ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 21
ଶ୍ଲୋକ 21
ପୃଥକ୍ତ୍ଵେନ ତୁ ଯଜ୍ଜ୍ଞାନଂ ନାନାଭାଵାନ୍ପୃଥଗ୍ଵିଧାନ୍ |
ଵେତ୍ତି ସର୍ଵେଷୁ ଭୂତେଷୁ ତଜ୍ଜ୍ଞାନଂ ଵିଦ୍ଧି ରାଜସମ୍ ||୧୮-୨୧||
Translation
ଯେଉଁ ଜ୍ଞାନ ଦ୍ୱାରା ବ୍ୟକ୍ତି ପୃଥକ୍ ପୃଥକ୍ ଶରୀରରେ ଭିନ୍ନ ଭିନ୍ନ ଜୀବଙ୍କୁ ଦେଖିଥାଏ ଏବଂ ସେମାନଙ୍କୁ ପରସ୍ପର ଠାରୁ ପୃଥକ୍ ମନେ କରିଥାଏ, ସେହି ଜ୍ଞାନ ରାଜସିକ ଗୁଣ ଭାବରେ ପରିଗଣିତ ହୁଏ ।