ଧ୍ଯାନଯୋଗ
ଅଥ ଷଷ୍ଠୋଽଧ୍ଯାଯଃ
ଶ୍ଲୋକ 1
ଶ୍ରୀଭଗଵାନୁଵାଚ |
ଅନାଶ୍ରିତଃ କର୍ମଫଲଂ କାର୍ଯଂ କର୍ମ କରୋତି ଯଃ |
ସ ସଂନ୍ଯାସୀ ଚ ଯୋଗୀ ଚ ନ ନିରଗ୍ନିର୍ନ ଚାକ୍ରିଯଃ ||୬-୧||
ଅନୁବାଦ
ଶ୍ରୀ ଭଗବାନ କହିଲେ; ଯେଉଁମାନେ କର୍ମଫଳ ପ୍ରତି କାମନା ନରଖି ତାଙ୍କର ବିହିତ କର୍ମ କରିଥାଆନ୍ତି, ବାସ୍ତବରେ ସେମାନେ ହିଁ ସନ୍ନ୍ୟାସୀ (ତ୍ୟାଗୀ) ଓ ଯୋଗୀ ଅଟନ୍ତି । ଯେଉଁମାନେ କେବଳ ଯଜ୍ଞାଦି ( ଯେପରି କି ଅଗ୍ନିହୋତ୍ର)ବା ଶାରୀରିକ କର୍ମ ତ୍ୟାଗ କରିଥାଆନ୍ତି, ସେମାନେ ଯୋଗୀ ନୁହଁନ୍ତି ।
ଶ୍ଲୋକ 3
ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ଯତେ |
ଯୋଗାରୂଢସ୍ଯ ତସ୍ଯୈଵ ଶମଃ କାରଣମୁଚ୍ଯତେ ||୬-୩||
ଅନୁବାଦ
ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ । ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି, ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ ।
ଶ୍ଲୋକ 7 ଏବଂ 8
ଜିତାତ୍ମନଃ ପ୍ରଶାନ୍ତସ୍ଯ ପରମାତ୍ମା ସମାହିତଃ |
ଶୀତୋଷ୍ଣସୁଖଦୁଃଖେଷୁ ତଥା ମାନାପମାନଯୋଃ ||୬-୭||
ଜ୍ଞାନଵିଜ୍ଞାନତୃପ୍ତାତ୍ମା କୂଟସ୍ଥୋ ଵିଜିତେନ୍ଦ୍ରିଯଃ |
ଯୁକ୍ତ ଇତ୍ଯୁଚ୍ଯତେ ଯୋଗୀ ସମଲୋଷ୍ଟାଶ୍ମକାଞ୍ଚନଃ ||୬-୮||
ଅନୁବାଦ
ଯେଉଁ ଯୋଗୀମାନେ ମନକୁ ଜୟ କରିଛନ୍ତି, ସେମାନେ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ, ମାନ ଓ ଅପମାନ ଆଦି ଦ୍ୱୈତର ଊର୍ଦ୍ଧ୍ୱରେ ରହନ୍ତି । ଏହିପରି ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି । ଯେଉଁ ଯୋଗୀମାନେ ଜ୍ଞାନ ଓ ବିଚାର ଦ୍ୱାରା ସନ୍ତୁଷ୍ଟ ରହିଥାନ୍ତି ଏବଂ ଇନ୍ଦ୍ରିୟମାନଙ୍କୁ ଜୟ କରିଥାନ୍ତି, ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଅବିଚଳିତ ରୁହନ୍ତି । ସେମାନେ ମାଟି, ପଥର ଏବଂ ସୁନା ଆଦି ସମସ୍ତ ବସ୍ତୁକୁ ସମାନ ଦୃଷ୍ଟିରେ ଦେଖନ୍ତି ।
ଶ୍ଲୋକ 9
ସୁହୃନ୍ମିତ୍ରାର୍ଯୁଦାସୀନମଧ୍ଯସ୍ଥଦ୍ଵେଷ୍ଯବନ୍ଧୁଷୁ |
ସାଧୁଷ୍ଵପି ଚ ପାପେଷୁ ସମବୁଦ୍ଧିର୍ଵିଶିଷ୍ଯତେ ||୬-୯||
ଅନୁବାଦ
ଯୋଗୀମାନେ ହିତାକାଂକ୍ଷୀ, ବନ୍ଧୁ, ଶତ୍ରୁ, ଧାର୍ମିକ ତଥା ପାପାତ୍ମା ଆଦି ସମସ୍ତଙ୍କୁ ନିରପେକ୍ଷ ଦୃଷ୍ଟିରେ ଦେଖିଥାନ୍ତି । ଯେଉଁ ଯୋଗୀ, ବନ୍ଧୁ, ସାଥୀ ଓ ଶତ୍ରୁଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ଶତ୍ରୁ ଓ ସମ୍ବନ୍ଧିମାନଙ୍କ ପ୍ରତି ଉଦାସୀନ ରହନ୍ତି, ଧାର୍ମିକ ଓ ପାପୀମାନଙ୍କ ମଧ୍ୟରେ ପକ୍ଷପାତ କରନ୍ତି ନାହିଁ, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଶେଷ ଅଟନ୍ତି ।
ଶ୍ଲୋକ 11 ଏବଂ 12
ଶୁଚୌ ଦେଶେ ପ୍ରତିଷ୍ଠାପ୍ଯ ସ୍ଥିରମାସନମାତ୍ମନଃ |
ନାତ୍ଯୁଚ୍ଛ୍ରିତଂ ନାତିନୀଚଂ ଚୈଲାଜିନକୁଶୋତ୍ତରମ୍ ||୬-୧୧||
ତତ୍ରୈକାଗ୍ରଂ ମନଃ କୃତ୍ଵା ଯତଚିତ୍ତେନ୍ଦ୍ରିଯକ୍ରିଯଃ |
ଉପଵିଶ୍ଯାସନେ ଯୁଞ୍ଜ୍ଯାଦ୍ଯୋଗମାତ୍ମଵିଶୁଦ୍ଧଯେ ||୬-୧୨||
ଅନୁବାଦ
ଯୋଗାଭ୍ୟାସ ପାଇଁ ଏକ ପରିଷ୍କୃତ ସ୍ଥାନରେ, କୁଶ, ତୃଣ, ମୃଗ ଚର୍ମ ଓ ବସ୍ତ୍ର ଗୋଟିକ ଉପରେ ଗୋଟିଏ ରଖି ଏକ ଆସନ ପ୍ରସ୍ତୁତ କରିବା ଉଚିତ । ଆସନଟି ଅତି ଉଚ୍ଚ ବା ଅତି ନୀଚ ହେବା ଉଚିତ ନୁହେଁ । ସେହି ଆସନରେ ସ୍ଥିର ଭାବରେ ବସି, ସମସ୍ତ ଚିନ୍ତନ ଓ କ୍ରିୟାକୁ ନିୟନ୍ତ୍ରଣ କରି, ଏକାଗ୍ରତାର ସହ ମନକୁ ଧ୍ୟାନସ୍ଥ କରି ଜଣେ ଯୋଗୀ ଅନ୍ତଃକରଣ ଶୁଦ୍ଧି ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ସେ ଶରୀର, ମସ୍ତକ ଏବଂ ଗ୍ରୀବାକୁ ସିଧା ଓ ସ୍ଥିର ରଖି, ସ୍ଥିର ଚକ୍ଷୁରେ ନିଜ ନାସିକା ଅଗ୍ରରେ ଦୃଷ୍ଟି ନିବଦ୍ଧ କରିବା ଉଚିତ୍ ।
ଶ୍ଲୋକ 13 ଏବଂ 14
ସମଂ କାଯଶିରୋଗ୍ରୀଵଂ ଧାରଯନ୍ନଚଲଂ ସ୍ଥିରଃ |
ସମ୍ପ୍ରେକ୍ଷ୍ଯ ନାସିକାଗ୍ରଂ ସ୍ଵଂ ଦିଶଶ୍ଚାନଵଲୋକଯନ୍ ||୬-୧୩||
ପ୍ରଶାନ୍ତାତ୍ମା ଵିଗତଭୀର୍ବ୍ରହ୍ମଚାରିଵ୍ରତେ ସ୍ଥିତଃ |
ମନଃ ସଂଯମ୍ଯ ମଚ୍ଚିତ୍ତୋ ଯୁକ୍ତ ଆସୀତ ମତ୍ପରଃ ||୬-୧୪||
ଅନୁବାଦ
ସେହି ଆସନରେ ସ୍ଥିର ଭାବରେ ବସି, ସମସ୍ତ ଚିନ୍ତନ ଓ କ୍ରିୟାକୁ ନିୟନ୍ତ୍ରଣ କରି, ଏକାଗ୍ରତାର ସହ ମନକୁ ଧ୍ୟାନସ୍ଥ କରି ଜଣେ ଯୋଗୀ ଅନ୍ତଃକରଣ ଶୁଦ୍ଧି ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ସେ ଶରୀର, ମସ୍ତକ ଏବଂ ଗ୍ରୀବାକୁ ସିଧା ଓ ସ୍ଥିର ରଖି, ସ୍ଥିର ଚକ୍ଷୁରେ ନିଜ ନାସିକା ଅଗ୍ରରେ ଦୃଷ୍ଟି ନିବଦ୍ଧ କରିବା ଉଚିତ୍ । ଜଣେ ସଜାଗ ଯୋଗୀ, ଶାନ୍ତ, ନିର୍ଭୟ ଓ ଅବିଚଳିତ ମନରେ, ବ୍ରହ୍ମଚର୍ଯ୍ୟ ପାଳନରେ ନିଷ୍ଠାବାନ ରହି, ନିଜର ପରମ ଲକ୍ଷ୍ୟ ଭାବରେ ମୋର ହିଁ ଧ୍ୟାନ କରିବା ଉଚିତ ।
ଶ୍ଲୋକ 18
ଯଦା ଵିନିଯତଂ ଚିତ୍ତମାତ୍ମନ୍ଯେଵାଵତିଷ୍ଠତେ |
ନିଃସ୍ପୃହଃ ସର୍ଵକାମେଭ୍ଯୋ ଯୁକ୍ତ ଇତ୍ଯୁଚ୍ଯତେ ତଦା ||୬-୧୮||
ଅନୁବାଦ
ସମସ୍ତ ସ୍ୱାର୍ଥଯୁକ୍ତ ଇଚ୍ଛାଠାରୁ ମନକୁ ଦୂରେଇ ନେଇ, ସେମାନେ ନିଜର ଆନ୍ତରିକ ମଙ୍ଗଳ ପାଇଁ ତାହାକୁ ବ୍ୟବହାର କରିବାର ଅଭ୍ୟାସ କରିଥାଆନ୍ତି । ଇନ୍ଦ୍ରିୟ ଲାଳସାରୁ ସମ୍ପୂର୍ଣ୍ଣ ମୁକ୍ତ ଏହି ସାଧକମାନଙ୍କୁ ଯୋଗସିଦ୍ଧ କୁହାଯାଏ ।
ଶ୍ଲୋକ 20, 21, 22, 23
ଯତ୍ରୋପରମତେ ଚିତ୍ତଂ ନିରୁଦ୍ଧଂ ଯୋଗସେଵଯା |
ଯତ୍ର ଚୈଵାତ୍ମନାତ୍ମାନଂ ପଶ୍ଯନ୍ନାତ୍ମନି ତୁଷ୍ଯତି ||୬-୨୦||
ସୁଖମାତ୍ଯନ୍ତିକଂ ଯତ୍ତଦ୍ ବୁଦ୍ଧିଗ୍ରାହ୍ଯମତୀନ୍ଦ୍ରିଯମ୍ |
ଵେତ୍ତି ଯତ୍ର ନ ଚୈଵାଯଂ ସ୍ଥିତଶ୍ଚଲତି ତତ୍ତ୍ଵତଃ ||୬-୨୧||
ଯଂ ଲବ୍ଧ୍ଵା ଚାପରଂ ଲାଭଂ ମନ୍ଯତେ ନାଧିକଂ ତତଃ |
ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ଵିଚାଲ୍ଯତେ ||୬-୨୨||
ତଂ ଵିଦ୍ଯାଦ୍ ଦୁଃଖସଂଯୋଗଵିଯୋଗଂ ଯୋଗସଂଜ୍ଞିତମ୍ |
ସ ନିଶ୍ଚଯେନ ଯୋକ୍ତଵ୍ଯୋ ଯୋଗୋଽନିର୍ଵିଣ୍ଣଚେତସା ||୬-୨୩||
ଅନୁବାଦ
ମାୟିକ କର୍ମରୁ ନିବୃତ୍ତ ମନ, ଯେତେବେଳେ ଯୋଗାଭ୍ୟାସ ଦ୍ୱାରା ସ୍ଥିର ହୋଇଯାଏ, ସେତେବେଳେ ଯୋଗୀ ତା’ର ବିଶୁଦ୍ଧ ଅନ୍ତଃକରଣରେ ଆତ୍ମାର ଦର୍ଶନ କରି ଆତ୍ମାନନ୍ଦରେ ବିଭୋର ହୋଇଯାଏ । ଯୋଗ ସମାଧି ରୂପକ ସେହି ଆନନ୍ଦମୟ ଅବସ୍ଥାରେ, ବ୍ୟକ୍ତି ଅସୀମ ଦିବ୍ୟାନନ୍ଦର ଅନୁଭବ କରେ, ଏବଂ ଏହି ଅବସ୍ଥାରେ ସ୍ଥିତ ହୋଇ, ବ୍ୟକ୍ତି କେବେ ବି ପରମ ସତ୍ୟଠାରୁ ବିଚ୍ୟୁତ ହୁଏ ନାହିଁ । ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ । ଦୁଃଖର ସଂଯୋଗରେ ପ୍ରାପ୍ତ ବିୟୋଗର ସ୍ଥିତିକୁ ଯୋଗ କୁହାଯାଏ । ଏହି ଯୋଗକୁ ଦୃଢ଼ନିଶ୍ଚୟ ପୂର୍ବକ, ନୈରାଶ୍ୟଭାବ ପୋଷଣ ନ କରି ଅଭ୍ୟାସ କରିବା ଉଚିତ ।
ଶ୍ଲୋକ 24 ଏବଂ 25
ସଙ୍କଲ୍ପପ୍ରଭଵାନ୍କାମାଂସ୍ତ୍ଯକ୍ତ୍ଵା ସର୍ଵାନଶେଷତଃ |
ମନସୈଵେନ୍ଦ୍ରିଯଗ୍ରାମଂ ଵିନିଯମ୍ଯ ସମନ୍ତତଃ ||୬-୨୪||
ଶନୈଃ ଶନୈରୁପରମେଦ୍ ବୁଦ୍ଧ୍ଯା ଧୃତିଗୃହୀତଯା |
ଆତ୍ମସଂସ୍ଥଂ ମନଃ କୃତ୍ଵା ନ କିଞ୍ଚିଦପି ଚିନ୍ତଯେତ୍ ||୬-୨୫||
ଅନୁବାଦ
ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ । ଧୀର ଓ ଅବିଚଳିତ ଭାବେ, ବୁଦ୍ଧିର ଦୃଢ଼ ନିଶ୍ଚୟ ଦ୍ୱାରା, ମନ କେବଳ ଭଗବାନଙ୍କଠାରେ ସ୍ଥିର ରହିବ ଏବଂ ଅନ୍ୟ କୌଣସି ଚିନ୍ତନ କରିବ ନାହିଁ ।
ଶ୍ଲୋକ 35
ଶ୍ରୀଭଗଵାନୁଵାଚ |
ଅସଂଶଯଂ ମହାବାହୋ ମନୋ ଦୁର୍ନିଗ୍ରହଂ ଚଲମ୍ |
ଅଭ୍ଯାସେନ ତୁ କୌନ୍ତେଯ ଵୈରାଗ୍ଯେଣ ଚ ଗୃହ୍ଯତେ ||୬-୩୫||
ଅନୁବାଦ
ଭଗବାନ ଶ୍ରୀକୃଷ୍ଣ କହିଲେ: ହେ ମହାବାହୁ କୁନ୍ତୀ ପୁତ୍ର! ତୁମେ ଯାହା କହୁଛ, ତାହା ସତ୍ୟ ଅଟେ; ପ୍ରକୃତରେ ମନକୁ ବଶ କରିବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଅଭ୍ୟାସ ଏବଂ ବୈରାଗ୍ୟ ଦ୍ୱାରା ତାହାକୁ ନିୟନ୍ତ୍ରଣ କରାଯାଇ ପାରିବ ।
ଶ୍ଲୋକ 36
ଅସଂଯତାତ୍ମନା ଯୋଗୋ ଦୁଷ୍ପ୍ରାପ ଇତି ମେ ମତିଃ |
ଵଶ୍ଯାତ୍ମନା ତୁ ଯତତା ଶକ୍ଯୋଽଵାପ୍ତୁମୁପାଯତଃ ||୬-୩୬||
ଅନୁବାଦ
ଯେଉଁମାନଙ୍କର ମନ ଅସଂଯତ, ସେମାନେ ଯୋଗରେ ସିଦ୍ଧି ଲାଭ କରିବା କଷ୍ଟକର ଅଟେ । କିନ୍ତୁ ଯେଉଁମାନେ ସଠିକ୍ ଉପାୟରେ ନିଷ୍ଠାପର ଉଦ୍ୟମ ଦ୍ୱାରା, ମନକୁ ସଂଯତ କରିପାରି ଥାଆନ୍ତି, ସେମାନେ ଯୋଗରେ ସିଦ୍ଧି ଲାଭ କରନ୍ତି । ଏହା ମୋର ମତ ଅଟେ ।
ଶ୍ଲୋକ 37
ଅର୍ଜୁନ ଉଵାଚ |
ଅଯତିଃ ଶ୍ରଦ୍ଧଯୋପେତୋ ଯୋଗାଚ୍ଚଲିତମାନସଃ |
ଅପ୍ରାପ୍ଯ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି ||୬-୩୭||
ଅନୁବାଦ
ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ôଚ ପାରନ୍ତି ନାହିଁ । ଏହିପରି ଅସଫଳ ଯୋଗୀଙ୍କର ଭାଗ୍ୟ କ’ଣ ଅଟେ?
ଶ୍ଲୋକ 40
ଶ୍ରୀଭଗଵାନୁଵାଚ |
ପାର୍ଥ ନୈଵେହ ନାମୁତ୍ର ଵିନାଶସ୍ତସ୍ଯ ଵିଦ୍ଯତେ |
ନ ହି କଲ୍ଯାଣକୃତ୍କଶ୍ଚିଦ୍ ଦୁର୍ଗତିଂ ତାତ ଗଚ୍ଛତି ||୬-୪୦||
ଅନୁବାଦ
ଭଗବାନ କହିଲେ: ହେ ପାର୍ଥ! ଯେଉଁମାନେ ଆଧ୍ୟାତ୍ମିକ ପଥରେ ଯାଆନ୍ତି, ସେମାନଙ୍କର ଇହଲୋକ ଏବଂ ପରଲୋକ ନଷ୍ଟ ହୁଏ ନାହିଁ । ହେ ମୋର ପ୍ରିୟ ସଖା! ଯେଉଁ ବ୍ୟକ୍ତି ଈଶ୍ୱରପ୍ରାପ୍ତି ପାଇଁ ଚେଷ୍ଟାରତ, ଦୁର୍ଭାଗ୍ୟ ତାଙ୍କୁ ଗ୍ରାସ କରିପାରେ ନାହିଁ ।
ଶ୍ଲୋକ 41
ପ୍ରାପ୍ଯ ପୁଣ୍ଯକୃତାଂ ଲୋକାନୁଷିତ୍ଵା ଶାଶ୍ଵତୀଃ ସମାଃ |
ଶୁଚୀନାଂ ଶ୍ରୀମତାଂ ଗେହେ ଯୋଗଭ୍ରଷ୍ଟୋଽଭିଜାଯତେ ||୬-୪୧||
ଅନୁବାଦ
ମୃତ୍ୟୁପରେ ଅସଫଳ ଯୋଗୀଗଣ, ଧର୍ମାତ୍ମାମାନଙ୍କ ଲୋକକୁ ଯାଆନ୍ତି । ସେଠାରେ କେତେ ଯୁଗ ବାସ କରିବା ପରେ, ପୁଣିଥରେ ପୃଥିବୀ ପୃଷ୍ଠରେ ଏକ ଧାର୍ମିକ ଓ ସମୃଦ୍ଧ ପରିବାରରେ ଜନ୍ମ ନିଅନ୍ତି । କିନ୍ତୁ ସେମାନେ ଯଦି ଦୀର୍ଘ ଦିନର ସାଧନା ଦ୍ୱାରା ବୈରାଗ୍ୟ ପ୍ରାପ୍ତ କରିଥାନ୍ତି, ସେମାନେ ଦିବ୍ୟଜ୍ଞାନ ସମୃଦ୍ଧ ପରିବାରରେ ଜନ୍ମ ଗ୍ରହଣ କରନ୍ତି । ସଂସାରରେ ଏପରି ଏକ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଅଟେ ।
ଶ୍ଲୋକ 42
ଅଥଵା ଯୋଗିନାମେଵ କୁଲେ ଭଵତି ଧୀମତାମ୍ |
ଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦୀଦୃଶମ୍ ||୬-୪୨||
ଅନୁବାଦ
ମୃତ୍ୟୁପରେ ଅସଫଳ ଯୋଗୀଗଣ, ଧର୍ମାତ୍ମାମାନଙ୍କ ଲୋକକୁ ଯାଆନ୍ତି । ସେଠାରେ କେତେ ଯୁଗ ବାସ କରିବା ପରେ, ପୁଣିଥରେ ପୃଥିବୀ ପୃଷ୍ଠରେ ଏକ ଧାର୍ମିକ ଓ ସମୃଦ୍ଧ ପରିବାରରେ ଜନ୍ମ ନିଅନ୍ତି । କିନ୍ତୁ ସେମାନେ ଯଦି ଦୀର୍ଘ ଦିନର ସାଧନା ଦ୍ୱାରା ବୈରାଗ୍ୟ ପ୍ରାପ୍ତ କରିଥାନ୍ତି, ସେମାନେ ଦିବ୍ୟଜ୍ଞାନ ସମୃଦ୍ଧ ପରିବାରରେ ଜନ୍ମ ଗ୍ରହଣ କରନ୍ତି । ସଂସାରରେ ଏପରି ଏକ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଅଟେ ।
ଶ୍ଲୋକ 44
ପୂର୍ଵାଭ୍ଯାସେନ ତେନୈଵ ହ୍ରିଯତେ ହ୍ଯଵଶୋଽପି ସଃ |
ଜିଜ୍ଞାସୁରପି ଯୋଗସ୍ଯ ଶବ୍ଦବ୍ରହ୍ମାତିଵର୍ତତେ ||୬-୪୪||
ଅନୁବାଦ
ବାସ୍ତବରେ ତାଙ୍କ ଅତୀତ ଅଭ୍ୟାସର ଶକ୍ତି ବଳରେ, ସେମାନେ ଅନୁଭବ କରନ୍ତି, ଯେପରି କି ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ଭଗବାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । ଏପରି ସାଧକମାନେ ଶାସ୍ତ୍ରୀୟ ବିଧି-ବିଧାନର ଉର୍ଦ୍ଧ୍ୱରେ ରହିବା ସ୍ୱାଭାବିକ ।
ଶ୍ଲୋକ 45
ପ୍ରଯତ୍ନାଦ୍ଯତମାନସ୍ତୁ ଯୋଗୀ ସଂଶୁଦ୍ଧକିଲ୍ବିଷଃ |
ଅନେକଜନ୍ମସଂସିଦ୍ଧସ୍ତତୋ ଯାତି ପରାଂ ଗତିମ୍ ||୬-୪୫||
ଅନୁବାଦ
ଯେତେବେଳେ ଏହି ଯୋଗୀମାନେ, ତାଙ୍କର ଅନେକ ପୂର୍ବ ଜନ୍ମର ସଞ୍ôଚତ ପୁଣ୍ୟ ସହିତ, ଅଧିକ ଅଗ୍ରଗତି କରିବା ପାଇଁ ଆନ୍ତରିକ ଉଦ୍ୟମ କରନ୍ତି, ସେମାନେ ସାଂସାରିକ କାମନାରୁ ମୁକ୍ତ ହୋଇ ଶୁଦ୍ଧ ହୋଇଯାନ୍ତି ଏବଂ ଏହି ଜୀବନରେ ହିଁ ପରମ ଗତିକୁ ପ୍ରାପ୍ତକରନ୍ତି ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।