ଵିଭୂତିଯୋଗ - ଆୟାତ ଶ୍ଲୋକ 35
ଶ୍ଲୋକ 35
ବୃହତ୍ସାମ ତଥା ସାମ୍ନାଂ ଗାଯତ୍ରୀ ଛନ୍ଦସାମହମ୍ |
ମାସାନାଂ ମାର୍ଗଶୀର୍ଷୋଽହମୃତୂନାଂ କୁସୁମାକରଃ ||୧୦-୩୫||
ଅନୁବାଦ
ସାମବେଦର ସ୍ତୋତ୍ରମାନଙ୍କ ମଧ୍ୟରେ ମୋତେ ବୃହତ୍ସାମ ଭାବରେ ଜାଣ; କବିତାଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଅଟେ । ହିନ୍ଦୁ ବର୍ଷର ବାର ମାସ ମଧ୍ୟରୁ ମୁଁ ମାର୍ଗଶୀର ଅଟେ ଏବଂ ଋତୁମାନଙ୍କ ମଧ୍ୟରେ, ଯେଉଁ ଋତୁରେ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ, ମୁଁ ସେହି ବସନ୍ତ ଋତୁ ଅଟେ ।