ଅର୍ଜୁନଵିଷାଦଯୋଗ - Verse ଶ୍ଲୋକ 28, 29, 30, 31
ଶ୍ଲୋକ 28, 29, 30, 31
କୃପଯା ପରଯାଵିଷ୍ଟୋ ଵିଷୀଦନ୍ନିଦମବ୍ରଵୀତ୍ |
ଅର୍ଜୁନ ଉଵାଚ |
ଦୃଷ୍ଟ୍ଵେମଂ ସ୍ଵଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତମ୍ ||୧-୨୮||
ସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ଯତି |
ଵେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାଯତେ ||୧-୨୯||
ଗାଣ୍ଡୀଵଂ ସ୍ରଂସତେ ହସ୍ତାତ୍ତ୍ଵକ୍ଚୈଵ ପରିଦହ୍ଯତେ |
ନ ଚ ଶକ୍ନୋମ୍ଯଵସ୍ଥାତୁଂ ଭ୍ରମତୀଵ ଚ ମେ ମନଃ ||୧-୩୦||
ନିମିତ୍ତାନି ଚ ପଶ୍ଯାମି ଵିପରୀତାନି କେଶଵ |
ନ ଚ ଶ୍ରେଯୋଽନୁପଶ୍ଯାମି ହତ୍ଵା ସ୍ଵଜନମାହଵେ ||୧-୩୧||
Translation
ଅର୍ଜୁନ କହିଲେ: ହେ କୃଷ୍ଣ! ମୋର ଆତ୍ମୀୟସ୍ୱଜନମାନେ ପରସ୍ପରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ଏକତ୍ରିତ ହୋଇଥିବା ଦେଖି, ମୋର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ଯାଉଛି ଏବଂ ମୁଖ ଶୁଷ୍କ ହୋଇଯାଉଛି । ମୋର ସମସ୍ତ ଶରୀରରେ କମ୍ପନ ଏବଂ ରୋମାଞ୍ଚ ଜାତ ହେଉଛି । ମୋର ଗାଣ୍ଡିବ ଧନୁ ହାତରୁ ଖସି ପଡୁଛି ଏବଂ ମୋର ସମଗ୍ର ଚର୍ମରେ ପ୍ରଜ୍ୱଳନ ସୃଷ୍ଟି ହେଉଅଛି । ମୋର ବୁଦ୍ଧି ବ୍ୟାକୁଳ ହେଉଛି ଏବଂ ଦ୍ୱନ୍ଦ୍ୱରେ ଭ୍ରମିତ ହେଉଛି; ମୁଁ ଆଉ ନିଜକୁ ସ୍ଥିର ରଖିପାରୁନି । ହେ କେଶୀ ଅସୁରର ହନ୍ତା ଶ୍ରୀକୃଷ୍ଣ! ମୁଁ କେବଳ ଦୁର୍ଭାଗ୍ୟର ପୂର୍ବାଭାସ ଦେଖିବାକୁ ପାଉଛି । ଏହି ଯୁଦ୍ଧରେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରି କୌଣସି ସୁଫଳ ମିଳିବାର କଳ୍ପନା ମୁଁ କରି ପାରୁନାହିଁ ।