କର୍ମଯୋଗ
ଅଥ ତୃତୀଯୋଽଧ୍ଯାଯଃ
ଶ୍ଲୋକ 1
ଅର୍ଜୁନ ଉଵାଚ |
ଜ୍ଯାଯସୀ ଚେତ୍କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦନ |
ତତ୍କିଂ କର୍ମଣି ଘୋରେ ମାଂ ନିଯୋଜଯସି କେଶଵ ||୩-୧||
ଅନୁବାଦ
ଅର୍ଜୁନ କହିଲେ: ହେ ଜନାର୍ଦ୍ଦନ! ଯଦି ଆପଣ ଜ୍ଞାନକୁ କର୍ମଠାରୁ ଶ୍ରେଷ୍ଠ କହୁଛନ୍ତି, ତେବେ ମୋତେ ଏହି ଭୟାନକ ଯୁଦ୍ଧକର୍ମରେ କାହିଁକି ପ୍ରେରିତ କରୁଛନ୍ତି? ଆପଣଙ୍କର ମିଶ୍ର ବାକ୍ୟରେ ମୋର ବୁଦ୍ଧି ଭ୍ରମିତ ହୋଇଯାଉଛି। ଦୟାକରି ନିଶ୍ଚିତ ଭାବେ ସେହି ଏକମାତ୍ର ପଥ କହନ୍ତୁ, ଯାହାଦ୍ୱାରା ମୋର ଶ୍ରେୟସ୍ ସାଧିତ ହେବ।
ଶ୍ଲୋକ 2
ଵ୍ଯାମିଶ୍ରେଣେଵ ଵାକ୍ଯେନ ବୁଦ୍ଧିଂ ମୋହଯସୀଵ ମେ |
ତଦେକଂ ଵଦ ନିଶ୍ଚିତ୍ଯ ଯେନ ଶ୍ରେଯୋଽହମାପ୍ନୁଯାମ୍ ||୩-୨||
ଅନୁବାଦ
ଅର୍ଜୁନ କହିଲେ: ହେ ଜନାର୍ଦ୍ଦନ! ଯଦି ଆପଣ ଜ୍ଞାନକୁ କର୍ମଠାରୁ ଶ୍ରେଷ୍ଠ କହୁଛନ୍ତି, ତେବେ ମୋତେ ଏହି ଭୟାନକ ଯୁଦ୍ଧକର୍ମରେ କାହିଁକି ପ୍ରେରିତ କରୁଛନ୍ତି? ଆପଣଙ୍କର ମିଶ୍ର ବାକ୍ୟରେ ମୋର ବୁଦ୍ଧି ଭ୍ରମିତ ହୋଇଯାଉଛି। ଦୟାକରି ନିଶ୍ଚିତ ଭାବେ ସେହି ଏକମାତ୍ର ପଥ କହନ୍ତୁ, ଯାହାଦ୍ୱାରା ମୋର ଶ୍ରେୟସ୍ ସାଧିତ ହେବ।
ଶ୍ଲୋକ 3
ଶ୍ରୀଭଗଵାନୁଵାଚ |
ଲୋକେଽସ୍ମିନ୍ ଦ୍ଵିଵିଧା ନିଷ୍ଠା ପୁରା ପ୍ରୋକ୍ତା ମଯାନଘ |
ଜ୍ଞାନଯୋଗେନ ସାଙ୍ଖ୍ଯାନାଂ କର୍ମଯୋଗେନ ଯୋଗିନାମ୍ ||୩-୩||
ଅନୁବାଦ
ଶ୍ରୀ ଭଗବାନ କହିଲେ: ହେ ନିଷ୍ପାପ ଅର୍ଜୁନ, ଦିବ୍ୟଜ୍ଞାନ ପ୍ରାପ୍ତିର ଦୁଇଟି ମାର୍ଗ ମୁଁ ପୂର୍ବରୁ ବର୍ଣ୍ଣନା କରିଛି: ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ପାଇଁ ଜ୍ଞାନ ମାର୍ଗ ଏବଂ କର୍ମପ୍ରିୟ ବ୍ୟକ୍ତି ମାନଙ୍କ ପାଇଁ କର୍ମମାର୍ଗ ।
ଶ୍ଲୋକ 9
ଯଜ୍ଞାର୍ଥାତ୍କର୍ମଣୋଽନ୍ଯତ୍ର ଲୋକୋଽଯଂ କର୍ମବନ୍ଧନଃ |
ତଦର୍ଥଂ କର୍ମ କୌନ୍ତେଯ ମୁକ୍ତସଙ୍ଗଃ ସମାଚର ||୩-୯||
ଅନୁବାଦ
ସମସ୍ତ କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ (ସମର୍ପଣ) ଭାବରେ କରାଯିବା ଉଚିିତ୍, ନଚେତ ତାହା ମାୟିକ ବନ୍ଧନ ସୃଷ୍ଟି କରିଥାଏ । ତେଣୁ ହେ କୁନ୍ତି ପୁତ୍ର! ତୁମେ ଫଳାସକ୍ତି ରହିତ ହୋଇ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ନିଜର ନିର୍ଦ୍ଧାରିତ କର୍ମ କର ।
ଶ୍ଲୋକ 10
ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ଵା ପୁରୋଵାଚ ପ୍ରଜାପତିଃ |
ଅନେନ ପ୍ରସଵିଷ୍ଯଧ୍ଵମେଷ ଵୋଽସ୍ତ୍ଵିଷ୍ଟକାମଧୁକ୍ ||୩-୧୦||
ଅନୁବାଦ
ବ୍ରହ୍ମା ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସହିତ ସୃଷ୍ଟି କଲେ ଏବଂ କହିଲେ “ଏହି ଯଜ୍ଞ ଗୁଡିକର ଅନୁଷ୍ଠାନ କରି ସମୃଦ୍ଧି ଲାଭ କର । ତୁମେ ଯାହା କିଛି ପାଇବାକୁ ଇଚ୍ଛା କରୁଛ, ସେମାନେ ତୁମକୁ ତାହା ପ୍ରଦାନ କରିବେ ।”
ଶ୍ଲୋକ 12
ଇଷ୍ଟାନ୍ଭୋଗାନ୍ହି ଵୋ ଦେଵା ଦାସ୍ଯନ୍ତେ ଯଜ୍ଞଭାଵିତାଃ |
ତୈର୍ଦତ୍ତାନପ୍ରଦାଯୈଭ୍ଯୋ ଯୋ ଭୁଙ୍କ୍ତେ ସ୍ତେନ ଏଵ ସଃ ||୩-୧୨||
ଅନୁବାଦ
ଯଜ୍ଞ ଆଦିି କରିବା ଦ୍ୱାରା ଦେବତା ମାନେ ଖୁସି ହୋଇ, ତୁମ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରନ୍ତି କିନ୍ତୁ ଏହି ଅବଦାନକୁ, ଦେବତାମାନଙ୍କୁ ଅର୍ପଣ ନ କରି ଯେଉଁ ମାନେ ନିଜେ ହିଁ ଉପଭୋଗ କରନ୍ତି, ସେମାନେ ଚୋର ଅଟନ୍ତି ।
ଶ୍ଲୋକ 13
ଯଜ୍ଞଶିଷ୍ଟାଶିନଃ ସନ୍ତୋ ମୁଚ୍ଯନ୍ତେ ସର୍ଵକିଲ୍ବିଷୈଃ |
ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ଯାତ୍ମକାରଣାତ୍ ||୩-୧୩||
ଅନୁବାଦ
ଯେଉଁ ଧର୍ମ ପରାୟଣ ବ୍ୟକ୍ତି, ଭୋଜନକୁ ଭଗବାନଙ୍କୁ ଅର୍ପଣ କରି ପ୍ରସାଦ ରୂପରେ ଗ୍ରହଣ କରନ୍ତି, ସେ ସମସ୍ତ ପାପରୁ ମୁକ୍ତ ହୋଇ ଯାଆନ୍ତି । ଅନ୍ୟ ଯେଉଁ ମାନେ କେବଳ ନିଜର ଉପଭୋଗ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ କେବଳ ପାପ ହିଁ ଆହରଣ କରନ୍ତି ।
ଶ୍ଲୋକ 16
ଏଵଂ ପ୍ରଵର୍ତିତଂ ଚକ୍ରଂ ନାନୁଵର୍ତଯତୀହ ଯଃ |
ଅଘାଯୁରିନ୍ଦ୍ରିଯାରାମୋ ମୋଘଂ ପାର୍ଥ ସ ଜୀଵତି ||୩-୧୬||
ଅନୁବାଦ
ହେ ପାର୍ଥ, ଯେଉଁ ମାନେ ବେଦ ପ୍ରଣୀତ ଯଜ୍ଞ ଚକ୍ରରେ ନିଜର ଦାୟୀତ୍ୱ ବହନ କରନ୍ତି ନାହିଁ, ସେମାନେ ପାପ ଅର୍ଜନ କରନ୍ତି । ସେମାନେ ନିଜର ଇନ୍ଦ୍ରିୟ ସୁଖ ପାଇଁ ଜୀବନ ଧାରଣ କରିଥାନ୍ତି ଏବଂ ବାସ୍ତବରେ ସେମାନଙ୍କର ଜୀବନ ନିରର୍ଥକ ଅଟେ ।
ଶ୍ଲୋକ 18
ନୈଵ ତସ୍ଯ କୃତେନାର୍ଥୋ ନାକୃତେନେହ କଶ୍ଚନ |
ନ ଚାସ୍ଯ ସର୍ଵଭୂତେଷୁ କଶ୍ଚିଦର୍ଥଵ୍ଯପାଶ୍ରଯଃ ||୩-୧୮||
ଅନୁବାଦ
ଏହିପରି ଆତ୍ମଜ୍ଞାନ ଲାଭ କରିଥିବା ଜୀବମାନଙ୍କର କର୍ତ୍ତବ୍ୟ ପାଳନ କରିବା ଅଥବା କର୍ତ୍ତବ୍ୟ ତ୍ୟାଗ କରିବାରେ କୌଣସି ଲାଭ ବା କ୍ଷତି ହୁଏ ନାହିଁ । ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅନ୍ୟ କୌଣସି ଜୀବ ଉପରେ ନିର୍ଭର କରନ୍ତି ନାହିଁ ।
ଶ୍ଲୋକ 20
କର୍ମଣୈଵ ହି ସଂସିଦ୍ଧିମାସ୍ଥିତା ଜନକାଦଯଃ |
ଲୋକସଂଗ୍ରହମେଵାପି ସମ୍ପଶ୍ଯନ୍କର୍ତୁମର୍ହସି ||୩-୨୦||
ଅନୁବାଦ
ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।
ଶ୍ଲୋକ 21
ଯଦ୍ଯଦାଚରତି ଶ୍ରେଷ୍ଠସ୍ତତ୍ତଦେଵେତରୋ ଜନଃ |
ସ ଯତ୍ପ୍ରମାଣଂ କୁରୁତେ ଲୋକସ୍ତଦନୁଵର୍ତତେ ||୩-୨୧||
ଅନୁବାଦ
ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।
ଶ୍ଲୋକ 26
ନ ବୁଦ୍ଧିଭେଦଂ ଜନଯେଦଜ୍ଞାନାଂ କର୍ମସଙ୍ଗିନାମ୍ |
ଜୋଷଯେତ୍ସର୍ଵକର୍ମାଣି ଵିଦ୍ଵାନ୍ଯୁକ୍ତଃ ସମାଚରନ୍ ||୩-୨୬||
ଅନୁବାଦ
ଜ୍ଞାନୀମାନେ ସକାମ କର୍ମଯୁକ୍ତ ଅଳ୍ପଜ୍ଞ ବ୍ୟକ୍ତିମାନଙ୍କର ବୁଦ୍ଧିକୁ ସଂଶୟଯୁକ୍ତ କରି ସେମାନଙ୍କୁ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଚିତ୍ ନୁହେଁ । ତତ୍ ପରିବର୍ତ୍ତେ ସେମାନେ ଆଦର୍ଶ ଭାବରେ ନିଜର କର୍ତ୍ତବ୍ୟ ପାଳନ କରି ଅଜ୍ଞବ୍ୟକ୍ତି ମାନଙ୍କୁ ସେହି ଦିଗରେ ପ୍ରୋତ୍ସାହିତ କରିବା ଉଚିତ୍ ।
ଶ୍ଲୋକ 28
ତତ୍ତ୍ଵଵିତ୍ତୁ ମହାବାହୋ ଗୁଣକର୍ମଵିଭାଗଯୋଃ |
ଗୁଣା ଗୁଣେଷୁ ଵର୍ତନ୍ତ ଇତି ମତ୍ଵା ନ ସଜ୍ଜତେ ||୩-୨୮||
ଅନୁବାଦ
ହେ ମହାବାହୁ ଅର୍ଜୁନ! ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମ ଠାରୁ ପୃଥକ୍ ଭାବରେ ଦର୍ଶନ କରିଥାଆନ୍ତି । ସେମାନେ ଜାଣିଥାଆନ୍ତି ଯେ ଏହା କେବଳ ଗୁଣ (ଇନ୍ଦ୍ରିୟ-ମନ ଆଦି ରୂପରେ)ଅଟେ, ଯାହା ଗୁଣ ମାନଙ୍କ (ବିଷୟ ରୂପରେ) ମଧ୍ୟରେ ଘୂରି ବୁଲୁଥାଏ, ତେଣୁ ସେମାନେ ସେଥିରେ ବାନ୍ଧି ହୁଅନ୍ତି ନାହିଁ ।
ଶ୍ଲୋକ 29
ପ୍ରକୃତେର୍ଗୁଣସମ୍ମୂଢାଃ ସଜ୍ଜନ୍ତେ ଗୁଣକର୍ମସୁ |
ତାନକୃତ୍ସ୍ନଵିଦୋ ମନ୍ଦାନ୍କୃତ୍ସ୍ନଵିନ୍ନ ଵିଚାଲଯେତ୍ ||୩-୨୯||
ଅନୁବାଦ
ଯେଉଁମାନେ ତ୍ରିଗୁଣର କ୍ରିୟାକଳାପରେ ମୋହିତ ହୋଇ ଯାଆନ୍ତି, ସେମାନେ ତାଙ୍କର କର୍ମଫଳରେ ଆସକ୍ତ ହୋଇଯାଆନ୍ତି । କିନ୍ତୁ ଯେଉଁ ତତ୍ତ୍ୱଦର୍ଶୀମାନେ ଏହି ସତ୍ୟକୁ ଜାଣନ୍ତି, ସେମାନେ ସ୍ୱଳ୍ପ ଜ୍ଞାନଯୁକ୍ତ ଏହି ଅଜ୍ଞାନୀ ମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ ।
ଶ୍ଲୋକ 33
ସଦୃଶଂ ଚେଷ୍ଟତେ ସ୍ଵସ୍ଯାଃ ପ୍ରକୃତେର୍ଜ୍ଞାନଵାନପି |
ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ଯତି ||୩-୩୩||
ଅନୁବାଦ
ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ?
ଶ୍ଲୋକ 34
ଇନ୍ଦ୍ରିଯସ୍ଯେନ୍ଦ୍ରିଯସ୍ଯାର୍ଥେ ରାଗଦ୍ଵେଷୌ ଵ୍ଯଵସ୍ଥିତୌ |
ତଯୋର୍ନ ଵଶମାଗଚ୍ଛେତ୍ତୌ ହ୍ଯସ୍ଯ ପରିପନ୍ଥିନୌ ||୩-୩୪||
ଅନୁବାଦ
ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କ ପ୍ରତି ରାଗ ଓ ଦ୍ୱେଷ ଅନୁଭବ କରିଥାଆନ୍ତି । କିନ୍ତୁ ସେହି ରାଗ-ଦ୍ୱେଷରେ ବଶୀଭୂତ ହୁଅ ନାହିଁ, କାରଣ ସେଗୁଡିକ ପଥ ଭ୍ରଷ୍ଟକାରୀ ଓ ଶତ୍ରୁ ଅଟନ୍ତି ।
ଶ୍ଲୋକ 35
ଶ୍ରେଯାନ୍ସ୍ଵଧର୍ମୋ ଵିଗୁଣଃ ପରଧର୍ମାତ୍ସ୍ଵନୁଷ୍ଠିତାତ୍ |
ସ୍ଵଧର୍ମେ ନିଧନଂ ଶ୍ରେଯଃ ପରଧର୍ମୋ ଭଯାଵହଃ ||୩-୩୫||
ଅନୁବାଦ
ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ ଦୋଷହୀନ କର୍ତ୍ତବ୍ୟ ଆଚରଣ କରିବା ଅପେକ୍ଷା, ଦୋଷଯୁକ୍ତ ହେଲେ ମଧ୍ୟ ନିଜ ପାଇଁ ନିର୍ଦ୍ଧାରିତ କର୍ମର ପାଳନ କରିବା ଶ୍ରେୟସ୍କର ଅଟେ । ବାସ୍ତବରେ ନିଜର କର୍ତ୍ତବ୍ୟ ପାଳନ କରି ମୃତ୍ୟୁବରଣ କରିବା ଭଲ, କିନ୍ତୁ ଅନ୍ୟ ପାଇଁ ଉଦ୍ଦିଷ୍ଟ ମାର୍ଗର ଅନୁସରଣ କରିବା ଅତ୍ୟନ୍ତ ଭୟାବହ ଅଟେ ।
ଶ୍ଲୋକ 43
ଏଵଂ ବୁଦ୍ଧେଃ ପରଂ ବୁଦ୍ଧ୍ଵା ସଂସ୍ତଭ୍ଯାତ୍ମାନମାତ୍ମନା |
ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ ||୩-୪୩||
ଅନୁବାଦ
ହେ ବୀର ଅର୍ଜୁନ! ଆତ୍ମାକୁ ମାୟିକ ବୁଦ୍ଧିଠାରୁ ଶ୍ରେଷ୍ଠ ଭାବେ ହୃଦୟଙ୍ଗମ କର । ନିଜକୁୁ (ଇନ୍ଦ୍ରିୟ-ମନ-ବୁଦ୍ଧିକୁ) ନିଜ ଦ୍ୱାରା (ଆତ୍ମାର ଉଚ୍ଚତର ଶକ୍ତି ଦ୍ୱାରା) ପ୍ରଶମିତ କର ଏବଂ କାମନା ରୂପକ ଏହି ଦୁର୍ଦ୍ଦଶ ଶତ୍ରୁକୁ ଦମନ କର ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।