ଅର୍ଜୁନଵିଷାଦଯୋଗ
ଅଥ ପ୍ରଥମୋଽଧ୍ଯାଯ
ଶ୍ଲୋକ 4, 5 ଏବଂ 6
ଅତ୍ର ଶୂରା ମହେଷ୍ଵାସା ଭୀମାର୍ଜୁନସମା ଯୁଧି |
ଯୁଯୁଧାନୋ ଵିରାଟଶ୍ଚ ଦ୍ରୁପଦଶ୍ଚ ମହାରଥଃ ||୧-୪||
ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ଵୀର୍ଯଵାନ୍ |
ପୁରୁଜିତ୍କୁନ୍ତିଭୋଜଶ୍ଚ ଶୈବ୍ଯଶ୍ଚ ନରପୁଂଗଵଃ ||୧-୫||
ଯୁଧାମନ୍ଯୁଶ୍ଚ ଵିକ୍ରାନ୍ତ ଉତ୍ତମୌଜାଶ୍ଚ ଵୀର୍ଯଵାନ୍ |
ସୌଭଦ୍ରୋ ଦ୍ରୌପଦେଯାଶ୍ଚ ସର୍ଵ ଏଵ ମହାରଥାଃ ||୧-୬||
ଅନୁବାଦ
ତାଙ୍କର ସୈନ୍ୟ ବାହିନୀକୁ ଲକ୍ଷ କରନ୍ତୁ । ସେଥିରେ ଯୁଯୁଧାନ, ବିରାଟ ଓ ଦ୍ରୃପଦଙ୍କ ପରି ଅନେକ ଶକ୍ତିଶାଳୀ ଧନୁର୍ଧାରୀ ଯୋଦ୍ଧା ଅଛନ୍ତି, ଯେଉଁମାନେ କି ସାମରିକ ଶକ୍ତିରେ ଭୀମ ଓ ଅର୍ଜୁନଙ୍କ ସମତୁଲ୍ୟ ଅଟନ୍ତି । ଆହୁରି ମଧ୍ୟ ଧୃଷ୍ଟକେତୁ, କାଶୀରାଜ, ଚେକିତାନ, ପୁରୁଜିତ, କୁନ୍ତିଭୋଜ ଏବଂ ଶୈବଙ୍କ ପରି ପ୍ରଖ୍ୟାତ ଯୋଦ୍ଧା ଓ ନରଶ୍ରେଷ୍ଠଗଣ ଉପସ୍ଥିତ ଅଛନ୍ତି । ସାହସୀ ଯୁଧାମନ୍ୟୁ, ଶକ୍ତିଶାଳୀ ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଏବଂ ଦ୍ରୌପଦୀଙ୍କ ପୁତ୍ରଙ୍କ ପରି ପ୍ରଖ୍ୟାତ ସେନାଧ୍ୟକ୍ଷ ମାନେ ଅଛନ୍ତି ।
ଶ୍ଲୋକ 8 ଏବଂ 9
ଭଵାନ୍ଭୀଷ୍ମଶ୍ଚ କର୍ଣଶ୍ଚ କୃପଶ୍ଚ ସମିତିଞ୍ଜଯଃ |
ଅଶ୍ଵତ୍ଥାମା ଵିକର୍ଣଶ୍ଚ ସୌମଦତ୍ତିସ୍ତଥୈଵ ଚ ||୧-୮||
ଅନ୍ଯେ ଚ ବହଵଃ ଶୂରା ମଦର୍ଥେ ତ୍ଯକ୍ତଜୀଵିତାଃ |
ନାନାଶସ୍ତ୍ରପ୍ରହରଣାଃ ସର୍ଵେ ଯୁଦ୍ଧଵିଶାରଦାଃ ||୧-୯||
ଅନୁବାଦ
ଆପଣ, ଭୀଷ୍ମ, କର୍ଣ୍ଣ, କୃପା, ଅଶ୍ୱଥାମା, ବିକର୍ଣ୍ଣ ଏବଂ ଭୂରିଶ୍ରବା ସର୍ବଦା ଯୁଦ୍ଧଜୟୀ ବ୍ୟକ୍ତିତ୍ୱଗଣ ଅଛନ୍ତି । ଆହୁରି ମଧ୍ୟ ଅନେକ ବୀର ଯୋଦ୍ଧା ଅଛନ୍ତି, ଯେଉଁମାନେ ମୋ ପାଇଁ ପ୍ରାଣ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ସେମାନେ ସମସ୍ତେ ଯୁଦ୍ଧବିଦ୍ୟାରେ ପାରଙ୍ଗମ ଏବଂ ବିଭିନ୍ନ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଅଛନ୍ତି ।
ଶ୍ଲୋକ 16
ଅନନ୍ତଵିଜଯଂ ରାଜା କୁନ୍ତୀପୁତ୍ରୋ ଯୁଧିଷ୍ଠିରଃ |
ନକୁଲଃ ସହଦେଵଶ୍ଚ ସୁଘୋଷମଣିପୁଷ୍ପକୌ ||୧-୧୬||
ଅନୁବାଦ
ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ବଜାଇଲେ ଏବଂ ନକୁଳ ଓ ସହଦେବ ସୁଘୋଷ ଏବଂ ମଣିପୁଷ୍ପକ ଫୁଙ୍କିବାକୁ ଲାଗିଲେ । ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କାଶୀରାଜ, ପ୍ରସିଦ୍ଧ ଯୋଦ୍ଧା ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ, ଅପରାଜେୟ ସାତ୍ୟକି, ଦୃପଦ, ଦୌପଦୀଙ୍କର ପାଞ୍ଚ ପୁତ୍ର, ଶକ୍ତିଶାଳୀ ଅସ୍ତ୍ରରେ ସଜ୍ଜିତ ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଇତ୍ୟାଦି ସମସ୍ତେ ନିଜ ନିଜର ଶଙ୍ଖଧ୍ୱନି କଲେ ।
ଶ୍ଲୋକ 17 ଏବଂ 18
କାଶ୍ଯଶ୍ଚ ପରମେଷ୍ଵାସଃ ଶିଖଣ୍ଡୀ ଚ ମହାରଥଃ |
ଧୃଷ୍ଟଦ୍ଯୁମ୍ନୋ ଵିରାଟଶ୍ଚ ସାତ୍ଯକିଶ୍ଚାପରାଜିତଃ ||୧-୧୭||
ଦ୍ରୁପଦୋ ଦ୍ରୌପଦେଯାଶ୍ଚ ସର୍ଵଶଃ ପୃଥିଵୀପତେ |
ସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ୍ଦଧ୍ମୁଃ ପୃଥକ୍ପୃଥକ୍ ||୧-୧୮||
ଅନୁବାଦ
ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ବଜାଇଲେ ଏବଂ ନକୁଳ ଓ ସହଦେବ ସୁଘୋଷ ଏବଂ ମଣିପୁଷ୍ପକ ଫୁଙ୍କିବାକୁ ଲାଗିଲେ । ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କାଶୀରାଜ, ପ୍ରସିଦ୍ଧ ଯୋଦ୍ଧା ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ, ଅପରାଜେୟ ସାତ୍ୟକି, ଦୃପଦ, ଦୌପଦୀଙ୍କର ପାଞ୍ଚ ପୁତ୍ର, ଶକ୍ତିଶାଳୀ ଅସ୍ତ୍ରରେ ସଜ୍ଜିତ ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଇତ୍ୟାଦି ସମସ୍ତେ ନିଜ ନିଜର ଶଙ୍ଖଧ୍ୱନି କଲେ ।
ଶ୍ଲୋକ 20
ଅଥ ଵ୍ଯଵସ୍ଥିତାନ୍ଦୃଷ୍ଟ୍ଵା ଧାର୍ତରାଷ୍ଟ୍ରାନ୍ କପିଧ୍ଵଜଃ |
ପ୍ରଵୃତ୍ତେ ଶସ୍ତ୍ରସମ୍ପାତେ ଧନୁରୁଦ୍ଯମ୍ଯ ପାଣ୍ଡଵଃ |
ହୃଷୀକେଶଂ ତଦା ଵାକ୍ଯମିଦମାହ ମହୀପତେ ||୧-୨୦||
ଅନୁବାଦ
ସେହି ସମୟରେ ପାଣ୍ଡୁ ପୁତ୍ର ଅର୍ଜୁନ, ଯାହାଙ୍କର ରଥ ଧ୍ୱଜାରେ ହନୁମାନଙ୍କର ଚିହ୍ନଥିଲା, ତାଙ୍କର ଧନୁକୁ ଉଠାଇଲେ । ହେ ରାଜନ୍, ଆପଣଙ୍କ ପୁତ୍ରମାନଙ୍କର ସୈନ୍ୟ ସଜ୍ଜାକୁ ଦେଖି ସେ ଶ୍ରୀକୃଷ୍ଣଙ୍କୁ ଏହି କଥା କହିଲେ ।
ଶ୍ଲୋକ 21, 22, 23
ଅର୍ଜୁନ ଉଵାଚ |
ସେନଯୋରୁଭଯୋର୍ମଧ୍ଯେ ରଥଂ ସ୍ଥାପଯ ମେଽଚ୍ଯୁତ ||୧-୨୧||
ଯାଵଦେତାନ୍ନିରୀକ୍ଷେଽହଂ ଯୋଦ୍ଧୁକାମାନଵସ୍ଥିତାନ୍ |
କୈର୍ମଯା ସହ ଯୋଦ୍ଧଵ୍ଯମସ୍ମିନ୍ ରଣସମୁଦ୍ଯମେ ||୧-୨୨||
ଯୋତ୍ସ୍ଯମାନାନଵେକ୍ଷେଽହଂ ଯ ଏତେଽତ୍ର ସମାଗତାଃ |
ଧାର୍ତରାଷ୍ଟ୍ରସ୍ଯ ଦୁର୍ବୁଦ୍ଧେର୍ଯୁଦ୍ଧେ ପ୍ରିଯଚିକୀର୍ଷଵଃ ||୧-୨୩||
ଅନୁବାଦ
ଅର୍ଜୁନ କହିଲେ: ହେ ଅଚ୍ୟୁତ! ଦୟାକରି ମୋ ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟକୁ ନେଇ ଚାଲନ୍ତୁ, ଯଦ୍ୱାରା ଯୁଦ୍ଧ ପାଇଁ ପ୍ରସ୍ତୁତ ଯୋଦ୍ଧାଗଣ, ଯାହାଙ୍କ ସହିତ ମୋତେ ଲଢିବାକୁ ପଡିବ, ମୁଁ ସେମାନଙ୍କୁ ଦେଖି ପାରିବି । ଧୃତରାଷ୍ଟ୍ରଙ୍କୁ ଖୁସି କରିବା ପାଇଁ, ଏଠାକୁ ଯୁଦ୍ଧ କରିବାକୁ ଆସିଥିବା ତାଙ୍କର ସେଇ ଦୁଷ୍ଟ ମନା ପୁତ୍ରମାନଙ୍କୁ ମୁଁ ଦେଖିବାକୁ ଇଚ୍ଛା କରୁଅଛି ।
ଶ୍ଲୋକ 24 ଏବଂ 25
ସଞ୍ଜଯ ଉଵାଚ |
ଏଵମୁକ୍ତୋ ହୃଷୀକେଶୋ ଗୁଡାକେଶେନ ଭାରତ |
ସେନଯୋରୁଭଯୋର୍ମଧ୍ଯେ ସ୍ଥାପଯିତ୍ଵା ରଥୋତ୍ତମମ୍ ||୧-୨୪||
ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ଵେଷାଂ ଚ ମହୀକ୍ଷିତାମ୍ |
ଉଵାଚ ପାର୍ଥ ପଶ୍ଯୈତାନ୍ସମଵେତାନ୍କୁରୂନିତି ||୧-୨୫||
ଅନୁବାଦ
ସଞ୍ଜୟ କହିଲେ: ହେ ଧୃତରାଷ୍ଟ୍ର! ନିଦ୍ରାକୁ ଜୟ କରିଥିବା ଅର୍ଜୁନଙ୍କ ଦ୍ୱାରା ଏହିପରି ସମ୍ବୋଧିତ ହୋଇ, ଶ୍ରୀକୃଷ୍ଣ ତାଙ୍କର ସୁନ୍ଦର ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟରେ ସ୍ଥାପନ କଲେ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ ଅନ୍ୟ ସମସ୍ତ ରାଜାଙ୍କ ଉପସ୍ଥିତିରେ ଶ୍ରୀକୃଷ୍ଣ କହିଲେ: ହେ ପାର୍ଥ! ଏଠାରେ ଏକତ୍ରିତ ହୋଇଥିବା କୁରୁମାନଙ୍କୁ ଲକ୍ଷ୍ୟ କର ।
ଶ୍ଲୋକ 28, 29, 30, 31
କୃପଯା ପରଯାଵିଷ୍ଟୋ ଵିଷୀଦନ୍ନିଦମବ୍ରଵୀତ୍ |
ଅର୍ଜୁନ ଉଵାଚ |
ଦୃଷ୍ଟ୍ଵେମଂ ସ୍ଵଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତମ୍ ||୧-୨୮||
ସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ଯତି |
ଵେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାଯତେ ||୧-୨୯||
ଗାଣ୍ଡୀଵଂ ସ୍ରଂସତେ ହସ୍ତାତ୍ତ୍ଵକ୍ଚୈଵ ପରିଦହ୍ଯତେ |
ନ ଚ ଶକ୍ନୋମ୍ଯଵସ୍ଥାତୁଂ ଭ୍ରମତୀଵ ଚ ମେ ମନଃ ||୧-୩୦||
ନିମିତ୍ତାନି ଚ ପଶ୍ଯାମି ଵିପରୀତାନି କେଶଵ |
ନ ଚ ଶ୍ରେଯୋଽନୁପଶ୍ଯାମି ହତ୍ଵା ସ୍ଵଜନମାହଵେ ||୧-୩୧||
ଅନୁବାଦ
ଅର୍ଜୁନ କହିଲେ: ହେ କୃଷ୍ଣ! ମୋର ଆତ୍ମୀୟସ୍ୱଜନମାନେ ପରସ୍ପରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ଏକତ୍ରିତ ହୋଇଥିବା ଦେଖି, ମୋର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ଯାଉଛି ଏବଂ ମୁଖ ଶୁଷ୍କ ହୋଇଯାଉଛି । ମୋର ସମସ୍ତ ଶରୀରରେ କମ୍ପନ ଏବଂ ରୋମାଞ୍ଚ ଜାତ ହେଉଛି । ମୋର ଗାଣ୍ଡିବ ଧନୁ ହାତରୁ ଖସି ପଡୁଛି ଏବଂ ମୋର ସମଗ୍ର ଚର୍ମରେ ପ୍ରଜ୍ୱଳନ ସୃଷ୍ଟି ହେଉଅଛି । ମୋର ବୁଦ୍ଧି ବ୍ୟାକୁଳ ହେଉଛି ଏବଂ ଦ୍ୱନ୍ଦ୍ୱରେ ଭ୍ରମିତ ହେଉଛି; ମୁଁ ଆଉ ନିଜକୁ ସ୍ଥିର ରଖିପାରୁନି । ହେ କେଶୀ ଅସୁରର ହନ୍ତା ଶ୍ରୀକୃଷ୍ଣ! ମୁଁ କେବଳ ଦୁର୍ଭାଗ୍ୟର ପୂର୍ବାଭାସ ଦେଖିବାକୁ ପାଉଛି । ଏହି ଯୁଦ୍ଧରେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରି କୌଣସି ସୁଫଳ ମିଳିବାର କଳ୍ପନା ମୁଁ କରି ପାରୁନାହିଁ ।
ଶ୍ଲୋକ 32
ନ କାଙ୍କ୍ଷେ ଵିଜଯଂ କୃଷ୍ଣ ନ ଚ ରାଜ୍ଯଂ ସୁଖାନି ଚ |
କିଂ ନୋ ରାଜ୍ଯେନ ଗୋଵିନ୍ଦ କିଂ ଭୋଗୈର୍ଜୀଵିତେନ ଵା ||୧-୩୨||
ଅନୁବାଦ
ହେ କୃଷ୍ଣ! ମୁଁ ବିଜୟ, ରାଜ୍ୟ ବା ତଦ୍ୱାରା ମିଳୁଥିବା ସୁଖ ଚାହୁଁନାହିଁ । ସେହି ରାଜ୍ୟ, ସୁଖ ବା ଜୀବନରୁ କ’ଣ ମିଳିବ, ଯଦି ଯାହାପାଇଁ ଆମେ ଏହାକୁ ହାସଲ କରିବାକୁ ଯାଉଛୁ, ସେମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧରେ ଠିଆ ହୋଇଥାଆନ୍ତି?
ଶ୍ଲୋକ 33 ଏବଂ 34
ଯେଷାମର୍ଥେ କାଙ୍କ୍ଷିତଂ ନୋ ରାଜ୍ଯଂ ଭୋଗାଃ ସୁଖାନି ଚ |
ତ ଇମେଽଵସ୍ଥିତା ଯୁଦ୍ଧେ ପ୍ରାଣାଂସ୍ତ୍ଯକ୍ତ୍ଵା ଧନାନି ଚ ||୧-୩୩||
ଆଚାର୍ଯାଃ ପିତରଃ ପୁତ୍ରାସ୍ତଥୈଵ ଚ ପିତାମହାଃ |
ମାତୁଲାଃ ଶ୍ଵଶୁରାଃ ପୌତ୍ରାଃ ଶ୍ଯାଲାଃ ସମ୍ବନ୍ଧିନସ୍ତଥା ||୧-୩୪||
ଅନୁବାଦ
ହେ କୃଷ୍ଣ! ମୁଁ ବିଜୟ, ରାଜ୍ୟ ବା ତଦ୍ୱାରା ମିଳୁଥିବା ସୁଖ ଚାହୁଁନାହିଁ । ସେହି ରାଜ୍ୟ, ସୁଖ ବା ଜୀବନରୁ କ’ଣ ମିଳିବ, ଯଦି ଯାହାପାଇଁ ଆମେ ଏହାକୁ ହାସଲ କରିବାକୁ ଯାଉଛୁ, ସେମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧରେ ଠିଆ ହୋଇଥାଆନ୍ତି? ଗୁରୁ, ପିତା, ପୁତ୍ର, ପ୍ରପିତା, ମାମୁଁ, ନାତି, ଶ୍ୱଶୁର, ଶାଳକ ଏବଂ ଅନ୍ୟ ଆତ୍ମୀୟ ଗଣ ଏଠାରେ ନିଜର ଜୀବନ ଓ ସମ୍ବନ୍ଧକୁ ବାଜି ଲଗାଇଛନ୍ତି । ହେ ମଧୁସୁଦନ! ସେମାନେ ମୋତେ ଆକ୍ରମଣ କଲେ ବି ମୁଁ ତାଙ୍କୁ ହତ୍ୟା କରିବାକୁ ଚାହୁଁ ନାହିଁ । ହେ ଜନାର୍ଦ୍ଦନ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ହତ୍ୟା କରି, ତ୍ରିଲୋକରେ ଆମକୁ କି ସୁଖ ଅବା ପ୍ରାପ୍ତହେବ, ପୃଥିବୀ ତ ତୁଚ୍ଛ ମାତ୍ର ।
ଶ୍ଲୋକ 35
ଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୂଦନ |
ଅପି ତ୍ରୈଲୋକ୍ଯରାଜ୍ଯସ୍ଯ ହେତୋଃ କିଂ ନୁ ମହୀକୃତେ ||୧-୩୫||
ଅନୁବାଦ
ଗୁରୁ, ପିତା, ପୁତ୍ର, ପ୍ରପିତା, ମାମୁଁ, ନାତି, ଶ୍ୱଶୁର, ଶାଳକ ଏବଂ ଅନ୍ୟ ଆତ୍ମୀୟ ଗଣ ଏଠାରେ ନିଜର ଜୀବନ ଓ ସମ୍ବନ୍ଧକୁ ବାଜି ଲଗାଇଛନ୍ତି । ହେ ମଧୁସୁଦନ! ସେମାନେ ମୋତେ ଆକ୍ରମଣ କଲେ ବି ମୁଁ ତାଙ୍କୁ ହତ୍ୟା କରିବାକୁ ଚାହୁଁ ନାହିଁ । ହେ ଜନାର୍ଦ୍ଦନ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ହତ୍ୟା କରି, ତ୍ରିଲୋକରେ ଆମକୁ କି ସୁଖ ଅବା ପ୍ରାପ୍ତହେବ, ପୃଥିବୀ ତ ତୁଚ୍ଛ ମାତ୍ର ।
ଶ୍ଲୋକ 36
ନିହତ୍ଯ ଧାର୍ତରାଷ୍ଟ୍ରାନ୍ନଃ କା ପ୍ରୀତିଃ ସ୍ଯାଜ୍ଜନାର୍ଦନ |
ପାପମେଵାଶ୍ରଯେଦସ୍ମାନ୍ହତ୍ଵୈତାନାତତାଯିନଃ ||୧-୩୬||
ଅନୁବାଦ
ହେ ସମସ୍ତ ପ୍ରାଣୀଙ୍କର ପାଳନକର୍ତ୍ତା ଶ୍ରୀକୃଷ୍ଣ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ବଧ କରି ଆମ୍ଭେମାନେ କି ଆନନ୍ଦ ପାଇବୁ? ସେମାନେ ଆକ୍ରମଣକାରୀ ହେଲେ ବି, ସେମାନଙ୍କୁ ହତ୍ୟା କଲେ ନିଶ୍ଚିତ ଭାବେ ଆମର ପାପ ହେବ । ତେଣୁ ଆମ ନିଜର ଭାଇ ଏବଂ ବନ୍ଧୁମାନଙ୍କୁ ହତ୍ୟା କରିବା ଆମ ପକ୍ଷେ ଉପଯୁକ୍ତ ହେବ ନାହିଁ । ହେ ମାଧବ (ଶ୍ରୀକୃଷ୍ଣ)! ନିଜ ଆତ୍ମୀୟମାନଙ୍କୁ ହତ୍ୟା କରି ଆମେ ସୁଖୀ ହେବାକୁ କେମିତି ଆଶା କରିବୁ?
ଶ୍ଲୋକ 37
ତସ୍ମାନ୍ନାର୍ହା ଵଯଂ ହନ୍ତୁଂ ଧାର୍ତରାଷ୍ଟ୍ରାନ୍ସ୍ଵବାନ୍ଧଵାନ୍ |
ସ୍ଵଜନଂ ହି କଥଂ ହତ୍ଵା ସୁଖିନଃ ସ୍ଯାମ ମାଧଵ ||୧-୩୭||
ଅନୁବାଦ
ହେ ସମସ୍ତ ପ୍ରାଣୀଙ୍କର ପାଳନକର୍ତ୍ତା ଶ୍ରୀକୃଷ୍ଣ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ବଧ କରି ଆମ୍ଭେମାନେ କି ଆନନ୍ଦ ପାଇବୁ? ସେମାନେ ଆକ୍ରମଣକାରୀ ହେଲେ ବି, ସେମାନଙ୍କୁ ହତ୍ୟା କଲେ ନିଶ୍ଚିତ ଭାବେ ଆମର ପାପ ହେବ । ତେଣୁ ଆମ ନିଜର ଭାଇ ଏବଂ ବନ୍ଧୁମାନଙ୍କୁ ହତ୍ୟା କରିବା ଆମ ପକ୍ଷେ ଉପଯୁକ୍ତ ହେବ ନାହିଁ । ହେ ମାଧବ (ଶ୍ରୀକୃଷ୍ଣ)! ନିଜ ଆତ୍ମୀୟମାନଙ୍କୁ ହତ୍ୟା କରି ଆମେ ସୁଖୀ ହେବାକୁ କେମିତି ଆଶା କରିବୁ?
ଶ୍ଲୋକ 38 ଏବଂ 39
ଯଦ୍ଯପ୍ଯେତେ ନ ପଶ୍ଯନ୍ତି ଲୋଭୋପହତଚେତସଃ |
କୁଲକ୍ଷଯକୃତଂ ଦୋଷଂ ମିତ୍ରଦ୍ରୋହେ ଚ ପାତକମ୍ ||୧-୩୮||
କଥଂ ନ ଜ୍ଞେଯମସ୍ମାଭିଃ ପାପାଦସ୍ମାନ୍ନିଵର୍ତିତୁମ୍ |
କୁଲକ୍ଷଯକୃତଂ ଦୋଷଂ ପ୍ରପଶ୍ଯଦ୍ଭିର୍ଜନାର୍ଦନ ||୧-୩୯||
ଅନୁବାଦ
ତାଙ୍କର ବିଚାରଶକ୍ତି ଲୋଭ ଦ୍ୱାରା କବଳିତ ହୋଇଯାଇଛି । ତେଣୁ ସେମାନେ ନିଜର ଆତ୍ମୀୟ ମାନଙ୍କର ବିନାଶ କରିବା ବା ପ୍ରତିହିଂସା ମୂଳକ ବିଶ୍ୱାସଘାତ କରିବାରେ କିଛି ଭୁଲ ଦେଖି ପାରୁନାହାନ୍ତି । କିନ୍ତୁ ହେ ଜନାର୍ଦ୍ଦନ! ଜ୍ଞାତି କୁଟୁମ୍ବଙ୍କୁ ହତ୍ୟା କରିବା ଏକ ଅପରାଧ ବୋଲି ଜାଣିବା ପରେ, ଆମେ କାହିଁକି ସେ ପାପକର୍ମରୁ ନିବୃତ୍ତ ହେବା ନାହିଁ?
ଶ୍ଲୋକ 42
ସଙ୍କରୋ ନରକାଯୈଵ କୁଲଘ୍ନାନାଂ କୁଲସ୍ଯ ଚ |
ପତନ୍ତି ପିତରୋ ହ୍ଯେଷାଂ ଲୁପ୍ତପିଣ୍ଡୋଦକକ୍ରିଯାଃ ||୧-୪୨||
ଅନୁବାଦ
ଅବାଞ୍ôଚତ ସନ୍ତାନ ବୃଦ୍ଧି ସେହି ପରିବାର ଏବଂ ପରିବାରକୁ କ୍ଷତିଗ୍ରସ୍ତ କରିଥିବା ବ୍ୟକ୍ତି ଉଭୟଙ୍କର ଜୀବନକୁ ନାରକୀୟ କରିଦିଏ । ଏହିପରି ଭ୍ରଷ୍ଟ ପରିବାରର ପୂର୍ବଜମାନେ ଶ୍ରାଦ୍ଧ ତର୍ପଣ ଆଦିରୁ ବଞ୍ôଚତ ହେବା ଯୋଗୁଁ ତାଙ୍କର ମଧ୍ୟ ପତନ ହୋଇଥାଏ ।
ଶ୍ଲୋକ 45
ଅହୋ ବତ ମହତ୍ପାପଂ କର୍ତୁଂ ଵ୍ଯଵସିତା ଵଯମ୍ |
ଯଦ୍ରାଜ୍ଯସୁଖଲୋଭେନ ହନ୍ତୁଂ ସ୍ଵଜନମୁଦ୍ଯତାଃ ||୧-୪୫||
ଅନୁବାଦ
ହାୟ! ଏହା କିପରି ବିଡ଼ମ୍ବନା ଯେ ଆମେ ଏପରି ମହାପାପ କରିବାକୁ ମନସ୍ଥ କରିଅଛୁ । ରାଜକୀୟ ସୁଖ ପ୍ରାପ୍ତି ପାଇଁ ଆମେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁଅଛୁ । ଏହାଠାରୁ ଆହୁରି ଭଲ ହୁଅନ୍ତା, ଯଦି ଯୁଦ୍ଧ କ୍ଷେତ୍ରରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ମୋତେ ନିରସ୍ତ୍ର ଏବଂ ବିନା ପ୍ରତିରୋଧରେ ହତ୍ୟା କରନ୍ତେ ।
ଶ୍ଲୋକ 46
ଯଦି ମାମପ୍ରତୀକାରମଶସ୍ତ୍ରଂ ଶସ୍ତ୍ରପାଣଯଃ |
ଧାର୍ତରାଷ୍ଟ୍ରା ରଣେ ହନ୍ଯୁସ୍ତନ୍ମେ କ୍ଷେମତରଂ ଭଵେତ୍ ||୧-୪୬||
ଅନୁବାଦ
ହାୟ! ଏହା କିପରି ବିଡ଼ମ୍ବନା ଯେ ଆମେ ଏପରି ମହାପାପ କରିବାକୁ ମନସ୍ଥ କରିଅଛୁ । ରାଜକୀୟ ସୁଖ ପ୍ରାପ୍ତି ପାଇଁ ଆମେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁଅଛୁ । ଏହାଠାରୁ ଆହୁରି ଭଲ ହୁଅନ୍ତା, ଯଦି ଯୁଦ୍ଧ କ୍ଷେତ୍ରରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ମୋତେ ନିରସ୍ତ୍ର ଏବଂ ବିନା ପ୍ରତିରୋଧରେ ହତ୍ୟା କରନ୍ତେ ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।