୍ୱ ଗୁଣ ସମ୍ପନ୍ନ, ବୁଦ୍ଧିମାନ ଏବଂ ତାଙ୍କର ସଂଶୟହୀନ ହୋଇଥାଆନ୍ତି ।
ଶ୍ଲୋକ 11
ନ ହି ଦେହଭୃତା ଶକ୍ଯଂ ତ୍ଯକ୍ତୁଂ କର୍ମାଣ୍ଯଶେଷତଃ |
ଯସ୍ତୁ କର୍ମଫଲତ୍ଯାଗୀ ସ ତ୍ଯାଗୀତ୍ଯଭିଧୀଯତେ ||୧୮-୧୧||
ଅନୁବାଦ
ଶରୀରଧାରୀ କୌଣସି ମନୁଷ୍ୟ ସମ୍ପୂର୍ଣ୍ଣରୂପେ କର୍ମତ୍ୟାଗ କରିବା ଅସମ୍ଭବ ଅଟେ । କିନ୍ତୁ ଯେଉଁମାନେ କର୍ମଫଳ ତ୍ୟାଗ କରନ୍ତି, ସେମାନେ ହିଁ ପ୍ରକୃତ ତ୍ୟାଗୀ ଅଟନ୍ତି ।
ଶ୍ଲୋକ 12
ଅନିଷ୍ଟମିଷ୍ଟଂ ମିଶ୍ରଂ ଚ ତ୍ରିଵିଧଂ କର୍ମଣଃ ଫଲମ୍ |
ଭଵତ୍ଯତ୍ଯାଗିନାଂ ପ୍ରେତ୍ଯ ନ ତୁ ସଂନ୍ଯାସିନାଂ କ୍ଵଚିତ୍ ||୧୮-୧୨||
ଅନୁବାଦ
ଫଳ ପ୍ରତି ଆସକ୍ତ ବ୍ୟକ୍ତିମାନଙ୍କୁ ମୃତ୍ୟୁ ପରେ ମଧ୍ୟ କର୍ମର ତିନିପ୍ରକାର ଫଳ -ସୁଖକର, ଦୁଃଖଦାୟକ ଏବଂ ମିଶ୍ରିତ- ପ୍ରାପ୍ତ ହୋଇଥାଏ । କିନ୍ତୁ ଯେଉଁମାନେ ତାଙ୍କର କର୍ମଫଳ ତ୍ୟାଗ କରିଥାଆନ୍ତି, ତାଙ୍କୁ ଏ ଜନ୍ମରେ କିମ୍ବା ପର ଜନ୍ମରେ ସେପରି ଫଳ ମିଳି ନ ଥାଏ ।
ଶ୍ଲୋକ 13
ପଞ୍ଚୈତାନି ମହାବାହୋ କାରଣାନି ନିବୋଧ ମେ |
ସାଙ୍ଖ୍ଯେ କୃତାନ୍ତେ ପ୍ରୋକ୍ତାନି ସିଦ୍ଧଯେ ସର୍ଵକର୍ମଣାମ୍ ||୧୮-୧୩||
ଅନୁବାଦ
ହେ ଅର୍ଜୁନ! କର୍ମରେ ସିଦ୍ଧି ଲାଭ ପାଇଁ ସାଂଖ୍ୟ ଦର୍ଶନ ଦ୍ୱାରା ପ୍ରଦତ୍ତ ପାଞ୍ଚଗୋଟି କାରଣ ସମ୍ବନ୍ଧରେ, ମୋ ଠାରୁ ଶୁଣ, ଯାହା କର୍ମଫଳ ସମାପ୍ତ କରିବାର ଉପାୟ ବର୍ଣ୍ଣନା କରିଥାଏ ।
ଶ୍ଲୋକ 14
ଅଧିଷ୍ଠାନଂ ତଥା କର୍ତା କରଣଂ ଚ ପୃଥଗ୍ଵିଧମ୍ |
ଵିଵିଧାଶ୍ଚ ପୃଥକ୍ଚେଷ୍ଟା ଦୈଵଂ ଚୈଵାତ୍ର ପଞ୍ଚମମ୍ ||୧୮-୧୪||
ଅନୁବାଦ
ଶରୀର, ଆତ୍ମା, ବିଭିନ୍ନ ଇନ୍ଦ୍ରିୟ, ବିବିଧ ପ୍ରକାର ଉଦ୍ୟମ ଏବଂ ବିଧିର ବିଧାନ - ଏହି ପାଞ୍ଚଗୋଟି କର୍ମର ଉପାଦାନ ଅଟନ୍ତି ।
ଶ୍ଲୋକ 15
ଶରୀରଵାଙ୍ମନୋଭିର୍ଯତ୍କର୍ମ ପ୍ରାରଭତେ ନରଃ |
ନ୍ଯାଯ୍ଯଂ ଵା ଵିପରୀତଂ ଵା ପଞ୍ଚୈତେ ତସ୍ଯ ହେତଵଃ ||୧୮-୧୫||
ଅନୁବାଦ
ଶରୀର, ବାଣୀ ଓ ମନଦ୍ୱାରା ସମ୍ପାଦିତ ହେଉଥିବା, ସତ୍-କର୍ମ ଅଥବା ଅସତ୍କର୍ମ, ଯେକୌଣସି କାର୍ଯ୍ୟ ପାଇଁ ଏହି ପାଞ୍ଚଗୋଟି ଉପାଦାନର ଯୋଗଦାନ ରହିଅଛି । ଏହି ତଥ୍ୟକୁ ବୁଝିନଥିବା ବ୍ୟକ୍ତିମାନେ, କେବଳ ଆତ୍ମାକୁ ହିଁ କର୍ତ୍ତା ମନେ କରିଥାନ୍ତି । ସେମାନଙ୍କର ଅଶୁଦ୍ଧ ବୁଦ୍ଧିରେ ସେମାନେ ବାସ୍ତବିକତା ଯେପରି ତାହାକୁ ସେପରି ଭାବରେ ଦେଖିପାରନ୍ତି ନାହିଁ ।
ଶ୍ଲୋକ 16
ତତ୍ରୈଵଂ ସତି କର୍ତାରମାତ୍ମାନଂ କେଵଲଂ ତୁ ଯଃ |
ପଶ୍ଯତ୍ଯକୃତବୁଦ୍ଧିତ୍ଵାନ୍ନ ସ ପଶ୍ଯତି ଦୁର୍ମତିଃ ||୧୮-୧୬||
ଅନୁବାଦ
ଶରୀର, ବାଣୀ ଓ ମନଦ୍ୱାରା ସମ୍ପାଦିତ ହେଉଥିବା, ସତ୍-କର୍ମ ଅଥବା ଅସତ୍କର୍ମ, ଯେକୌଣସି କାର୍ଯ୍ୟ ପାଇଁ ଏହି ପାଞ୍ଚଗୋଟି ଉପାଦାନର ଯୋଗଦାନ ରହିଅଛି । ଏହି ତଥ୍ୟକୁ ବୁଝିନଥିବା ବ୍ୟକ୍ତିମାନେ, କେବଳ ଆତ୍ମାକୁ ହିଁ କର୍ତ୍ତା ମନେ କରିଥାନ୍ତି । ସେମାନଙ୍କର ଅଶୁଦ୍ଧ ବୁଦ୍ଧିରେ ସେମାନେ ବାସ୍ତବିକତା ଯେପରି ତାହାକୁ ସେପରି ଭାବରେ ଦେଖିପାରନ୍ତି ନାହିଁ ।
ଶ୍ଲୋକ 17
ଯସ୍ଯ ନାହଂକୃତୋ ଭାଵୋ ବୁଦ୍ଧିର୍ଯସ୍ଯ ନ ଲିପ୍ଯତେ |
ହତ୍ଵାଽପି ସ ଇମାଁଲ୍ଲୋକାନ୍ନ ହନ୍ତି ନ ନିବଧ୍ଯତେ ||୧୮-୧୭||
ଅନୁବାଦ
ଯେଉଁମାନେ ଆସକ୍ତି ରହିତ, ସେମାନେ ପ୍ରାଣୀଙ୍କୁ ହତ୍ୟା କଲେ ମଧ୍ୟ ହତ୍ୟା କରନ୍ତି ନାହିଁ କିମ୍ବା କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ ।
ଶ୍ଲୋକ 18
ଜ୍ଞାନଂ ଜ୍ଞେଯଂ ପରିଜ୍ଞାତା ତ୍ରିଵିଧା କର୍ମଚୋଦନା |
କରଣଂ କର୍ମ କର୍ତେତି ତ୍ରିଵିଧଃ କର୍ମସଂଗ୍ରହଃ ||୧୮-୧୮||
ଅନୁବାଦ
ଜ୍ଞାନ, ଜେ୍ଞୟ ଏବଂ ଜ୍ଞାତା- ଏହି ତିନୋଟି କାରକ କର୍ମକୁ ପ୍ରେରିତ କରନ୍ତି । କର୍ମର ସାଧନ, ସ୍ୱୟଂ କର୍ମ ଏବଂ କର୍ତ୍ତା- ଏହି ତିନୋଟି କର୍ମର ଉପାଦାନ ଅଟେ ।
ଶ୍ଲୋକ 19
ଜ୍ଞାନଂ କର୍ମ ଚ କର୍ତାଚ ତ୍ରିଧୈଵ ଗୁଣଭେଦତଃ |
ପ୍ରୋଚ୍ଯତେ ଗୁଣସଙ୍ଖ୍ଯାନେ ଯଥାଵଚ୍ଛୃଣୁ ତାନ୍ଯପି ||୧୮-୧୯||
ଅନୁବାଦ
ସାଂଖ୍ୟ ଦର୍ଶନରେ, ଭୌତିକ ପ୍ରକୃତିର ତିନିଗୁଣ ଅନୁଯାୟୀ: ଜ୍ଞାନ, କର୍ମ ଏବଂ କର୍ତ୍ତାକୁ ତିନି ପ୍ରକାରର କୁହାଯାଇଛି । ମୁଁ ସେଗୁଡ଼ିକର ପାର୍ଥକ୍ୟ ବର୍ଣ୍ଣନା କରିବାକୁ ଯାଉଛି, ତାହା ତୁମେ ଶ୍ରବଣ କର ।
ଶ୍ଲୋକ 20
ସର୍ଵଭୂତେଷୁ ଯେନୈକଂ ଭାଵମଵ୍ଯଯମୀକ୍ଷତେ |
ଅଵିଭକ୍ତଂ ଵିଭକ୍ତେଷୁ ତଜ୍ଜ୍ଞାନଂ ଵିଦ୍ଧି ସାତ୍ତ୍ଵିକମ୍ ||୧୮-୨୦||
ଅନୁବାଦ
ଏହା ଜାଣ ଯେ ସେହି ଜ୍ଞାନ ସାତ୍ତ୍ୱିକ ଗୁଣଯୁକ୍ତ ଅଟେ, ଯାହାଦ୍ୱାରା ଜଣେ ବ୍ୟକ୍ତି ଏକ, ଅଭିନ୍ନ, ଅବିନଶ୍ୱର ସତ୍ୟକୁ ବିବିଧ ପ୍ରକାରରେ ସମସ୍ତ ଜୀବଙ୍କ ଠାରେ ଦେଖିପାରେ ।
ଶ୍ଲୋକ 21
ପୃଥକ୍ତ୍ଵେନ ତୁ ଯଜ୍ଜ୍ଞାନଂ ନାନାଭାଵାନ୍ପୃଥଗ୍ଵିଧାନ୍ |
ଵେତ୍ତି ସର୍ଵେଷୁ ଭୂତେଷୁ ତଜ୍ଜ୍ଞାନଂ ଵିଦ୍ଧି ରାଜସମ୍ ||୧୮-୨୧||
ଅନୁବାଦ
ଯେଉଁ ଜ୍ଞାନ ଦ୍ୱାରା ବ୍ୟକ୍ତି ପୃଥକ୍ ପୃଥକ୍ ଶରୀରରେ ଭିନ୍ନ ଭିନ୍ନ ଜୀବଙ୍କୁ ଦେଖିଥାଏ ଏବଂ ସେମାନଙ୍କୁ ପରସ୍ପର ଠାରୁ ପୃଥକ୍ ମନେ କରିଥାଏ, ସେହି ଜ୍ଞାନ ରାଜସିକ ଗୁଣ ଭାବରେ ପରିଗଣିତ ହୁଏ ।
ଶ୍ଲୋକ 22
ଯତ୍ତୁ କୃତ୍ସ୍ନଵଦେକସ୍ମିନ୍କାର୍ଯେ ସକ୍ତମହୈତୁକମ୍ |
ଅତତ୍ତ୍ଵାର୍ଥଵଦଲ୍ପଂ ଚ ତତ୍ତାମସମୁଦାହୃତମ୍ ||୧୮-୨୨||
ଅନୁବାଦ
ଯେଉଁ ଜ୍ଞାନଦ୍ୱାରା ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ଧାରଣା ମନେ କରି ତଲ୍ଲୀନ ରହିଥାଏ ଏବଂ ଯାହା ତର୍କ ବା ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ, ତାହାକୁ ତାମସିକ ଜ୍ଞାନ ବିବେଚିତ କରାଯାଏ ।
ଶ୍ଲୋକ 23
ନିଯତଂ ସଙ୍ଗରହିତମରାଗଦ୍ଵେଷତଃ କୃତମ୍ |
ଅଫଲପ୍ରେପ୍ସୁନା କର୍ମ ଯତ୍ତତ୍ସାତ୍ତ୍ଵିକମୁଚ୍ଯତେ ||୧୮-୨୩||
ଅନୁବାଦ
ଶାସ୍ତ୍ର ଅନୁମୋଦିତ କର୍ମ, ଯାହା ରାଗ-ଦ୍ୱେଷ ରହିତ ତଥା ଫଳ କାମନା ରହିତ ହୋଇ କରାଯାଇଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ଅଟେ ।
ଶ୍ଲୋକ 24
ଯତ୍ତୁ କାମେପ୍ସୁନା କର୍ମ ସାହଂକାରେଣ ଵା ପୁନଃ |
କ୍ରିଯତେ ବହୁଲାଯାସଂ ତଦ୍ରାଜସମୁଦାହୃତମ୍ ||୧୮-୨୪||
ଅନୁବାଦ
ଯେଉଁ କର୍ମ ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ, ଅହଂକାରଯୁକ୍ତ ହୋଇ କରାଯାଏ ଏବଂ ମାନସିକ ଚାପ ପୂର୍ଣ୍ଣ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ କର୍ମ ଅଟେ ।
ଶ୍ଲୋକ 25
ଅନୁବନ୍ଧଂ କ୍ଷଯଂ ହିଂସାମନପେକ୍ଷ୍ଯ ଚ ପୌରୁଷମ୍ |
ମୋହାଦାରଭ୍ଯତେ କର୍ମ ଯତ୍ତତ୍ତାମସମୁଚ୍ଯତେ ||୧୮-୨୫||
ଅନୁବାଦ
ଯେଉଁ କର୍ମ ଭ୍ରମରୁ ଜାତ ହୁଏ ତଥା ନିଜ ସାମର୍ଥ୍ୟର ବିଚାର ନ କରି, ପରିଣାମ, ହାନି ଏବଂ ଅନ୍ୟମାନଙ୍କର କ୍ଷତିକୁ ଉପେକ୍ଷା କରି କରାଯାଇଥାଏ, ତାହା ତମୋଗୁଣୀ କର୍ମ ଅଟେ ।
ଶ୍ଲୋକ 26
ମୁକ୍ତସଙ୍ଗୋଽନହଂଵାଦୀ ଧୃତ୍ଯୁତ୍ସାହସମନ୍ଵିତଃ |
ସିଦ୍ଧ୍ଯସିଦ୍ଧ୍ଯୋର୍ନିର୍ଵିକାରଃ କର୍ତା ସାତ୍ତ୍ଵିକ ଉଚ୍ଯତେ ||୧୮-୨୬||
ଅନୁବାଦ
ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ ।
ଶ୍ଲୋକ 27
ରାଗୀ କର୍ମଫଲପ୍ରେପ୍ସୁର୍ଲୁବ୍ଧୋ ହିଂସାତ୍ମକୋଽଶୁଚିଃ |
ହର୍ଷଶୋକାନ୍ଵିତଃ କର୍ତା ରାଜସଃ ପରିକୀର୍ତିତଃ ||୧୮-୨୭||
ଅନୁବାଦ
ଯେତେବେଳେ କର୍ତ୍ତା, କର୍ମଫଳ ପ୍ରତି ଲାଳାୟୀତ ହୋଇ, ଈର୍ଷା ପରାୟଣ, ହିଂସ୍ର ସ୍ୱଭାବଯୁକ୍ତ, ଅଶୁଦ୍ଧ ଏବଂ ହର୍ଷ-ବିଷାଦରେ ମୋହିତ ହୋଇଥାନ୍ତି, ସେ ରାଜସିକ ଗୁଣଯୁକ୍ତ ବିବେଚିତ ହୁଅନ୍ତି ।
ଶ୍ଲୋକ 28
ଅଯୁକ୍ତଃ ପ୍ରାକୃତଃ ସ୍ତବ୍ଧଃ ଶଠୋ ନୈଷ୍କୃତିକୋଽଲସଃ |
ଵିଷାଦୀ ଦୀର୍ଘସୂତ୍ରୀ ଚ କର୍ତା ତାମସ ଉଚ୍ଯତେ ||୧୮-୨୮||
ଅନୁବାଦ
ସେହି କର୍ତ୍ତାଙ୍କୁ ତାମସିକ ଗୁଣଯୁକ୍ତ କୁହାଯାଏ ଯିଏ ଉଚ୍ଛୃଙ୍ଖଳ, ଅଭଦ୍ର, ଜିଦ୍ଖୋର, କପଟି, ଆଳସ୍ୟପୂର୍ଣ୍ଣ, ବିଷାଦଗ୍ରସ୍ତ ଏବଂ ଉଦ୍ୟମରେ ଅବହେଳାଯୁକ୍ତ ହୋଇଥାନ୍ତି ।
ଶ୍ଲୋକ 29
ବୁଦ୍ଧେର୍ଭେଦଂ ଧୃତେଶ୍ଚୈଵ ଗୁଣତସ୍ତ୍ରିଵିଧଂ ଶୃଣୁ |
ପ୍ରୋଚ୍ଯମାନମଶେଷେଣ ପୃଥକ୍ତ୍ଵେନ ଧନଞ୍ଜଯ ||୧୮-୨୯||
ଅନୁବାଦ
ହେ ଅର୍ଜୁନ! ତିନୋଟି ଭୌତିକ ଗୁଣ ଅନୁସାରେ, ବୁଦ୍ଧି ଏବଂ ସଂକଳ୍ପର ପ୍ରଭେଦକୁ ମୁଁ ବିସ୍ତୃତ ଭାବରେ ବର୍ଣ୍ଣନା କରୁଛି, ତାହା ତୁମେ ଶ୍ରବଣ କର ।
ଶ୍ଲୋକ 30
ପ୍ରଵୃତ୍ତିଂ ଚ ନିଵୃତ୍ତିଂ ଚ କାର୍ଯାକାର୍ଯେ ଭଯାଭଯେ |
ବନ୍ଧଂ ମୋକ୍ଷଂ ଚ ଯା ଵେତ୍ତି ବୁଦ୍ଧିଃ ସା ପାର୍ଥ ସାତ୍ତ୍ଵିକୀ ||୧୮-୩୦||
ଅନୁବାଦ
ହେ ପାର୍ଥ! କର୍ମ ବିଷୟରେ ଉଚିତ୍-ଅନୁଚିତ୍, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, କାହାକୁ ଭୟ କରିବା ଉଚିତ୍ ଏବଂ କାହାକୁ ଭୟ କରିବା ଉଚିତ ନୁହେଁ, କିଏ ବନ୍ଧନ କାରକ ଏବଂ ମୁକ୍ତି ଦାୟିନୀ - ଏସବୁର ବିଚାର ଯେଉଁ ବୁଦ୍ଧି କରିପାରେ, ତାହା ସତ୍ତ୍ୱଗୁଣୀ ବୁଦ୍ଧି ଅଟେ ।
ଶ୍ଲୋକ 31
ଯଯା ଧର୍ମମଧର୍ମଂ ଚ କାର୍ଯଂ ଚାକାର୍ଯମେଵ ଚ |
ଅଯଥାଵତ୍ପ୍ରଜାନାତି ବୁଦ୍ଧିଃ ସା ପାର୍ଥ ରାଜସୀ ||୧୮-୩୧||
ଅନୁବାଦ
ଯେତେବେଳେ ବୁଦ୍ଧି ଧର୍ମ ଓ ଅଧର୍ମକୁ ନେଇ ବିଭ୍ରାନ୍ତ ହୋଇଯାଏ ଏବଂ ଠିକ୍ ଓ ଭୁଲ ଆଚରଣ ମଧ୍ୟରେ ନିର୍ଣ୍ଣୟ କରିପାରେ ନାହିଁ, ସେତେବେଳେ ଏହା ରାଜସିକ ଗୁଣଯୁକ୍ତ ବିବେଚିତ ହୁଏ ।
ଶ୍ଲୋକ 32
ଅଧର୍ମଂ ଧର୍ମମିତି ଯା ମନ୍ଯତେ ତମସାଵୃତା |
ସର୍ଵାର୍ଥାନ୍ଵିପରୀତାଂଶ୍ଚ ବୁଦ୍ଧିଃ ସା ପାର୍ଥ ତାମସୀ ||୧୮-୩୨||
ଅନୁବାଦ
ଯେଉଁ ବୁଦ୍ଧି ଅନ୍ଧକାରାଚ୍ଛନ୍ନ ହୋଇ ଅଧର୍ମକୁ ଧର୍ମ ବୋଲି ବିଶ୍ୱାସ କରେ, ଅସତ୍ୟକୁ ସତ୍ୟ ଭାବରେ ଗ୍ରହଣ କରେ, ତାହା ତାମସିକ ଗୁଣଯୁକ୍ତ ଅଟେ ।
ଶ୍ଲୋକ 33
ଧୃତ୍ଯା ଯଯା ଧାରଯତେ ମନଃପ୍ରାଣେନ୍ଦ୍ରିଯକ୍ରିଯାଃ |
ଯୋଗେନାଵ୍ଯଭିଚାରିଣ୍ଯା ଧୃତିଃ ସା ପାର୍ଥ ସାତ୍ତ୍ଵିକୀ ||୧୮-୩୩||
ଅନୁବାଦ
ଯୋଗ ଦ୍ୱାରା ବିକସିତ ଦୃଢ଼ ସଂକଳ୍ପ ଯାହା ମନ, ପ୍ରାଣ ଓ ଇନ୍ଦ୍ରିୟର କ୍ରିୟାକୁ ପୁଷ୍ଟ କରିଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ସଂକଳ୍ପ ଅଟେ ।
ଶ୍ଲୋକ 34
ଯଯା ତୁ ଧର୍ମକାମାର୍ଥାନ୍ଧୃତ୍ଯା ଧାରଯତେଽର୍ଜୁନ |
ପ୍ରସଙ୍ଗେନ ଫଲାକାଙ୍କ୍ଷୀ ଧୃତିଃ ସା ପାର୍ଥ ରାଜସୀ ||୧୮-୩୪||
ଅନୁବାଦ
ଆସକ୍ତିବଶତଃ ଫଳପ୍ରାପ୍ତି ଉଦ୍ଦେଶ୍ୟରେ କର୍ତ୍ତବ୍ୟ, ସୁଖ ଏବଂ ସମ୍ପଦ ପ୍ରତି ଯେଉଁ ଦୃଢ଼ ଇଚ୍ଛାଶକ୍ତି ଧାରଣ କରାଯାଏ, ତାହା ରାଜସିକ ସଂକଳ୍ପ ଅଟେ ।
ଶ୍ଲୋକ 35
ଯଯା ସ୍ଵପ୍ନଂ ଭଯଂ ଶୋକଂ ଵିଷାଦଂ ମଦମେଵ ଚ |
ନ ଵିମୁଞ୍ଚତି ଦୁର୍ମେଧା ଧୃତିଃ ସା ପାର୍ଥ ତାମସୀ ||୧୮-୩୫||
ଅନୁବାଦ
ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ ନାହିଁ, ତାହାକୁ ତାମସିକ ସଂକଳ୍ପ କୁହାଯାଏ ।
ଶ୍ଲୋକ 36 ଏବଂ 37
ସୁଖଂ ତ୍ଵିଦାନୀଂ ତ୍ରିଵିଧଂ ଶୃଣୁ ମେ ଭରତର୍ଷଭ |
ଅଭ୍ଯାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି ||୧୮-୩୬||
ଯତ୍ତଦଗ୍ରେ ଵିଷମିଵ ପରିଣାମେଽମୃତୋପମମ୍ |
ତତ୍ସୁଖଂ ସାତ୍ତ୍ଵିକଂ ପ୍ରୋକ୍ତମାତ୍ମବୁଦ୍ଧିପ୍ରସାଦଜମ୍ ||୧୮-୩୭||
ଅନୁବାଦ
ହେ ଅର୍ଜୁନ! ଶରୀରଧାରୀ ଆତ୍ମା ଉପଭୋଗ କରୁଥିବା ତିନି ପ୍ରକାରର ସୁଖ, ଯାହା ସକଳ ଦୁଃଖର ଅନ୍ତ ମଧ୍ୟ କରିଥାଏ, ସେହି ବିଷୟରେ ଏବେ ମୋ’ଠାରୁ ଶୁଣ । ପ୍ରାରମ୍ଭରେ ଯାହା ବିଷତୁଲ୍ୟ ପ୍ରତୀତ ହୋଇଥାଏ, କିନ୍ତୁ ଶେଷରେ ଏହାର ସ୍ୱାଦ ଅମୃତ ତୁଲ୍ୟ ହୋଇଥାଏ, ସେହି ଆନନ୍ଦକୁ ସାତ୍ତ୍ୱିକ ଗୁଣଯୁକ୍ତ କୁହାଯାଇଥାଏ । ଏହା ଆତ୍ମଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ଦ୍ୱାରା ଉତ୍ପନ୍ନ ହୋଇଥାଏ ।
ଶ୍ଲୋକ 38
ଵିଷଯେନ୍ଦ୍ରିଯସଂଯୋଗାଦ୍ଯତ୍ତଦଗ୍ରେଽମୃତୋପମମ୍ |
ପରିଣାମେ ଵିଷମିଵ ତତ୍ସୁଖଂ ରାଜସଂ ସ୍ମୃତମ୍ ||୧୮-୩୮||
ଅନୁବାଦ
ଇନ୍ଦ୍ରିୟଭୋଗ୍ୟ ବସ୍ତୁଗୁଡ଼ିକରୁ ଉପଲବ୍ଧ ହେଉଥିବା ସୁଖକୁ ରାଜସିକ ଗୁଣଯୁକ୍ତ କୁହାଯାଏ । ଏହିପରି ସୁଖ ପ୍ରାରମ୍ଭରେ ଅମୃତମୟ ମନେ ହେଉଥିଲେ ସୁଦ୍ଧା ପରିଣାମ ବିଷମୟ ହୋଇଥାଏ ।
ଶ୍ଲୋକ 39
ଯଦଗ୍ରେ ଚାନୁବନ୍ଧେ ଚ ସୁଖଂ ମୋହନମାତ୍ମନଃ |
ନିଦ୍ରାଲସ୍ଯପ୍ରମାଦୋତ୍ଥଂ ତତ୍ତାମସମୁଦାହୃତମ୍ ||୧୮-୩୯||
ଅନୁବାଦ
ଯେଉଁ ସୁଖ ଆତ୍ମାର ସ୍ୱରୂପକୁ ଆଦିରୁ ଅନ୍ତ ଯାଏଁ ଆବୃତ କରି ରଖିଥାଏ ଏବଂ ଯାହା ନିଦ୍ରା, ଆଳସ୍ୟ ଓ ଅବହେଳାରୁ ଜାତ ହୋଇଥାଏ, ତାହାକୁ ତାମସିକ ସୁଖ କୁହାଯାଏ ।
ଶ୍ଲୋକ 40
ନ ତଦସ୍ତି ପୃଥିଵ୍ଯାଂ ଵା ଦିଵି ଦେଵେଷୁ ଵା ପୁନଃ |
ସତ୍ତ୍ଵଂ ପ୍ରକୃତିଜୈର୍ମୁକ୍ତଂ ଯଦେଭିଃ ସ୍ଯାତ୍ତ୍ରିଭିର୍ଗୁଣୈଃ ||୧୮-୪୦||
ଅନୁବାଦ
ମାୟିକ ଜଗତ ଅନ୍ତର୍ଗତ, ଧରାପୃଷ୍ଠର କିମ୍ବା ଉଚ୍ଚତର ସ୍ୱର୍ଗଲୋକର କୌଣସି ଜୀବ, ପ୍ରକୃତିର ଏହି ତିନିଗୁଣର ପ୍ରଭାବରୁ ମୁକ୍ତ ନୁହଁନ୍ତି ।
ଶ୍ଲୋକ 41
ବ୍ରାହ୍ମଣକ୍ଷତ୍ରିଯଵିଶାଂ ଶୂଦ୍ରାଣାଂ ଚ ପରନ୍ତପ |
କର୍ମାଣି ପ୍ରଵିଭକ୍ତାନି ସ୍ଵଭାଵପ୍ରଭଵୈର୍ଗୁଣୈଃ ||୧୮-୪୧||
ଅନୁବାଦ
ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ରମାନଙ୍କର କର୍ମର ବିଭାଜନ ସେମାନଙ୍କର ସ୍ୱଭାବ ଜାତ ଗୁଣର ଅନୁସାରେ ହୋଇଥାଏ (ଜନ୍ମ ଅନୁସାରେ ନୁହେଁ) ।
ଶ୍ଲୋକ 42
ଶମୋ ଦମସ୍ତପଃ ଶୌଚଂ କ୍ଷାନ୍ତିରାର୍ଜଵମେଵ ଚ |
ଜ୍ଞାନଂ ଵିଜ୍ଞାନମାସ୍ତିକ୍ଯଂ ବ୍ରହ୍ମକର୍ମ ସ୍ଵଭାଵଜମ୍ ||୧୮-୪୨||
ଅନୁବାଦ
ଶାନ୍ତ, ସଂଯମ, ତପସ୍ୟା, ପବିତ୍ରତା, ଧୈର୍ଯ୍ୟ, ସାଧୁତା, ଜ୍ଞାନ, ପ୍ରଜ୍ଞା ଏବଂ ପରଜନ୍ମରେ ବିଶ୍ୱାସ- ଏହିସବୁ ବ୍ରାହ୍ମଣମାନଙ୍କ କର୍ମର ଅନ୍ତର୍ନିହିତ ଗୁଣ ଅଟେ ।
ଶ୍ଲୋକ 43
ଶୌର୍ଯଂ ତେଜୋ ଧୃତିର୍ଦାକ୍ଷ୍ଯଂ ଯୁଦ୍ଧେ ଚାପ୍ଯପଲାଯନମ୍ |
ଦାନମୀଶ୍ଵରଭାଵଶ୍ଚ କ୍ଷାତ୍ରଂ କର୍ମ ସ୍ଵଭାଵଜମ୍ ||୧୮-୪୩||
ଅନୁବାଦ
ବୀରତ୍ୱ, ବଳବାନ, ଦୃଢ଼ମନା, ଅସ୍ତ୍ରବିଦ୍ୟାରେ ନିପୁଣ, ଯୁଦ୍ଧକ୍ଷେତ୍ରରୁ ପଳାୟନ ନ କରିବାକୁ ସଂକଳ୍ପବଦ୍ଧ; ଦାନ ପାଇଁ ଉଦାର ହୃଦୟ, ନେତୃତ୍ୱର କ୍ଷମତା, ଏହି ସବୁ କ୍ଷତ୍ରିୟମାନଙ୍କର ସ୍ୱାଭାବିକ ଗୁଣ ଅଟେ ।
ଶ୍ଲୋକ 44
କୃଷିଗୌରକ୍ଷ୍ଯଵାଣିଜ୍ଯଂ ଵୈଶ୍ଯକର୍ମ ସ୍ଵଭାଵଜମ୍ |
ପରିଚର୍ଯାତ୍ମକଂ କର୍ମ ଶୂଦ୍ରସ୍ଯାପି ସ୍ଵଭାଵଜମ୍ ||୧୮-୪୪||
ଅନୁବାଦ
କୃଷିକାର୍ଯ୍ୟ, ଗୋପାଳନ ଏବଂ ବାଣିଜ୍ୟ ବୈଶ୍ୟମାନଙ୍କର ସ୍ୱାଭାବିକ କାର୍ଯ୍ୟ ଥିଲା । ଶୁଦ୍ରମାନଙ୍କର ଶ୍ରମଦ୍ୱାରା ସେବା କରିବା ସ୍ୱାଭାବିକ କର୍ତ୍ତବ୍ୟ ଥିଲା ।
ଶ୍ଲୋକ 45
ସ୍ଵେ ସ୍ଵେ କର୍ମଣ୍ଯଭିରତଃ ସଂସିଦ୍ଧିଂ ଲଭତେ ନରଃ |
ସ୍ଵକର୍ମନିରତଃ ସିଦ୍ଧିଂ ଯଥା ଵିନ୍ଦତି ତଚ୍ଛୃଣୁ ||୧୮-୪୫||
ଅନୁବାଦ
ନିଜ ସହଜାତ ଗୁଣରୁ ଉତ୍ପନ୍ନ କର୍ତ୍ତବ୍ୟ ପାଳନ କରି ମନୁଷ୍ୟ ସିଦ୍ଧି ଲାଭ କରିଥାଏ । ନିଜ ନିଜର ବିହିତ କର୍ମ କରି ଜଣେ କିପରି ସିଦ୍ଧି ଲାଭ କରିଥାଏ, ଏବେ ତାହା ମୋ ଠାରୁ ଶୁଣ ।
ଶ୍ଲୋକ 46
ଯତଃ ପ୍ରଵୃତ୍ତିର୍ଭୂତାନାଂ ଯେନ ସର୍ଵମିଦଂ ତତମ୍ |
ସ୍ଵକର୍ମଣା ତମଭ୍ଯର୍ଚ୍ଯ ସିଦ୍ଧିଂ ଵିନ୍ଦତି ମାନଵଃ ||୧୮-୪୬||
ଅନୁବାଦ
ନିଜର ସ୍ୱାଭାବିକ ବୃତ୍ତି ମାଧ୍ୟମରେ ଯିଏ ସମସ୍ତ ପ୍ରାଣୀଙ୍କର ଉଦ୍ଭବ ସ୍ଥଳ ଏବଂ ବିଶ୍ୱରେ ସର୍ବତ୍ର ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କର ଉପାସନା କରିଥାଏ, ସେହି କର୍ମ ସମ୍ପାଦନ କରି ସେ ସହଜରେ ସିଦ୍ଧି ଲାଭ କରିଥାଏ ।
ଶ୍ଲୋକ 47
ଶ୍ରେଯାନ୍ସ୍ଵଧର୍ମୋ ଵିଗୁଣଃ ପରଧର୍ମାତ୍ସ୍ଵନୁଷ୍ଠିତାତ୍ |
ସ୍ଵଭାଵନିଯତଂ କର୍ମ କୁର୍ଵନ୍ନାପ୍ନୋତି କିଲ୍ବିଷମ୍ ||୧୮-୪୭||
ଅନୁବାଦ
ଅନ୍ୟର କର୍ମକୁ ସଠିକ ରୂପରେ କରିବା ଅପେକ୍ଷା ତୃଟିପୂର୍ଣ୍ଣ ଭାବରେ ହେଲେ ମଧ୍ୟ ନିଜ ପାଇଁ ଉଦ୍ଦିଷ୍ଟ କର୍ମ କରିବା ଉତ୍ତମ ଅଟେ । ନିଜର ସହଜାତ କର୍ମ କରିବା ଦ୍ୱାରା ଜଣେ ପାପ ଅର୍ଜନ କରେନାହିଁ ।
ଶ୍ଲୋକ 48
ସହଜଂ କର୍ମ କୌନ୍ତେଯ ସଦୋଷମପି ନ ତ୍ଯଜେତ୍ |
ସର୍ଵାରମ୍ଭା ହି ଦୋଷେଣ ଧୂମେନାଗ୍ନିରିଵାଵୃତାଃ ||୧୮-୪୮||
ଅନୁବାଦ
ହେ କୁନ୍ତୀ ପୁତ୍ର! ନିଜ ସ୍ୱଭାବଜାତ କର୍ମ, ଦୋଷାବହ ପ୍ରତୀତ ହେଲେ ମଧ୍ୟ, ତ୍ୟାଗ କରିବା ଉଚିତ ନୁହେଁ । ବାସ୍ତବରେ, ଅଗ୍ନି ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ ।
ଶ୍ଲୋକ 49
ଅସକ୍ତବୁଦ୍ଧିଃ ସର୍ଵତ୍ର ଜିତାତ୍ମା ଵିଗତସ୍ପୃହଃ |
ନୈଷ୍କର୍ମ୍ଯସିଦ୍ଧିଂ ପରମାଂ ସଂନ୍ଯାସେନାଧିଗଚ୍ଛତି ||୧୮-୪୯||
ଅନୁବାଦ
ଯେଉଁମାନଙ୍କର ବୁଦ୍ଧି ପୂର୍ଣ୍ଣତଃ ନିର୍ଲିପ୍ତ, ଯେଉଁମାନେ ମନକୁ ବଶ କରିଥାନ୍ତି ଏବଂ ବୈରାଗ୍ୟର ଅଭ୍ୟାସ ଦ୍ୱାରା କାମନାମୁକ୍ତ ହୋଇଥାନ୍ତି ସେମାନେ କର୍ମରୁ ମୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରନ୍ତି ।
ଶ୍ଲୋକ 50
ସିଦ୍ଧିଂ ପ୍ରାପ୍ତୋ ଯଥା ବ୍ରହ୍ମ ତଥାପ୍ନୋତି ନିବୋଧ ମେ |
ସମାସେନୈଵ କୌନ୍ତେଯ ନିଷ୍ଠା ଜ୍ଞାନସ୍ଯ ଯା ପରା ||୧୮-୫୦||
ଅନୁବାଦ
ହେ ଅର୍ଜୁନ! ମୁଁ ଏବେ ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯାଉଛି କିପରି ଜଣେ ସିଦ୍ଧି ପ୍ରାପ୍ତ (କର୍ମରୁ ବିରତି) କରିଥିବା ବ୍ୟକ୍ତି, ତାଙ୍କର ଅଲୌକିକ ଜ୍ଞାନରେ ଦୃଢ଼ ନିଶ୍ଚୟ ରହି ବ୍ରହ୍ମଙ୍କୁ ପ୍ରାପ୍ତ କରିପାରନ୍ତି, ତାହା ତୁମେ ଶ୍ରବଣ କର ।
ଶ୍ଲୋକ 51, 52, 53
ବୁଦ୍ଧ୍ଯା ଵିଶୁଦ୍ଧଯା ଯୁକ୍ତୋ ଧୃତ୍ଯାତ୍ମାନଂ ନିଯମ୍ଯ ଚ |
ଶବ୍ଦାଦୀନ୍ଵିଷଯାଂସ୍ତ୍ଯକ୍ତ୍ଵା ରାଗଦ୍ଵେଷୌ ଵ୍ଯୁଦସ୍ଯ ଚ ||୧୮-୫୧||
ଵିଵିକ୍ତସେଵୀ ଲଘ୍ଵାଶୀ ଯତଵାକ୍କାଯମାନସଃ |
ଧ୍ଯାନଯୋଗପରୋ ନିତ୍ଯଂ ଵୈରାଗ୍ଯଂ ସମୁପାଶ୍ରିତଃ ||୧୮-୫୨||
ଅହଂକାରଂ ବଲଂ ଦର୍ପଂ କାମଂ କ୍ରୋଧଂ ପରିଗ୍ରହମ୍ |
ଵିମୁଚ୍ଯ ନିର୍ମମଃ ଶାନ୍ତୋ ବ୍ରହ୍ମଭୂଯାଯ କଲ୍ପତେ ||୧୮-୫୩||
ଅନୁବାଦ
ବ୍ରହ୍ମ ପ୍ରାପ୍ତି କରିବା ପାଇଁ ଜଣେ ବ୍ୟକ୍ତି ସେତେବେଳେ ଯୋଗ୍ୟ ହୁଅନ୍ତି, ଯେତେବେଳେ ସେ ବିଶୁଦ୍ଧ ବୁଦ୍ଧିଯୁକ୍ତ ହୋଇ, ଶବ୍ଦ ଓ ଅନ୍ୟାନ୍ୟ ଇନ୍ଦ୍ରିୟ ଭୋଗ ବସ୍ତୁଗୁଡ଼ିକର ଦୂରରେ ରହନ୍ତି ତଥା ଆସକ୍ତି ଓ ବିରକ୍ତି ପରିତ୍ୟାଗ କରିଥାନ୍ତି । ଏପରି ବ୍ୟକ୍ତି ଏକାନ୍ତ ପସନ୍ଦ କରନ୍ତି, ସ୍ୱଳ୍ପାହାରୀ ହୋଇ, ଶରୀର, ମନ ଓ ବାଣୀକୁ ସଂଯମ କରି ସର୍ବଦା ଧ୍ୟାନସ୍ଥ ରହନ୍ତି ତଥା ବୈରାଗ୍ୟ ଭାବର ଅଭ୍ୟାସ କରନ୍ତି । ଅହଂକାର, ହିଂସା, ଦର୍ପ, କାମନା, ସମ୍ପତ୍ତି ସଂଗ୍ରହ ଏବଂ ସ୍ୱାର୍ଥପରତାରୁ ମୁକ୍ତ ହୋଇଥିବା ବ୍ୟକ୍ତି ପ୍ରଶାନ୍ତ ଚିତ୍ତରେ ବ୍ରହ୍ମଙ୍କ ସହିତ ମିଳିତ ହେବାପାଇଁ (ଅର୍ଥାତ୍ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରିବା) ଯୋଗ୍ୟ ହୋଇଥାନ୍ତି ।
ଶ୍ଲୋକ 54
ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି |
ସମଃ ସର୍ଵେଷୁ ଭୂତେଷୁ ମଦ୍ଭକ୍ତିଂ ଲଭତେ ପରାମ୍ ||୧୮-୫୪||
ଅନୁବାଦ
ଦିବ୍ୟ ବ୍ରହ୍ମାନୁଭୂତିରେ ସ୍ଥିତ ପ୍ରଶାନ୍ତମନା ସେହି ବ୍ୟକ୍ତି ଶୋକ କରନ୍ତି ନାହିଁ ବା କାମନାଯୁକ୍ତ ହୁଅନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କ ପ୍ରତି ସମଭାବାପନ୍ନ ସେହି ଯୋଗୀ ମୋର ସର୍ବୋଚ୍ଚ ଭକ୍ତି ପ୍ରାପ୍ତ କରନ୍ତି ।
ଶ୍ଲୋକ 55
ଭକ୍ତ୍ଯା ମାମଭିଜାନାତି ଯାଵାନ୍ଯଶ୍ଚାସ୍ମି ତତ୍ତ୍ଵତଃ |
ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା ଵିଶତେ ତଦନନ୍ତରମ୍ ||୧୮-୫୫||
ଅନୁବାଦ
ମନୁଷ୍ୟ କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ମୋତେ ଯଥାର୍ଥ ଭାବରେ ଜାଣିପାରିବ । ମୋତେ ଜାଣିବା ପରେ, ମୋର ଭକ୍ତ ପୂର୍ଣ୍ଣତଃ ଭଗବତ୍ ଚେତନାଯୁକ୍ତ ହୋଇଯିବ ।
ଶ୍ଲୋକ 56
ସର୍ଵକର୍ମାଣ୍ଯପି ସଦା କୁର୍ଵାଣୋ ମଦ୍ଵ୍ଯପାଶ୍ରଯଃ |
ମତ୍ପ୍ରସାଦାଦଵାପ୍ନୋତି ଶାଶ୍ଵତଂ ପଦମଵ୍ଯଯମ୍ ||୧୮-୫୬||
ଅନୁବାଦ
ମୋର ଭକ୍ତମାନେ, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ମୋର ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ମୋର କୃପା ଦ୍ୱାରା ସେମାନେ ଶାଶ୍ୱତ ଏବଂ ଅବିନଶ୍ୱର ଲୋକ ପ୍ରାପ୍ତ କରନ୍ତି ।
ଶ୍ଲୋକ 57
ଚେତସା ସର୍ଵକର୍ମାଣି ମଯି ସଂନ୍ଯସ୍ଯ ମତ୍ପରଃ |
ବୁଦ୍ଧିଯୋଗମୁପାଶ୍ରିତ୍ଯ ମଚ୍ଚିତ୍ତଃ ସତତଂ ଭଵ ||୧୮-୫୭||
ଅନୁବାଦ
ମୋତେ ତୁମର ଚରମ ଲକ୍ଷ୍ୟ ଭାବରେ ଗ୍ରହଣ କରି ସମସ୍ତ କର୍ମକୁ ମୋ ପ୍ରତି ଉତ୍ସର୍ଗ କର । ବୁଦ୍ଧିଯୋଗର ଆଶ୍ରୟ ନେଇ, ସର୍ବଦା ତୁମର ଚେତନାକୁ ମୋ ଠାରେ ନିମଗ୍ନ୍ କର ।
ଶ୍ଲୋକ 58
ମଚ୍ଚିତ୍ତଃ ସର୍ଵଦୁର୍ଗାଣି ମତ୍ପ୍ରସାଦାତ୍ତରିଷ୍ଯସି |
ଅଥ ଚେତ୍ତ୍ଵମହଂକାରାନ୍ନ ଶ୍ରୋଷ୍ଯସି ଵିନଙ୍କ୍ଷ୍ଯସି ||୧୮-୫୮||
ଅନୁବାଦ
ତୁମେ ଯଦି ସର୍ବଦା ମୋର ସ୍ମରଣ କରିବ, ମୋ କୃପାରୁ ତୁମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବ । କିନ୍ତୁ ଯଦି ଅହଂକାର ବଶତଃ ତୁମେ ମୋର ଉପଦେଶ ଗ୍ରହଣ କରିବ ନାହିଁ, ତୁମର ସର୍ବନାଶ ହେବ ।
ଶ୍ଲୋକ 59
ଯଦହଂକାରମାଶ୍ରିତ୍ଯ ନ ଯୋତ୍ସ୍ଯ ଇତି ମନ୍ଯସେ |
ମିଥ୍ଯୈଷ ଵ୍ଯଵସାଯସ୍ତେ ପ୍ରକୃତିସ୍ତ୍ଵାଂ ନିଯୋକ୍ଷ୍ଯତି ||୧୮-୫୯||
ଅନୁବାଦ
ଅହଂକାର ଦ୍ୱାରା ପ୍ରେରିତ ହୋଇ ତୁମେ ଯଦି ଚିନ୍ତା କରିବ, “ମୁଁ ଯୁଦ୍ଧ କରିବି ନାହିଁ”, ତୁମର ନିର୍ଣ୍ଣୟ ବୃଥା ହେବ । ତୁମର ଭୌତିକ (କ୍ଷତ୍ରିୟ) ସ୍ୱଭାବ ତୁମକୁ ଯୁଦ୍ଧ କରିବା ପାଇଁ ବାଧ୍ୟ କରିବ ।
ଶ୍ଲୋକ 60
ସ୍ଵଭାଵଜେନ କୌନ୍ତେଯ ନିବଦ୍ଧଃ ସ୍ଵେନ କର୍ମଣା |
କର୍ତୁଂ ନେଚ୍ଛସି ଯନ୍ମୋହାତ୍କରିଷ୍ଯସ୍ଯଵଶୋପି ତତ୍ ||୧୮-୬୦||
ଅନୁବାଦ
ହେ ଅର୍ଜୁନ! ଭ୍ରମବଶତଃ ତୁମେ ଯେଉଁ କର୍ମ କରିବାକୁ ଇଚ୍ଛା କରୁନାହଁ, ଭୌତିକ ଗୁଣରୁ ଜାତ ତୁମର ନିଜସ୍ୱ ପ୍ରବୃତ୍ତି ତାହା କରିବା ପାଇଁ ତୁମକୁ ପ୍ରେରିତ କରିବ ।
ଶ୍ଲୋକ 61
ଈଶ୍ଵରଃ ସର୍ଵଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି |
ଭ୍ରାମଯନ୍ସର୍ଵଭୂତାନି ଯନ୍ତ୍ରାରୂଢାନି ମାଯଯା ||୧୮-୬୧||
ଅନୁବାଦ
ହେ ଅର୍ଜୁନ! ପରମାତ୍ମା ସମସ୍ତଙ୍କ ହୃଦୟରେ ନିବାସ କରନ୍ତି । ଜୀବର କର୍ମ ଅନୁସାରେ, ମାୟାଶକ୍ତି ଦ୍ୱାରା ନିର୍ମିତ ଏକ ଯନ୍ତ୍ରରେ ବସାଇ, ସେ ତା’ର ଇତସ୍ତତଃ ଭ୍ରମଣକୁ ନିର୍ଦ୍ଦେଶିତ କରିଥାଆନ୍ତି ।
ଶ୍ଲୋକ 62
ତମେଵ ଶରଣଂ ଗଚ୍ଛ ସର୍ଵଭାଵେନ ଭାରତ |
ତତ୍ପ୍ରସାଦାତ୍ପରାଂ ଶାନ୍ତିଂ ସ୍ଥାନଂ ପ୍ରାପ୍ସ୍ଯସି ଶାଶ୍ଵତମ୍ ||୧୮-୬୨||
ଅନୁବାଦ
ହେ ଭାରତ! ସର୍ବତୋ ଭାବରେ ତାଙ୍କର ଅନନ୍ୟ ଶରଣାଗତ ହୁଅ । ତାଙ୍କ କୃପାରୁ ତୁମେ ପରମ ଶାନ୍ତି ଏବଂ ନିତ୍ୟ ଧାମ ପ୍ରାପ୍ତ କରିବ ।
ଶ୍ଲୋକ 63
ଇତି ତେ ଜ୍ଞାନମାଖ୍ଯାତଂ ଗୁହ୍ଯାଦ୍ଗୁହ୍ଯତରଂ ମଯା |
ଵିମୃଶ୍ଯୈତଦଶେଷେଣ ଯଥେଚ୍ଛସି ତଥା କୁରୁ ||୧୮-୬୩||
ଅନୁବାଦ
ଏହିପରି ଭାବରେ, ମୁଁ ଗୁପ୍ତ ଠାରୁ ମଧ୍ୟ ଅଧିକ ଗୁପ୍ତ ଜ୍ଞାନ ତୁମ ନିକଟରେ ପ୍ରକାଶ କଲି । ଏହି ବିଷୟକୁ ଗଭୀର ଭାବେ ଅନୁଧ୍ୟାନ କର ଏବଂ ତା’ପରେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କର ।
ଶ୍ଲୋକ 64
ସର୍ଵଗୁହ୍ଯତମଂ ଭୂଯଃ ଶୃଣୁ ମେ ପରମଂ ଵଚଃ |
ଇଷ୍ଟୋଽସି ମେ ଦୃଢମିତି ତତୋ ଵକ୍ଷ୍ଯାମି ତେ ହିତମ୍ ||୧୮-୬୪||
ଅନୁବାଦ
ସର୍ବାଧିକ ଗୁପ୍ତଜ୍ଞାନ ଭାବରେ ଶ୍ରେଷ୍ଠ ଉପଦେଶ ପୁନର୍ବାର ମୋ ଠାରୁ ଶୁଣ । ତୁମର ମଙ୍ଗଳ ପାଇଁ ମୁଁ ଏହାର ଉନ୍ମୋଚନ ତୁମ ସମ୍ମୁଖରେ କରୁଛି, କାରଣ ତୁମେ ମୋର ଅତ୍ୟନ୍ତ ପ୍ରିୟ ଅଟ ।
ଶ୍ଲୋକ 65
ମନ୍ମନା ଭଵ ମଦ୍ଭକ୍ତୋ ମଦ୍ଯାଜୀ ମାଂ ନମସ୍କୁରୁ |
ମାମେଵୈଷ୍ଯସି ସତ୍ଯଂ ତେ ପ୍ରତିଜାନେ ପ୍ରିଯୋଽସି ମେ ||୧୮-୬୫||
ଅନୁବାଦ
ସର୍ବଦା ମୋର ସ୍ମରଣ କର, ମୋର ଭକ୍ତି କର, ମୋର ଉପାସନା କର ଏବଂ ମୋତେ ପ୍ରଣାମ କର । ଏହିପରି କରିବା ଦ୍ୱାରା ତୁମେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ । ଏହା ମୋର ପ୍ରତିଜ୍ଞା ଅଟେ, କାରଣ ତୁମେ ମୋର ଅତି ପ୍ରିୟ ଅଟ ।
ଶ୍ଲୋକ 66
ସର୍ଵଧର୍ମାନ୍ପରିତ୍ଯଜ୍ଯ ମାମେକଂ ଶରଣଂ ଵ୍ରଜ |
ଅହଂ ତ୍ଵା ସର୍ଵପାପେଭ୍ଯୋ ମୋକ୍ଷଯିଷ୍ଯାମି ମା ଶୁଚଃ ||୧୮-୬୬||
ଅନୁବାଦ
ସମସ୍ତ ପ୍ରକାର ଧର୍ମ ପରିତ୍ୟାଗ କରି, କେବଳ ମୋର ଶରଣାଗତ ହୁଅ । ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି, ଭୟ କରନାହିଁ ।
ଶ୍ଲୋକ 67
ଇଦଂ ତେ ନାତପସ୍କାଯ ନାଭକ୍ତାଯ କଦାଚନ |
ନ ଚାଶୁଶ୍ରୂଷଵେ ଵାଚ୍ଯଂ ନ ଚ ମାଂ ଯୋଽଭ୍ଯସୂଯତି ||୧୮-୬୭||
ଅନୁବାଦ
ଏହିସବୁ ନିର୍ଦ୍ଦେଶ ଯିଏ ତପସ୍ୱୀ ନୁହଁନ୍ତି ଏବଂ ଯିଏ ଭକ୍ତ ନୁହଁନ୍ତି, ସେମାନଙ୍କୁ ଦେବା ଉଚିତ୍ ନୁହେଁ । ଯେଉଁମାନେ ଶୁଣିବାକୁ (ଆଧ୍ୟାତ୍ମିକ ବିଷୟ) ଅନିଚ୍ଛୁକ, ସେପରି ବ୍ୟକ୍ତିଙ୍କୁ ମଧ୍ୟ ଏହା କହିବା ଉଚିତ ନୁହେଁ, ବିଶେଷ କରି ଯେଉଁମାନେ ମୋତେ ଈର୍ଷା କରନ୍ତି ।
ଶ୍ଲୋକ 68
ଯ ଇଦଂ ପରମଂ ଗୁହ୍ଯଂ ମଦ୍ଭକ୍ତେଷ୍ଵଭିଧାସ୍ଯତି |
ଭକ୍ତିଂ ମଯି ପରାଂ କୃତ୍ଵା ମାମେଵୈଷ୍ଯତ୍ଯସଂଶଯଃ ||୧୮-୬୮||
ଅନୁବାଦ
ଯେଉଁମାନେ ଏହି ଗୁଢ଼ତମ ଜ୍ଞାନ ମୋର ଭକ୍ତମାନଙ୍କୁ ପ୍ରଦାନ କରିଥାନ୍ତି, ସେମାନେ ମୋର ସର୍ବୋଚ୍ଚ ଭକ୍ତି କରନ୍ତି । ନିଃସନ୍ଦେହ ଭାବରେ ସେମାନେ ମୋ ପାଖକୁ ଆସିବେ ।
ଶ୍ଲୋକ 69
ନ ଚ ତସ୍ମାନ୍ମନୁଷ୍ଯେଷୁ କଶ୍ଚିନ୍ମେ ପ୍ରିଯକୃତ୍ତମଃ |
ଭଵିତା ନ ଚ ମେ ତସ୍ମାଦନ୍ଯଃ ପ୍ରିଯତରୋ ଭୁଵି ||୧୮-୬୯||
ଅନୁବାଦ
ମୋର ପ୍ରେମଯୁକ୍ତ ସେବା ସେମାନଙ୍କ ଠାରୁ ଅଧିକ ଅନ୍ୟ କୌଣସି ମନୁଷ୍ୟ କରନ୍ତି ନାହିଁ; କିମ୍ବା ପୃଥିବୀରେ ସେମାନଙ୍କ ଠାରୁ ଅଧିକ ପ୍ରିୟ ମୋର କେହି ବି ହେବେ ନାହିଁ ।
ଶ୍ଲୋକ 70
ଅଧ୍ଯେଷ୍ଯତେ ଚ ଯ ଇମଂ ଧର୍ମ୍ଯଂ ସଂଵାଦମାଵଯୋଃ |
ଜ୍ଞାନଯଜ୍ଞେନ ତେନାହମିଷ୍ଟଃ ସ୍ଯାମିତି ମେ ମତିଃ ||୧୮-୭୦||
ଅନୁବାଦ
ମୁଁ ଘୋଷଣା କରୁଛି ଯେ ଯେଉଁମାନେ ଆମ ଦୁଇ ଜଣଙ୍କର ଏହି ପବିତ୍ର ବାର୍ତ୍ତାଳାପକୁ ଅଧ୍ୟୟନ କରିବେ, ସେମାନେ ଜ୍ଞାନ ଯଜ୍ଞ ଦ୍ୱାରା ମୋର ଉପାସନା କରିବେ (ତାଙ୍କ ବୁଦ୍ଧିଦ୍ୱାରା) । ଏହା ମୋର ମତ ଅଟେ ।
ଶ୍ଲୋକ 71
ଶ୍ରଦ୍ଧାଵାନନସୂଯଶ୍ଚ ଶୃଣୁଯାଦପି ଯୋ ନରଃ |
ସୋଽପି ମୁକ୍ତଃ ଶୁଭାଁଲ୍ଲୋକାନ୍ପ୍ରାପ୍ନୁଯାତ୍ପୁଣ୍ଯକର୍ମଣାମ୍ ||୧୮-୭୧||
ଅନୁବାଦ
ଏପରିକି ଯେଉଁମାନେ କେବଳ ଶ୍ରଦ୍ଧାଯୁକ୍ତ ଏବଂ ଦ୍ୱେଷ ରହିତ ହୋଇ ଏହି ଜ୍ଞାନକୁ ଶ୍ରବଣ କରନ୍ତି, ସେମାନେ ମଧ୍ୟ ପାପମୁକ୍ତ ହୋଇ ସେହି ପବିତ୍ର ଲୋକକୁ ଗମନ କରିବେ ଯେଉଁଠାରେ ଧର୍ମାତ୍ମାମାନେ ବାସ କରନ୍ତି ।
ଶ୍ଲୋକ 72
କଚ୍ଚିଦେତଚ୍ଛ୍ରୁତଂ ପାର୍ଥ ତ୍ଵଯୈକାଗ୍ରେଣ ଚେତସା |
କଚ୍ଚିଦଜ୍ଞାନସମ୍ମୋହଃ ପ୍ରନଷ୍ଟସ୍ତେ ଧନଞ୍ଜଯ ||୧୮-୭୨||
ଅନୁବାଦ
ହେ ଅର୍ଜୁନ! ତୁମେ ଏକାଗ୍ର ଚିତ୍ତରେ ମୋର ଉପଦେଶ ଶ୍ରବଣ କଲ କି? ତୁମର ଅଜ୍ଞାନ ଏବଂ ଭ୍ରମ ଦୂର ହେଲା କି?
ଶ୍ଲୋକ 73
ଅର୍ଜୁନ ଉଵାଚ |
ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ଵତ୍ପ୍ରସାଦାନ୍ମଯାଚ୍ଯୁତ |
ସ୍ଥିତୋଽସ୍ମି ଗତସନ୍ଦେହଃ କରିଷ୍ଯେ ଵଚନଂ ତଵ ||୧୮-୭୩||
ଅନୁବାଦ
ଅର୍ଜୁନ କହିଲେ: ହେ ଅଚ୍ୟୁତ! ଆପଣଙ୍କ କୃପାରୁ ମୋର ଭ୍ରମ ଦୂର ହୋଇଗଲା ଏବଂ ମୋର ଜ୍ଞାନୋଦୟ ହେଲା । ମୁଁ ଏବେ ଦ୍ୱନ୍ଦ୍ୱ ମୁକ୍ତ ହୋଇ ଆପଣଙ୍କ ନିର୍ଦ୍ଦେଶ ଅନୁସାରେ କର୍ମ କରିବାକୁ ପ୍ରସ୍ତୁତ ।
ଶ୍ଲୋକ 74
ସଞ୍ଜଯ ଉଵାଚ |
ଇତ୍ଯହଂ ଵାସୁଦେଵସ୍ଯ ପାର୍ଥସ୍ଯ ଚ ମହାତ୍ମନଃ |
ସଂଵାଦମିମମଶ୍ରୌଷମଦ୍ଭୁତଂ ରୋମହର୍ଷଣମ୍ ||୧୮-୭୪||
ଅନୁବାଦ
ସଞ୍ଜୟ କହିଲେ: ଏହିପରି ଭାବରେ ମୁଁ ବାସୁଦେବ ପୁତ୍ର ଶ୍ରୀକୃଷ୍ଣ ଏବଂ ପୁଣ୍ୟାତ୍ମା ପୃଥାପୁତ୍ର ଅର୍ଜୁନଙ୍କର ଅଦ୍ଭୁତ ବାର୍ତ୍ତାଳାପ ଶୁଣିଲି । ଏହି ସନ୍ଦେଶ ଏତେ ରୋମାଞ୍ଚକର ଯେ ମୋର ଲୋମମୂଳ ଟାଙ୍କୁରି ଉଠୁଛି ।
ଶ୍ଲୋକ 75
ଵ୍ଯାସପ୍ରସାଦାଚ୍ଛ୍ରୁତଵାନେତଦ୍ଗୁହ୍ଯମହଂ ପରମ୍ |
ଯୋଗଂ ଯୋଗେଶ୍ଵରାତ୍କୃଷ୍ଣାତ୍ସାକ୍ଷାତ୍କଥଯତଃ ସ୍ଵଯମ୍ ||୧୮-୭୫||
ଅନୁବାଦ
ମହର୍ଷି ବେଦବ୍ୟାସଙ୍କ କୃପାରୁ ଯୋଗର ଏହି ସର୍ବୋଚ୍ଚ ଏବଂ ଗୁଢ଼ ଜ୍ଞାନ, ମୁଁ ଯୋଗେଶ୍ୱର ସ୍ୱୟଂ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାକୁ ପାଇଲି ।
ଶ୍ଲୋକ 76
ରାଜନ୍ସଂସ୍ମୃତ୍ଯ ସଂସ୍ମୃତ୍ଯ ସଂଵାଦମିମମଦ୍ଭୁତମ୍ |
କେଶଵାର୍ଜୁନଯୋଃ ପୁଣ୍ଯଂ ହୃଷ୍ଯାମି ଚ ମୁହୁର୍ମୁହୁଃ ||୧୮-୭୬||
ଅନୁବାଦ
ହେ ରାଜନ୍! ପରମାତ୍ମା ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର ଅତି ଉତ୍କୃଷ୍ଟ ଓ ଅଦ୍ଭୁତ ବାର୍ତ୍ତାଳାପର ସ୍ମୃତିଚାରଣ କରି, ମୁଁ ବାରମ୍ବାର ବିଭୋର ହୋଇଯାଉଛି ।
ଶ୍ଲୋକ 77
ତଚ୍ଚ ସଂସ୍ମୃତ୍ଯ ସଂସ୍ମୃତ୍ଯ ରୂପମତ୍ଯଦ୍ଭୁତଂ ହରେଃ |
ଵିସ୍ମଯୋ ମେ ମହାନ୍ ରାଜନ୍ହୃଷ୍ଯାମି ଚ ପୁନଃ ପୁନଃ ||୧୮-୭୭||
ଅନୁବାଦ
ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିସ୍ମୟକର ଏବଂ ଅଲୌକିକ ବିଶ୍ୱରୂପକୁ ସ୍ମରଣ କରି, ମୋର ଆଶ୍ଚର୍ଯ୍ୟର ସୀମା ରହୁନାହିଁ ତଥା ମୁଁ ବାରମ୍ବାର ଆନନ୍ଦରେ ଶିହରିତ ହୋଇ ଉଠୁଛି ।
ଶ୍ଲୋକ 78
ଯତ୍ର ଯୋଗେଶ୍ଵରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ |
ତତ୍ର ଶ୍ରୀର୍ଵିଜଯୋ ଭୂତିର୍ଧ୍ରୁଵା ନୀତିର୍ମତିର୍ମମ ||୧୮-୭୮||
ଅନୁବାଦ
ଯେଉଁଠାରେ ସମସ୍ତ ଯୋଗର ଅଧୀଶ୍ୱର ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ସେଠାରେ ଅଫୁରନ୍ତ ଐଶ୍ୱର୍ଯ୍ୟ, ବିଜୟ, ସମୃଦ୍ଧି ଏବଂ ଧର୍ମ ନିଶ୍ଚିତରୂପେ ବିରାଜମାନ କରିବ । ମୁଁ ଏଥିରେ ଦୃଢ଼ ନିଶ୍ଚିତ ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।