ଧ୍ଯାନଯୋଗ
ଅଥ ଷଷ୍ଠୋଽଧ୍ଯାଯଃ
ଶ୍ଲୋକ 1
ଶ୍ରୀଭଗଵାନୁଵାଚ |
ଅନାଶ୍ରିତଃ କର୍ମଫଲଂ କାର୍ଯଂ କର୍ମ କରୋତି ଯଃ |
ସ ସଂନ୍ଯାସୀ ଚ ଯୋଗୀ ଚ ନ ନିରଗ୍ନିର୍ନ ଚାକ୍ରିଯଃ ||୬-୧||
ଅନୁବାଦ
ଶ୍ରୀ ଭଗବାନ କହିଲେ; ଯେଉଁମାନେ କର୍ମଫଳ ପ୍ରତି କାମନା ନରଖି ତାଙ୍କର ବିହିତ କର୍ମ କରିଥାଆନ୍ତି, ବାସ୍ତବରେ ସେମାନେ ହିଁ ସନ୍ନ୍ୟାସୀ (ତ୍ୟାଗୀ) ଓ ଯୋଗୀ ଅଟନ୍ତି । ଯେଉଁମାନେ କେବଳ ଯଜ୍ଞାଦି ( ଯେପରି କି ଅଗ୍ନିହୋତ୍ର)ବା ଶାରୀରିକ କର୍ମ ତ୍ୟାଗ କରିଥାଆନ୍ତି, ସେମାନେ ଯୋଗୀ ନୁହଁନ୍ତି ।
ଶ୍ଲୋକ 2
ଯଂ ସଂନ୍ଯାସମିତି ପ୍ରାହୁର୍ଯୋଗଂ ତଂ ଵିଦ୍ଧି ପାଣ୍ଡଵ |
ନ ହ୍ଯସଂନ୍ଯସ୍ତସଙ୍କଲ୍ପୋ ଯୋଗୀ ଭଵତି କଶ୍ଚନ ||୬-୨||
ଅନୁବାଦ
ଯାହାକୁ ସନ୍ନ୍ୟାସ କୁହାଯାଏ, ତାହା ଯୋଗଠାରୁ ଭିନ୍ନ ନୁହେଁ, କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ ।
ଶ୍ଲୋକ 3
ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ଯତେ |
ଯୋଗାରୂଢସ୍ଯ ତସ୍ଯୈଵ ଶମଃ କାରଣମୁଚ୍ଯତେ ||୬-୩||
ଅନୁବାଦ
ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ । ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି, ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ ।
ଶ୍ଲୋକ 4
ଯଦା ହି ନେନ୍ଦ୍ରିଯାର୍ଥେଷୁ ନ କର୍ମସ୍ଵନୁଷଜ୍ଜତେ |
ସର୍ଵସଙ୍କଲ୍ପସଂନ୍ଯାସୀ ଯୋଗାରୂଢସ୍ତଦୋଚ୍ଯତେ ||୬-୪||
ଅନୁବାଦ
ଜଣେ ବ୍ୟକ୍ତିର ଯେତେବେଳେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ତଥା କାମ୍ୟ କର୍ମ ପ୍ରତି ଆସକ୍ତି ନ ଥାଏ, ସେ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥିବା କାରଣରୁ ତାଙ୍କୁ ଯୋଗାରୂଢ କୁହାଯାଇ ଥାଏ ।
ଶ୍ଲୋକ 5
ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମଵସାଦଯେତ୍ |
ଆତ୍ମୈଵ ହ୍ଯାତ୍ମନୋ ବନ୍ଧୁରାତ୍ମୈଵ ରିପୁରାତ୍ମନଃ ||୬-୫||
ଅନୁବାଦ
ମନର ଶକ୍ତି ଦ୍ୱାରା ନିଜର ଉତ୍ଥାନ କର, ନିଜର ପତନ କରାଅ ନାହିଁ; କାରଣ ମନ ଆତ୍ମାର ବନ୍ଧୁ ହେଇପାରେ କିମ୍ବା ଶତ୍ରୁ ମଧ୍ୟ ହେଇପାରେ ।
ଶ୍ଲୋକ 6
ବନ୍ଧୁରାତ୍ମାତ୍ମନସ୍ତସ୍ଯ ଯେନାତ୍ମୈଵାତ୍ମନା ଜିତଃ |
ଅନାତ୍ମନସ୍ତୁ ଶତ୍ରୁତ୍ଵେ ଵର୍ତେତାତ୍ମୈଵ ଶତ୍ରୁଵତ୍ ||୬-୬||
ଅନୁବାଦ
ଯେଉଁମାନେ ମନକୁ ଜୟ କରିପାରିଛନ୍ତି, ତାହା ତାଙ୍କର ବନ୍ଧୁ ଅଟେ । ଯେଉଁମାନେ ସେପରି କରିବାରେ ବିଫଳ ହୋଇଥାଆନ୍ତି, ସେମାନଙ୍କ ପାଇଁ ମନ ଏକ ଶତ୍ରୁ ଭାବରେ କାର୍ଯ୍ୟ କରିଥାଏ ।
ଶ୍ଲୋକ 7 ଏବଂ 8
ଜିତାତ୍ମନଃ ପ୍ରଶାନ୍ତସ୍ଯ ପରମାତ୍ମା ସମାହିତଃ |
ଶୀତୋଷ୍ଣସୁଖଦୁଃଖେଷୁ ତଥା ମାନାପମାନଯୋଃ ||୬-୭||
ଜ୍ଞାନଵିଜ୍ଞାନତୃପ୍ତାତ୍ମା କୂଟସ୍ଥୋ ଵିଜିତେନ୍ଦ୍ରିଯଃ |
ଯୁକ୍ତ ଇତ୍ଯୁଚ୍ଯତେ ଯୋଗୀ ସମଲୋଷ୍ଟାଶ୍ମକାଞ୍ଚନଃ ||୬-୮||
ଅନୁବାଦ
ଯେଉଁ ଯୋଗୀମାନେ ମନକୁ ଜୟ କରିଛନ୍ତି, ସେମାନେ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ, ମାନ ଓ ଅପମାନ ଆଦି ଦ୍ୱୈତର ଊର୍ଦ୍ଧ୍ୱରେ ରହନ୍ତି । ଏହିପରି ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି । ଯେଉଁ ଯୋଗୀମାନେ ଜ୍ଞାନ ଓ ବିଚାର ଦ୍ୱାରା ସନ୍ତୁଷ୍ଟ ରହିଥାନ୍ତି ଏବଂ ଇନ୍ଦ୍ରିୟମାନଙ୍କୁ ଜୟ କରିଥାନ୍ତି, ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଅବିଚଳିତ ରୁହନ୍ତି । ସେମାନେ ମାଟି, ପଥର ଏବଂ ସୁନା ଆଦି ସମସ୍ତ ବସ୍ତୁକୁ ସମାନ ଦୃଷ୍ଟିରେ ଦେଖନ୍ତି ।
ଶ୍ଲୋକ 9
ସୁହୃନ୍ମିତ୍ରାର୍ଯୁଦାସୀନମଧ୍ଯସ୍ଥଦ୍ଵେଷ୍ଯବନ୍ଧୁଷୁ |
ସାଧୁଷ୍ଵପି ଚ ପାପେଷୁ ସମବୁଦ୍ଧିର୍ଵିଶିଷ୍ଯତେ ||୬-୯||
ଅନୁବାଦ
ଯୋଗୀମାନେ ହିତାକାଂକ୍ଷୀ, ବନ୍ଧୁ, ଶତ୍ରୁ, ଧାର୍ମିକ ତଥା ପାପାତ୍ମା ଆଦି ସମସ୍ତଙ୍କୁ ନିରପେକ୍ଷ ଦୃଷ୍ଟିରେ ଦେଖିଥାନ୍ତି । ଯେଉଁ ଯୋଗୀ, ବନ୍ଧୁ, ସାଥୀ ଓ ଶତ୍ରୁଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ଶତ୍ରୁ ଓ ସମ୍ବନ୍ଧିମାନଙ୍କ ପ୍ରତି ଉଦାସୀନ ରହନ୍ତି, ଧାର୍ମିକ ଓ ପାପୀମାନଙ୍କ ମଧ୍ୟରେ ପକ୍ଷପାତ କରନ୍ତି ନାହିଁ, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଶେଷ ଅଟନ୍ତି ।
ଶ୍ଲୋକ 10
ଯୋଗୀ ଯୁଞ୍ଜୀତ ସତତମାତ୍ମାନଂ ରହସି ସ୍ଥିତଃ |
ଏକାକୀ ଯତଚିତ୍ତାତ୍ମା ନିରାଶୀରପରିଗ୍ରହଃ ||୬-୧୦||
ଅନୁବାଦ
ଯୋଗ ପ୍ରାପ୍ତ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି, ମନ ଓ ଶରୀରକୁ ବଶ କରି, କାମନା ରହିତ ଭାବରେ ଭୋଗ୍ୟ ବସ୍ତୁସଂଗ୍ରହର ଲାଳସା ତ୍ୟାଗ କରି, ଏକାନ୍ତରେ ବାସ କରି, ନିରନ୍ତର ଭଗବାନଙ୍କର ଧ୍ୟାନ କରିବା ଉଚିତ ।
ଶ୍ଲୋକ 11 ଏବଂ 12
ଶୁଚୌ ଦେଶେ ପ୍ରତିଷ୍ଠାପ୍ଯ ସ୍ଥିରମାସନମାତ୍ମନଃ |
ନାତ୍ଯୁଚ୍ଛ୍ରିତଂ ନାତିନୀଚଂ ଚୈଲାଜିନକୁଶୋତ୍ତରମ୍ ||୬-୧୧||
ତତ୍ରୈକାଗ୍ରଂ ମନଃ କୃତ୍ଵା ଯତଚିତ୍ତେନ୍ଦ୍ରିଯକ୍ରିଯଃ |
ଉପଵିଶ୍ଯାସନେ ଯୁଞ୍ଜ୍ଯାଦ୍ଯୋଗମାତ୍ମଵିଶୁଦ୍ଧଯେ ||୬-୧୨||
ଅନୁବାଦ
ଯୋଗାଭ୍ୟାସ ପାଇଁ ଏକ ପରିଷ୍କୃତ ସ୍ଥାନରେ, କୁଶ, ତୃଣ, ମୃଗ ଚର୍ମ ଓ ବସ୍ତ୍ର ଗୋଟିକ ଉପରେ ଗୋଟିଏ ରଖି ଏକ ଆସନ ପ୍ରସ୍ତୁତ କରିବା ଉଚିତ । ଆସନଟି ଅତି ଉଚ୍ଚ ବା ଅତି ନୀଚ ହେବା ଉଚିତ ନୁହେଁ । ସେହି ଆସନରେ ସ୍ଥିର ଭାବରେ ବସି, ସମସ୍ତ ଚିନ୍ତନ ଓ କ୍ରିୟାକୁ ନିୟନ୍ତ୍ରଣ କରି, ଏକାଗ୍ରତାର ସହ ମନକୁ ଧ୍ୟାନସ୍ଥ କରି ଜଣେ ଯୋଗୀ ଅନ୍ତଃକରଣ ଶୁଦ୍ଧି ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ସେ ଶରୀର, ମସ୍ତକ ଏବଂ ଗ୍ରୀବାକୁ ସିଧା ଓ ସ୍ଥିର ରଖି, ସ୍ଥିର ଚକ୍ଷୁରେ ନିଜ ନାସିକା ଅଗ୍ରରେ ଦୃଷ୍ଟି ନିବଦ୍ଧ କରିବା ଉଚିତ୍ ।
ଶ୍ଲୋକ 13 ଏବଂ 14
ସମଂ କାଯଶିରୋଗ୍ରୀଵଂ ଧାରଯନ୍ନଚଲଂ ସ୍ଥିରଃ |
ସମ୍ପ୍ରେକ୍ଷ୍ଯ ନାସିକାଗ୍ରଂ ସ୍ଵଂ ଦିଶଶ୍ଚାନଵଲୋକଯନ୍ ||୬-୧୩||
ପ୍ରଶାନ୍ତାତ୍ମା ଵିଗତଭୀର୍ବ୍ରହ୍ମଚାରିଵ୍ରତେ ସ୍ଥିତଃ |
ମନଃ ସଂଯମ୍ଯ ମଚ୍ଚିତ୍ତୋ ଯୁକ୍ତ ଆସୀତ ମତ୍ପରଃ ||୬-୧୪||
ଅନୁବାଦ
ସେହି ଆସନରେ ସ୍ଥିର ଭାବରେ ବସି, ସମସ୍ତ ଚିନ୍ତନ ଓ କ୍ରିୟାକୁ ନିୟନ୍ତ୍ରଣ କରି, ଏକାଗ୍ରତାର ସହ ମନକୁ ଧ୍ୟାନସ୍ଥ କରି ଜଣେ ଯୋଗୀ ଅନ୍ତଃକରଣ ଶୁଦ୍ଧି ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ସେ ଶରୀର, ମସ୍ତକ ଏବଂ ଗ୍ରୀବାକୁ ସିଧା ଓ ସ୍ଥିର ରଖି, ସ୍ଥିର ଚକ୍ଷୁରେ ନିଜ ନାସିକା ଅଗ୍ରରେ ଦୃଷ୍ଟି ନିବଦ୍ଧ କରିବା ଉଚିତ୍ । ଜଣେ ସଜାଗ ଯୋଗୀ, ଶାନ୍ତ, ନିର୍ଭୟ ଓ ଅବିଚଳିତ ମନରେ, ବ୍ରହ୍ମଚର୍ଯ୍ୟ ପାଳନରେ ନିଷ୍ଠାବାନ ରହି, ନିଜର ପରମ ଲକ୍ଷ୍ୟ ଭାବରେ ମୋର ହିଁ ଧ୍ୟାନ କରିବା ଉଚିତ ।
ଶ୍ଲୋକ 15
ଯୁଞ୍ଜନ୍ନେଵଂ ସଦାତ୍ମାନଂ ଯୋଗୀ ନିଯତମାନସଃ |
ଶାନ୍ତିଂ ନିର୍ଵାଣପରମାଂ ମତ୍ସଂସ୍ଥାମଧିଗଚ୍ଛତି ||୬-୧୫||
ଅନୁବାଦ
ଏହିପରି ଭାବରେ, ଯେଉଁ ଯୋଗୀ ମନକୁ ବଶ କରି, ନିରନ୍ତର ମୋ ଠାରେ ମନକୁ ନିମଜ୍ଜିତ ରଖିଥାଏ, ସେ ନିର୍ବାଣ ପ୍ରାପ୍ତି କରେ ଏବଂ ପରମ ଶାନ୍ତିରେ ମୋ ସହିତ ରହିଥାଏ ।
ଶ୍ଲୋକ 16
ନାତ୍ଯଶ୍ନତସ୍ତୁ ଯୋଗୋଽସ୍ତି ନ ଚୈକାନ୍ତମନଶ୍ନତଃ |
ନ ଚାତିସ୍ଵପ୍ନଶୀଲସ୍ଯ ଜାଗ୍ରତୋ ନୈଵ ଚାର୍ଜୁନ ||୬-୧୬||
ଅନୁବାଦ
ହେ ଅର୍ଜୁନ! ଯିଏ ଅତ୍ୟଧିକ ଭୋଜନ କିମ୍ବା ଖୁବ୍ କମ ଭୋଜନ କରେ, ଅଧିକ ଶୟନ କରେ କିମ୍ବା ଖୁବ୍ କମ୍ ନିଦ୍ରା ଯାଏ, ସେ ଯୋଗରେ ସଫଳ ହୁଏ ନାହିଁ ।
ଶ୍ଲୋକ 17
ଯୁକ୍ତାହାରଵିହାରସ୍ଯ ଯୁକ୍ତଚେଷ୍ଟସ୍ଯ କର୍ମସୁ |
ଯୁକ୍ତସ୍ଵପ୍ନାଵବୋଧସ୍ଯ ଯୋଗୋ ଭଵତି ଦୁଃଖହା ||୬-୧୭||
ଅନୁବାଦ
କିନ୍ତୁ ଯେଉଁମାନେ ଆହାର ବିହାରରେ ସଂଯମ ରକ୍ଷା କରନ୍ତି, ପରିଶ୍ରମ ଏବଂ ନିଦ୍ରାରେ ସନ୍ତୁଳନ ରକ୍ଷା କରନ୍ତି, ସେମାନେ ଯୋଗାଭ୍ୟାସ ଦ୍ୱାରା ନିଜର ସମସ୍ତ ଦୁଃଖ ଲାଘବ କରିପାରନ୍ତି ।
ଶ୍ଲୋକ 18
ଯଦା ଵିନିଯତଂ ଚିତ୍ତମାତ୍ମନ୍ଯେଵାଵତିଷ୍ଠତେ |
ନିଃସ୍ପୃହଃ ସର୍ଵକାମେଭ୍ଯୋ ଯୁକ୍ତ ଇତ୍ଯୁଚ୍ଯତେ ତଦା ||୬-୧୮||
ଅନୁବାଦ
ସମସ୍ତ ସ୍ୱାର୍ଥଯୁକ୍ତ ଇଚ୍ଛାଠାରୁ ମନକୁ ଦୂରେଇ ନେଇ, ସେମାନେ ନିଜର ଆନ୍ତରିକ ମଙ୍ଗଳ ପାଇଁ ତାହାକୁ ବ୍ୟବହାର କରିବାର ଅଭ୍ୟାସ କରିଥାଆନ୍ତି । ଇନ୍ଦ୍ରିୟ ଲାଳସାରୁ ସମ୍ପୂର୍ଣ୍ଣ ମୁକ୍ତ ଏହି ସାଧକମାନଙ୍କୁ ଯୋଗସିଦ୍ଧ କୁହାଯାଏ ।
ଶ୍ଲୋକ 19
ଯଥା ଦୀପୋ ନିଵାତସ୍ଥୋ ନେଙ୍ଗତେ ସୋପମା ସ୍ମୃତା |
ଯୋଗିନୋ ଯତଚିତ୍ତସ୍ଯ ଯୁଞ୍ଜତୋ ଯୋଗମାତ୍ମନଃ ||୬-୧୯||
ଅନୁବାଦ
ଦୀପଶିଖା ବାୟୁ ପ୍ରବାହିତ ହେଉ ନ ଥିବା ସ୍ଥାନରେ ନିଶ୍ଚଳ ରହିବା ପରି, ଜଣେ ଯୋଗୀଙ୍କର ପୂର୍ଣ୍ଣ ଶୃଙ୍ଖଳିତ ମନ ପରମାତ୍ମାଙ୍କ ଧ୍ୟାନରେ ସ୍ଥିର ରହିଥାଏ ।
ଶ୍ଲୋକ 20, 21, 22, 23
ଯତ୍ରୋପରମତେ ଚିତ୍ତଂ ନିରୁଦ୍ଧଂ ଯୋଗସେଵଯା |
ଯତ୍ର ଚୈଵାତ୍ମନାତ୍ମାନଂ ପଶ୍ଯନ୍ନାତ୍ମନି ତୁଷ୍ଯତି ||୬-୨୦||
ସୁଖମାତ୍ଯନ୍ତିକଂ ଯତ୍ତଦ୍ ବୁଦ୍ଧିଗ୍ରାହ୍ଯମତୀନ୍ଦ୍ରିଯମ୍ |
ଵେତ୍ତି ଯତ୍ର ନ ଚୈଵାଯଂ ସ୍ଥିତଶ୍ଚଲତି ତତ୍ତ୍ଵତଃ ||୬-୨୧||
ଯଂ ଲବ୍ଧ୍ଵା ଚାପରଂ ଲାଭଂ ମନ୍ଯତେ ନାଧିକଂ ତତଃ |
ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ଵିଚାଲ୍ଯତେ ||୬-୨୨||
ତଂ ଵିଦ୍ଯାଦ୍ ଦୁଃଖସଂଯୋଗଵିଯୋଗଂ ଯୋଗସଂଜ୍ଞିତମ୍ |
ସ ନିଶ୍ଚଯେନ ଯୋକ୍ତଵ୍ଯୋ ଯୋଗୋଽନିର୍ଵିଣ୍ଣଚେତସା ||୬-୨୩||
ଅନୁବାଦ
ମାୟିକ କର୍ମରୁ ନିବୃତ୍ତ ମନ, ଯେତେବେଳେ ଯୋଗାଭ୍ୟାସ ଦ୍ୱାରା ସ୍ଥିର ହୋଇଯାଏ, ସେତେବେଳେ ଯୋଗୀ ତା’ର ବିଶୁଦ୍ଧ ଅନ୍ତଃକରଣରେ ଆତ୍ମାର ଦର୍ଶନ କରି ଆତ୍ମାନନ୍ଦରେ ବିଭୋର ହୋଇଯାଏ । ଯୋଗ ସମାଧି ରୂପକ ସେହି ଆନନ୍ଦମୟ ଅବସ୍ଥାରେ, ବ୍ୟକ୍ତି ଅସୀମ ଦିବ୍ୟାନନ୍ଦର ଅନୁଭବ କରେ, ଏବଂ ଏହି ଅବସ୍ଥାରେ ସ୍ଥିତ ହୋଇ, ବ୍ୟକ୍ତି କେବେ ବି ପରମ ସତ୍ୟଠାରୁ ବିଚ୍ୟୁତ ହୁଏ ନାହିଁ । ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ । ଦୁଃଖର ସଂଯୋଗରେ ପ୍ରାପ୍ତ ବିୟୋଗର ସ୍ଥିତିକୁ ଯୋଗ କୁହାଯାଏ । ଏହି ଯୋଗକୁ ଦୃଢ଼ନିଶ୍ଚୟ ପୂର୍ବକ, ନୈରାଶ୍ୟଭାବ ପୋଷଣ ନ କରି ଅଭ୍ୟାସ କରିବା ଉଚିତ ।
ଶ୍ଲୋକ 24 ଏବଂ 25
ସଙ୍କଲ୍ପପ୍ରଭଵାନ୍କାମାଂସ୍ତ୍ଯକ୍ତ୍ଵା ସର୍ଵାନଶେଷତଃ |
ମନସୈଵେନ୍ଦ୍ରିଯଗ୍ରାମଂ ଵିନିଯମ୍ଯ ସମନ୍ତତଃ ||୬-୨୪||
ଶନୈଃ ଶନୈରୁପରମେଦ୍ ବୁଦ୍ଧ୍ଯା ଧୃତିଗୃହୀତଯା |
ଆତ୍ମସଂସ୍ଥଂ ମନଃ କୃତ୍ଵା ନ କିଞ୍ଚିଦପି ଚିନ୍ତଯେତ୍ ||୬-୨୫||
ଅନୁବାଦ
ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ । ଧୀର ଓ ଅବିଚଳିତ ଭାବେ, ବୁଦ୍ଧିର ଦୃଢ଼ ନିଶ୍ଚୟ ଦ୍ୱାରା, ମନ କେବଳ ଭଗବାନଙ୍କଠାରେ ସ୍ଥିର ରହିବ ଏବଂ ଅନ୍ୟ କୌଣସି ଚିନ୍ତନ କରିବ ନାହିଁ ।
ଶ୍ଲୋକ 26
ଯତୋ ଯତୋ ନିଶ୍ଚରତି ମନଶ୍ଚଞ୍ଚଲମସ୍ଥିରମ୍ |
ତତସ୍ତତୋ ନିଯମ୍ଯୈତଦାତ୍ମନ୍ଯେଵ ଵଶଂ ନଯେତ୍ ||୬-୨୬||
ଅନୁବାଦ
ଯେତେବେଳେ ଓ ଯେଉଁ ପରିସ୍ଥିତିରେ ମନ ଅଶାନ୍ତ, ଅସ୍ଥିର ଏବଂ ବିଭ୍ରାନ୍ତ ହୁଏ, ତାହାକୁ ବାରମ୍ବାର ଫେରାଇ ଆଣି ଭଗବାନଙ୍କଠାରେ କେନ୍ଦ୍ରିତ କରିବା ଆବଶ୍ୟକ ।
ଶ୍ଲୋକ 27
ପ୍ରଶାନ୍ତମନସଂ ହ୍ଯେନଂ ଯୋଗିନଂ ସୁଖମୁତ୍ତମମ୍ |
ଉପୈତି ଶାନ୍ତରଜସଂ ବ୍ରହ୍ମଭୂତମକଲ୍ମଷମ୍ ||୬-୨୭||
ଅନୁବାଦ
“ଯେଉଁ ଯୋଗୀଙ୍କର ମନ ଶାନ୍ତ, ଯାହାର କାମନା ବଶୀଭୂତ, ଯିଏ ପାପ ମୁକ୍ତ ଏବଂ ଯିଏ ସବୁ କିଛିକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖନ୍ତି, ତାଙ୍କୁ ଅନନ୍ତ ଈଶ୍ୱରୀୟ ଆନନ୍ଦ ମିଳିଥାଏ ।”
ଶ୍ଲୋକ 28
ଯୁଞ୍ଜନ୍ନେଵଂ ସଦାତ୍ମାନଂ ଯୋଗୀ ଵିଗତକଲ୍ମଷଃ |
ସୁଖେନ ବ୍ରହ୍ମସଂସ୍ପର୍ଶମତ୍ଯନ୍ତଂ ସୁଖମଶ୍ନୁତେ ||୬-୨୮||
ଅନୁବାଦ
ଆତ୍ମ-ସଂଯତ ଯୋଗୀ, ଈଶ୍ୱରଙ୍କ ସହିତ ନିଜକୁ ସଂଯୁକ୍ତ କରି, ଭୌତିକ ଦୋଷରୁ ମୁକ୍ତ ହୁଏ ଏବଂ ପରମାତ୍ମାଙ୍କ ସାନ୍ନିଧ୍ୟରେ ସର୍ବଦା ରହି ସର୍ବୋଚ୍ଚ କକ୍ଷର ଦିବ୍ୟ ଆନନ୍ଦ ପ୍ରାପ୍ତ କରେ ।
ଶ୍ଲୋକ 29
ସର୍ଵଭୂତସ୍ଥମାତ୍ମାନଂ ସର୍ଵଭୂତାନି ଚାତ୍ମନି |
ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ଵତ୍ର ସମଦର୍ଶନଃ ||୬-୨୯||
ଅନୁବାଦ
ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରି, ସମଦୃଷ୍ଟି ସମ୍ପନ୍ନ ହୋଇ, ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କଠାରେ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିଥାଆନ୍ତି ।
ଶ୍ଲୋକ 30
ଯୋ ମାଂ ପଶ୍ଯତି ସର୍ଵତ୍ର ସର୍ଵଂ ଚ ମଯି ପଶ୍ଯତି |
ତସ୍ଯାହଂ ନ ପ୍ରଣଶ୍ଯାମି ସ ଚ ମେ ନ ପ୍ରଣଶ୍ଯତି ||୬-୩୦||
ଅନୁବାଦ
ଯେଉଁମାନେ ମୋତେ ସର୍ବତ୍ର ଦେଖନ୍ତି ଏବଂ ସମସ୍ତ ବସ୍ତୁକୁ ମୋ ମଧ୍ୟରେ ଦେଖନ୍ତି, ମୁଁ ତାଙ୍କଠାରୁ ହଜିଯାଏ ନାହିଁ କିମ୍ବା ସେମାନେ ମୋ ଠାରୁ ହଜିଯାଆନ୍ତି ନାହିଁ ।
ଶ୍ଲୋକ 31
ସର୍ଵଭୂତସ୍ଥିତଂ ଯୋ ମାଂ ଭଜତ୍ଯେକତ୍ଵମାସ୍ଥିତଃ |
ସର୍ଵଥା ଵର୍ତମାନୋଽପି ସ ଯୋଗୀ ମଯି ଵର୍ତତେ ||୬-୩୧||
ଅନୁବାଦ
ଯେଉଁ ଯୋଗୀ ମୋ ସହିତ ଯୁକ୍ତ ରହିଥାଆନ୍ତି ଏବଂ ସମସ୍ତଙ୍କ ହୃଦୟରେ ସ୍ଥିତ ପରମାତ୍ମା ରୂପରେ ମୋର ଉପାସନା କରନ୍ତି, ସେ ସମସ୍ତ ପ୍ରକାର କର୍ମରେ ଲିପ୍ତ ରହି ମଧ୍ୟ ମୋ ଠାରେ ନିବାସ କରିଥାଆନ୍ତି ।
ଶ୍ଲୋକ 32
ଆତ୍ମୌପମ୍ଯେନ ସର୍ଵତ୍ର ସମଂ ପଶ୍ଯତି ଯୋଽର୍ଜୁନ |
ସୁଖଂ ଵା ଯଦି ଵା ଦୁଃଖଂ ସ ଯୋଗୀ ପରମୋ ମତଃ ||୬-୩୨||
ଅନୁବାଦ
ସେହି ଯୋଗୀମାନଙ୍କୁ ମୁଁ ଶ୍ରେଷ୍ଠ ରୂପେ ବିବେଚିତ କରେ, ଯେଉଁମାନେ ସମସ୍ତ ପ୍ରାଣୀଙ୍କୁ ସମଦୃଷ୍ଟିରେ ଦେଖିଥାଆନ୍ତି ଏବଂ ଅନ୍ୟମାନଙ୍କର ସୁଖ ଦୁଃଖକୁ ନିଜର ମନେ କରି ପ୍ରତିକ୍ରିୟା ଦେଖାଇ ଥାଆନ୍ତି ।
ଶ୍ଲୋକ 33
ଅର୍ଜୁନ ଉଵାଚ |
ଯୋଽଯଂ ଯୋଗସ୍ତ୍ଵଯା ପ୍ରୋକ୍ତଃ ସାମ୍ଯେନ ମଧୁସୂଦନ |
ଏତସ୍ଯାହଂ ନ ପଶ୍ଯାମି ଚଞ୍ଚଲତ୍ଵାତ୍ସ୍ଥିତିଂ ସ୍ଥିରାମ୍ ||୬-୩୩||
ଅନୁବାଦ
ଅର୍ଜୁନ କହିଲେ: ହେ ମଧୁସୂଦନ! ଆପଣ ଯୋଗ ପ୍ରଣାଳୀ ବିଷୟରେ ଯାହା ବର୍ଣ୍ଣନା କଲେ, ମୋର ମନ ଅସ୍ଥିର ହୋଇଥିବା କାରଣରୁ, ତାହା ମୋତେ ଅସାଧ୍ୟ ଏବଂ ଅଲଭ୍ୟ ବୋଧ ହେଉଛି ।
ଶ୍ଲୋକ 34
ଚଞ୍ଚଲଂ ହି ମନଃ କୃଷ୍ଣ ପ୍ରମାଥି ବଲଵଦ୍ ଦୃଢମ୍ |
ତସ୍ଯାହଂ ନିଗ୍ରହଂ ମନ୍ଯେ ଵାଯୋରିଵ ସୁଦୁଷ୍କରମ୍ ||୬-୩୪||
ଅନୁବାଦ
ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍ଖୋର ଅଟେ । ମୋର ମନେ ହେଉଛି, ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ ଅଧିକ କଷ୍ଟକର ଅଟେ ।
ଶ୍ଲୋକ 35
ଶ୍ରୀଭଗଵାନୁଵାଚ |
ଅସଂଶଯଂ ମହାବାହୋ ମନୋ ଦୁର୍ନିଗ୍ରହଂ ଚଲମ୍ |
ଅଭ୍ଯାସେନ ତୁ କୌନ୍ତେଯ ଵୈରାଗ୍ଯେଣ ଚ ଗୃହ୍ଯତେ ||୬-୩୫||
ଅନୁବାଦ
ଭଗବାନ ଶ୍ରୀକୃଷ୍ଣ କହିଲେ: ହେ ମହାବାହୁ କୁନ୍ତୀ ପୁତ୍ର! ତୁମେ ଯାହା କହୁଛ, ତାହା ସତ୍ୟ ଅଟେ; ପ୍ରକୃତରେ ମନକୁ ବଶ କରିବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଅଭ୍ୟାସ ଏବଂ ବୈରାଗ୍ୟ ଦ୍ୱାରା ତାହାକୁ ନିୟନ୍ତ୍ରଣ କରାଯାଇ ପାରିବ ।
ଶ୍ଲୋକ 36
ଅସଂଯତାତ୍ମନା ଯୋଗୋ ଦୁଷ୍ପ୍ରାପ ଇତି ମେ ମତିଃ |
ଵଶ୍ଯାତ୍ମନା ତୁ ଯତତା ଶକ୍ଯୋଽଵାପ୍ତୁମୁପାଯତଃ ||୬-୩୬||
ଅନୁବାଦ
ଯେଉଁମାନଙ୍କର ମନ ଅସଂଯତ, ସେମାନେ ଯୋଗରେ ସିଦ୍ଧି ଲାଭ କରିବା କଷ୍ଟକର ଅଟେ । କିନ୍ତୁ ଯେଉଁମାନେ ସଠିକ୍ ଉପାୟରେ ନିଷ୍ଠାପର ଉଦ୍ୟମ ଦ୍ୱାରା, ମନକୁ ସଂଯତ କରିପାରି ଥାଆନ୍ତି, ସେମାନେ ଯୋଗରେ ସିଦ୍ଧି ଲାଭ କରନ୍ତି । ଏହା ମୋର ମତ ଅଟେ ।
ଶ୍ଲୋକ 37
ଅର୍ଜୁନ ଉଵାଚ |
ଅଯତିଃ ଶ୍ରଦ୍ଧଯୋପେତୋ ଯୋଗାଚ୍ଚଲିତମାନସଃ |
ଅପ୍ରାପ୍ଯ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି ||୬-୩୭||
ଅନୁବାଦ
ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ôଚ ପାରନ୍ତି ନାହିଁ । ଏହିପରି ଅସଫଳ ଯୋଗୀଙ୍କର ଭାଗ୍ୟ କ’ଣ ଅଟେ?
ଶ୍ଲୋକ 38
କଚ୍ଚିନ୍ନୋଭଯଵିଭ୍ରଷ୍ଟଶ୍ଛିନ୍ନାଭ୍ରମିଵ ନଶ୍ଯତି |
ଅପ୍ରତିଷ୍ଠୋ ମହାବାହୋ ଵିମୂଢୋ ବ୍ରହ୍ମଣଃ ପଥି ||୬-୩୮||
ଅନୁବାଦ
ହେ ମହାବାହୁ ଶ୍ରୀକୃଷ୍ଣ! ଯେଉଁ ବ୍ୟକ୍ତି ଯୋଗ ମାର୍ଗରୁ ବିଚ୍ୟୁତ ହୋଇଯାଏ, ଏକ ଖଣ୍ଡିତ ମେଘ କୌଣସି ଲୋକରେ ସ୍ଥାନ ନ ପାଇ ଲୋପ ପାଇଗଲା ପରି, ଉଭୟ ଭୌତିକ ଓ ଆଧ୍ୟାତ୍ମିକ ସଫଳତାରୁ ବଞ୍ôଚତ ହୁଏ ନାହିଁ କି?
ଶ୍ଲୋକ 39
ଏତନ୍ମେ ସଂଶଯଂ କୃଷ୍ଣ ଛେତ୍ତୁମର୍ହସ୍ଯଶେଷତଃ |
ତ୍ଵଦନ୍ଯଃ ସଂଶଯସ୍ଯାସ୍ଯ ଛେତ୍ତା ନ ହ୍ଯୁପପଦ୍ଯତେ ||୬-୩୯||
ଅନୁବାଦ
ହେ କୃଷ୍ଣ! ମୋର ସଂଶୟ ସମ୍ପୂର୍ଣ୍ଣ ଭାବରେ ଦୂର କରନ୍ତୁ, କାରଣ ଆପଣଙ୍କ ବ୍ୟତୀତ ଅନ୍ୟ କେହି ତାହା କରିପାରିବେ ନାହିଁ ।
ଶ୍ଲୋକ 40
ଶ୍ରୀଭଗଵାନୁଵାଚ |
ପାର୍ଥ ନୈଵେହ ନାମୁତ୍ର ଵିନାଶସ୍ତସ୍ଯ ଵିଦ୍ଯତେ |
ନ ହି କଲ୍ଯାଣକୃତ୍କଶ୍ଚିଦ୍ ଦୁର୍ଗତିଂ ତାତ ଗଚ୍ଛତି ||୬-୪୦||
ଅନୁବାଦ
ଭଗବାନ କହିଲେ: ହେ ପାର୍ଥ! ଯେଉଁମାନେ ଆଧ୍ୟାତ୍ମିକ ପଥରେ ଯାଆନ୍ତି, ସେମାନଙ୍କର ଇହଲୋକ ଏବଂ ପରଲୋକ ନଷ୍ଟ ହୁଏ ନାହିଁ । ହେ ମୋର ପ୍ରିୟ ସଖା! ଯେଉଁ ବ୍ୟକ୍ତି ଈଶ୍ୱରପ୍ରାପ୍ତି ପାଇଁ ଚେଷ୍ଟାରତ, ଦୁର୍ଭାଗ୍ୟ ତାଙ୍କୁ ଗ୍ରାସ କରିପାରେ ନାହିଁ ।
ଶ୍ଲୋକ 41
ପ୍ରାପ୍ଯ ପୁଣ୍ଯକୃତାଂ ଲୋକାନୁଷିତ୍ଵା ଶାଶ୍ଵତୀଃ ସମାଃ |
ଶୁଚୀନାଂ ଶ୍ରୀମତାଂ ଗେହେ ଯୋଗଭ୍ରଷ୍ଟୋଽଭିଜାଯତେ ||୬-୪୧||
ଅନୁବାଦ
ମୃତ୍ୟୁପରେ ଅସଫଳ ଯୋଗୀଗଣ, ଧର୍ମାତ୍ମାମାନଙ୍କ ଲୋକକୁ ଯାଆନ୍ତି । ସେଠାରେ କେତେ ଯୁଗ ବାସ କରିବା ପରେ, ପୁଣିଥରେ ପୃଥିବୀ ପୃଷ୍ଠରେ ଏକ ଧାର୍ମିକ ଓ ସମୃଦ୍ଧ ପରିବାରରେ ଜନ୍ମ ନିଅନ୍ତି । କିନ୍ତୁ ସେମାନେ ଯଦି ଦୀର୍ଘ ଦିନର ସାଧନା ଦ୍ୱାରା ବୈରାଗ୍ୟ ପ୍ରାପ୍ତ କରିଥାନ୍ତି, ସେମାନେ ଦିବ୍ୟଜ୍ଞାନ ସମୃଦ୍ଧ ପରିବାରରେ ଜନ୍ମ ଗ୍ରହଣ କରନ୍ତି । ସଂସାରରେ ଏପରି ଏକ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଅଟେ ।
ଶ୍ଲୋକ 42
ଅଥଵା ଯୋଗିନାମେଵ କୁଲେ ଭଵତି ଧୀମତାମ୍ |
ଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦୀଦୃଶମ୍ ||୬-୪୨||
ଅନୁବାଦ
ମୃତ୍ୟୁପରେ ଅସଫଳ ଯୋଗୀଗଣ, ଧର୍ମାତ୍ମାମାନଙ୍କ ଲୋକକୁ ଯାଆନ୍ତି । ସେଠାରେ କେତେ ଯୁଗ ବାସ କରିବା ପରେ, ପୁଣିଥରେ ପୃଥିବୀ ପୃଷ୍ଠରେ ଏକ ଧାର୍ମିକ ଓ ସମୃଦ୍ଧ ପରିବାରରେ ଜନ୍ମ ନିଅନ୍ତି । କିନ୍ତୁ ସେମାନେ ଯଦି ଦୀର୍ଘ ଦିନର ସାଧନା ଦ୍ୱାରା ବୈରାଗ୍ୟ ପ୍ରାପ୍ତ କରିଥାନ୍ତି, ସେମାନେ ଦିବ୍ୟଜ୍ଞାନ ସମୃଦ୍ଧ ପରିବାରରେ ଜନ୍ମ ଗ୍ରହଣ କରନ୍ତି । ସଂସାରରେ ଏପରି ଏକ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଅଟେ ।
ଶ୍ଲୋକ 43
ତତ୍ର ତଂ ବୁଦ୍ଧିସଂଯୋଗଂ ଲଭତେ ପୌର୍ଵଦେହିକମ୍ |
ଯତତେ ଚ ତତୋ ଭୂଯଃ ସଂସିଦ୍ଧୌ କୁରୁନନ୍ଦନ ||୬-୪୩||
ଅନୁବାଦ
ହେ କୁରୁନନ୍ଦନ! ଏପରି ଏକ ଜନ୍ମ ପ୍ରାପ୍ତ କରି, ସେମାନେ ତାଙ୍କ ପୂର୍ବ ଜନ୍ମର ଜ୍ଞାନକୁ ପୁନର୍ଜାଗ୍ରତ କରନ୍ତି, ଏବଂ ଯୋଗରେ ସିଦ୍ଧି ପାଇଁ ଅଧିକ ଚେଷ୍ଟାରତ ହୁଅନ୍ତି ।
ଶ୍ଲୋକ 44
ପୂର୍ଵାଭ୍ଯାସେନ ତେନୈଵ ହ୍ରିଯତେ ହ୍ଯଵଶୋଽପି ସଃ |
ଜିଜ୍ଞାସୁରପି ଯୋଗସ୍ଯ ଶବ୍ଦବ୍ରହ୍ମାତିଵର୍ତତେ ||୬-୪୪||
ଅନୁବାଦ
ବାସ୍ତବରେ ତାଙ୍କ ଅତୀତ ଅଭ୍ୟାସର ଶକ୍ତି ବଳରେ, ସେମାନେ ଅନୁଭବ କରନ୍ତି, ଯେପରି କି ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ଭଗବାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । ଏପରି ସାଧକମାନେ ଶାସ୍ତ୍ରୀୟ ବିଧି-ବିଧାନର ଉର୍ଦ୍ଧ୍ୱରେ ରହିବା ସ୍ୱାଭାବିକ ।
ଶ୍ଲୋକ 45
ପ୍ରଯତ୍ନାଦ୍ଯତମାନସ୍ତୁ ଯୋଗୀ ସଂଶୁଦ୍ଧକିଲ୍ବିଷଃ |
ଅନେକଜନ୍ମସଂସିଦ୍ଧସ୍ତତୋ ଯାତି ପରାଂ ଗତିମ୍ ||୬-୪୫||
ଅନୁବାଦ
ଯେତେବେଳେ ଏହି ଯୋଗୀମାନେ, ତାଙ୍କର ଅନେକ ପୂର୍ବ ଜନ୍ମର ସଞ୍ôଚତ ପୁଣ୍ୟ ସହିତ, ଅଧିକ ଅଗ୍ରଗତି କରିବା ପାଇଁ ଆନ୍ତରିକ ଉଦ୍ୟମ କରନ୍ତି, ସେମାନେ ସାଂସାରିକ କାମନାରୁ ମୁକ୍ତ ହୋଇ ଶୁଦ୍ଧ ହୋଇଯାନ୍ତି ଏବଂ ଏହି ଜୀବନରେ ହିଁ ପରମ ଗତିକୁ ପ୍ରାପ୍ତକରନ୍ତି ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।