ଅଧ୍ୟାୟ 17

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଅଥ ସପ୍ତଦଶୋଽଧ୍ଯାଯଃ

28 ବିଭାଗ
ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 1

ଅର୍ଜୁନ ଉଵାଚ |

ଯେ ଶାସ୍ତ୍ରଵିଧିମୁତ୍ସୃଜ୍ଯ ଯଜନ୍ତେ ଶ୍ରଦ୍ଧଯାନ୍ଵିତାଃ |

ତେଷାଂ ନିଷ୍ଠା ତୁ କା କୃଷ୍ଣ ସତ୍ତ୍ଵମାହୋ ରଜସ୍ତମଃ ||୧୭-୧||

ଅର୍ଜୁନ ଉଵାଚ

ଅନୁବାଦ

ଅର୍ଜୁନ କହିଲେ: ହେ କୃଷ୍ଣ! ଯେଉଁମାନେ ଶାସ୍ତ୍ର ନିର୍ଦ୍ଦେଶକୁ ଅବଜ୍ଞା କରିଥାନ୍ତି, କିନ୍ତୁ ଶ୍ରଦ୍ଧାର ସହିତ ଆରାଧନା କରନ୍ତି, ତାଙ୍କର ସ୍ଥିତି କ’ଣ? ତାଙ୍କର ଶ୍ରଦ୍ଧାକୁ ସତ୍ତ୍ୱଗୁଣୀ କୁହାଯିବ କି ରଜୋଗୁଣୀ ଅଥବା ତମୋଗୁଣୀ କୁହାଯିବ?

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 2

ଶ୍ରୀଭଗଵାନୁଵାଚ |

ତ୍ରିଵିଧା ଭଵତି ଶ୍ରଦ୍ଧା ଦେହିନାଂ ସା ସ୍ଵଭାଵଜା |

ସାତ୍ତ୍ଵିକୀ ରାଜସୀ ଚୈଵ ତାମସୀ ଚେତି ତାଂ ଶୃଣୁ ||୧୭-୨||

ଶ୍ରୀଭଗଵାନୁଵାଚ

ଅନୁବାଦ

ଭଗବାନ କହିଲେ: ପ୍ରତ୍ୟେକ ମନୁଷ୍ୟ ଅନ୍ତର୍ନିହିତ ଶ୍ରଦ୍ଧା ସହିତ ଜନ୍ମ ହୋଇଥାନ୍ତି, ଯହା ତିନି ପ୍ରକାରର ହୋଇଥାଏ - ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ । ବର୍ତ୍ତମାନ ଏହି ବିଷୟରେ ମୋଠାରୁ ଶୁଣ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 3

ସତ୍ତ୍ଵାନୁରୂପା ସର୍ଵସ୍ଯ ଶ୍ରଦ୍ଧା ଭଵତି ଭାରତ |

ଶ୍ରଦ୍ଧାମଯୋଽଯଂ ପୁରୁଷୋ ଯୋ ଯଚ୍ଛ୍ରଦ୍ଧଃ ସ ଏଵ ସଃ ||୧୭-୩||

ଅନୁବାଦ

ପ୍ରତ୍ୟେକ ମନୁଷ୍ୟର ବିଶ୍ୱାସ ତାଙ୍କ ମନର ସ୍ୱଭାବ ଅନୁରୂପ ହୋଇଥାଏ । ଶ୍ରଦ୍ଧା ସମସ୍ତଙ୍କର ଥାଏ ଏବଂ ଯାହାର ଶ୍ରଦ୍ଧା ଯେପରି ହୋଇଥାଏ, ସେମାନେ ବାସ୍ତବରେ ସେହିପରି ଅଟନ୍ତି ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 4

ଯଜନ୍ତେ ସାତ୍ତ୍ଵିକା ଦେଵାନ୍ଯକ୍ଷରକ୍ଷାଂସି ରାଜସାଃ |

ପ୍ରେତାନ୍ଭୂତଗଣାଂଶ୍ଚାନ୍ଯେ ଯଜନ୍ତେ ତାମସା ଜନାଃ ||୧୭-୪||

ଅନୁବାଦ

ଯେଉଁମାନେ ସାତ୍ତ୍ୱିକ ଗୁଣଯୁକ୍ତ, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି । ରାଜସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଯକ୍ଷ ଏବଂ ରାକ୍ଷସ ମାନଙ୍କର ପୂଜା କରନ୍ତି ଏବଂ ତାମସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଭୂତ ଓ ପ୍ରେତମାନଙ୍କ୍ୁ ପୂଜା କରିଥାନ୍ତି ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 5 ଏବଂ 6

ଅଶାସ୍ତ୍ରଵିହିତଂ ଘୋରଂ ତପ୍ଯନ୍ତେ ଯେ ତପୋ ଜନାଃ |

ଦମ୍ଭାହଂକାରସଂଯୁକ୍ତାଃ କାମରାଗବଲାନ୍ଵିତାଃ ||୧୭-୫||

କର୍ଷଯନ୍ତଃ ଶରୀରସ୍ଥଂ ଭୂତଗ୍ରାମମଚେତସଃ |

ମାଂ ଚୈଵାନ୍ତଃଶରୀରସ୍ଥଂ ତାନ୍ଵିଦ୍ଧ୍ଯାସୁରନିଶ୍ଚଯାନ୍ ||୧୭-୬||

ଅନୁବାଦ

କେତେକ ବ୍ୟକ୍ତି କଠୋର ସଂଯମ ଆଚରଣ କରିଥାନ୍ତି ଯାହା ଶାସ୍ତ୍ରସମ୍ମତ ନୁହେଁ, ବରଂ କେବଳ କପଟ ଓ ଅହଂକାର ଦ୍ୱାରା ପ୍ରେରିତ ହୋଇଥାଏ । କାମନା ଓ ଆସକ୍ତି ଦ୍ୱାରା ପ୍ରରୋଚିତ ହୋଇ, ସେମାନେ କେବଳ ତାଙ୍କ ଶରୀରର ଉପାଦାନମାନଙ୍କୁ ଯନ୍ତ୍ରଣା ଦିଅନ୍ତି ନାହିଁ, ବରଂ ତା ସହିତ ତାଙ୍କ ମଧ୍ୟରେ ପରମାତ୍ମା ରୂପରେ ନିବାସ କରିଥିବା ମୋତେ ମଧ୍ୟ ଯନ୍ତ୍ରଣା ଦେଇଥାନ୍ତି । ଏହି ବିବେକହୀନ ବ୍ୟକ୍ତିମାନଙ୍କୁ ଆସୁରିକ ପ୍ରବୃତ୍ତିଯୁକ୍ତ ଭାବରେ ଜାଣ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 7

ଆହାରସ୍ତ୍ଵପି ସର୍ଵସ୍ଯ ତ୍ରିଵିଧୋ ଭଵତି ପ୍ରିଯଃ |

ଯଜ୍ଞସ୍ତପସ୍ତଥା ଦାନଂ ତେଷାଂ ଭେଦମିମଂ ଶୃଣୁ ||୧୭-୭||

ଅନୁବାଦ

ଲୋକମାନେ ତାଙ୍କର ପ୍ରବୃତ୍ତି ଅନୁସାରେ ଖାଦ୍ୟକୁ ଅଗ୍ରାଧିକାର ଦେଇଥାନ୍ତି । ଏହା ସେମାନେ ପ୍ରବୃତ୍ତ ହେଉଥିବା ଯଜ୍ଞ, ସଂଯମ ଓ ଦାନ ପ୍ରତି ମଧ୍ୟ ପ୍ରଯୁଜ୍ୟ । ବର୍ତ୍ତମାନ ଏମାନଙ୍କ ମଧ୍ୟରେ ରହିଥିବା ପ୍ରଭେଦ ବିଷୟରେ ମୋଠାରୁ ଶୁଣ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 8

ଆଯୁଃସତ୍ତ୍ଵବଲାରୋଗ୍ଯସୁଖପ୍ରୀତିଵିଵର୍ଧନାଃ |

ରସ୍ଯାଃ ସ୍ନିଗ୍ଧାଃ ସ୍ଥିରା ହୃଦ୍ଯା ଆହାରାଃ ସାତ୍ତ୍ଵିକପ୍ରିଯାଃ ||୧୭-୮||

ଅନୁବାଦ

ସାତ୍ତ୍ୱିକ ଗୁଣଯୁକ୍ତ ବ୍ୟକ୍ତିମାନେ ସେହି ପ୍ରକାର ଖାଦ୍ୟକୁ ପସନ୍ଦ କରନ୍ତି ଯାହା ଜୀବନର ଅବଧି ବଢ଼ାଏ ଏବଂ ସଦ୍ଗୁଣ, ଶକ୍ତି, ସ୍ୱାସ୍ଥ୍ୟ, ଆନନ୍ଦ ଏବଂ ସନ୍ତୋଷ ବୃଦ୍ଧି କରେ । ଏହିସବୁ ଖାଦ୍ୟ ରସଯୁକ୍ତ, ନରମ, ପୌଷ୍ଟିକ ଏବଂ ପ୍ରାକୃତିକ ଭାବେ ସ୍ୱାଦିଷ୍ଟ ଅଟନ୍ତି ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 9

କଟ୍ଵମ୍ଲଲଵଣାତ୍ଯୁଷ୍ଣତୀକ୍ଷ୍ଣରୂକ୍ଷଵିଦାହିନଃ |

ଆହାରା ରାଜସସ୍ଯେଷ୍ଟା ଦୁଃଖଶୋକାମଯପ୍ରଦାଃ ||୧୭-୯||

ଅନୁବାଦ

ଯେଉଁ ଖାଦ୍ୟ ଅତ୍ୟନ୍ତ ପିତା, ଖଟା, ଲବଣାକ୍ତ, ଅଧିକ ଗରମ, ଦୁର୍ଗନ୍ଧଯୁକ୍ତ, ଶୁଷ୍କ ଏବଂ ଉତ୍କଟ ଅଟେ, ସେସବୁ ଖାଦ୍ୟ ରାଜସିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ପ୍ରିୟ ଅଟେ । ଏହିପରି ଖାଦ୍ୟ ଯନ୍ତ୍ରଣା, ଦୁଃଖ ଏବଂ ରୋଗ ଜାତ କରେ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 10

ଯାତଯାମଂ ଗତରସଂ ପୂତି ପର୍ଯୁଷିତଂ ଚ ଯତ୍ |

ଉଚ୍ଛିଷ୍ଟମପି ଚାମେଧ୍ଯଂ ଭୋଜନଂ ତାମସପ୍ରିଯମ୍ ||୧୭-୧୦||

ଅନୁବାଦ

ଯେଉଁ ଖାଦ୍ୟ ଅତ୍ୟଧିକ ପାକ ହୋଇଥିବା, ବାସି, ସଢ଼ି ଯାଇଥିବା, ଅପମିଶ୍ରିତ ଏବଂ ଅଶୁଦ୍ଧ ସେସବୁ ତାମସିକ ବ୍ୟକ୍ତିଙ୍କର ପସନ୍ଦ ଅଟେ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 11

ଅଫଲାଙ୍କ୍ଷିଭିର୍ଯଜ୍ଞୋ ଵିଧିଦୃଷ୍ଟୋ ଯ ଇଜ୍ଯତେ |

ଯଷ୍ଟଵ୍ଯମେଵେତି ମନଃ ସମାଧାଯ ସ ସାତ୍ତ୍ଵିକଃ ||୧୭-୧୧||

ଅନୁବାଦ

ଯେଉଁ ଯଜ୍ଞ ଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ଦୃଢ଼ ବିଶ୍ୱାସର ସହିତ କୌଣସି ଫଳାସକ୍ତି ନ ରଖି କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦିତ ହୋଇଥାଏ, ତାହା ସ୍ୱାତ୍ତିକ ଗୁଣଯୁକ୍ତ ଅଟେ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 12

ଅଭିସନ୍ଧାଯ ତୁ ଫଲଂ ଦମ୍ଭାର୍ଥମପି ଚୈଵ ଯତ୍ |

ଇଜ୍ଯତେ ଭରତଶ୍ରେଷ୍ଠ ତଂ ଯଜ୍ଞଂ ଵିଦ୍ଧି ରାଜସମ୍ ||୧୭-୧୨||

ଅନୁବାଦ

ହେ ଭରତଶ୍ରେଷ୍ଠ! ଯେଉଁ ଯଜ୍ଞ ଭୌତିକ ଲାଭ ଆଶାରେ କପଟ ଭାବରେ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ ବୋଲି ଜାଣ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 13

ଵିଧିହୀନମସୃଷ୍ଟାନ୍ନଂ ମନ୍ତ୍ରହୀନମଦକ୍ଷିଣମ୍ |

ଶ୍ରଦ୍ଧାଵିରହିତଂ ଯଜ୍ଞଂ ତାମସଂ ପରିଚକ୍ଷତେ ||୧୭-୧୩||

ଅନୁବାଦ

ଯେଉଁ ଯଜ୍ଞ ଶ୍ରଦ୍ଧା ରହିତ ଏବଂ ଶାସ୍ତ୍ରର ବିଧିବିରୁଦ୍ଧ ହୋଇଥାଏ, ଯେଉଁଠାରେ ଖାଦ୍ୟ ଅର୍ପଣ କରାଯାଏ ନାହିଁ, ମନ୍ତ୍ର ଉଚ୍ଚାରଣ କରାଯାଏ ନାହିଁ କିମ୍ବା କୌଣସି ଦାନ ଦିଆଯାଏ ନାହିଁ, ତାହା ତାମସିକ ବିବେଚିତ ହୁଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 14

ଦେଵଦ୍ଵିଜଗୁରୁପ୍ରାଜ୍ଞପୂଜନଂ ଶୌଚମାର୍ଜଵମ୍ |

ବ୍ରହ୍ମଚର୍ଯମହିଂସା ଚ ଶାରୀରଂ ତପ ଉଚ୍ଯତେ ||୧୭-୧୪||

ଅନୁବାଦ

ପରମାତ୍ମା, ବ୍ରାହ୍ମଣ, ଆଧ୍ୟାତ୍ମିକ ଗୁରୁ, ବିଜ୍ଞ ଏବଂ ଗୁରୁଜନ ମାନଙ୍କର ଉପାସନା ଯେତେବେଳେ ପବିତ୍ରତା, ବିନମ୍ରତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା ପୂର୍ବକ କରାଯାଇଥାଏ, ତାହାକୁ ଶାରୀରିକ ତପସ୍ୟା କୁହାଯାଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 15

ଅନୁଦ୍ଵେଗକରଂ ଵାକ୍ଯଂ ସତ୍ଯଂ ପ୍ରିଯହିତଂ ଚ ଯତ୍ |

ସ୍ଵାଧ୍ଯାଯାଭ୍ଯସନଂ ଚୈଵ ଵାଙ୍ମଯଂ ତପ ଉଚ୍ଯତେ ||୧୭-୧୫||

ଅନୁବାଦ

ଯେଉଁ ବାଣୀ ଉଦ୍ବେଗ ଉତ୍ପନ୍ନ କରେ ନାହିଁ, ଯାହା ସତ୍ୟ, ସମ୍ମାନସୂଚକ, ହିତକାରୀ ଏବଂ ଯେଉଁ ବାଣୀ ନିୟମିତ ବେଦଶାସ୍ତ୍ର ଆବୃତ୍ତି କରିଥାଏ - ତାହା ବାଣୀର ସଂଯମ ରୂପେ ବିବେଚିତ ହୋଇଥାଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 16

ମନଃ ପ୍ରସାଦଃ ସୌମ୍ଯତ୍ଵଂ ମୌନମାତ୍ମଵିନିଗ୍ରହଃ |

ଭାଵସଂଶୁଦ୍ଧିରିତ୍ଯେତତ୍ତପୋ ମାନସମୁଚ୍ଯତେ ||୧୭-୧୬||

ଅନୁବାଦ

ଶୁଦ୍ଧ ବିଚାର, ଶିଷ୍ଟତା, ମୌନଭାବ, ଆତ୍ମ ସଂଯମ ଏବଂ ମହତ୍ ଉଦ୍ଦେଶ୍ୟ - ଏଗୁଡିକୁ ମାନସିକ ତପସ୍ୟା କୁହାଯାଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 17

ଶ୍ରଦ୍ଧଯା ପରଯା ତପ୍ତଂ ତପସ୍ତତ୍ତ୍ରିଵିଧଂ ନରୈଃ |

ଅଫଲାକାଙ୍କ୍ଷିଭିର୍ଯୁକ୍ତୈଃ ସାତ୍ତ୍ଵିକଂ ପରିଚକ୍ଷତେ ||୧୭-୧୭||

ଅନୁବାଦ

ଜଣେ ତପସ୍ୱୀ ଯେତେବେଳେ ପ୍ରଗାଢ଼ ଶ୍ରଦ୍ଧାର ସହିତ, କୌଣସି ଭୌତିକ ଫଳ ପ୍ରତି ପ୍ରଲୋଭିତ ନହୋଇ, ଏହି ତିନି ପ୍ରକାର ସଂଯମ ଆଚରଣ କରନ୍ତି, ତାହାକୁ ସତ୍ତ୍ୱଗୁଣୀ ତପସ୍ୟା ଭାବରେ ଅଭିହିତ କରାଯାଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 18

ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈଵ ଯତ୍ |

କ୍ରିଯତେ ତଦିହ ପ୍ରୋକ୍ତଂ ରାଜସଂ ଚଲମଧ୍ରୁଵମ୍ ||୧୭-୧୮||

ଅନୁବାଦ

ଯଶ, ଖ୍ୟାତି, ପ୍ରଶଂସା ଇତ୍ୟାଦି ପ୍ରାପ୍ତ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ଯେଉଁ ତପସ୍ୟା କରାଯାଏ, ତାହା ରାଜସିକ ଶ୍ରେଣୀଭୁକ୍ତ ଅଟେ । ଏହାର ସମସ୍ତ ଲାଭ ଅସ୍ଥିର ଏବଂ କ୍ଷଣସ୍ଥାୟୀ ଅଟେ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 19

ମୂଢଗ୍ରାହେଣାତ୍ମନୋ ଯତ୍ପୀଡଯା କ୍ରିଯତେ ତପଃ |

ପରସ୍ଯୋତ୍ସାଦନାର୍ଥଂ ଵା ତତ୍ତାମସମୁଦାହୃତମ୍ ||୧୭-୧୯||

ଅନୁବାଦ

ଯେଉଁମାନଙ୍କର କୌଣସି ବିଷୟରେ ଧାରଣା ସ୍ପଷ୍ଟ ନ ଥାଏ, ସେମାନେ ନିଜ ଶରୀରକୁ କଷ୍ଟ ଦେଇ ଏବଂ ଅନ୍ୟମାନଙ୍କର ହାନି କରି ଯେଉଁ ତପସ୍ୟା କରିଥାଆନ୍ତି, ତାହାକୁ ତମୋଗୁଣୀ ତପସ୍ୟା କୁହାଯାଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 20

ଦାତଵ୍ଯମିତି ଯଦ୍ଦାନଂ ଦୀଯତେଽନୁପକାରିଣେ |

ଦେଶେ କାଲେ ଚ ପାତ୍ରେ ଚ ତଦ୍ଦାନଂ ସାତ୍ତ୍ଵିକଂ ସ୍ମୃତମ୍ ||୧୭-୨୦||

ଅନୁବାଦ

କୌଣସି ପ୍ରତ୍ୟାଶା ନ ରଖି, କେବଳ ଦାନ କରିବା ଉଚିତ୍ ମନେକରି, ଯୋଗ୍ୟ ବ୍ୟକ୍ତିକୁ ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ସ୍ଥାନରେ ଯେଉଁ ଦାନ ଦିଆଯାଇ ଥାଏ, ତାହାକୁ ସାତ୍ତ୍ୱିକ ଗୁଣଯୁକ୍ତ ଦାନ କୁହାଯାଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 21

ଯତ୍ତୁ ପ୍ରତ୍ଯୁପକାରାର୍ଥଂ ଫଲମୁଦ୍ଦିଶ୍ଯ ଵା ପୁନଃ |

ଦୀଯତେ ଚ ପରିକ୍ଲିଷ୍ଟଂ ତଦ୍ଦାନଂ ରାଜସଂ ସ୍ମୃତମ୍ ||୧୭-୨୧||

ଅନୁବାଦ

କିନ୍ତୁ ଅନିଚ୍ଛା ସତ୍ତ୍ୱେ, ପ୍ରତିଦାନ ଆଶାରେ କିମ୍ବା ପୁରସ୍କାରର ଅଭିଳାଷ ରଖି ଦିଆଯାଇଥିବା ଦାନକୁ ରାଜସିକ ଦାନ ଭାବରେ ଅଭିହିତ କରାଯାଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 22

ଅଦେଶକାଲେ ଯଦ୍ଦାନମପାତ୍ରେଭ୍ଯଶ୍ଚ ଦୀଯତେ |

ଅସତ୍କୃତମଵଜ୍ଞାତଂ ତତ୍ତାମସମୁଦାହୃତମ୍ ||୧୭-୨୨||

ଅନୁବାଦ

ଯେଉଁ ଦାନ ଅନୁପଯୁକ୍ତ ସ୍ଥାନରେ, ଅସମୟରେ, ଅସତ୍ ପ୍ରାତ୍ରରେ ଅସମ୍ମାନ ପ୍ରଦର୍ଶନ ପୂର୍ବକ ବା ଅପମାନ ସୂଚକ ଭାବେ ଦିଆଯାଇଥାଏ, ତାହାକୁ ତାମସିକ ଶ୍ରେଣୀଭୁକ୍ତ କରାଯାଇଛି ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 23

ଓଁତତ୍ସଦିତି ନିର୍ଦେଶୋ ବ୍ରହ୍ମଣସ୍ତ୍ରିଵିଧଃ ସ୍ମୃତଃ |

ବ୍ରାହ୍ମଣାସ୍ତେନ ଵେଦାଶ୍ଚ ଯଜ୍ଞାଶ୍ଚ ଵିହିତାଃ ପୁରା ||୧୭-୨୩||

ଅନୁବାଦ

ସୃଷ୍ଟିର ପ୍ରାରମ୍ଭରୁ “ଓଁ ତତ୍ ସତ୍” ପରମ ଅନ୍ତିମ ସତ୍ୟର ପ୍ରତୀକ ଭାବରେ ସ୍ୱୀକୃତ । ତାଙ୍କଠାରୁ ପୁରୋହିତ, ଶାସ୍ତ୍ର ଏବଂ ଯଜ୍ଞ ଜାତ ହୋଇଛନ୍ତି ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 24

ତସ୍ମାଦୋମିତ୍ଯୁଦାହୃତ୍ଯ ଯଜ୍ଞଦାନତପଃକ୍ରିଯାଃ |

ପ୍ରଵର୍ତନ୍ତେ ଵିଧାନୋକ୍ତାଃ ସତତଂ ବ୍ରହ୍ମଵାଦିନାମ୍ ||୧୭-୨୪||

ଅନୁବାଦ

ତେଣୁ ବୈଦିକ ଆଦେଶନୁସାରେ ଯଜ୍ଞ, ଦାନ କିମ୍ବା ତପସ୍ୟା କଲାବେଳେ ବେଦଜ୍ଞ ପୁରୁଷଗଣ ଓଁ ଶବ୍ଦ ଉଚ୍ଚାରଣ ପୂର୍ବକ ସେସବୁର ପ୍ରାରମ୍ଭ କରିଥାନ୍ତି ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 25

ତଦିତ୍ଯନଭିସନ୍ଧାଯ ଫଲଂ ଯଜ୍ଞତପଃକ୍ରିଯାଃ |

ଦାନକ୍ରିଯାଶ୍ଚ ଵିଵିଧାଃ କ୍ରିଯନ୍ତେ ମୋକ୍ଷକାଙ୍କ୍ଷିଭିଃ ||୧୭-୨୫||

ଅନୁବାଦ

ଯେଉଁମାନେ ଫଳ ପ୍ରାପ୍ତିର କାମନା କରନ୍ତି ନାହିଁ ଏବଂ ମାୟା ଜାଲରୁ ମୁକ୍ତ ହେବାକୁ ଇଚ୍ଛା କରନ୍ତି, ସେମାନେ ତପ, ଯଜ୍ଞ ଏବଂ ଦାନ କରିବା ସହିତ ‘ତତ୍’ ଶବ୍ଦର ଉଚ୍ଚାରଣ କରିଥାନ୍ତି ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 26

ସଦ୍ଭାଵେ ସାଧୁଭାଵେ ଚ ସଦିତ୍ଯେତତ୍ପ୍ରଯୁଜ୍ଯତେ |

ପ୍ରଶସ୍ତେ କର୍ମଣି ତଥା ସଚ୍ଛବ୍ଦଃ ପାର୍ଥ ଯୁଜ୍ଯତେ ||୧୭-୨୬||

ଅନୁବାଦ

ସତ୍ ଶବ୍ଦର ଅର୍ଥ ଚିରନ୍ତନ ଅସ୍ତିତ୍ୱ ଏବଂ ସତ୍ୟ । ହେ ଅର୍ଜୁନ! ଏହା ଏକ ପବିତ୍ର କର୍ମକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯଜ୍ଞ, ତପ ଏବଂ ଦାନରେ ସ୍ଥିତ ହେବାକୁ ମଧ୍ୟ ‘ସତ୍’ ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଇଥାଏ । ତେଣୁ ସେହି ଉଦ୍ଦେଶ୍ୟରେ କରାଯାଉଥିବା ସମସ୍ତ କର୍ମ ‘ସତ୍’ ନାମରେ ଅଭିହିତ ହୁଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 27

ଯଜ୍ଞେ ତପସି ଦାନେ ଚ ସ୍ଥିତିଃ ସଦିତି ଚୋଚ୍ଯତେ |

କର୍ମ ଚୈଵ ତଦର୍ଥୀଯଂ ସଦିତ୍ଯେଵାଭିଧୀଯତେ ||୧୭-୨୭||

ଅନୁବାଦ

ସତ୍ ଶବ୍ଦର ଅର୍ଥ ଚିରନ୍ତନ ଅସ୍ତିତ୍ୱ ଏବଂ ସତ୍ୟ । ହେ ଅର୍ଜୁନ! ଏହା ଏକ ପବିତ୍ର କର୍ମକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯଜ୍ଞ, ତପ ଏବଂ ଦାନରେ ସ୍ଥିତ ହେବାକୁ ମଧ୍ୟ ‘ସତ୍’ ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଇଥାଏ । ତେଣୁ ସେହି ଉଦ୍ଦେଶ୍ୟରେ କରାଯାଉଥିବା ସମସ୍ତ କର୍ମ ‘ସତ୍’ ନାମରେ ଅଭିହିତ ହୁଏ ।

ଶ୍ରଦ୍ଧାତ୍ରଯଵିଭାଗଯୋଗ

ଶ୍ଲୋକ 28

ଅଶ୍ରଦ୍ଧଯା ହୁତଂ ଦତ୍ତଂ ତପସ୍ତପ୍ତଂ କୃତଂ ଚ ଯତ୍ |

ଅସଦିତ୍ଯୁଚ୍ଯତେ ପାର୍ଥ ନ ଚ ତତ୍ପ୍ରେତ୍ଯ ନୋ ଇହ ||୧୭-୨୮||

ଅନୁବାଦ

ହେ ପୃଥା ପୁତ୍ର! ଯେ କୌଣସି ଯଜ୍ଞ, ତପସ୍ୟା ଅଥବା ଦାନ ଯଦି ଶ୍ରଦ୍ଧା ରହିତ ହୋଇ କରାଯାଏ, ତାହା ‘ଅସତ୍’ ଭାବରେ ବିବେଚିତ ହୁଏ । ସେଗୁଡ଼ିକ ଉଭୟ ଇହଲୋକ ଓ ପର ଲୋକରେ ମୂଲ୍ୟହୀନ ଅଟନ୍ତି ।

ଓଁ ତତ୍ସଦିତି ଶ୍ରୀମଦ୍ଭଗଵଦ୍ଗୀତା ସୁପନିଷତ୍ସୁ ବ୍ରହ୍ମଵିଦ୍ଯାମ୍ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନସଂଵଦେ ଶ୍ରଦ୍ଧାତ୍ରଯଯୋଗ ନାମ ସପ୍ତଦଶୋଽଧ୍ଯାଯଃ

କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।

ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।

ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ

  • ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
  • ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
  • ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
Video Generation Preview

ଗଭୀର ନିମଜ୍ଜନ ଅନୁଭବ କରନ୍ତୁ

ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।