ଵିଭୂତିଯୋଗ
ଅଥ ଦଶମୋଽଧ୍ଯାଯଃ
ଶ୍ଲୋକ 4 ଏବଂ 5
ବୁଦ୍ଧିର୍ଜ୍ଞାନମସମ୍ମୋହଃ କ୍ଷମା ସତ୍ଯଂ ଦମଃ ଶମଃ |
ସୁଖଂ ଦୁଃଖଂ ଭଵୋଽଭାଵୋ ଭଯଂ ଚାଭଯମେଵ ଚ ||୧୦-୪||
ଅହିଂସା ସମତା ତୁଷ୍ଟିସ୍ତପୋ ଦାନଂ ଯଶୋଽଯଶଃ |
ଭଵନ୍ତି ଭାଵା ଭୂତାନାଂ ମତ୍ତ ଏଵ ପୃଥଗ୍ଵିଧାଃ ||୧୦-୫||
ଅନୁବାଦ
ମନୁଷ୍ୟମାନଙ୍କର ଗୁଣରେ ବିବିଧତା କେବଳ ମୋଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଯେପରି କି ବୁଦ୍ଧି, ଜ୍ଞାନ, ବିବେକ, କ୍ଷମାଶୀଳତା, ସତ୍ୟବାଦିତା, ଇନ୍ଦ୍ରିୟ ଏବଂ ମନ ଉପରେ ନିୟନ୍ତ୍ରଣ, ସୁଖ ଓ ଦୁଃଖ, ଜନ୍ମ ଓ ମୃତ୍ୟୁ, ଭୟ ଓ ସାହସ, ଅହିଂସା, ସମଦର୍ଶିତା, ସନ୍ତୋଷ, ସଂଯମ, ଦାନ, ଯଶ ଓ ଅପଯଶ ।
ଶ୍ଲୋକ 12 ଏବଂ 13
ଅର୍ଜୁନ ଉଵାଚ |
ପରଂ ବ୍ରହ୍ମ ପରଂ ଧାମ ପଵିତ୍ରଂ ପରମଂ ଭଵାନ୍ |
ପୁରୁଷଂ ଶାଶ୍ଵତଂ ଦିଵ୍ଯମାଦିଦେଵମଜଂ ଵିଭୁମ୍ ||୧୦-୧୨||
ଆହୁସ୍ତ୍ଵାମୃଷଯଃ ସର୍ଵେ ଦେଵର୍ଷିର୍ନାରଦସ୍ତଥା |
ଅସିତୋ ଦେଵଲୋ ଵ୍ଯାସଃ ସ୍ଵଯଂ ଚୈଵ ବ୍ରଵୀଷି ମେ ||୧୦-୧୩||
ଅନୁବାଦ
ଅର୍ଜୁନ କହିଲେ: ଆପଣ ପରମ ଦିବ୍ୟ ପୁରୁଷ, ପରମଦିବ୍ୟ ଲୋକ, ପରମ ପାବକ, ଅନାଦି ଦେବ, ମୂଳ ତତ୍ତ୍ୱ, ଅଜନ୍ମା ଏବଂ ମହାନତମ ଅଟନ୍ତି । ନାରଦ, ଅସତ, ଦେବଳ ଏବଂ ବ୍ୟାସଙ୍କ ପରି ବିଖ୍ୟାତ ଋଷିଗଣ ଏହା ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ଆପଣ ନିଜେ ସେହି କଥା ମୋ ସମ୍ମୁଖରେ ପ୍ରକାଶ କରୁଛନ୍ତି ।
ଶ୍ଲୋକ 16
ଵକ୍ତୁମର୍ହସ୍ଯଶେଷେଣ ଦିଵ୍ଯା ହ୍ଯାତ୍ମଵିଭୂତଯଃ |
ଯାଭିର୍ଵିଭୂତିଭିର୍ଲୋକାନିମାଂସ୍ତ୍ଵଂ ଵ୍ଯାପ୍ଯ ତିଷ୍ଠସି ||୧୦-୧୬||
ଅନୁବାଦ
ଦୟାକରି ଆପଣଙ୍କର ସେହି ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି ଏବଂ ସେମାନଙ୍କଠାରେ ନିବାସ କରନ୍ତି । ହେ ପରମ ଯୋଗୀଶ୍ୱର! ମୁଁଁ ଆପଣଙ୍କୁ କିପରି ଜାଣିବି ଏବଂ କିପରି ଆପଣଙ୍କର ଧ୍ୟାନ କରିବି । ହେ ପରମ ଦିବ୍ୟ ପୁରୁଷ! ଧ୍ୟାନ କରିବା ସମୟରେ ମୁଁ ଆପଣଙ୍କ କେଉଁ ସ୍ୱରୂପର ଚିନ୍ତନ କରିବି?
ଶ୍ଲୋକ 17
କଥଂ ଵିଦ୍ଯାମହଂ ଯୋଗିଂସ୍ତ୍ଵାଂ ସଦା ପରିଚିନ୍ତଯନ୍ |
କେଷୁ କେଷୁ ଚ ଭାଵେଷୁ ଚିନ୍ତ୍ଯୋଽସି ଭଗଵନ୍ମଯା ||୧୦-୧୭||
ଅନୁବାଦ
ଦୟାକରି ଆପଣଙ୍କର ସେହି ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି ଏବଂ ସେମାନଙ୍କଠାରେ ନିବାସ କରନ୍ତି । ହେ ପରମ ଯୋଗୀଶ୍ୱର! ମୁଁଁ ଆପଣଙ୍କୁ କିପରି ଜାଣିବି ଏବଂ କିପରି ଆପଣଙ୍କର ଧ୍ୟାନ କରିବି । ହେ ପରମ ଦିବ୍ୟ ପୁରୁଷ! ଧ୍ୟାନ କରିବା ସମୟରେ ମୁଁ ଆପଣଙ୍କ କେଉଁ ସ୍ୱରୂପର ଚିନ୍ତନ କରିବି?
ଶ୍ଲୋକ 26 ଏବଂ 27
ଅଶ୍ଵତ୍ଥଃ ସର୍ଵଵୃକ୍ଷାଣାଂ ଦେଵର୍ଷୀଣାଂ ଚ ନାରଦଃ |
ଗନ୍ଧର୍ଵାଣାଂ ଚିତ୍ରରଥଃ ସିଦ୍ଧାନାଂ କପିଲୋ ମୁନିଃ ||୧୦-୨୬||
ଉଚ୍ଚୈଃଶ୍ରଵସମଶ୍ଵାନାଂ ଵିଦ୍ଧି ମାମମୃତୋଦ୍ଭଵମ୍ |
ଐରାଵତଂ ଗଜେନ୍ଦ୍ରାଣାଂ ନରାଣାଂ ଚ ନରାଧିପମ୍ ||୧୦-୨୭||
ଅନୁବାଦ
ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍ଥ ବୃକ୍ଷ ଅଟେ । ସ୍ୱର୍ଗର ଋଷିମାନଙ୍କ ମଧ୍ୟରେ ମୁଁ ନାରଦ । ଗନ୍ଧର୍ବ ମାନଙ୍କ ମଧ୍ୟରେ ମୁଁ ଚିତ୍ରରଥ ଓ ସିଦ୍ଧ ମହାପୁରୁଷ ମାନଙ୍କ ମଧ୍ୟରେ ମୁଁ କପିଳ ମୁନି ଅଟେ । ସାଗର ମନ୍ଥନରୁ ଉଦ୍ଭବ ଉଚ୍ଚୈଶ୍ରବ ଅଶ୍ୱକୁ ସମସ୍ତ ଅଶ୍ୱଙ୍କ ମଧ୍ୟରେ ଏବଂ ଐରାବତ ହସ୍ତୀକୁ ସମସ୍ତ ହସ୍ତୀଙ୍କ ମଧ୍ୟରେ ମୁଁ ବୋଲି ଜାଣ । ମନୁଷ୍ୟ ମାନଙ୍କ ମଧ୍ୟରେ ମୋତେ ରାଜା ଭାବରେ ଜାଣ ।
ଶ୍ଲୋକ 28 ଏବଂ 29
ଆଯୁଧାନାମହଂ ଵଜ୍ରଂ ଧେନୂନାମସ୍ମି କାମଧୁକ୍ |
ପ୍ରଜନଶ୍ଚାସ୍ମି କନ୍ଦର୍ପଃ ସର୍ପାଣାମସ୍ମି ଵାସୁକିଃ ||୧୦-୨୮||
ଅନନ୍ତଶ୍ଚାସ୍ମି ନାଗାନାଂ ଵରୁଣୋ ଯାଦସାମହମ୍ |
ପିତୄଣାମର୍ଯମା ଚାସ୍ମି ଯମଃ ସଂଯମତାମହମ୍ ||୧୦-୨୯||
ଅନୁବାଦ
ଅସ୍ତ୍ର ମାନଙ୍କ ମଧ୍ୟରେ ମୁଁ ବଜ୍ର ଏବଂ ଗାଈ ମାନଙ୍କ ମଧ୍ୟରେ ମୁଁ କାମଧେନୁ ଅଟେ । ମୁଁ ବଂଶବୃଦ୍ଧିର କାରଣ ଓ ପ୍ରେମର ଦେବତା କାମଦେବ ଅଟେ । ସର୍ପମାନଙ୍କ ମଧ୍ୟରେ ମୁଁ ବାସୁକି ଅଟେ । ସର୍ପମାନଙ୍କ ମଧ୍ୟରେ ମୁଁ ଅନନ୍ତ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ ବରୁଣ । ପରଲୋକ ଗତ ପୂର୍ବଜମାନଙ୍କ ମଧ୍ୟରେ ମୁଁ ଅର୍ଯମ; ନ୍ୟାୟାଧୀଶ ମାନଙ୍କ ମଧ୍ୟରେ ମୁଁ ମୃତ୍ୟୁର ଦେବତା ଯମ ଅଟେ ।
ଶ୍ଲୋକ 34
ମୃତ୍ଯୁଃ ସର୍ଵହରଶ୍ଚାହମୁଦ୍ଭଵଶ୍ଚ ଭଵିଷ୍ଯତାମ୍ |
କୀର୍ତିଃ ଶ୍ରୀର୍ଵାକ୍ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା ||୧୦-୩୪||
ଅନୁବାଦ
ମୁଁ ସର୍ବଗ୍ରାସୀ ମୃତ୍ୟୁ ଅଟେ, ମୁଁ ସୃଷ୍ଟି ହେବାକୁ ଥିବା ବସ୍ତୁମାନଙ୍କର ସୃଷ୍ଟିକର୍ତ୍ତା ଅଟେ । ନାରୀ ସୁଲଭ ଗୁଣ ମାନଙ୍କ ମଧ୍ୟରେ ମୁଁ ଯଶ, ବୈଭବ, ମୃଦୁ ବାକ୍ୟ, ସ୍ମରଣ ଶକ୍ତି, ବୁଦ୍ଧି, ସାହସ ଓ କ୍ଷମା ଅଟେ ।
ଶ୍ଲୋକ 35
ବୃହତ୍ସାମ ତଥା ସାମ୍ନାଂ ଗାଯତ୍ରୀ ଛନ୍ଦସାମହମ୍ |
ମାସାନାଂ ମାର୍ଗଶୀର୍ଷୋଽହମୃତୂନାଂ କୁସୁମାକରଃ ||୧୦-୩୫||
ଅନୁବାଦ
ସାମବେଦର ସ୍ତୋତ୍ରମାନଙ୍କ ମଧ୍ୟରେ ମୋତେ ବୃହତ୍ସାମ ଭାବରେ ଜାଣ; କବିତାଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଅଟେ । ହିନ୍ଦୁ ବର୍ଷର ବାର ମାସ ମଧ୍ୟରୁ ମୁଁ ମାର୍ଗଶୀର ଅଟେ ଏବଂ ଋତୁମାନଙ୍କ ମଧ୍ୟରେ, ଯେଉଁ ଋତୁରେ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ, ମୁଁ ସେହି ବସନ୍ତ ଋତୁ ଅଟେ ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।