ଗୁଣତ୍ରଯଵିଭାଗଯୋଗ
ଅଥ ଚତୁର୍ଦଶୋଽଧ୍ଯାଯ
ଶ୍ଲୋକ 1
ଶ୍ରୀଭଗଵାନୁଵାଚ |
ପରଂ ଭୂଯଃ ପ୍ରଵକ୍ଷ୍ଯାମି ଜ୍ଞାନାନାଂ ଜ୍ଞାନମୁତ୍ତମମ୍ |
ଯଜ୍ଜ୍ଞାତ୍ଵା ମୁନଯଃ ସର୍ଵେ ପରାଂ ସିଦ୍ଧିମିତୋ ଗତାଃ ||୧୪-୧||
ଅନୁବାଦ
ଶ୍ରୀ ଭଗବାନ କହିଲେ: ସେହି ସର୍ବୋଚ୍ଚ ଜ୍ଞାନ, ଯାହା ସମସ୍ତ ଜ୍ଞାନ ମଧ୍ୟରେ ସର୍ବୋତ୍ତମ ଅଟେ ଏବଂ ଯାହାକୁ ଜାଣି ମହାନ୍ ଋଷିଗଣ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରିଛନ୍ତି, ମୁଁ ପୁନର୍ବାର ତୁମକୁ ତାହା ବିଷୟରେ କହିବି ।
ଶ୍ଲୋକ 3
ମମ ଯୋନିର୍ମହଦ୍ ବ୍ରହ୍ମ ତସ୍ମିନ୍ଗର୍ଭଂ ଦଧାମ୍ଯହମ୍ |
ସମ୍ଭଵଃ ସର୍ଵଭୂତାନାଂ ତତୋ ଭଵତି ଭାରତ ||୧୪-୩||
ଅନୁବାଦ
ସମଗ୍ର ମାୟିକ ସ୍ଥିତି ବା ପ୍ରକୃତି, ଗର୍ଭ ଅଟେ । ମୁଁ ଜୀବାତ୍ମାମାନଙ୍କୁ ଏହି ଗର୍ଭରେ ସ୍ଥାପନ କରେ ଏବଂ ଏହିପରି ଭାବରେ ଜୀବଗଣ ଜନ୍ମ ଲାଭ କରନ୍ତି । ହେ କୁନ୍ତିପୁତ୍ର! ଉତ୍ପନ୍ନ ହେଉଥିବା ସମସ୍ତ ପ୍ରଜାତିର ଜୀବମାନଙ୍କର ଗର୍ଭ ଭୌତିକ ପ୍ରକୃତି ଅଟେ ଏବଂ ମୁଁ ସେମାନଙ୍କର ବୀଜ ପ୍ରଦାନକାରୀ ପିତା ଅଟେ ।
ଶ୍ଲୋକ 4
ସର୍ଵଯୋନିଷୁ କୌନ୍ତେଯ ମୂର୍ତଯଃ ସମ୍ଭଵନ୍ତି ଯାଃ |
ତାସାଂ ବ୍ରହ୍ମ ମହଦ୍ଯୋନିରହଂ ବୀଜପ୍ରଦଃ ପିତା ||୧୪-୪||
ଅନୁବାଦ
ସମଗ୍ର ମାୟିକ ସ୍ଥିତି ବା ପ୍ରକୃତି, ଗର୍ଭ ଅଟେ । ମୁଁ ଜୀବାତ୍ମାମାନଙ୍କୁ ଏହି ଗର୍ଭରେ ସ୍ଥାପନ କରେ ଏବଂ ଏହିପରି ଭାବରେ ଜୀବଗଣ ଜନ୍ମ ଲାଭ କରନ୍ତି । ହେ କୁନ୍ତିପୁତ୍ର! ଉତ୍ପନ୍ନ ହେଉଥିବା ସମସ୍ତ ପ୍ରଜାତିର ଜୀବମାନଙ୍କର ଗର୍ଭ ଭୌତିକ ପ୍ରକୃତି ଅଟେ ଏବଂ ମୁଁ ସେମାନଙ୍କର ବୀଜ ପ୍ରଦାନକାରୀ ପିତା ଅଟେ ।
ଶ୍ଲୋକ 6
ତତ୍ର ସତ୍ତ୍ଵଂ ନିର୍ମଲତ୍ଵାତ୍ପ୍ରକାଶକମନାମଯମ୍ |
ସୁଖସଙ୍ଗେନ ବଧ୍ନାତି ଜ୍ଞାନସଙ୍ଗେନ ଚାନଘ ||୧୪-୬||
ଅନୁବାଦ
ଏମାନଙ୍କ ମଧ୍ୟରୁ, ସତ୍ତ୍ୱଗୁଣ ବା ସଦ୍ଗୁଣ, ଅନ୍ୟ ଗୁଣମାନଙ୍କ ଠାରୁ ଶୁଦ୍ଧତର ହୋଇଥିବାରୁ ତାହା ଜ୍ଞାନ ପ୍ରଦାୟକ ଏବଂ କଲ୍ୟାଣକର ହୋଇଥାଏ । ହେ ଧର୍ମାତ୍ମା! ଏହା ଆତ୍ମାକୁ ସୁଖ ଓ ଜ୍ଞାନ ପ୍ରତି ଆସକ୍ତ କରି ବନ୍ଧନଯୁକ୍ତ କରାଏ ।
ଶ୍ଲୋକ 10
ରଜସ୍ତମଶ୍ଚାଭିଭୂଯ ସତ୍ତ୍ଵଂ ଭଵତି ଭାରତ |
ରଜଃ ସତ୍ତ୍ଵଂ ତମଶ୍ଚୈଵ ତମଃ ସତ୍ତ୍ଵଂ ରଜସ୍ତଥା ||୧୪-୧୦||
ଅନୁବାଦ
ହେ ଭରତଶ୍ରେଷ୍ଠ! ବେଳେବେଳେ ସତ୍ତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଉପରେ ପ୍ରାଧାନ୍ୟ ବିସ୍ତାର କରେ । ବେଳେବେଳେ ରଜୋଗୁଣ, ସତ୍ତ୍ୱଗୁଣ ଓ ତମୋଗୁଣ ଉପରେ ରାଜତ୍ୱ କରେ, ଏବଂ ଅନ୍ୟ ସମୟରେ ତମୋଗୁଣ, ସତ୍ତ୍ୱଗୁଣ ଓ ରଜୋଗୁଣକୁ ଅତିକ୍ରମ କରିଯାଏ ।
ଶ୍ଲୋକ 11
ସର୍ଵଦ୍ଵାରେଷୁ ଦେହେଽସ୍ମିନ୍ପ୍ରକାଶ ଉପଜାଯତେ |
ଜ୍ଞାନଂ ଯଦା ତଦା ଵିଦ୍ଯାଦ୍ଵିଵୃଦ୍ଧଂ ସତ୍ତ୍ଵମିତ୍ଯୁତ ||୧୪-୧୧||
ଅନୁବାଦ
ଯେତେବେଳେ ଶରୀରର ଦ୍ୱାରଗୁଡ଼ିକ ଜ୍ଞାନଦ୍ୱାରା ଆଲୋକିତ ହୁଏ, ତାହାକୁ ସଦ୍ଗୁଣର ପରିପ୍ରକାଶ ଭାବରେ ଜାଣ । ଯେତେବେଳେ ଆସକ୍ତିର ଗୁଣ ପ୍ରମୁଖ ହୁଏ, ହେ ଅର୍ଜୁନ! ଲୋଭ, ସାଂସାରିକ ସୁଖ ପ୍ରତି ପ୍ରଚେଷ୍ଟା, ଅତୃପ୍ତି ଏବଂ ଲାଳସା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ହେ ଅର୍ଜୁନ! ଅଜ୍ଞାନତା, ନିଷ୍କ୍ରିୟତା, ଅବହେଳା, ମୋହ ଇତ୍ୟାଦି ଅଜ୍ଞାନ ଗୁଣର ବିଶେଷ ଲକ୍ଷଣ ଅଟେ ।
ଶ୍ଲୋକ 12
ଲୋଭଃ ପ୍ରଵୃତ୍ତିରାରମ୍ଭଃ କର୍ମଣାମଶମଃ ସ୍ପୃହା |
ରଜସ୍ଯେତାନି ଜାଯନ୍ତେ ଵିଵୃଦ୍ଧେ ଭରତର୍ଷଭ ||୧୪-୧୨||
ଅନୁବାଦ
ଯେତେବେଳେ ଶରୀରର ଦ୍ୱାରଗୁଡ଼ିକ ଜ୍ଞାନଦ୍ୱାରା ଆଲୋକିତ ହୁଏ, ତାହାକୁ ସଦ୍ଗୁଣର ପରିପ୍ରକାଶ ଭାବରେ ଜାଣ । ଯେତେବେଳେ ଆସକ୍ତିର ଗୁଣ ପ୍ରମୁଖ ହୁଏ, ହେ ଅର୍ଜୁନ! ଲୋଭ, ସାଂସାରିକ ସୁଖ ପ୍ରତି ପ୍ରଚେଷ୍ଟା, ଅତୃପ୍ତି ଏବଂ ଲାଳସା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ହେ ଅର୍ଜୁନ! ଅଜ୍ଞାନତା, ନିଷ୍କ୍ରିୟତା, ଅବହେଳା, ମୋହ ଇତ୍ୟାଦି ଅଜ୍ଞାନ ଗୁଣର ବିଶେଷ ଲକ୍ଷଣ ଅଟେ ।
ଶ୍ଲୋକ 13
ଅପ୍ରକାଶୋଽପ୍ରଵୃତ୍ତିଶ୍ଚ ପ୍ରମାଦୋ ମୋହ ଏଵ ଚ |
ତମସ୍ଯେତାନି ଜାଯନ୍ତେ ଵିଵୃଦ୍ଧେ କୁରୁନନ୍ଦନ ||୧୪-୧୩||
ଅନୁବାଦ
ଯେତେବେଳେ ଶରୀରର ଦ୍ୱାରଗୁଡ଼ିକ ଜ୍ଞାନଦ୍ୱାରା ଆଲୋକିତ ହୁଏ, ତାହାକୁ ସଦ୍ଗୁଣର ପରିପ୍ରକାଶ ଭାବରେ ଜାଣ । ଯେତେବେଳେ ଆସକ୍ତିର ଗୁଣ ପ୍ରମୁଖ ହୁଏ, ହେ ଅର୍ଜୁନ! ଲୋଭ, ସାଂସାରିକ ସୁଖ ପ୍ରତି ପ୍ରଚେଷ୍ଟା, ଅତୃପ୍ତି ଏବଂ ଲାଳସା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ହେ ଅର୍ଜୁନ! ଅଜ୍ଞାନତା, ନିଷ୍କ୍ରିୟତା, ଅବହେଳା, ମୋହ ଇତ୍ୟାଦି ଅଜ୍ଞାନ ଗୁଣର ବିଶେଷ ଲକ୍ଷଣ ଅଟେ ।
ଶ୍ଲୋକ 14
ଯଦା ସତ୍ତ୍ଵେ ପ୍ରଵୃଦ୍ଧେ ତୁ ପ୍ରଲଯଂ ଯାତି ଦେହଭୃତ୍ |
ତଦୋତ୍ତମଵିଦାଂ ଲୋକାନମଲାନ୍ପ୍ରତିପଦ୍ଯତେ ||୧୪-୧୪||
ଅନୁବାଦ
ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି, ମୃତ୍ୟୁପରେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ରଜୋଗୁଣୀ ପ୍ରମୁଖ ବ୍ୟକ୍ତିଗଣ, କର୍ମ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ତମୋଗୁଣ ଯୁକ୍ତ ବ୍ୟକ୍ତିମାନେ ମୃତ୍ରୁପରେ ପଶୁ ଭାବରେ ଜନ୍ମ ନିଅନ୍ତି ।
ଶ୍ଲୋକ 15
ରଜସି ପ୍ରଲଯଂ ଗତ୍ଵା କର୍ମସଙ୍ଗିଷୁ ଜାଯତେ |
ତଥା ପ୍ରଲୀନସ୍ତମସି ମୂଢଯୋନିଷୁ ଜାଯତେ ||୧୪-୧୫||
ଅନୁବାଦ
ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି, ମୃତ୍ୟୁପରେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ରଜୋଗୁଣୀ ପ୍ରମୁଖ ବ୍ୟକ୍ତିଗଣ, କର୍ମ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ତମୋଗୁଣ ଯୁକ୍ତ ବ୍ୟକ୍ତିମାନେ ମୃତ୍ରୁପରେ ପଶୁ ଭାବରେ ଜନ୍ମ ନିଅନ୍ତି ।
ଶ୍ଲୋକ 16
କର୍ମଣଃ ସୁକୃତସ୍ଯାହୁଃ ସାତ୍ତ୍ଵିକଂ ନିର୍ମଲଂ ଫଲମ୍ |
ରଜସସ୍ତୁ ଫଲଂ ଦୁଃଖମଜ୍ଞାନଂ ତମସଃ ଫଲମ୍ ||୧୪-୧୬||
ଅନୁବାଦ
ଏହା କୁହାଯାଇଥାଏ ଯେ ସତ୍ତ୍ୱଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଶୁଦ୍ଧ ଫଳ ପ୍ରଦାନକାରୀ ହୋଇଥାଏ । ରଜୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଯାତନା ଦେଇଥାଏ ଏବଂ ତମୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମର ଫଳ ଅନ୍ଧକାର ହୋଇଥାଏ ।
ଶ୍ଲୋକ 22, 23, 24, 25
ଶ୍ରୀଭଗଵାନୁଵାଚ |
ପ୍ରକାଶଂ ଚ ପ୍ରଵୃତ୍ତିଂ ଚ ମୋହମେଵ ଚ ପାଣ୍ଡଵ |
ନ ଦ୍ଵେଷ୍ଟି ସମ୍ପ୍ରଵୃତ୍ତାନି ନ ନିଵୃତ୍ତାନି କାଙ୍କ୍ଷତି ||୧୪-୨୨||
ଉଦାସୀନଵଦାସୀନୋ ଗୁଣୈର୍ଯୋ ନ ଵିଚାଲ୍ଯତେ |
ଗୁଣା ଵର୍ତନ୍ତ ଇତ୍ଯେଵଂ ଯୋଽଵତିଷ୍ଠତି ନେଙ୍ଗତେ ||୧୪-୨୩||
ସମଦୁଃଖସୁଖଃ ସ୍ଵସ୍ଥଃ ସମଲୋଷ୍ଟାଶ୍ମକାଞ୍ଚନଃ |
ତୁଲ୍ଯପ୍ରିଯାପ୍ରିଯୋ ଧୀରସ୍ତୁଲ୍ଯନିନ୍ଦାତ୍ମସଂସ୍ତୁତିଃ ||୧୪-୨୪||
ମାନାପମାନଯୋସ୍ତୁଲ୍ଯସ୍ତୁଲ୍ଯୋ ମିତ୍ରାରିପକ୍ଷଯୋଃ |
ସର୍ଵାରମ୍ଭପରିତ୍ଯାଗୀ ଗୁଣାତୀତଃ ସ ଉଚ୍ଯତେ ||୧୪-୨୫||
ଅନୁବାଦ
ଭଗବାନ କହିଲେ: ହେ ଅର୍ଜୁନ! ଯେଉଁମାନେ ତ୍ରିଗୁଣାତୀତ ହୋଇଛନ୍ତି, ସେମାନେ ଜ୍ଞାନର ପ୍ରକାଶ (ସତ୍ତ୍ୱରୁ ଜାତ), କର୍ମ (ରାଜସରୁ ଜାତ) ଏବଂ ଭ୍ରମ (ତାମସରୁ ଜାତ)ର ପ୍ରଭାବ ଅଧିକ ହେଲେ, ତାହାକୁ ଘୃଣା କରନ୍ତି ନାହିଁ କିମ୍ବା ସେଗୁଡ଼ିକର ଅଭାବରେ ତାଙ୍କ ପ୍ରତି ଲାଳାୟିତ ହୁଅନ୍ତି ନାହିଁ । ସୁଖ ଓ ଦୁଃଖରେ ଯେଉଁମାନେ ସମାନ ରହନ୍ତି; ଯେଉଁମାନେ ଆତ୍ମାରେ ସ୍ଥିତ; ଯେଉଁମାନେ ଏକ ମାଟି, ପଥର ଏବଂ ସୁବର୍ଣ୍ଣ ଖଣ୍ଡକୁ ସମାନ ମୂଲ୍ୟାଙ୍କନ କରନ୍ତି; ଯେଉଁମାନେ ସୁଖଦ ଏବଂ ଅପ୍ରୀତିକର ପରିସ୍ଥିତିରେ ସମଭାବ ରହନ୍ତି; ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ନିନ୍ଦା ଓ ପ୍ରଶଂସାକୁ ସମଭାବାପନ୍ନ ପୂର୍ବକ ଗ୍ରହଣ କରନ୍ତି; ଯେଉଁମାନେ ସମ୍ମାନ ଓ ଅସମ୍ମାନରେ ସମାନ ରହନ୍ତି; ଯିଏ ଉଭୟ ମିତ୍ର ଓ ଶତ୍ରୁଙ୍କୁ ସମାନ ରୂପରେ ବ୍ୟବହାର କରନ୍ତି ଏବଂ ଯେଉଁମାନେ ସମସ୍ତ ଉଦ୍ୟମ ପରିତ୍ୟାଗ କରିଥାଆନ୍ତି- ସେମାନଙ୍କୁ ତ୍ରିଗୁଣାତୀତ କୁହାଯିବ ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।