ଜ୍ଞାନକର୍ମସନ୍ଯାସଯୋଗ
ଅଥ ଚତୁର୍ଥୋଧ୍ଯାଯ
ଶ୍ଲୋକ 1
ଶ୍ରୀଭଗଵାନୁଵାଚ |
ଇମଂ ଵିଵସ୍ଵତେ ଯୋଗଂ ପ୍ରୋକ୍ତଵାନହମଵ୍ଯଯମ୍ |
ଵିଵସ୍ଵାନ୍ମନଵେ ପ୍ରାହ ମନୁରିକ୍ଷ୍ଵାକଵେଽବ୍ରଵୀତ୍ ||୪-୧||
ଅନୁବାଦ
ଭଗବାନ ଶ୍ରୀକୃଷ୍ଣ କହିଲେ: ମୁଁ ଏହି ଶାଶ୍ୱତ ଯୋଗର ବିଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ପ୍ରଦାନ କଲି, ସେ ଏହା ମନୁଙ୍କୁ ହସ୍ତାନ୍ତରିତ କଲେ ଼ଏବଂ ତାପରେ ମନୁ ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଲେ ।
ଶ୍ଲୋକ 2
ଏଵଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷଯୋ ଵିଦୁଃ |
ସ କାଲେନେହ ମହତା ଯୋଗୋ ନଷ୍ଟଃ ପରନ୍ତପ ||୪-୨||
ଅନୁବାଦ
ହେ ଶତ୍ରୁଜିତ! ରାଜର୍ଷିମାନେ ଏକ ଧାରାବାହିକ ପରମ୍ପରା ଭାବରେ ଏହି ଯୋଗର ବିଜ୍ଞାନ ପାଇ ଆସୁଥିଲେ, କିନ୍ତୁ ସମୟକ୍ରମେ ତାହା ସଂସାରରୁ ଲୋପ ପାଇଯାଇଛି ।
ଶ୍ଲୋକ 3
ସ ଏଵାଯଂ ମଯା ତେଽଦ୍ଯ ଯୋଗଃ ପ୍ରୋକ୍ତଃ ପୁରାତନଃ |
ଭକ୍ତୋଽସି ମେ ସଖା ଚେତି ରହସ୍ଯଂ ହ୍ଯେତଦୁତ୍ତମମ୍ ||୪-୩||
ଅନୁବାଦ
ମୁଁ ସେହି ପ୍ରାଚୀନ, ଅତ୍ୟନ୍ତ ଗୁପ୍ତ ଯୋଗର ବିଜ୍ଞାନ ଆଜି ତୁମ ସମ୍ମୁଖରେ ପ୍ରକାଶ କରୁଛି, କାରଣ ତୁମେ ମୋର ସଖା ତଥା ଭକ୍ତ ଅଟ ଏବଂ ତୁମେ ଏହି ଅଲୌକିକ ଜ୍ଞାନକୁ ବୁଝିପାରିବ ।
ଶ୍ଲୋକ 4
ଅର୍ଜୁନ ଉଵାଚ |
ଅପରଂ ଭଵତୋ ଜନ୍ମ ପରଂ ଜନ୍ମ ଵିଵସ୍ଵତଃ |
କଥମେତଦ୍ଵିଜାନୀଯାଂ ତ୍ଵମାଦୌ ପ୍ରୋକ୍ତଵାନିତି ||୪-୪||
ଅନୁବାଦ
ଅର୍ଜୁନ କହିଲେ; ଆପଣ ବିବସ୍ୱାନଙ୍କର ଜନ୍ମର ବହୁତ ପରେ ଜନ୍ମ ହୋଇଛନ୍ତି । ତେଣୁ ଆପଣ ପ୍ରାରମ୍ଭରେ ଏହି ବିଦ୍ୟା ତାଙ୍କୁ କିପରି ପ୍ରଦାନ କରିଥିଲେ, ତାହା ମୁଁ ବୁଝିପାରୁନାହିଁ ।
ଶ୍ଲୋକ 5
ଶ୍ରୀଭଗଵାନୁଵାଚ |
ବହୂନି ମେ ଵ୍ଯତୀତାନି ଜନ୍ମାନି ତଵ ଚାର୍ଜୁନ |
ତାନ୍ଯହଂ ଵେଦ ସର୍ଵାଣି ନ ତ୍ଵଂ ଵେତ୍ଥ ପରନ୍ତପ ||୪-୫||
ଅନୁବାଦ
ଶ୍ରୀ ଭଗବାନ କହିଲେ: ହେ ପରନ୍ତପ ଅର୍ଜୁନ! ତୁମେ ଓ ମୁଁ ଉଭୟ ଅନେକ ଜନ୍ମ ଗ୍ରହଣ କରିଅଛେ । ତୁମେ ସେସବୁ ଭୁଲିଯାଇଛ, କିନ୍ତୁ ମୋର ସବୁ ମନେଅଛି ।
ଶ୍ଲୋକ 6
ଅଜୋଽପି ସନ୍ନଵ୍ଯଯାତ୍ମା ଭୂତାନାମୀଶ୍ଵରୋଽପି ସନ୍ |
ପ୍ରକୃତିଂ ସ୍ଵାମଧିଷ୍ଠାଯ ସମ୍ଭଵାମ୍ଯାତ୍ମମାଯଯା ||୪-୬||
ଅନୁବାଦ
ଯଦିଓ ମୁଁ ଅଜନ୍ମା, ସମସ୍ତ ପ୍ରାଣୀଙ୍କର ଅଧୀଶ୍ୱର ଏବଂ ଅବିନାଶୀ ଗୁଣ ସମ୍ପନ୍ନ ଅଟେ, ତଥାପି ମୁଁ ମୋର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସଂସାରରେ ଆବିର୍ଭାବ ହୋଇଥାଏ ।
ଶ୍ଲୋକ 7
ଯଦା ଯଦା ହି ଧର୍ମସ୍ଯ ଗ୍ଲାନିର୍ଭଵତି ଭାରତ |
ଅଭ୍ଯୁତ୍ଥାନମଧର୍ମସ୍ଯ ତଦାତ୍ମାନଂ ସୃଜାମ୍ଯହମ୍ ||୪-୭||
ଅନୁବାଦ
ହେ ଅର୍ଜୁନ! ଯେତେବେଳେ ବି ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ଘଟେ, ସେତେବେଳେ ମୁଁ ସଂସାରରେ ଅବତରିତ ହୁଏ ।
ଶ୍ଲୋକ 8
ପରିତ୍ରାଣାଯ ସାଧୂନାଂ ଵିନାଶାଯ ଚ ଦୁଷ୍କୃତାମ୍ |
ଧର୍ମସଂସ୍ଥାପନାର୍ଥାଯ ସମ୍ଭଵାମି ଯୁଗେ ଯୁଗେ ||୪-୮||
ଅନୁବାଦ
ସନ୍ଥମାନଙ୍କର ରକ୍ଷା କରିବା ପାଇଁ, ଦୁଷ୍ଟମାନଙ୍କର ବିନାଶ କରିବା ପାଇଁ ଏବଂ ଧର୍ମର ମାର୍ଗର ପୁନଃ ପ୍ରତିଷ୍ଠା ପାଇଁ, ମୁଁ ଯୁଗେ ଯୁଗେ ଧରାପୃଷ୍ଠରେ ଅବତରିତ ହୋଇଥାଏ ।
ଶ୍ଲୋକ 9
ଜନ୍ମ କର୍ମ ଚ ମେ ଦିଵ୍ଯମେଵଂ ଯୋ ଵେତ୍ତି ତତ୍ତ୍ଵତଃ |
ତ୍ଯକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ ||୪-୯||
ଅନୁବାଦ
ଯେଉଁମାନେ ମୋର ଜନ୍ମ ଓ କର୍ମର ଦିବ୍ୟତାକୁ ବୁଝିପାରନ୍ତି, ହେ ଅର୍ଜୁନ! ସେମାନେ ଶରୀର ତ୍ୟାଗ ପରେ, ପୁନର୍ବାର ଜନ୍ମ ଗ୍ରହଣ ନକରି, ମୋର ଦିବ୍ୟଧାମକୁ ଆସିଥାନ୍ତି ।
ଶ୍ଲୋକ 10
ଵୀତରାଗଭଯକ୍ରୋଧା ମନ୍ମଯା ମାମୁପାଶ୍ରିତାଃ |
ବହଵୋ ଜ୍ଞାନତପସା ପୂତା ମଦ୍ଭାଵମାଗତାଃ ||୪-୧୦||
ଅନୁବାଦ
ଅତୀତରେ ଅନେକ ବ୍ୟକ୍ତି ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ହୋଇ ପୂର୍ଣ୍ଣତଃ ମୋ ପ୍ରତି ସମର୍ପିତ ହୋଇଛନ୍ତି ଏବଂ ଶରଣାଗତି ଦ୍ୱାରା ମୋର ଦିବ୍ୟ ଜ୍ଞାନ ପ୍ରାପ୍ତ କରି ଶୁଦ୍ଧ ହୋଇଛନ୍ତି ଏବଂ ସେମାନେ ମୋର ଦିବ୍ୟ ପ୍ରେମ ଲାଭ କରିଛନ୍ତି ।
ଶ୍ଲୋକ 11
ଯେ ଯଥା ମାଂ ପ୍ରପଦ୍ଯନ୍ତେ ତାଂସ୍ତଥୈଵ ଭଜାମ୍ଯହମ୍ |
ମମ ଵର୍ତ୍ମାନୁଵର୍ତନ୍ତେ ମନୁଷ୍ଯାଃ ପାର୍ଥ ସର୍ଵଶଃ ||୪-୧୧||
ଅନୁବାଦ
ମନୁଷ୍ୟମାନେ ଯେପରି ଭାବରେ ମୋର ଶରଣାଗତ ହୁଅନ୍ତି, ମୁଁ ସେମାନଙ୍କୁ ସେହି ଅନୁସାରେ ତାର ପ୍ରତିଦାନ ଦେଇଥାଏ । ହେ ପାର୍ଥ! ଜ୍ଞାତରେ ହେଉ କି ଅଜ୍ଞାତ ସାରରେ ହେଉ ସମସ୍ତେ ମୋର ମାର୍ଗ ଅନୁସରଣ କରନ୍ତି ।
ଶ୍ଲୋକ 12
କାଙ୍କ୍ଷନ୍ତଃ କର୍ମଣାଂ ସିଦ୍ଧିଂ ଯଜନ୍ତ ଇହ ଦେଵତାଃ |
କ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧିର୍ଭଵତି କର୍ମଜା ||୪-୧୨||
ଅନୁବାଦ
ଏହି ପୃଥିବୀରେ ଯେଉଁମାନେ ସାଂସାରିକ କାର୍ଯ୍ୟରେ ସଫଳ ହେବାକୁ ଚାହାଁନ୍ତି, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି, କାରଣ ତଦ୍ୱାରା ସାଂସାରିକ ଫଳ ଅତି ଶୀଘ୍ର ପ୍ରାପ୍ତ ହୋଇଥାଏ ।
ଶ୍ଲୋକ 13
ଚାତୁର୍ଵର୍ଣ୍ଯଂ ମଯା ସୃଷ୍ଟଂ ଗୁଣକର୍ମଵିଭାଗଶଃ |
ତସ୍ଯ କର୍ତାରମପି ମାଂ ଵିଦ୍ଧ୍ଯକର୍ତାରମଵ୍ଯଯମ୍ ||୪-୧୩||
ଅନୁବାଦ
ମନୁଷ୍ୟମାନଙ୍କର ଗୁଣ ଓ କର୍ମ ଅନୁସାରେ, ମୁଁ ଚାରି ପ୍ରକାର ବର୍ଣ୍ଣ ବା ବୃତ୍ତି ସୃଷ୍ଟି କରିଥିଲି । ଯଦିଓ ମୁଁ ଏହି ଶ୍ରେଣୀ ବିଭାଗର ସ୍ରଷ୍ଟା ଅଟେ, ମୋତେ ଅକର୍ତ୍ତା ତଥା ଚିରନ୍ତନ ବିବେଚନା କର ।
ଶ୍ଲୋକ 14
ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଲେ ସ୍ପୃହା |
ଇତି ମାଂ ଯୋଽଭିଜାନାତି କର୍ମଭିର୍ନ ସ ବଧ୍ଯତେ ||୪-୧୪||
ଅନୁବାଦ
କୌଣସି କର୍ମ ମୋତେ ପ୍ରଭାବିତ କରେ ନାହିଁ, କୌଣସି କର୍ମଫଳ ପ୍ରତି ମୋର ସ୍ପୃହା ନାହିଁ । ଯେଉଁମାନେ ମୋତେ ଏହି ରୂପରେ ଜାଣନ୍ତି, ସେମାନେ କର୍ମଫଳର ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ ।
ଶ୍ଲୋକ 15
ଏଵଂ ଜ୍ଞାତ୍ଵା କୃତଂ କର୍ମ ପୂର୍ଵୈରପି ମୁମୁକ୍ଷୁଭିଃ |
କୁରୁ କର୍ମୈଵ ତସ୍ମାତ୍ତ୍ଵଂ ପୂର୍ଵୈଃ ପୂର୍ଵତରଂ କୃତମ୍ ||୪-୧୫||
ଅନୁବାଦ
ପ୍ରାଚୀନ କାଳରେ ମୁକ୍ତିକାମୀ ମହାପୁରୁଷମାନେ ଏହି ସତ୍ୟକୁ ଜାଣି ତଦନୁସାରେ କର୍ମ କରୁଥିଲେ । ଅତଏବ ସେହି ପ୍ରାଚୀନ ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ମଧ୍ୟ ତୁମର କର୍ତ୍ତବ୍ୟ କରିବା ଉଚିତ ।
ଶ୍ଲୋକ 16
କିଂ କର୍ମ କିମକର୍ମେତି କଵଯୋଽପ୍ଯତ୍ର ମୋହିତାଃ |
ତତ୍ତେ କର୍ମ ପ୍ରଵକ୍ଷ୍ଯାମି ଯଜ୍ଜ୍ଞାତ୍ଵା ମୋକ୍ଷ୍ଯସେଽଶୁଭାତ୍ ||୪-୧୬||
ଅନୁବାଦ
କର୍ମ କ’ଣ ଓ ଅକର୍ମ କ’ଣ? ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରତିପାଦନ କରିବାକ୍ୁ ଯାଇ ଦ୍ୱନ୍ଦ୍ୱରେ ପଡିଥାନ୍ତି । ମୁଁ ବର୍ତ୍ତମାନ କର୍ମର ରହସ୍ୟ ବର୍ଣ୍ଣନା କରିବି, ଯାହାକୁ ଜାଣି ତୁମେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବ ।
ଶ୍ଲୋକ 17
କର୍ମଣୋ ହ୍ଯପି ବୋଦ୍ଧଵ୍ଯଂ ବୋଦ୍ଧଵ୍ଯଂ ଚ ଵିକର୍ମଣଃ |
ଅକର୍ମଣଶ୍ଚ ବୋଦ୍ଧଵ୍ଯଂ ଗହନା କର୍ମଣୋ ଗତିଃ ||୪-୧୭||
ଅନୁବାଦ
ତୁମେ ଏହି ତିନୋଟିର ସ୍ୱରୂପ ବୁଝିବା ନିତାନ୍ତ ଆବଶ୍ୟକ - କର୍ମ, ବିକର୍ମ ଓ ଅକର୍ମ । ଏହାର ସଠିକ୍ ନିରୂପଣ ଅତ୍ୟନ୍ତ ଗହନ ଏବଂ ଏହାକୁ ବୁଝିବା କଷ୍ଟକର ।
ଶ୍ଲୋକ 18
କର୍ମଣ୍ଯକର୍ମ ଯଃ ପଶ୍ଯେଦକର୍ମଣି ଚ କର୍ମ ଯଃ |
ସ ବୁଦ୍ଧିମାନ୍ମନୁଷ୍ଯେଷୁ ସ ଯୁକ୍ତଃ କୃତ୍ସ୍ନକର୍ମକୃତ୍ ||୪-୧୮||
ଅନୁବାଦ
ଯେଉଁମାନେ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖି ପାରନ୍ତି, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଜ୍ଞ ଅଟନ୍ତି । ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ, ସେମାନେ ଯୋଗୀ ତଥା ତାଙ୍କ କର୍ମର ନିୟନ୍ତ୍ରକ ଅଟନ୍ତି ।
ଶ୍ଲୋକ 19
ଯସ୍ଯ ସର୍ଵେ ସମାରମ୍ଭାଃ କାମସଙ୍କଲ୍ପଵର୍ଜିତାଃ |
ଜ୍ଞାନାଗ୍ନିଦଗ୍ଧକର୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ ||୪-୧୯||
ଅନୁବାଦ
ଯାହାର ପ୍ରତ୍ୟେକ କର୍ମ ଭୌତିକ କାମନା ରହିତ ହୋଇଥାଏ ଏବଂ ଯେଉଁମାନେ ତାଙ୍କର କର୍ମର ପ୍ରତିକ୍ରିୟାକୁ ଦିବ୍ୟ ଜ୍ଞାନ ରୂପକ ଅଗ୍ନିରେ ଦଗ୍ଧ କରି ଦେଇଥାନ୍ତି, ସେମାନଙ୍କୁ ବିଜ୍ଞ ମହାତ୍ମାମାନେ ଜ୍ଞାନୀ କହିଥାନ୍ତି ।
ଶ୍ଲୋକ 20
ତ୍ଯକ୍ତ୍ଵା କର୍ମଫଲାସଙ୍ଗଂ ନିତ୍ଯତୃପ୍ତୋ ନିରାଶ୍ରଯଃ |
କର୍ମଣ୍ଯଭିପ୍ରଵୃତ୍ତୋଽପି ନୈଵ କିଞ୍ଚିତ୍କରୋତି ସଃ ||୪-୨୦||
ଅନୁବାଦ
ଏହିପରି ବ୍ୟକ୍ତିମାନେ, ଫଳାସକ୍ତି ତ୍ୟାଗ କରିଥିବା ଯୋଗୁଁ, ବାହ୍ୟ ବସ୍ତୁ ଉପରେ ନିର୍ଭର ନ କରି ସର୍ବଦା ତୃପ୍ତ ରୁହନ୍ତି । ସମସ୍ତ କର୍ମ କରୁଥିବା ସତ୍ତ୍ୱେ ସେମାନେ କିଛି କରୁ ନ ଥାନ୍ତି ।
ଶ୍ଲୋକ 21
ନିରାଶୀର୍ଯତଚିତ୍ତାତ୍ମା ତ୍ଯକ୍ତସର୍ଵପରିଗ୍ରହଃ |
ଶାରୀରଂ କେଵଲଂ କର୍ମ କୁର୍ଵନ୍ନାପ୍ନୋତି କିଲ୍ବିଷମ୍ ||୪-୨୧||
ଅନୁବାଦ
ଆଶା ଓ ଅଧିକାରୀଭାବରୁ ମୁକ୍ତ ହୋଇ, ମନ ଓ ବୁଦ୍ଧିକୁ ପୂର୍ଣ୍ଣତଃ ବଶକରି, ଜଣେ ବ୍ୟକ୍ତି ଶରୀର ଦ୍ୱାରା କର୍ମ କରୁଥିଲେ ମଧ୍ୟ ପାପ ଯୁକ୍ତ ହୁଅନ୍ତି ନାହିଁ ।
ଶ୍ଲୋକ 22
ଯଦୃଚ୍ଛାଲାଭସନ୍ତୁଷ୍ଟୋ ଦ୍ଵନ୍ଦ୍ଵାତୀତୋ ଵିମତ୍ସରଃ |
ସମଃ ସିଦ୍ଧାଵସିଦ୍ଧୌ ଚ କୃତ୍ଵାପି ନ ନିବଧ୍ଯତେ ||୪-୨୨||
ଅନୁବାଦ
ସ୍ୱତଃ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷାଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି । ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହୁଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ ।
ଶ୍ଲୋକ 23
ଗତସଙ୍ଗସ୍ଯ ମୁକ୍ତସ୍ଯ ଜ୍ଞାନାଵସ୍ଥିତଚେତସଃ |
ଯଜ୍ଞାଯାଚରତଃ କର୍ମ ସମଗ୍ରଂ ପ୍ରଵିଲୀଯତେ ||୪-୨୩||
ଅନୁବାଦ
ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟଜ୍ଞାନ ସ୍ତରରେ ସ୍ଥିତ ହୁଏ । ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ (ଭଗବାନଙ୍କ ଉଦ୍ଦେଶ୍ୟରେ) ରୂପରେ କରିଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି ।
ଶ୍ଲୋକ 24
ବ୍ରହ୍ମାର୍ପଣଂ ବ୍ରହ୍ମ ହଵିର୍ବ୍ରହ୍ମାଗ୍ନୌ ବ୍ରହ୍ମଣା ହୁତମ୍ |
ବ୍ରହ୍ମୈଵ ତେନ ଗନ୍ତଵ୍ଯଂ ବ୍ରହ୍ମକର୍ମସମାଧିନା ||୪-୨୪||
ଅନୁବାଦ
ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ବ୍ରହ୍ମଚେତନାରେ ଲୀନ ରହନ୍ତି, ତାଙ୍କ ପାଇଁ ନୈବେଦ୍ୟ ବ୍ରହ୍ମ ଅଟନ୍ତି, ନୈବେଦ୍ୟ ଦିଆଯାଉଥିବା ଅଣକ ବ୍ରହ୍ମ ଅଟନ୍ତି, ଅର୍ପଣ କରୁଥିବା କ୍ରିୟା ବ୍ରହ୍ମ ଅଟନ୍ତି, ଯଜ୍ଞ ଅଗ୍ନି ମଧ୍ୟ ବ୍ରହ୍ମ ଅଟନ୍ତି । ଯେଉଁମାନେ ପ୍ରତ୍ୟେକ ବସ୍ତୁକୁ ବ୍ରହ୍ମରୂପରେ ଦେଖନ୍ତି, ସେମାନେ ସହଜରେ ତାଙ୍କୁ ପ୍ରାପ୍ତ କରିଥା’ନ୍ତି ।
ଶ୍ଲୋକ 25
ଦୈଵମେଵାପରେ ଯଜ୍ଞଂ ଯୋଗିନଃ ପର୍ଯୁପାସତେ |
ବ୍ରହ୍ମାଗ୍ନାଵପରେ ଯଜ୍ଞଂ ଯଜ୍ଞେନୈଵୋପଜୁହ୍ଵତି ||୪-୨୫||
ଅନୁବାଦ
କେତେକ ଯୋଗୀ ସ୍ୱର୍ଗର ଦେବତାମାନଙ୍କୁ ଭୌତିକ ଦ୍ରବ୍ୟମାନ ଅର୍ପଣ କରି ପୂଜା କରନ୍ତି । ଅନ୍ୟମାନେ ପରମ ସତ୍ୟର ଅଗ୍ନିରେ ସଂପୂର୍ଣ୍ଣ ରୂପେ ନିଜକୁ ଅର୍ପଣ କରି ଉପାସନା କରନ୍ତି ।
ଶ୍ଲୋକ 26
ଶ୍ରୋତ୍ରାଦୀନୀନ୍ଦ୍ରିଯାଣ୍ଯନ୍ଯେ ସଂଯମାଗ୍ନିଷୁ ଜୁହ୍ଵତି |
ଶବ୍ଦାଦୀନ୍ଵିଷଯାନନ୍ଯ ଇନ୍ଦ୍ରିଯାଗ୍ନିଷୁ ଜୁହ୍ଵତି ||୪-୨୬||
ଅନୁବାଦ
କେହି କେହି ଶ୍ରବଣ ତଥା ଅନ୍ୟ ଇନ୍ଦ୍ରିୟମାନଙ୍କୁ ସଂଯମ ରୂପୀ ଯଜ୍ଞାଗ୍ନିରେ ଆହୁତି ଦିଅନ୍ତି । ଅନ୍ୟମାନେ ଶବ୍ଦାଦି ଇନ୍ଦ୍ରିୟ ଭୋଗ୍ୟ ବିଷୟ ସବୁକୁ ଇନ୍ଦ୍ରିୟର ଅଗ୍ନିରେ ଅର୍ପଣ କରନ୍ତି ।
ଶ୍ଲୋକ 27
ସର୍ଵାଣୀନ୍ଦ୍ରିଯକର୍ମାଣି ପ୍ରାଣକର୍ମାଣି ଚାପରେ |
ଆତ୍ମସଂଯମଯୋଗାଗ୍ନୌ ଜୁହ୍ଵତି ଜ୍ଞାନଦୀପିତେ ||୪-୨୭||
ଅନୁବାଦ
କେତେକ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ତାଙ୍କର ଇନ୍ଦ୍ରିୟମାନଙ୍କର କର୍ମ ଏବଂ ପ୍ରାଣଶକ୍ତିକୁ ଆତ୍ମସଂଯମିତ ମନର ଅଗ୍ନିରେ ଅର୍ପଣ କରିଦିଅନ୍ତି ।
ଶ୍ଲୋକ 28
ଦ୍ରଵ୍ଯଯଜ୍ଞାସ୍ତପୋଯଜ୍ଞା ଯୋଗଯଜ୍ଞାସ୍ତଥାପରେ |
ସ୍ଵାଧ୍ଯାଯଜ୍ଞାନଯଜ୍ଞାଶ୍ଚ ଯତଯଃ ସଂଶିତଵ୍ରତାଃ ||୪-୨୮||
ଅନୁବାଦ
କେହି କେହି ତାଙ୍କ ପାଖରେ ଥିବା ଧନରାଶିକୁ ଯଜ୍ଞ ରୂପରେ ପ୍ରଦାନ କରନ୍ତି, ଅନ୍ୟମାନେ ଯଜ୍ଞ ରୂପରେ କଠୋର ଆତ୍ମସଂଯମ ପାଳନ କରନ୍ତି । ଅନ୍ୟ କେହି କେହି ଅଷ୍ଟାଙ୍ଗ ଯୋଗକ୍ରିୟାର ସାଧନା କରିଥାନ୍ତି । ପୁଣି କେତେଜଣ କଠୋର ପ୍ରତିଜ୍ଞାବଦ୍ଧ ହୋଇ, ଶାସ୍ତ୍ର ଆଦି ପଠନ ଦ୍ୱାରା ଜ୍ଞାନ ଅର୍ଜନକୁ ଯଜ୍ଞ ରୂପେ କରିଥାନ୍ତି ।
ଶ୍ଲୋକ 29
ଅପାନେ ଜୁହ୍ଵତି ପ୍ରାଣଂ ପ୍ରାଣେଽପାନଂ ତଥାପରେ |
ପ୍ରାଣାପାନଗତୀ ରୁଦ୍ଧ୍ଵା ପ୍ରାଣାଯାମପରାଯଣାଃ ||୪-୨୯||
ଅନୁବାଦ
ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ ପ୍ରାଣାୟାମ କରିଥାନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି, ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣଭାବେ ତତ୍ପର ରହନ୍ତି । ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞରୂପରେ ଅର୍ପଣ କରନ୍ତି । ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତି ମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି ।
ଶ୍ଲୋକ 30
ଅପରେ ନିଯତାହାରାଃ ପ୍ରାଣାନ୍ପ୍ରାଣେଷୁ ଜୁହ୍ଵତି |
ସର୍ଵେଽପ୍ଯେତେ ଯଜ୍ଞଵିଦୋ ଯଜ୍ଞକ୍ଷପିତକଲ୍ମଷାଃ ||୪-୩୦||
ଅନୁବାଦ
ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ ପ୍ରାଣାୟାମ କରିଥାନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି, ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣଭାବେ ତତ୍ପର ରହନ୍ତି । ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞରୂପରେ ଅର୍ପଣ କରନ୍ତି । ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତି ମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି ।
ଶ୍ଲୋକ 31
ଯଜ୍ଞଶିଷ୍ଟାମୃତଭୁଜୋ ଯାନ୍ତି ବ୍ରହ୍ମ ସନାତନମ୍ |
ନାଯଂ ଲୋକୋଽସ୍ତ୍ଯଯଜ୍ଞସ୍ଯ କୁତୋଽନ୍ଯଃ କୁରୁସତ୍ତମ ||୪-୩୧||
ଅନୁବାଦ
ଯେଉଁମାନେ ଯଜ୍ଞର ରହସ୍ୟ ଜାଣନ୍ତି ଏବଂ ତାକୁ ପାଳନ କରି ତାର ଅବଶିଷ୍ଟାଂଶକୁ ଅମୃତପରି ଗ୍ରହଣ କରନ୍ତି, ସେମାନେ ପରମ ସତ୍ୟ ଦିଗରେ ଅଗ୍ରସର ହୁଅନ୍ତି । ହେ କୁରୁଶ୍ରେଷ୍ଠ! ଯେଉଁମାନେ କୌଣସି ଯଜ୍ଞ କରନ୍ତି ନାହିଁ, ସେମାନେ ଇହଲୋକ ବା ପରଲୋକରେ କୌଣସି ସୁଖ ଲାଭ କରନ୍ତି ନାହିଁ ।
ଶ୍ଲୋକ 32
ଏଵଂ ବହୁଵିଧା ଯଜ୍ଞା ଵିତତା ବ୍ରହ୍ମଣୋ ମୁଖେ |
କର୍ମଜାନ୍ଵିଦ୍ଧି ତାନ୍ସର୍ଵାନେଵଂ ଜ୍ଞାତ୍ଵା ଵିମୋକ୍ଷ୍ଯସେ ||୪-୩୨||
ଅନୁବାଦ
ଏହିପରି ବିଭିନ୍ନ ପ୍ରକାରର ଯଜ୍ଞ ବେଦରେ ବର୍ଣ୍ଣିତ ହୋଇଛି । ତାହା ଭିନ୍ନ ଭିନ୍ନ ପ୍ରକାରର କର୍ମରୁ ଉତ୍ପନ୍ନ ହେଉଥିବା ବିଷୟରେ ଜାଣ; ଏହି ଜ୍ଞାନ ମାୟିକ ବନ୍ଧନର ଗ୍ରନ୍ଥିକୁ ଛିନ୍ନ କରିଦିଏ ।
ଶ୍ଲୋକ 33
ଶ୍ରେଯାନ୍ଦ୍ରଵ୍ଯମଯାଦ୍ଯଜ୍ଞାଜ୍ଜ୍ଞାନଯଜ୍ଞଃ ପରନ୍ତପ |
ସର୍ଵଂ କର୍ମାଖିଲଂ ପାର୍ଥ ଜ୍ଞାନେ ପରିସମାପ୍ଯତେ ||୪-୩୩||
ଅନୁବାଦ
ହେ ପରନ୍ତପ! ଜ୍ଞାନଯଜ୍ଞ, ଯନ୍ତ୍ରବତ୍ ଦ୍ରବ୍ୟଯଜ୍ଞଠାରୁ ଶ୍ରେଷ୍ଠ ଅଟେ । ହେ ପାର୍ଥ! ସର୍ବଶେଷରେ କର୍ମର ସମସ୍ତ ଯଜ୍ଞ ଜ୍ଞାନରେ ସ୍ଥିତ ହୋଇଥାଏ ।
ଶ୍ଲୋକ 34
ତଦ୍ଵିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେଵଯା |
ଉପଦେକ୍ଷ୍ଯନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ଵଦର୍ଶିନଃ ||୪-୩୪||
ଅନୁବାଦ
ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଇ ସତ୍ୟକୁ ଜାଣ । ବିନମ୍ରତା ସହ ତାଙ୍କୁ ପ୍ରଶ୍ନ କର ଏବଂ ତାଙ୍କର ସେବା କର । ଏହିପରି ଜଣେ ଶାସ୍ତ୍ରଜ୍ଞ ମହାପୁରୁଷ ତୁମକୁ ଜ୍ଞାନ ପ୍ରଦାନ କରିପାରିବେ, କାରଣ ସେ ସତ୍ୟର ଦର୍ଶନ କରିଛନ୍ତି ।
ଶ୍ଲୋକ 35
ଯଜ୍ଜ୍ଞାତ୍ଵା ନ ପୁନର୍ମୋହମେଵଂ ଯାସ୍ଯସି ପାଣ୍ଡଵ |
ଯେନ ଭୂତାନ୍ଯଶେଷେଣ ଦ୍ରକ୍ଷ୍ଯସ୍ଯାତ୍ମନ୍ଯଥୋ ମଯି (var ଅଶେଷାଣି) ||୪-୩୫||
ଅନୁବାଦ
ହେ ଅର୍ଜୁନ! ଏହି ପଥ ଅନୁସରଣ କରି ତଥା ଗୁରୁଙ୍କ ଦ୍ୱାରା ଜ୍ଞାନୋଦ୍ଦୀପ୍ତ ହୋଇ, ତୁମେ ଆଉ ଭ୍ରମିତ ହେବ ନାହିଁ । ସେହି ଜ୍ଞାନର ଆଲୋକରେ, ତୁମେ ସମସ୍ତ ପ୍ରାଣୀଙ୍କୁ ପରମାତ୍ମାଙ୍କର ଅଂଶ ଭାବରେ ଏବଂ ମୋ ମଧ୍ୟରେ ଦେଖିବ ।
ଶ୍ଲୋକ 36
ଅପି ଚେଦସି ପାପେଭ୍ଯଃ ସର୍ଵେଭ୍ଯଃ ପାପକୃତ୍ତମଃ |
ସର୍ଵଂ ଜ୍ଞାନପ୍ଲଵେନୈଵ ଵୃଜିନଂ ସନ୍ତରିଷ୍ଯସି ||୪-୩୬||
ଅନୁବାଦ
ଯେଉଁମାନେ ପାପୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାପାତ୍ମା ରୂପେ ପରିଗଣିତ ହୁଅନ୍ତି, ସେମାନେ ମଧ୍ୟ ଦିବ୍ୟଜ୍ଞାନର ନୈକାରେ ଆରୋହଣ କରି ଭବସାଗର ପାର କରିବାକୁ ସକ୍ଷମ ହୋଇପାରିବେ ।
ଶ୍ଲୋକ 37
ଯଥୈଧାଂସି ସମିଦ୍ଧୋଽଗ୍ନିର୍ଭସ୍ମସାତ୍କୁରୁତେଽର୍ଜୁନ |
ଜ୍ଞାନାଗ୍ନିଃ ସର୍ଵକର୍ମାଣି ଭସ୍ମସାତ୍କୁରୁତେ ତଥା ||୪-୩୭||
ଅନୁବାଦ
ହେ ଅର୍ଜୁନ! ଅଗ୍ନିଶିଖା ଯେପରି ଇନ୍ଧନକୁ ପାଉଁଶରେ ପରିଣତ କରିଦିଏ, ସେହିପରି ଜ୍ଞାନର ଅଗ୍ନି ସାଂସାରିକ କର୍ମର ଫଳକୁ ଜଳାଇ ଭସ୍ମ କରିଦିଏ ।
ଶ୍ଲୋକ 38
ନ ହି ଜ୍ଞାନେନ ସଦୃଶଂ ପଵିତ୍ରମିହ ଵିଦ୍ଯତେ |
ତତ୍ସ୍ଵଯଂ ଯୋଗସଂସିଦ୍ଧଃ କାଲେନାତ୍ମନି ଵିନ୍ଦତି ||୪-୩୮||
ଅନୁବାଦ
ଏହି ସଂସାରରେ, ଦିବ୍ୟଜ୍ଞାନ ପରି ପବିତ୍ର ଅନ୍ୟ କିିଛି ନାହିଁ । ଯିଏ ସୁଦୀର୍ଘ ଯୋଗ ସାଧନା ଦ୍ୱାରା ମନକୁ ଶୁଦ୍ଧ କରିଥାଏ, ସମୟାନୁକ୍ରମେ ସେହି ଜ୍ଞାନକୁ ସେ ଅନ୍ତଃକରଣରେ ପ୍ରାପ୍ତ କରେ ।
ଶ୍ଲୋକ 39
ଶ୍ରଦ୍ଧାଵାଁଲ୍ଲଭତେ ଜ୍ଞାନଂ ତତ୍ପରଃ ସଂଯତେନ୍ଦ୍ରିଯଃ |
ଜ୍ଞାନଂ ଲବ୍ଧ୍ଵା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ||୪-୩୯||
ଅନୁବାଦ
ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି । ଏହିପରି ପରମାର୍ଥିକ ଜ୍ଞାନ ଦ୍ୱାରା, ସେମାନେ ଅଚିରେ ଚିରନ୍ତନ ଶାନ୍ତି ଲାଭ କରନ୍ତି ।
ଶ୍ଲୋକ 40
ଅଜ୍ଞଶ୍ଚାଶ୍ରଦ୍ଦଧାନଶ୍ଚ ସଂଶଯାତ୍ମା ଵିନଶ୍ଯତି |
ନାଯଂ ଲୋକୋଽସ୍ତି ନ ପରୋ ନ ସୁଖଂ ସଂଶଯାତ୍ମନଃ ||୪-୪୦||
ଅନୁବାଦ
କିନ୍ତୁ ଯେଉଁ ବ୍ୟକ୍ତିର ବିଶ୍ୱାସ ବା ଜ୍ଞାନ ନାହିଁ ଏବଂ ସ୍ୱଭାବତଃ ଯେଉଁମାନେ ସନ୍ଦେହୀ ହୋଇଥାନ୍ତି, ତାଙ୍କର ଅଧୋଗତି ହୋଇଥାଏ । ଏପରି ଏକ ସଂଶୟଯୁକ୍ତ ଆତ୍ମା, ଇହଲୋକରେ ବା ପରଲୋକରେ ସୁଖ ପାଇ ନ ଥାଏ ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।