ଜ୍ଞାନକର୍ମସନ୍ଯାସଯୋଗ
ଅଥ ଚତୁର୍ଥୋଧ୍ଯାଯ
ଶ୍ଲୋକ 1
ଶ୍ରୀଭଗଵାନୁଵାଚ |
ଇମଂ ଵିଵସ୍ଵତେ ଯୋଗଂ ପ୍ରୋକ୍ତଵାନହମଵ୍ଯଯମ୍ |
ଵିଵସ୍ଵାନ୍ମନଵେ ପ୍ରାହ ମନୁରିକ୍ଷ୍ଵାକଵେଽବ୍ରଵୀତ୍ ||୪-୧||
ଅନୁବାଦ
ଭଗବାନ ଶ୍ରୀକୃଷ୍ଣ କହିଲେ: ମୁଁ ଏହି ଶାଶ୍ୱତ ଯୋଗର ବିଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ପ୍ରଦାନ କଲି, ସେ ଏହା ମନୁଙ୍କୁ ହସ୍ତାନ୍ତରିତ କଲେ ଼ଏବଂ ତାପରେ ମନୁ ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଲେ ।
ଶ୍ଲୋକ 10
ଵୀତରାଗଭଯକ୍ରୋଧା ମନ୍ମଯା ମାମୁପାଶ୍ରିତାଃ |
ବହଵୋ ଜ୍ଞାନତପସା ପୂତା ମଦ୍ଭାଵମାଗତାଃ ||୪-୧୦||
ଅନୁବାଦ
ଅତୀତରେ ଅନେକ ବ୍ୟକ୍ତି ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ହୋଇ ପୂର୍ଣ୍ଣତଃ ମୋ ପ୍ରତି ସମର୍ପିତ ହୋଇଛନ୍ତି ଏବଂ ଶରଣାଗତି ଦ୍ୱାରା ମୋର ଦିବ୍ୟ ଜ୍ଞାନ ପ୍ରାପ୍ତ କରି ଶୁଦ୍ଧ ହୋଇଛନ୍ତି ଏବଂ ସେମାନେ ମୋର ଦିବ୍ୟ ପ୍ରେମ ଲାଭ କରିଛନ୍ତି ।
ଶ୍ଲୋକ 15
ଏଵଂ ଜ୍ଞାତ୍ଵା କୃତଂ କର୍ମ ପୂର୍ଵୈରପି ମୁମୁକ୍ଷୁଭିଃ |
କୁରୁ କର୍ମୈଵ ତସ୍ମାତ୍ତ୍ଵଂ ପୂର୍ଵୈଃ ପୂର୍ଵତରଂ କୃତମ୍ ||୪-୧୫||
ଅନୁବାଦ
ପ୍ରାଚୀନ କାଳରେ ମୁକ୍ତିକାମୀ ମହାପୁରୁଷମାନେ ଏହି ସତ୍ୟକୁ ଜାଣି ତଦନୁସାରେ କର୍ମ କରୁଥିଲେ । ଅତଏବ ସେହି ପ୍ରାଚୀନ ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ମଧ୍ୟ ତୁମର କର୍ତ୍ତବ୍ୟ କରିବା ଉଚିତ ।
ଶ୍ଲୋକ 16
କିଂ କର୍ମ କିମକର୍ମେତି କଵଯୋଽପ୍ଯତ୍ର ମୋହିତାଃ |
ତତ୍ତେ କର୍ମ ପ୍ରଵକ୍ଷ୍ଯାମି ଯଜ୍ଜ୍ଞାତ୍ଵା ମୋକ୍ଷ୍ଯସେଽଶୁଭାତ୍ ||୪-୧୬||
ଅନୁବାଦ
କର୍ମ କ’ଣ ଓ ଅକର୍ମ କ’ଣ? ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରତିପାଦନ କରିବାକ୍ୁ ଯାଇ ଦ୍ୱନ୍ଦ୍ୱରେ ପଡିଥାନ୍ତି । ମୁଁ ବର୍ତ୍ତମାନ କର୍ମର ରହସ୍ୟ ବର୍ଣ୍ଣନା କରିବି, ଯାହାକୁ ଜାଣି ତୁମେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବ ।
ଶ୍ଲୋକ 18
କର୍ମଣ୍ଯକର୍ମ ଯଃ ପଶ୍ଯେଦକର୍ମଣି ଚ କର୍ମ ଯଃ |
ସ ବୁଦ୍ଧିମାନ୍ମନୁଷ୍ଯେଷୁ ସ ଯୁକ୍ତଃ କୃତ୍ସ୍ନକର୍ମକୃତ୍ ||୪-୧୮||
ଅନୁବାଦ
ଯେଉଁମାନେ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖି ପାରନ୍ତି, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଜ୍ଞ ଅଟନ୍ତି । ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ, ସେମାନେ ଯୋଗୀ ତଥା ତାଙ୍କ କର୍ମର ନିୟନ୍ତ୍ରକ ଅଟନ୍ତି ।
ଶ୍ଲୋକ 19
ଯସ୍ଯ ସର୍ଵେ ସମାରମ୍ଭାଃ କାମସଙ୍କଲ୍ପଵର୍ଜିତାଃ |
ଜ୍ଞାନାଗ୍ନିଦଗ୍ଧକର୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ ||୪-୧୯||
ଅନୁବାଦ
ଯାହାର ପ୍ରତ୍ୟେକ କର୍ମ ଭୌତିକ କାମନା ରହିତ ହୋଇଥାଏ ଏବଂ ଯେଉଁମାନେ ତାଙ୍କର କର୍ମର ପ୍ରତିକ୍ରିୟାକୁ ଦିବ୍ୟ ଜ୍ଞାନ ରୂପକ ଅଗ୍ନିରେ ଦଗ୍ଧ କରି ଦେଇଥାନ୍ତି, ସେମାନଙ୍କୁ ବିଜ୍ଞ ମହାତ୍ମାମାନେ ଜ୍ଞାନୀ କହିଥାନ୍ତି ।
ଶ୍ଲୋକ 22
ଯଦୃଚ୍ଛାଲାଭସନ୍ତୁଷ୍ଟୋ ଦ୍ଵନ୍ଦ୍ଵାତୀତୋ ଵିମତ୍ସରଃ |
ସମଃ ସିଦ୍ଧାଵସିଦ୍ଧୌ ଚ କୃତ୍ଵାପି ନ ନିବଧ୍ଯତେ ||୪-୨୨||
ଅନୁବାଦ
ସ୍ୱତଃ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷାଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି । ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହୁଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ ।
ଶ୍ଲୋକ 23
ଗତସଙ୍ଗସ୍ଯ ମୁକ୍ତସ୍ଯ ଜ୍ଞାନାଵସ୍ଥିତଚେତସଃ |
ଯଜ୍ଞାଯାଚରତଃ କର୍ମ ସମଗ୍ରଂ ପ୍ରଵିଲୀଯତେ ||୪-୨୩||
ଅନୁବାଦ
ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟଜ୍ଞାନ ସ୍ତରରେ ସ୍ଥିତ ହୁଏ । ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ (ଭଗବାନଙ୍କ ଉଦ୍ଦେଶ୍ୟରେ) ରୂପରେ କରିଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି ।
ଶ୍ଲୋକ 24
ବ୍ରହ୍ମାର୍ପଣଂ ବ୍ରହ୍ମ ହଵିର୍ବ୍ରହ୍ମାଗ୍ନୌ ବ୍ରହ୍ମଣା ହୁତମ୍ |
ବ୍ରହ୍ମୈଵ ତେନ ଗନ୍ତଵ୍ଯଂ ବ୍ରହ୍ମକର୍ମସମାଧିନା ||୪-୨୪||
ଅନୁବାଦ
ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ବ୍ରହ୍ମଚେତନାରେ ଲୀନ ରହନ୍ତି, ତାଙ୍କ ପାଇଁ ନୈବେଦ୍ୟ ବ୍ରହ୍ମ ଅଟନ୍ତି, ନୈବେଦ୍ୟ ଦିଆଯାଉଥିବା ଅଣକ ବ୍ରହ୍ମ ଅଟନ୍ତି, ଅର୍ପଣ କରୁଥିବା କ୍ରିୟା ବ୍ରହ୍ମ ଅଟନ୍ତି, ଯଜ୍ଞ ଅଗ୍ନି ମଧ୍ୟ ବ୍ରହ୍ମ ଅଟନ୍ତି । ଯେଉଁମାନେ ପ୍ରତ୍ୟେକ ବସ୍ତୁକୁ ବ୍ରହ୍ମରୂପରେ ଦେଖନ୍ତି, ସେମାନେ ସହଜରେ ତାଙ୍କୁ ପ୍ରାପ୍ତ କରିଥା’ନ୍ତି ।
ଶ୍ଲୋକ 28
ଦ୍ରଵ୍ଯଯଜ୍ଞାସ୍ତପୋଯଜ୍ଞା ଯୋଗଯଜ୍ଞାସ୍ତଥାପରେ |
ସ୍ଵାଧ୍ଯାଯଜ୍ଞାନଯଜ୍ଞାଶ୍ଚ ଯତଯଃ ସଂଶିତଵ୍ରତାଃ ||୪-୨୮||
ଅନୁବାଦ
କେହି କେହି ତାଙ୍କ ପାଖରେ ଥିବା ଧନରାଶିକୁ ଯଜ୍ଞ ରୂପରେ ପ୍ରଦାନ କରନ୍ତି, ଅନ୍ୟମାନେ ଯଜ୍ଞ ରୂପରେ କଠୋର ଆତ୍ମସଂଯମ ପାଳନ କରନ୍ତି । ଅନ୍ୟ କେହି କେହି ଅଷ୍ଟାଙ୍ଗ ଯୋଗକ୍ରିୟାର ସାଧନା କରିଥାନ୍ତି । ପୁଣି କେତେଜଣ କଠୋର ପ୍ରତିଜ୍ଞାବଦ୍ଧ ହୋଇ, ଶାସ୍ତ୍ର ଆଦି ପଠନ ଦ୍ୱାରା ଜ୍ଞାନ ଅର୍ଜନକୁ ଯଜ୍ଞ ରୂପେ କରିଥାନ୍ତି ।
ଶ୍ଲୋକ 29
ଅପାନେ ଜୁହ୍ଵତି ପ୍ରାଣଂ ପ୍ରାଣେଽପାନଂ ତଥାପରେ |
ପ୍ରାଣାପାନଗତୀ ରୁଦ୍ଧ୍ଵା ପ୍ରାଣାଯାମପରାଯଣାଃ ||୪-୨୯||
ଅନୁବାଦ
ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ ପ୍ରାଣାୟାମ କରିଥାନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି, ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣଭାବେ ତତ୍ପର ରହନ୍ତି । ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞରୂପରେ ଅର୍ପଣ କରନ୍ତି । ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତି ମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି ।
ଶ୍ଲୋକ 30
ଅପରେ ନିଯତାହାରାଃ ପ୍ରାଣାନ୍ପ୍ରାଣେଷୁ ଜୁହ୍ଵତି |
ସର୍ଵେଽପ୍ଯେତେ ଯଜ୍ଞଵିଦୋ ଯଜ୍ଞକ୍ଷପିତକଲ୍ମଷାଃ ||୪-୩୦||
ଅନୁବାଦ
ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ ପ୍ରାଣାୟାମ କରିଥାନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି, ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣଭାବେ ତତ୍ପର ରହନ୍ତି । ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞରୂପରେ ଅର୍ପଣ କରନ୍ତି । ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତି ମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି ।
ଶ୍ଲୋକ 31
ଯଜ୍ଞଶିଷ୍ଟାମୃତଭୁଜୋ ଯାନ୍ତି ବ୍ରହ୍ମ ସନାତନମ୍ |
ନାଯଂ ଲୋକୋଽସ୍ତ୍ଯଯଜ୍ଞସ୍ଯ କୁତୋଽନ୍ଯଃ କୁରୁସତ୍ତମ ||୪-୩୧||
ଅନୁବାଦ
ଯେଉଁମାନେ ଯଜ୍ଞର ରହସ୍ୟ ଜାଣନ୍ତି ଏବଂ ତାକୁ ପାଳନ କରି ତାର ଅବଶିଷ୍ଟାଂଶକୁ ଅମୃତପରି ଗ୍ରହଣ କରନ୍ତି, ସେମାନେ ପରମ ସତ୍ୟ ଦିଗରେ ଅଗ୍ରସର ହୁଅନ୍ତି । ହେ କୁରୁଶ୍ରେଷ୍ଠ! ଯେଉଁମାନେ କୌଣସି ଯଜ୍ଞ କରନ୍ତି ନାହିଁ, ସେମାନେ ଇହଲୋକ ବା ପରଲୋକରେ କୌଣସି ସୁଖ ଲାଭ କରନ୍ତି ନାହିଁ ।
ଶ୍ଲୋକ 34
ତଦ୍ଵିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେଵଯା |
ଉପଦେକ୍ଷ୍ଯନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ଵଦର୍ଶିନଃ ||୪-୩୪||
ଅନୁବାଦ
ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଇ ସତ୍ୟକୁ ଜାଣ । ବିନମ୍ରତା ସହ ତାଙ୍କୁ ପ୍ରଶ୍ନ କର ଏବଂ ତାଙ୍କର ସେବା କର । ଏହିପରି ଜଣେ ଶାସ୍ତ୍ରଜ୍ଞ ମହାପୁରୁଷ ତୁମକୁ ଜ୍ଞାନ ପ୍ରଦାନ କରିପାରିବେ, କାରଣ ସେ ସତ୍ୟର ଦର୍ଶନ କରିଛନ୍ତି ।
ଶ୍ଲୋକ 35
ଯଜ୍ଜ୍ଞାତ୍ଵା ନ ପୁନର୍ମୋହମେଵଂ ଯାସ୍ଯସି ପାଣ୍ଡଵ |
ଯେନ ଭୂତାନ୍ଯଶେଷେଣ ଦ୍ରକ୍ଷ୍ଯସ୍ଯାତ୍ମନ୍ଯଥୋ ମଯି (var ଅଶେଷାଣି) ||୪-୩୫||
ଅନୁବାଦ
ହେ ଅର୍ଜୁନ! ଏହି ପଥ ଅନୁସରଣ କରି ତଥା ଗୁରୁଙ୍କ ଦ୍ୱାରା ଜ୍ଞାନୋଦ୍ଦୀପ୍ତ ହୋଇ, ତୁମେ ଆଉ ଭ୍ରମିତ ହେବ ନାହିଁ । ସେହି ଜ୍ଞାନର ଆଲୋକରେ, ତୁମେ ସମସ୍ତ ପ୍ରାଣୀଙ୍କୁ ପରମାତ୍ମାଙ୍କର ଅଂଶ ଭାବରେ ଏବଂ ମୋ ମଧ୍ୟରେ ଦେଖିବ ।
ଶ୍ଲୋକ 39
ଶ୍ରଦ୍ଧାଵାଁଲ୍ଲଭତେ ଜ୍ଞାନଂ ତତ୍ପରଃ ସଂଯତେନ୍ଦ୍ରିଯଃ |
ଜ୍ଞାନଂ ଲବ୍ଧ୍ଵା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ||୪-୩୯||
ଅନୁବାଦ
ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି । ଏହିପରି ପରମାର୍ଥିକ ଜ୍ଞାନ ଦ୍ୱାରା, ସେମାନେ ଅଚିରେ ଚିରନ୍ତନ ଶାନ୍ତି ଲାଭ କରନ୍ତି ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।