ଜ୍ଞାନଵିଜ୍ଞାନଯୋଗ
ଅଥ ସପ୍ତମୋଽଧ୍ଯାଯ
ଶ୍ଲୋକ 1
ଶ୍ରୀଭଗଵାନୁଵାଚ |
ମଯ୍ଯାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରଯଃ |
ଅସଂଶଯଂ ସମଗ୍ରଂ ମାଂ ଯଥା ଜ୍ଞାସ୍ଯସି ତଚ୍ଛୃଣୁ ||୭-୧||
ଅନୁବାଦ
ଭଗବାନ କହିଲେ: ହେ ଅର୍ଜୁନ! ବର୍ତ୍ତମାନ ଶୁଣ, କେବଳ ମୋଠାରେ ହିଁ ମନକୁ କେନ୍ଦ୍ରିତ କରି, ଭକ୍ତି ଯୋଗର ସାଧନା ଦ୍ୱାରା ମୋର ଶରଣାଗତ ହେଲେ, ଏହା ନିଃସନ୍ଦେହ ଯେ ତୁମେ ମୋତେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବ ।
ଶ୍ଲୋକ 3
ମନୁଷ୍ଯାଣାଂ ସହସ୍ରେଷୁ କଶ୍ଚିଦ୍ଯତତି ସିଦ୍ଧଯେ |
ଯତତାମପି ସିଦ୍ଧାନାଂ କଶ୍ଚିନ୍ମାଂ ଵେତ୍ତି ତତ୍ତ୍ଵତଃ ||୭-୩||
ଅନୁବାଦ
ହଜାର ହଜାର ବ୍ୟକ୍ତିଙ୍କ ମଧ୍ୟରୁ କେହି କେହି ସିଦ୍ଧି ପ୍ରାପ୍ତ କରିବା ଦିଗରେ ପ୍ରୟାସ କରନ୍ତି; ଏବଂ ଯେଉଁମାନେ ସିଦ୍ଧି ଲାଭ କରନ୍ତି, ସେମାନଙ୍କ ମଧ୍ୟରୁ କେହି କେହି ଯଥାର୍ଥରେ ମୋର ବାସ୍ତବ ସ୍ୱରୂପକୁ ଜାଣନ୍ତି ।
ଶ୍ଲୋକ 15
ନ ମାଂ ଦୁଷ୍କୃତିନୋ ମୂଢାଃ ପ୍ରପଦ୍ଯନ୍ତେ ନରାଧମାଃ |
ମାଯଯାପହୃତଜ୍ଞାନା ଆସୁରଂ ଭାଵମାଶ୍ରିତାଃ ||୭-୧୫||
ଅନୁବାଦ
ଚାରି ଶ୍ରେଣୀର ଲୋକ ମୋର ଶରଣାଗତ ହୁଅନ୍ତି ନାହିଁ - ଯେଉଁମାନେ ଅଜ୍ଞାନୀ, ଯେଉଁମାନେ ମୋତେ ଜାଣିବାର ସାମର୍ଥ୍ୟ ଥାଇ ସୁଦ୍ଧା ଆଳସ୍ୟ ପରାୟଣ ହୋଇ ନିଜର ନିମ୍ନ ପ୍ରକୃତି ଅନୁସାରେ ଆଚରଣ କରନ୍ତି, ଯାହାଙ୍କର ବୁଦ୍ଧି ଭ୍ରମିତ ହୋଇଥାଏ ଏବଂ ଯେଉଁମାନେ ଦାନବ ସ୍ୱଭାବର ହୋଇଥାନ୍ତି ।
ଶ୍ଲୋକ 17
ତେଷାଂ ଜ୍ଞାନୀ ନିତ୍ଯଯୁକ୍ତ ଏକଭକ୍ତିର୍ଵିଶିଷ୍ଯତେ |
ପ୍ରିଯୋ ହି ଜ୍ଞାନିନୋଽତ୍ଯର୍ଥମହଂ ସ ଚ ମମ ପ୍ରିଯଃ ||୭-୧୭||
ଅନୁବାଦ
ଏମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ନିରନ୍ତର ଓ ଅନନ୍ୟ ଭାବରେ ମୋର ଭକ୍ତି କରନ୍ତି, ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ବିଚାର କରିଥାଏ । ମୁଁ ତାଙ୍କର ଅତିପ୍ରିୟ ଏବଂ ସେମାନେ ମଧ୍ୟ ମୋର ଅତିପ୍ରିୟ ଅଟନ୍ତି ।
ଶ୍ଲୋକ 18
ଉଦାରାଃ ସର୍ଵ ଏଵୈତେ ଜ୍ଞାନୀ ତ୍ଵାତ୍ମୈଵ ମେ ମତମ୍ |
ଆସ୍ଥିତଃ ସ ହି ଯୁକ୍ତାତ୍ମା ମାମେଵାନୁତ୍ତମାଂ ଗତିମ୍ ||୭-୧୮||
ଅନୁବାଦ
ବାସ୍ତବରେ ମୋର ଭକ୍ତି କରୁଥିବା ସମସ୍ତ ବ୍ୟକ୍ତି ମହାନ୍ ଅଟନ୍ତି । କିନ୍ତୁ, ଯେଉଁମାନେ ଜ୍ଞାନରେ ସ୍ଥିତ, ଏକାଗ୍ର ଚିତ୍ତ, ଯାହାର ବୁଦ୍ଧି ମୋ ପ୍ରତି ସମର୍ପିତ ଏବଂ ଯେଉଁମାନେ ମୋତେ ହିଁ ନିଜର ଚରମ ଲକ୍ଷ୍ୟ ଭାବେ ଗ୍ରହଣ କରିଥାଆନ୍ତି, ମୁଁ ସେମାନଙ୍କୁ ନିଜ ସଦୃଶ ମନେ କରେ ।
ଶ୍ଲୋକ 20
କାମୈସ୍ତୈସ୍ତୈର୍ହୃତଜ୍ଞାନାଃ ପ୍ରପଦ୍ଯନ୍ତେଽନ୍ଯଦେଵତାଃ |
ତଂ ତଂ ନିଯମମାସ୍ଥାଯ ପ୍ରକୃତ୍ଯା ନିଯତାଃ ସ୍ଵଯା ||୭-୨୦||
ଅନୁବାଦ
ଯେଉଁ ବ୍ୟକ୍ତିମାନଙ୍କର ଜ୍ଞାନ ଭୌତିକ କାମନାରେ ଗ୍ରସ୍ତ ହୋଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କର ଶରଣାଗତି କରିଥାନ୍ତି । ନିଜର ସ୍ୱଭାବ ଅନୁଯାୟୀ, ସେମାନେ ଉପଯୁକ୍ତ ବିଧିବିଧାନ ପାଳନ ପୂର୍ବକ ସ୍ୱର୍ଗର ଦେବୀ ଦେବତା ମାନଙ୍କର ଉପାସନା କରିଥାନ୍ତି ।
ଶ୍ଲୋକ 24
ଅଵ୍ଯକ୍ତଂ ଵ୍ଯକ୍ତିମାପନ୍ନଂ ମନ୍ଯନ୍ତେ ମାମବୁଦ୍ଧଯଃ |
ପରଂ ଭାଵମଜାନନ୍ତୋ ମମାଵ୍ଯଯମନୁତ୍ତମମ୍ ||୭-୨୪||
ଅନୁବାଦ
ସ୍ୱଳ୍ପବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏପରି ଭାବିଥାନ୍ତି ଯେ ମୁଁ, ପରଂବ୍ରହ୍ମ ଶ୍ରୀକୃଷ୍ଣ, ପୂର୍ବରୁ ନିରାକାର ଥିଲି, ଏବଂ ବର୍ତ୍ତମାନ ଏହି ସାକାର ସ୍ୱରୂପ ଧାରଣ କରିଛି । ମୋ ସାକାର ସ୍ୱରୂପର “ଅବିନଶ୍ୱର ଓ ଅତ୍ୟୁତ୍ତମ” ଗୁଣ ବିଷୟରେ ସେମାନେ ଜାଣନ୍ତି ନାହିଁ ।
ଶ୍ଲୋକ 30
ସାଧିଭୂତାଧିଦୈଵଂ ମାଂ ସାଧିଯଜ୍ଞଂ ଚ ଯେ ଵିଦୁଃ |
ପ୍ରଯାଣକାଲେଽପି ଚ ମାଂ ତେ ଵିଦୁର୍ଯୁକ୍ତଚେତସଃ ||୭-୩୦||
ଅନୁବାଦ
ଯେଉଁମାନେ ମୋତେ ଅଧିଭୂତ (ଭୌତିକବସ୍ତୁ) ଅଧିଦୈବ (ସ୍ୱର୍ଗର ଦେବତାଗଣ) ଏବଂ ଅଧିଯଜ୍ଞ (ସମସ୍ତ ଯଜ୍ଞାଦିକ କର୍ମର ଅଧିଷ୍ଠାତା ଦେବ)ର ସଂଚାଳକ ଭାବରେ ଜାଣନ୍ତି, ସେହିପରି ଜ୍ଞାନଦୀପ୍ତ ଜୀବ ମୃତ୍ୟୁ ସମୟରେ ମଧ୍ୟ ମୋଠାରେ ପୂର୍ଣ୍ଣ ଚେତନା ଯୁକ୍ତ ରହିଥାନ୍ତି ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।