ଵିଭୂତିଯୋଗ - Verse ଶ୍ଲୋକ 42
ଶ୍ଲୋକ 42
ଅଥଵା ବହୁନୈତେନ କିଂ ଜ୍ଞାତେନ ତଵାର୍ଜୁନ |
ଵିଷ୍ଟଭ୍ଯାହମିଦଂ କୃତ୍ସ୍ନମେକାଂଶେନ ସ୍ଥିତୋ ଜଗତ୍ ||୧୦-୪୨||
Translation
ହେ ଅର୍ଜୁନ! ଏତେ ସବୁ ବିସ୍ତୃତ ଜ୍ଞାନର ଆବଶ୍ୟକତା କ’ଣ? କେବଳ ଏତିକି ଜାଣ ଯେ ମୋ ବ୍ୟକ୍ତିତ୍ୱର ଏକ ଅଂଶ ଦ୍ୱାରା, ମୁଁ ଏ ସମଗ୍ର ସୃଷ୍ଟିରେ ବ୍ୟାପ୍ତ ହୁଏ ଏବଂ ସୃଷ୍ଟିକୁ ଧାରଣ କରିଥାଏ ।