କର୍ମଯୋଗ
ଅଥ ତୃତୀଯୋଽଧ୍ଯାଯଃ
ଶ୍ଲୋକ 1
ଅର୍ଜୁନ ଉଵାଚ |
ଜ୍ଯାଯସୀ ଚେତ୍କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦନ |
ତତ୍କିଂ କର୍ମଣି ଘୋରେ ମାଂ ନିଯୋଜଯସି କେଶଵ ||୩-୧||
ଅନୁବାଦ
ଅର୍ଜୁନ କହିଲେ: ହେ ଜନାର୍ଦ୍ଦନ! ଯଦି ଆପଣ ଜ୍ଞାନକୁ କର୍ମଠାରୁ ଶ୍ରେଷ୍ଠ କହୁଛନ୍ତି, ତେବେ ମୋତେ ଏହି ଭୟାନକ ଯୁଦ୍ଧକର୍ମରେ କାହିଁକି ପ୍ରେରିତ କରୁଛନ୍ତି? ଆପଣଙ୍କର ମିଶ୍ର ବାକ୍ୟରେ ମୋର ବୁଦ୍ଧି ଭ୍ରମିତ ହୋଇଯାଉଛି। ଦୟାକରି ନିଶ୍ଚିତ ଭାବେ ସେହି ଏକମାତ୍ର ପଥ କହନ୍ତୁ, ଯାହାଦ୍ୱାରା ମୋର ଶ୍ରେୟସ୍ ସାଧିତ ହେବ।
ଶ୍ଲୋକ 2
ଵ୍ଯାମିଶ୍ରେଣେଵ ଵାକ୍ଯେନ ବୁଦ୍ଧିଂ ମୋହଯସୀଵ ମେ |
ତଦେକଂ ଵଦ ନିଶ୍ଚିତ୍ଯ ଯେନ ଶ୍ରେଯୋଽହମାପ୍ନୁଯାମ୍ ||୩-୨||
ଅନୁବାଦ
ଅର୍ଜୁନ କହିଲେ: ହେ ଜନାର୍ଦ୍ଦନ! ଯଦି ଆପଣ ଜ୍ଞାନକୁ କର୍ମଠାରୁ ଶ୍ରେଷ୍ଠ କହୁଛନ୍ତି, ତେବେ ମୋତେ ଏହି ଭୟାନକ ଯୁଦ୍ଧକର୍ମରେ କାହିଁକି ପ୍ରେରିତ କରୁଛନ୍ତି? ଆପଣଙ୍କର ମିଶ୍ର ବାକ୍ୟରେ ମୋର ବୁଦ୍ଧି ଭ୍ରମିତ ହୋଇଯାଉଛି। ଦୟାକରି ନିଶ୍ଚିତ ଭାବେ ସେହି ଏକମାତ୍ର ପଥ କହନ୍ତୁ, ଯାହାଦ୍ୱାରା ମୋର ଶ୍ରେୟସ୍ ସାଧିତ ହେବ।
ଶ୍ଲୋକ 3
ଶ୍ରୀଭଗଵାନୁଵାଚ |
ଲୋକେଽସ୍ମିନ୍ ଦ୍ଵିଵିଧା ନିଷ୍ଠା ପୁରା ପ୍ରୋକ୍ତା ମଯାନଘ |
ଜ୍ଞାନଯୋଗେନ ସାଙ୍ଖ୍ଯାନାଂ କର୍ମଯୋଗେନ ଯୋଗିନାମ୍ ||୩-୩||
ଅନୁବାଦ
ଶ୍ରୀ ଭଗବାନ କହିଲେ: ହେ ନିଷ୍ପାପ ଅର୍ଜୁନ, ଦିବ୍ୟଜ୍ଞାନ ପ୍ରାପ୍ତିର ଦୁଇଟି ମାର୍ଗ ମୁଁ ପୂର୍ବରୁ ବର୍ଣ୍ଣନା କରିଛି: ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ପାଇଁ ଜ୍ଞାନ ମାର୍ଗ ଏବଂ କର୍ମପ୍ରିୟ ବ୍ୟକ୍ତି ମାନଙ୍କ ପାଇଁ କର୍ମମାର୍ଗ ।
ଶ୍ଲୋକ 4
ନ କର୍ମଣାମନାରମ୍ଭାନ୍ନୈଷ୍କର୍ମ୍ଯଂ ପୁରୁଷୋଽଶ୍ନୁତେ |
ନ ଚ ସଂନ୍ଯସନାଦେଵ ସିଦ୍ଧିଂ ସମଧିଗଚ୍ଛତି ||୩-୪||
ଅନୁବାଦ
ଜଣେ କେବଳ କର୍ମତ୍ୟାଗ ଦ୍ୱାରା କର୍ମର ପ୍ରତିକ୍ରିୟାରୁ ମୁକ୍ତି ଲାଭ କରିପାରନ୍ତି ନାହିଁ ଅଥବା କେବଳ ସଂସାର ତ୍ୟାଗ ଦ୍ୱାରା ଜଣେ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିବେ ନାହିଁ ।
ଶ୍ଲୋକ 5
ନ ହି କଶ୍ଚିତ୍କ୍ଷଣମପି ଜାତୁ ତିଷ୍ଠତ୍ଯକର୍ମକୃତ୍ |
କାର୍ଯତେ ହ୍ଯଵଶଃ କର୍ମ ସର୍ଵଃ ପ୍ରକୃତିଜୈର୍ଗୁଣୈଃ ||୩-୫||
ଅନୁବାଦ
କର୍ମ ନ କରି କୈଣସି ବ୍ୟକ୍ତି ଗୋଟିଏ କ୍ଷଣ ବି ରହି ପାରିବ ନାହିଁ । ବାସ୍ତବରେ, ସମସ୍ତ ପ୍ରାଣୀ ତାଙ୍କର ଜନ୍ମଗତ ଗୁଣ ଅନୁସାରେ (ତିନି ଗୁଣ) କର୍ମ କିରବାକୁ ବାଧ୍ୟ ଅଟନ୍ତି ।
ଶ୍ଲୋକ 6
କର୍ମେନ୍ଦ୍ରିଯାଣି ସଂଯମ୍ଯ ଯ ଆସ୍ତେ ମନସା ସ୍ମରନ୍ |
ଇନ୍ଦ୍ରିଯାର୍ଥାନ୍ଵିମୂଢାତ୍ମା ମିଥ୍ଯାଚାରଃ ସ ଉଚ୍ଯତେ ||୩-୬||
ଅନୁବାଦ
ଯେଉଁ ବ୍ୟକ୍ତି କର୍ମେନ୍ଦ୍ରିୟ ମାନଙ୍କୁ ଦମନ କରିଥାନ୍ତି, କିନ୍ତୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ଗୁଡିକ ପ୍ରତି ଲାଳସା ରଖିଥାନ୍ତି, ସେମାନେ ନିଜକୁ ପ୍ରତାରଣା କରିଥାଆନ୍ତି ଏବଂ ସେମାନଙ୍କୁ ଶଠ ବ୍ୟକ୍ତି କୁହାଯିବ ।
ଶ୍ଲୋକ 7
ଯସ୍ତ୍ଵିନ୍ଦ୍ରିଯାଣି ମନସା ନିଯମ୍ଯାରଭତେଽର୍ଜୁନ |
କର୍ମେନ୍ଦ୍ରିଯୈଃ କର୍ମଯୋଗମସକ୍ତଃ ସ ଵିଶିଷ୍ଯତେ ||୩-୭||
ଅନୁବାଦ
ହେ ଅର୍ଜୁନ! ଯେଉଁ କର୍ମଯୋଗୀଗଣ ମନ ଦ୍ୱାରା ନିଜର ଜ୍ଞାନେନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି, କର୍ମେନ୍ଦ୍ରିୟ ଦ୍ୱାରା ଆସକ୍ତି ରହିତ କର୍ମ କରନ୍ତି, ସେମାନେ ନିଶ୍ଚିିତ ରୂପେ ଉଚ୍ଚଶ୍ରେଣୀର ଅଟନ୍ତି ।
ଶ୍ଲୋକ 8
ନିଯତଂ କୁରୁ କର୍ମ ତ୍ଵଂ କର୍ମ ଜ୍ଯାଯୋ ହ୍ଯକର୍ମଣଃ |
ଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧ୍ଯେଦକର୍ମଣଃ ||୩-୮||
ଅନୁବାଦ
ଏହିପରି ଭାବରେ ତୁମେ ନିଜର ବେଦ ବିହିତ କର୍ମ କରିବା ଉଚିତ୍, ଯେହେତୁ କର୍ମ ଅକର୍ମଣ୍ୟତା ଠାରୁ ଶ୍ରେଷ୍ଠ ଅଟେ । କର୍ମତ୍ୟାଗ କରିବା ଦ୍ୱାରା ତୁମର ଶରୀର ପୋଷଣ ମଧ୍ୟ ଅସମ୍ଭବ ହୋଇପଡିବ ।
ଶ୍ଲୋକ 9
ଯଜ୍ଞାର୍ଥାତ୍କର୍ମଣୋଽନ୍ଯତ୍ର ଲୋକୋଽଯଂ କର୍ମବନ୍ଧନଃ |
ତଦର୍ଥଂ କର୍ମ କୌନ୍ତେଯ ମୁକ୍ତସଙ୍ଗଃ ସମାଚର ||୩-୯||
ଅନୁବାଦ
ସମସ୍ତ କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ (ସମର୍ପଣ) ଭାବରେ କରାଯିବା ଉଚିିତ୍, ନଚେତ ତାହା ମାୟିକ ବନ୍ଧନ ସୃଷ୍ଟି କରିଥାଏ । ତେଣୁ ହେ କୁନ୍ତି ପୁତ୍ର! ତୁମେ ଫଳାସକ୍ତି ରହିତ ହୋଇ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ନିଜର ନିର୍ଦ୍ଧାରିତ କର୍ମ କର ।
ଶ୍ଲୋକ 10
ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ଵା ପୁରୋଵାଚ ପ୍ରଜାପତିଃ |
ଅନେନ ପ୍ରସଵିଷ୍ଯଧ୍ଵମେଷ ଵୋଽସ୍ତ୍ଵିଷ୍ଟକାମଧୁକ୍ ||୩-୧୦||
ଅନୁବାଦ
ବ୍ରହ୍ମା ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସହିତ ସୃଷ୍ଟି କଲେ ଏବଂ କହିଲେ “ଏହି ଯଜ୍ଞ ଗୁଡିକର ଅନୁଷ୍ଠାନ କରି ସମୃଦ୍ଧି ଲାଭ କର । ତୁମେ ଯାହା କିଛି ପାଇବାକୁ ଇଚ୍ଛା କରୁଛ, ସେମାନେ ତୁମକୁ ତାହା ପ୍ରଦାନ କରିବେ ।”
ଶ୍ଲୋକ 11
ଦେଵାନ୍ଭାଵଯତାନେନ ତେ ଦେଵା ଭାଵଯନ୍ତୁ ଵଃ |
ପରସ୍ପରଂ ଭାଵଯନ୍ତଃ ଶ୍ରେଯଃ ପରମଵାପ୍ସ୍ଯଥ ||୩-୧୧||
ଅନୁବାଦ
ତୁମ୍ଭମାନଙ୍କର ଯଜ୍ଞଦିକ କର୍ମଦ୍ୱାରା ସ୍ୱର୍ଗର ଦେବତା ମାନେ ତୃପ୍ତ ହେବେ, ଏବଂ ଦେବତା ଓ ମନୁଷ୍ୟମାନଙ୍କର ପରସ୍ପର ସହଯୋଗରେ ସର୍ବତ୍ର ସମସ୍ତଙ୍କ ପାଇଁ ସମୃଦ୍ଧି ବିରାଜମାନ କରିବ ।
ଶ୍ଲୋକ 12
ଇଷ୍ଟାନ୍ଭୋଗାନ୍ହି ଵୋ ଦେଵା ଦାସ୍ଯନ୍ତେ ଯଜ୍ଞଭାଵିତାଃ |
ତୈର୍ଦତ୍ତାନପ୍ରଦାଯୈଭ୍ଯୋ ଯୋ ଭୁଙ୍କ୍ତେ ସ୍ତେନ ଏଵ ସଃ ||୩-୧୨||
ଅନୁବାଦ
ଯଜ୍ଞ ଆଦିି କରିବା ଦ୍ୱାରା ଦେବତା ମାନେ ଖୁସି ହୋଇ, ତୁମ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରନ୍ତି କିନ୍ତୁ ଏହି ଅବଦାନକୁ, ଦେବତାମାନଙ୍କୁ ଅର୍ପଣ ନ କରି ଯେଉଁ ମାନେ ନିଜେ ହିଁ ଉପଭୋଗ କରନ୍ତି, ସେମାନେ ଚୋର ଅଟନ୍ତି ।
ଶ୍ଲୋକ 13
ଯଜ୍ଞଶିଷ୍ଟାଶିନଃ ସନ୍ତୋ ମୁଚ୍ଯନ୍ତେ ସର୍ଵକିଲ୍ବିଷୈଃ |
ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ଯାତ୍ମକାରଣାତ୍ ||୩-୧୩||
ଅନୁବାଦ
ଯେଉଁ ଧର୍ମ ପରାୟଣ ବ୍ୟକ୍ତି, ଭୋଜନକୁ ଭଗବାନଙ୍କୁ ଅର୍ପଣ କରି ପ୍ରସାଦ ରୂପରେ ଗ୍ରହଣ କରନ୍ତି, ସେ ସମସ୍ତ ପାପରୁ ମୁକ୍ତ ହୋଇ ଯାଆନ୍ତି । ଅନ୍ୟ ଯେଉଁ ମାନେ କେବଳ ନିଜର ଉପଭୋଗ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ କେବଳ ପାପ ହିଁ ଆହରଣ କରନ୍ତି ।
ଶ୍ଲୋକ 14
ଅନ୍ନାଦ୍ଭଵନ୍ତି ଭୂତାନି ପର୍ଜନ୍ଯାଦନ୍ନସମ୍ଭଵଃ |
ଯଜ୍ଞାଦ୍ଭଵତି ପର୍ଜନ୍ଯୋ ଯଜ୍ଞଃ କର୍ମସମୁଦ୍ଭଵଃ ||୩-୧୪||
ଅନୁବାଦ
ସମସ୍ତ ପ୍ରାଣୀ ଜୀବନ ଧାରଣ ପାଇଁ ଖାଦ୍ୟ ଉପରେ ନିର୍ଭର କରନ୍ତି ଏବଂ ବର୍ଷାଦ୍ୱାରା ଖାଦ୍ୟ ଉତ୍ପନ୍ନ ହୁଏ । ଯଜ୍ଞ ଅନୁଷ୍ଠାନ ଦ୍ୱାରା ବୃଷ୍ଟିପାତ ହୁଏ ଏବଂ ଅନୁମୋଦିତ କର୍ତ୍ତବ୍ୟ ପାଳନ ଦ୍ୱାରା ଯଜ୍ଞ ସମ୍ପାଦିତ ହୋଇଥାଏ ।
ଶ୍ଲୋକ 15
କର୍ମ ବ୍ରହ୍ମୋଦ୍ଭଵଂ ଵିଦ୍ଧି ବ୍ରହ୍ମାକ୍ଷରସମୁଦ୍ଭଵମ୍ |
ତସ୍ମାତ୍ସର୍ଵଗତଂ ବ୍ରହ୍ମ ନିତ୍ଯଂ ଯଜ୍ଞେ ପ୍ରତିଷ୍ଠିତମ୍ ||୩-୧୫||
ଅନୁବାଦ
ମନୁଷ୍ୟମାନଙ୍କର କର୍ତ୍ତବ୍ୟ ବେଦରେ ବର୍ଣ୍ଣନା କରାଯାଇଅଛି ଏବଂ ବେଦ ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରକଟିତ । ସେଥିପାଇଁ ଯଜ୍ଞାଦିକ କାର୍ଯ୍ୟରେ, ସର୍ବବ୍ୟାପୀ ପରମାତ୍ମା ସର୍ବଦା ଉପସ୍ଥିତ ରହନ୍ତି ।
ଶ୍ଲୋକ 16
ଏଵଂ ପ୍ରଵର୍ତିତଂ ଚକ୍ରଂ ନାନୁଵର୍ତଯତୀହ ଯଃ |
ଅଘାଯୁରିନ୍ଦ୍ରିଯାରାମୋ ମୋଘଂ ପାର୍ଥ ସ ଜୀଵତି ||୩-୧୬||
ଅନୁବାଦ
ହେ ପାର୍ଥ, ଯେଉଁ ମାନେ ବେଦ ପ୍ରଣୀତ ଯଜ୍ଞ ଚକ୍ରରେ ନିଜର ଦାୟୀତ୍ୱ ବହନ କରନ୍ତି ନାହିଁ, ସେମାନେ ପାପ ଅର୍ଜନ କରନ୍ତି । ସେମାନେ ନିଜର ଇନ୍ଦ୍ରିୟ ସୁଖ ପାଇଁ ଜୀବନ ଧାରଣ କରିଥାନ୍ତି ଏବଂ ବାସ୍ତବରେ ସେମାନଙ୍କର ଜୀବନ ନିରର୍ଥକ ଅଟେ ।
ଶ୍ଲୋକ 17
ଯସ୍ତ୍ଵାତ୍ମରତିରେଵ ସ୍ଯାଦାତ୍ମତୃପ୍ତଶ୍ଚ ମାନଵଃ |
ଆତ୍ମନ୍ଯେଵ ଚ ସନ୍ତୁଷ୍ଟସ୍ତସ୍ଯ କାର୍ଯଂ ନ ଵିଦ୍ଯତେ ||୩-୧୭||
ଅନୁବାଦ
କିନ୍ତୁ ଯେଉଁମାନେ ଆତ୍ମାନନ୍ଦରେ ବିଭୋର ରହି ଥାଆନ୍ତି, ଜ୍ଞାନୋଦୟ ହେବା ଦ୍ୱାରା ଯେଉଁମାନେ ଆତ୍ମାରେ ପୂର୍ଣ୍ଣ ସନ୍ତୁଷ୍ଟ ରହନ୍ତି, ସେମାନଙ୍କ ପାଇଁ କୌଣସି କର୍ମ ନାହିଁ ।
ଶ୍ଲୋକ 18
ନୈଵ ତସ୍ଯ କୃତେନାର୍ଥୋ ନାକୃତେନେହ କଶ୍ଚନ |
ନ ଚାସ୍ଯ ସର୍ଵଭୂତେଷୁ କଶ୍ଚିଦର୍ଥଵ୍ଯପାଶ୍ରଯଃ ||୩-୧୮||
ଅନୁବାଦ
ଏହିପରି ଆତ୍ମଜ୍ଞାନ ଲାଭ କରିଥିବା ଜୀବମାନଙ୍କର କର୍ତ୍ତବ୍ୟ ପାଳନ କରିବା ଅଥବା କର୍ତ୍ତବ୍ୟ ତ୍ୟାଗ କରିବାରେ କୌଣସି ଲାଭ ବା କ୍ଷତି ହୁଏ ନାହିଁ । ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅନ୍ୟ କୌଣସି ଜୀବ ଉପରେ ନିର୍ଭର କରନ୍ତି ନାହିଁ ।
ଶ୍ଲୋକ 19
ତସ୍ମାଦସକ୍ତଃ ସତତଂ କାର୍ଯଂ କର୍ମ ସମାଚର |
ଅସକ୍ତୋ ହ୍ଯାଚରନ୍କର୍ମ ପରମାପ୍ନୋତି ପୂରୁଷଃ ||୩-୧୯||
ଅନୁବାଦ
ତେଣୁ ଆସକ୍ତି ତ୍ୟାଗ କରି, ସମସ୍ତ କର୍ମ କର୍ତ୍ତବ୍ୟ ଭାବରେ କର କାରଣ କର୍ମଫଳ ପ୍ରତି ଆସକ୍ତି ନରଖି କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ପରମଗତି ପ୍ରାପ୍ତ କରିଥାଏ ।
ଶ୍ଲୋକ 20
କର୍ମଣୈଵ ହି ସଂସିଦ୍ଧିମାସ୍ଥିତା ଜନକାଦଯଃ |
ଲୋକସଂଗ୍ରହମେଵାପି ସମ୍ପଶ୍ଯନ୍କର୍ତୁମର୍ହସି ||୩-୨୦||
ଅନୁବାଦ
ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।
ଶ୍ଲୋକ 21
ଯଦ୍ଯଦାଚରତି ଶ୍ରେଷ୍ଠସ୍ତତ୍ତଦେଵେତରୋ ଜନଃ |
ସ ଯତ୍ପ୍ରମାଣଂ କୁରୁତେ ଲୋକସ୍ତଦନୁଵର୍ତତେ ||୩-୨୧||
ଅନୁବାଦ
ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।
ଶ୍ଲୋକ 22
ନ ମେ ପାର୍ଥାସ୍ତି କର୍ତଵ୍ଯଂ ତ୍ରିଷୁ ଲୋକେଷୁ କିଞ୍ଚନ |
ନାନଵାପ୍ତମଵାପ୍ତଵ୍ଯଂ ଵର୍ତ ଏଵ ଚ କର୍ମଣି ||୩-୨୨||
ଅନୁବାଦ
ହେ ପାର୍ଥ! ଏହି ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କିମ୍ବା ମୋର କିଛି ପାଇବାର ବା ହାସଲ କରିବାର ନାହିଁ । ତଥାପି ମୁଁ ମୋର ନିର୍ଦ୍ଧାରିତ କର୍ମରେ ନିୟୋଜିତ ରହିଛି ।
ଶ୍ଲୋକ 23
ଯଦି ହ୍ଯହଂ ନ ଵର୍ତେଯଂ ଜାତୁ କର୍ମଣ୍ଯତନ୍ଦ୍ରିତଃ |
ମମ ଵର୍ତ୍ମାନୁଵର୍ତନ୍ତେ ମନୁଷ୍ଯାଃ ପାର୍ଥ ସର୍ଵଶଃ ||୩-୨୩||
ଅନୁବାଦ
ହେ ପାର୍ଥ! ମୁଁ ଯଦି ମୋର ବିିହିତ କର୍ମ ନ କରେ, ତେବେ ମନୁଷ୍ୟ ସର୍ବତୋ ଭାବରେ ତାହାର ହିଁ ଅନୁସରଣ କରିବ ।
ଶ୍ଲୋକ 24
ଉତ୍ସୀଦେଯୁରିମେ ଲୋକା ନ କୁର୍ଯାଂ କର୍ମ ଚେଦହମ୍ |
ସଙ୍କରସ୍ଯ ଚ କର୍ତା ସ୍ଯାମୁପହନ୍ଯାମିମାଃ ପ୍ରଜାଃ ||୩-୨୪||
ଅନୁବାଦ
ମୁଁ ଯଦି ଉଚିତ କର୍ମ ନ କରେ, ତେବେ ସମ୍ପୂର୍ଣ୍ଣ ଜଗତ ଧଂସ ହୋଇଯିବ । ତଦ୍ୱାରା ଯେଉଁ ବିଶୃଙ୍ଖଳା ଉତ୍ପନ୍ନ ହେବ, ତା ପାଇଁ ମୁଁ ଦାୟୀ ରହିବି ଏବଂ ଏହା ସମଗ୍ର ମନୁଷ୍ୟ ଜାତିର ଶାନ୍ତ ଭଙ୍ଗ କରିଦେବ ।
ଶ୍ଲୋକ 25
ସକ୍ତାଃ କର୍ମଣ୍ଯଵିଦ୍ଵାଂସୋ ଯଥା କୁର୍ଵନ୍ତି ଭାରତ |
କୁର୍ଯାଦ୍ଵିଦ୍ଵାଂସ୍ତଥାସକ୍ତଶ୍ଚିକୀର୍ଷୁର୍ଲୋକସଂଗ୍ରହମ୍ ||୩-୨୫||
ଅନୁବାଦ
ହେ ଭାରତ ଶ୍ରେଷ୍ଠ, ଅଜ୍ଞ ବ୍ୟକ୍ତିମାନେ ଯେପରି ଫଳ ପ୍ରାପ୍ତିର ଆଶା ରଖି ସକାମ କର୍ମ କରନ୍ତି, ସେହିପରି ଜ୍ଞାନୀମାନେ ଅନାସକ୍ତ ଭାବରେ ଲୋକମାନଙ୍କର ଉଚିତ୍ ମାର୍ଗଦର୍ଶନ କରିବା ପାଇଁ କର୍ମ କରିବା ଉଚିତ୍ ।
ଶ୍ଲୋକ 26
ନ ବୁଦ୍ଧିଭେଦଂ ଜନଯେଦଜ୍ଞାନାଂ କର୍ମସଙ୍ଗିନାମ୍ |
ଜୋଷଯେତ୍ସର୍ଵକର୍ମାଣି ଵିଦ୍ଵାନ୍ଯୁକ୍ତଃ ସମାଚରନ୍ ||୩-୨୬||
ଅନୁବାଦ
ଜ୍ଞାନୀମାନେ ସକାମ କର୍ମଯୁକ୍ତ ଅଳ୍ପଜ୍ଞ ବ୍ୟକ୍ତିମାନଙ୍କର ବୁଦ୍ଧିକୁ ସଂଶୟଯୁକ୍ତ କରି ସେମାନଙ୍କୁ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଚିତ୍ ନୁହେଁ । ତତ୍ ପରିବର୍ତ୍ତେ ସେମାନେ ଆଦର୍ଶ ଭାବରେ ନିଜର କର୍ତ୍ତବ୍ୟ ପାଳନ କରି ଅଜ୍ଞବ୍ୟକ୍ତି ମାନଙ୍କୁ ସେହି ଦିଗରେ ପ୍ରୋତ୍ସାହିତ କରିବା ଉଚିତ୍ ।
ଶ୍ଲୋକ 27
ପ୍ରକୃତେଃ କ୍ରିଯମାଣାନି ଗୁଣୈଃ କର୍ମାଣି ସର୍ଵଶଃ |
ଅହଙ୍କାରଵିମୂଢାତ୍ମା କର୍ତାହମିତି ମନ୍ଯତେ ||୩-୨୭||
ଅନୁବାଦ
ମାୟାର ତିନି ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, କିନ୍ତୁ ଅଜ୍ଞାନବଶତଃ, ଆତ୍ମା, ଭ୍ରମରେ ଶରୀର ସହିତ ତାଦାତ୍ମ୍ୟ କରି, ନିଜକୁ କର୍ତ୍ତା ମନେ କରିଥାଏ ।
ଶ୍ଲୋକ 28
ତତ୍ତ୍ଵଵିତ୍ତୁ ମହାବାହୋ ଗୁଣକର୍ମଵିଭାଗଯୋଃ |
ଗୁଣା ଗୁଣେଷୁ ଵର୍ତନ୍ତ ଇତି ମତ୍ଵା ନ ସଜ୍ଜତେ ||୩-୨୮||
ଅନୁବାଦ
ହେ ମହାବାହୁ ଅର୍ଜୁନ! ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମ ଠାରୁ ପୃଥକ୍ ଭାବରେ ଦର୍ଶନ କରିଥାଆନ୍ତି । ସେମାନେ ଜାଣିଥାଆନ୍ତି ଯେ ଏହା କେବଳ ଗୁଣ (ଇନ୍ଦ୍ରିୟ-ମନ ଆଦି ରୂପରେ)ଅଟେ, ଯାହା ଗୁଣ ମାନଙ୍କ (ବିଷୟ ରୂପରେ) ମଧ୍ୟରେ ଘୂରି ବୁଲୁଥାଏ, ତେଣୁ ସେମାନେ ସେଥିରେ ବାନ୍ଧି ହୁଅନ୍ତି ନାହିଁ ।
ଶ୍ଲୋକ 29
ପ୍ରକୃତେର୍ଗୁଣସମ୍ମୂଢାଃ ସଜ୍ଜନ୍ତେ ଗୁଣକର୍ମସୁ |
ତାନକୃତ୍ସ୍ନଵିଦୋ ମନ୍ଦାନ୍କୃତ୍ସ୍ନଵିନ୍ନ ଵିଚାଲଯେତ୍ ||୩-୨୯||
ଅନୁବାଦ
ଯେଉଁମାନେ ତ୍ରିଗୁଣର କ୍ରିୟାକଳାପରେ ମୋହିତ ହୋଇ ଯାଆନ୍ତି, ସେମାନେ ତାଙ୍କର କର୍ମଫଳରେ ଆସକ୍ତ ହୋଇଯାଆନ୍ତି । କିନ୍ତୁ ଯେଉଁ ତତ୍ତ୍ୱଦର୍ଶୀମାନେ ଏହି ସତ୍ୟକୁ ଜାଣନ୍ତି, ସେମାନେ ସ୍ୱଳ୍ପ ଜ୍ଞାନଯୁକ୍ତ ଏହି ଅଜ୍ଞାନୀ ମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ ।
ଶ୍ଲୋକ 30
ମଯି ସର୍ଵାଣି କର୍ମାଣି ସଂନ୍ଯସ୍ଯାଧ୍ଯାତ୍ମଚେତସା |
ନିରାଶୀର୍ନିର୍ମମୋ ଭୂତ୍ଵା ଯୁଧ୍ଯସ୍ଵ ଵିଗତଜ୍ଵରଃ ||୩-୩୦||
ଅନୁବାଦ
ସମସ୍ତ କର୍ମକୁ ମୋତେ ଅର୍ପଣ କରି, ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର । ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକରହିତ ଭାବରେ ଯୁଦ୍ଧ କର ।
ଶ୍ଲୋକ 31
ଯେ ମେ ମତମିଦଂ ନିତ୍ଯମନୁତିଷ୍ଠନ୍ତି ମାନଵାଃ |
ଶ୍ରଦ୍ଧାଵନ୍ତୋଽନସୂଯନ୍ତୋ ମୁଚ୍ଯନ୍ତେ ତେଽପି କର୍ମଭିଃ ||୩-୩୧||
ଅନୁବାଦ
ଯେଉଁମାନେ ମୋର ଏହି ଉପଦେଶକୁ ଗଭୀର ବିଶ୍ୱାସର ସହିତ ତଥା ବାଦ-ବିବାଦ ନ କରି ପାଳନ କରି ଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି ।
ଶ୍ଲୋକ 32
ଯେ ତ୍ଵେତଦଭ୍ଯସୂଯନ୍ତୋ ନାନୁତିଷ୍ଠନ୍ତି ମେ ମତମ୍ |
ସର୍ଵଜ୍ଞାନଵିମୂଢାଂସ୍ତାନ୍ଵିଦ୍ଧି ନଷ୍ଟାନଚେତସଃ ||୩-୩୨||
ଅନୁବାଦ
ଯେଉଁମାନେ ଜ୍ଞାନହୀନ ଏବଂ ବିଚାର ଶକ୍ତି ବିହୀନ ହୋଇଥିବା କାରଣରୁ ମୋର ଉପଦେଶରେ ତ୍ରୁଟି ଦର୍ଶନ କରିଥାଆନ୍ତି, ସେମାନେ ଏହି ସିଜ୍ଞାନ୍ତର ଅବମାନନା କରି, ନିଜର ଅଧଃପତନ କରିଥାଆନ୍ତି ।
ଶ୍ଲୋକ 33
ସଦୃଶଂ ଚେଷ୍ଟତେ ସ୍ଵସ୍ଯାଃ ପ୍ରକୃତେର୍ଜ୍ଞାନଵାନପି |
ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ଯତି ||୩-୩୩||
ଅନୁବାଦ
ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ?
ଶ୍ଲୋକ 34
ଇନ୍ଦ୍ରିଯସ୍ଯେନ୍ଦ୍ରିଯସ୍ଯାର୍ଥେ ରାଗଦ୍ଵେଷୌ ଵ୍ଯଵସ୍ଥିତୌ |
ତଯୋର୍ନ ଵଶମାଗଚ୍ଛେତ୍ତୌ ହ୍ଯସ୍ଯ ପରିପନ୍ଥିନୌ ||୩-୩୪||
ଅନୁବାଦ
ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କ ପ୍ରତି ରାଗ ଓ ଦ୍ୱେଷ ଅନୁଭବ କରିଥାଆନ୍ତି । କିନ୍ତୁ ସେହି ରାଗ-ଦ୍ୱେଷରେ ବଶୀଭୂତ ହୁଅ ନାହିଁ, କାରଣ ସେଗୁଡିକ ପଥ ଭ୍ରଷ୍ଟକାରୀ ଓ ଶତ୍ରୁ ଅଟନ୍ତି ।
ଶ୍ଲୋକ 35
ଶ୍ରେଯାନ୍ସ୍ଵଧର୍ମୋ ଵିଗୁଣଃ ପରଧର୍ମାତ୍ସ୍ଵନୁଷ୍ଠିତାତ୍ |
ସ୍ଵଧର୍ମେ ନିଧନଂ ଶ୍ରେଯଃ ପରଧର୍ମୋ ଭଯାଵହଃ ||୩-୩୫||
ଅନୁବାଦ
ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ ଦୋଷହୀନ କର୍ତ୍ତବ୍ୟ ଆଚରଣ କରିବା ଅପେକ୍ଷା, ଦୋଷଯୁକ୍ତ ହେଲେ ମଧ୍ୟ ନିଜ ପାଇଁ ନିର୍ଦ୍ଧାରିତ କର୍ମର ପାଳନ କରିବା ଶ୍ରେୟସ୍କର ଅଟେ । ବାସ୍ତବରେ ନିଜର କର୍ତ୍ତବ୍ୟ ପାଳନ କରି ମୃତ୍ୟୁବରଣ କରିବା ଭଲ, କିନ୍ତୁ ଅନ୍ୟ ପାଇଁ ଉଦ୍ଦିଷ୍ଟ ମାର୍ଗର ଅନୁସରଣ କରିବା ଅତ୍ୟନ୍ତ ଭୟାବହ ଅଟେ ।
ଶ୍ଲୋକ 36
ଅର୍ଜୁନ ଉଵାଚ |
ଅଥ କେନ ପ୍ରଯୁକ୍ତୋଽଯଂ ପାପଂ ଚରତି ପୂରୁଷଃ |
ଅନିଚ୍ଛନ୍ନପି ଵାର୍ଷ୍ଣେଯ ବଲାଦିଵ ନିଯୋଜିତଃ ||୩-୩୬||
ଅନୁବାଦ
ଅର୍ଜୁନ କହିଲେ: ହେ ବୃଷ୍ଣି ବଂଶଜ (ଶ୍ରୀକୃଷ୍ଣ)! ମନୁଷ୍ୟ କାହିଁକି ନିଜର ଅନିଚ୍ଛା ସତ୍ୱେ, କେହି ବାଧ୍ୟ କଲା ପରି, ପାପ କର୍ମ କରିବାକୁ ପ୍ରେରିତ ହୋଇଥାଏ?
ଶ୍ଲୋକ 37
ଶ୍ରୀଭଗଵାନୁଵାଚ |
କାମ ଏଷ କ୍ରୋଧ ଏଷ ରଜୋଗୁଣସମୁଦ୍ଭଵଃ |
ମହାଶନୋ ମହାପାପ୍ମା ଵିଦ୍ଧ୍ଯେନମିହ ଵୈରିଣମ୍ ||୩-୩୭||
ଅନୁବାଦ
ଶ୍ରୀ ଭଗବାନ କହିଲେ: ଏହା କାମନା ହିଁ ଅଟେ, ଯାହାର ଉଦ୍ଭବ ରଜଗୁଣରୁ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ରୋଧର ରୂପ ନେଇଥାଏ । ଏହାକୁ ସଂସାରର ପାପମୟ ତଥା ସର୍ବଗ୍ରାସୀ ଶତ୍ରୁ ଭାବରେ ଜାଣ ।
ଶ୍ଲୋକ 38
ଧୂମେନାଵ୍ରିଯତେ ଵହ୍ନିର୍ଯଥାଦର୍ଶୋ ମଲେନ ଚ |
ଯଥୋଲ୍ବେନାଵୃତୋ ଗର୍ଭସ୍ତଥା ତେନେଦମାଵୃତମ୍ ||୩-୩୮||
ଅନୁବାଦ
ଯେପରି ଧୂମ ଦ୍ୱାରା ବହ୍ନି ଆବୃତ୍ତ ରହିଥାଏ, ଧୂଳିଦ୍ୱାରା ଦର୍ପଣ ଅସ୍ପଷ୍ଟ ହୋଇଥାଏ, ଜରାୟୁ ଦ୍ୱାରା ଭୃଣ ଲୁକ୍କାୟୀତ ରହିଥାଏ, ସେହି ପରି କାମନା ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇଥାଏ ।
ଶ୍ଲୋକ 39
ଆଵୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ଯଵୈରିଣା |
କାମରୂପେଣ କୌନ୍ତେଯ ଦୁଷ୍ପୂରେଣାନଲେନ ଚ ||୩-୩୯||
ଅନୁବାଦ
ହେ କୁନ୍ତିପୁତ୍ର, ଏହି ଅଗ୍ନି ପରି ପ୍ରଜ୍ୱଳିତ, ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ ।
ଶ୍ଲୋକ 40
ଇନ୍ଦ୍ରିଯାଣି ମନୋ ବୁଦ୍ଧିରସ୍ଯାଧିଷ୍ଠାନମୁଚ୍ଯତେ |
ଏତୈର୍ଵିମୋହଯତ୍ଯେଷ ଜ୍ଞାନମାଵୃତ୍ଯ ଦେହିନମ୍ ||୩-୪୦||
ଅନୁବାଦ
ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ ।
ଶ୍ଲୋକ 41
ତସ୍ମାତ୍ତ୍ଵମିନ୍ଦ୍ରିଯାଣ୍ଯାଦୌ ନିଯମ୍ଯ ଭରତର୍ଷଭ |
ପାପ୍ମାନଂ ପ୍ରଜହି ହ୍ଯେନଂ ଜ୍ଞାନଵିଜ୍ଞାନନାଶନମ୍ ||୩-୪୧||
ଅନୁବାଦ
ତେଣୁ ହେ ଭରତ ଶ୍ରେଷ୍ଠ! ସର୍ବ ପ୍ରଥମେ ତୁମେ ଇନ୍ଦ୍ରିୟମାନଙ୍କୁ ନିଜର ନିୟନ୍ତ୍ରଣାଧୀନ କରି କାମନା ରୂପୀ ଶତ୍ରୁକୁ ନାଶ କର, କାରଣ ତାହା ପାପର ପ୍ରତୀକ ଅଟେ ଏବଂ ଜ୍ଞାନ ଓ ବୁଦ୍ଧିକୁ ନଷ୍ଟ କରିଦେଇଥାଏ ।
ଶ୍ଲୋକ 42
ଇନ୍ଦ୍ରିଯାଣି ପରାଣ୍ଯାହୁରିନ୍ଦ୍ରିଯେଭ୍ଯଃ ପରଂ ମନଃ |
ମନସସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ ||୩-୪୨||
ଅନୁବାଦ
ସ୍ଥୁଳ ଶରୀର ଠାରୁ ଉର୍ଦ୍ଧ୍ୱରେ ଇନ୍ଦ୍ରିୟମାନଙ୍କର ସ୍ଥିତି । ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ମନର ସ୍ଥିତି । ମନ ଉର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଆତ୍ମାର ସ୍ଥିତି ଅଟେ ।
ଶ୍ଲୋକ 43
ଏଵଂ ବୁଦ୍ଧେଃ ପରଂ ବୁଦ୍ଧ୍ଵା ସଂସ୍ତଭ୍ଯାତ୍ମାନମାତ୍ମନା |
ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ ||୩-୪୩||
ଅନୁବାଦ
ହେ ବୀର ଅର୍ଜୁନ! ଆତ୍ମାକୁ ମାୟିକ ବୁଦ୍ଧିଠାରୁ ଶ୍ରେଷ୍ଠ ଭାବେ ହୃଦୟଙ୍ଗମ କର । ନିଜକୁୁ (ଇନ୍ଦ୍ରିୟ-ମନ-ବୁଦ୍ଧିକୁ) ନିଜ ଦ୍ୱାରା (ଆତ୍ମାର ଉଚ୍ଚତର ଶକ୍ତି ଦ୍ୱାରା) ପ୍ରଶମିତ କର ଏବଂ କାମନା ରୂପକ ଏହି ଦୁର୍ଦ୍ଦଶ ଶତ୍ରୁକୁ ଦମନ କର ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।