ଦୈଵାସୁରସମ୍ପଦ୍ଵିଭାଗଯୋଗ
ଅଥ ଷୋଡଶୋଽଧ୍ଯାଯ
ଶ୍ଲୋକ 1, 2 ଏବଂ 3
ଶ୍ରୀଭଗଵାନୁଵାଚ |
ଅଭଯଂ ସତ୍ତ୍ଵସଂଶୁଦ୍ଧିର୍ଜ୍ଞାନଯୋଗଵ୍ଯଵସ୍ଥିତିଃ |
ଦାନଂ ଦମଶ୍ଚ ଯଜ୍ଞଶ୍ଚ ସ୍ଵାଧ୍ଯାଯସ୍ତପ ଆର୍ଜଵମ୍ ||୧୬-୧||
ଅହିଂସା ସତ୍ଯମକ୍ରୋଧସ୍ତ୍ଯାଗଃ ଶାନ୍ତିରପୈଶୁନମ୍ |
ଦଯା ଭୂତେଷ୍ଵଲୋଲୁପ୍ତ୍ଵଂ ମାର୍ଦଵଂ ହ୍ରୀରଚାପଲମ୍ ||୧୬-୨||
ତେଜଃ କ୍ଷମା ଧୃତିଃ ଶୌଚମଦ୍ରୋହୋ ନାତିମାନିତା |
ଭଵନ୍ତି ସମ୍ପଦଂ ଦୈଵୀମଭିଜାତସ୍ଯ ଭାରତ ||୧୬-୩||
ଅନୁବାଦ
ଶ୍ରୀ ଭଗବାନ କହିଲେ: ହେ ଭରତ ଶ୍ରେଷ୍ଠ! ଏହି ଗୁଡ଼ିକ ଦୈବୀଗୁଣର ଅଧିକାରୀ ବ୍ୟକ୍ତିଙ୍କର ସାଧୁ ସ୍ୱଭାବ ଅଟେ- ନିର୍ଭୀକତା, ମନର ପବିତ୍ରତା, ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା, ଦାନ, ଇନ୍ଦ୍ରିୟ ବଶୀକରଣ, ଯଜ୍ଞ ସମ୍ପାଦନ, ପବିତ୍ର ପୁସ୍ତକ ପଠନ, ସଂଯମ, ସ୍ପଷ୍ଟବାଦୀ, ଅହିଂସା, ସତ୍ୟବାଦୀ, କ୍ରୋଧରହିତ, ତ୍ୟାଗ, ଶାନ୍ତିପ୍ରିୟ, ପରଦୋଷ ଦର୍ଶନ ନ କରିବା, ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା, ଲୋଭହୀନ, ଭଦ୍ର, ଶାଳୀନ, ସ୍ଥିର ମତି, ସାହସୀ, କ୍ଷମାଶୀଳ, ସହନଶୀଳ, ପରିଷ୍କାର ପରିଚ୍ଛନ୍ନ, କାହା ପ୍ରତି ଶତ୍ରୁତା ଆଚରଣ ନ କରିବା ଏବଂ ଅହଂକାର ରହିତ ହେବା ।
ଶ୍ଲୋକ 6
ଦ୍ଵୌ ଭୂତସର୍ଗୌ ଲୋକେଽସ୍ମିନ୍ଦୈଵ ଆସୁର ଏଵ ଚ |
ଦୈଵୋ ଵିସ୍ତରଶଃ ପ୍ରୋକ୍ତ ଆସୁରଂ ପାର୍ଥ ମେ ଶୃଣୁ ||୧୬-୬||
ଅନୁବାଦ
ସଂସାରରେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି - ଯେଉଁମାନେ ଦିବ୍ୟ ଗୁଣସମ୍ପନ୍ନ ହୋଇଥାନ୍ତି ଏବଂ ଯେଉଁମାନେ ଆସୁରିକ ଗୁଣ ଧାରଣ କରିଥାନ୍ତି । ହେ ଅର୍ଜୁନ! ମୁଁ ଦିବ୍ୟଗୁଣ ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ସାରିଛି । ବର୍ତ୍ତମାନ ମୋଠାରୁ ଆସୁରିକ ଗୁଣ ସମ୍ପର୍କରେ ଶୁଣ ।
ଶ୍ଲୋକ 7
ପ୍ରଵୃତ୍ତିଂ ଚ ନିଵୃତ୍ତିଂ ଚ ଜନା ନ ଵିଦୁରାସୁରାଃ |
ନ ଶୌଚଂ ନାପି ଚାଚାରୋ ନ ସତ୍ଯଂ ତେଷୁ ଵିଦ୍ଯତେ ||୧୬-୭||
ଅନୁବାଦ
କେଉଁ କର୍ମଟି ଉଚିତ ଏବଂ କେଉଁ କର୍ମ ଅନୁଚିତ, ତାହା ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ । ତେଣୁ ସେମାନଙ୍କ ଠାରେ ଶୁଦ୍ଧତା, ଉତ୍ତମ ଆଚରଣ କିମ୍ବା ସତ୍ୟବାଦିତା ଆଦି ଗୁଣ ଦେଖାଯାଏ ନାହିଁ ।
ଶ୍ଲୋକ 8
ଅସତ୍ଯମପ୍ରତିଷ୍ଠଂ ତେ ଜଗଦାହୁରନୀଶ୍ଵରମ୍ |
ଅପରସ୍ପରସମ୍ଭୂତଂ କିମନ୍ଯତ୍କାମହୈତୁକମ୍ ||୧୬-୮||
ଅନୁବାଦ
ସେମାନେ କହନ୍ତି, “ସଂସାର ସତ୍ୟ ରହିତ ଅଟେ । ଏହାର ଆଧାର (ଧାର୍ମିକ) କିଛି ନାହିଁ ଏବଂ ଏହା ଈଶ୍ୱରହୀନ (ଯିଏ ସୃଷ୍ଟି କରନ୍ତି ଏବଂ ନିୟନ୍ତ୍ରଣ କରନ୍ତି) ଅଟେ । ଏହା ଦୁଇ ଲିଙ୍ଗର ସଂଯୋଗରେ ସୃଷ୍ଟି ହୋଇଛି ଏବଂ ଯୌନ ସନ୍ତୋଷ ଅତିରିକ୍ତ ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ।
ଶ୍ଲୋକ 10
କାମମାଶ୍ରିତ୍ଯ ଦୁଷ୍ପୂରଂ ଦମ୍ଭମାନମଦାନ୍ଵିତାଃ |
ମୋହାଦ୍ଗୃହୀତ୍ଵାସଦ୍ଗ୍ରାହାନ୍ପ୍ରଵର୍ତନ୍ତେଽଶୁଚିଵ୍ରତାଃ ||୧୬-୧୦||
ଅନୁବାଦ
ଆସୁରିକ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ, ଅତୃପ୍ତ ଯୌନ-କାମନା, ପୂର୍ଣ୍ଣ କପଟତା, ଗର୍ବ ଏବଂ ଅହଂକାର ମନୋଭାବ ପୋଷଣ କରି, ତାଙ୍କର ଅସତ୍ୟ ମତବାଦକୁ ଦୃଢ଼ଭାବେ ଧରି ରଖିଥାନ୍ତି । ଏହିପରି ବିଭ୍ରାନ୍ତ ହୋଇ ସେମାନେ ଅସ୍ଥାୟୀ ପଦାର୍ଥ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ତ୍ରୁଟିଯୁକ୍ତ ସଂକଳ୍ପ ନେଇ କାର୍ଯ୍ୟ କରିଥାନ୍ତି ।
ଶ୍ଲୋକ 11 ଏବଂ 12
ଚିନ୍ତାମପରିମେଯାଂ ଚ ପ୍ରଲଯାନ୍ତାମୁପାଶ୍ରିତାଃ |
କାମୋପଭୋଗପରମା ଏତାଵଦିତି ନିଶ୍ଚିତାଃ ||୧୬-୧୧||
ଆଶାପାଶଶତୈର୍ବଦ୍ଧାଃ କାମକ୍ରୋଧପରାଯଣାଃ |
ଈହନ୍ତେ କାମଭୋଗାର୍ଥମନ୍ଯାଯେନାର୍ଥସଞ୍ଚଯାନ୍ ||୧୬-୧୨||
ଅନୁବାଦ
ସେମାନେ ଅନ୍ତହୀନ ଉତ୍କଣ୍ଠାରେ ଛନ୍ଦି ହୋଇଥାନ୍ତି, ଯାହା ମୃତ୍ୟୁରେ ହିଁ ସମାପ୍ତ ହୋଇଥାଏ । ତଥାପି ସେମାନେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ରହିଥାନ୍ତି ଯେ କାମନା ପୂର୍ଣ୍ଣ କରିବା ଏବଂ ଧନ ସମ୍ପଦ ସଂଗ୍ରହ କରିବା ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଅଟେ । ଶତାଧିକ କାମନାର ଦାସ ହୋଇ, କାମ ଏବଂ କ୍ରୋଧ ଦ୍ୱାରା ପ୍ରେରିତ ହୋଇ, ସେମାନେ ଅସାଧୁ ଉପାୟରେ ସମ୍ପତ୍ତି ଏକତ୍ର କରିବାରେ ଚେଷ୍ଟାରତ ରହନ୍ତି, ଯାହା କେବଳ ତାଙ୍କର ଇନ୍ଦ୍ରିୟମାନଙ୍କର ସନ୍ତୋଷ ବିଧାନ ପାଇଁ ହୋଇଥାଏ ।
ଶ୍ଲୋକ 13, 14, 15, 16
ଇଦମଦ୍ଯ ମଯା ଲବ୍ଧମିମଂ ପ୍ରାପ୍ସ୍ଯେ ମନୋରଥମ୍ |
ଇଦମସ୍ତୀଦମପି ମେ ଭଵିଷ୍ଯତି ପୁନର୍ଧନମ୍ ||୧୬-୧୩||
ଅସୌ ମଯା ହତଃ ଶତ୍ରୁର୍ହନିଷ୍ଯେ ଚାପରାନପି |
ଈଶ୍ଵରୋଽହମହଂ ଭୋଗୀ ସିଦ୍ଧୋଽହଂ ବଲଵାନ୍ସୁଖୀ ||୧୬-୧୪||
ଆଢ୍ଯୋଽଭିଜନଵାନସ୍ମି କୋଽନ୍ଯୋଽସ୍ତି ସଦୃଶୋ ମଯା |
ଯକ୍ଷ୍ଯେ ଦାସ୍ଯାମି ମୋଦିଷ୍ଯ ଇତ୍ଯଜ୍ଞାନଵିମୋହିତାଃ ||୧୬-୧୫||
ଅନେକଚିତ୍ତଵିଭ୍ରାନ୍ତା ମୋହଜାଲସମାଵୃତାଃ |
ପ୍ରସକ୍ତାଃ କାମଭୋଗେଷୁ ପତନ୍ତି ନରକେଽଶୁଚୌ ||୧୬-୧୬||
ଅନୁବାଦ
ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନେ ଚିନ୍ତା କରନ୍ତି, “ମୁଁ ଆଜି ଯଥେଷ୍ଟ ଧନ ଅର୍ଜନ କରିଛି ଏବଂ ମୁଁ ଏବେ ମୋର କାମନା ପୂର୍ଣ୍ଣ କରିବି । ଏହା ମୋର ଅଟେ ଏବଂ ଆସନ୍ତାକାଲି ମୋର ଆହୁରି ଅଧିକ ହେବ । ସେ ଶତ୍ରୁକୁ ମୁଁ ପରାହତ କରିଛି, ଅନ୍ୟମାନଙ୍କୁ ମଧ୍ୟ ମୁଁ ନିଃଶେଷ କରିଦେବି! ମୁଁ ସ୍ୱୟଂ ଭଗବାନଙ୍କ ସଦୃଶ ଅଟେ, ମୁଁ ଭୋକ୍ତା ଅଟେ, ମୁଁ ଶକ୍ତିଶାଳୀ ଏବଂ ମୁଁ ସୁଖୀ ଅଟେ । ମୁଁ ଧନବାନ ଏବଂ ମୋର ଜ୍ଞାତି କୁଟୁମ୍ବମାନେ ମଧ୍ୟ ସମ୍ଭ୍ରାନ୍ତ ଅଟନ୍ତି । ମୋ ସହିତ କିଏ ସମାନ ହେବ? ମୁଁ ଯଜ୍ଞ କରିବି (ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ); ମୁଁ ଭିକ୍ଷା ଦେବି; ମୁଁ ଉପଭୋଗ କରିବି ।”- ଏତାଦୃଶ ଅଜ୍ଞାନଦ୍ୱାରା ସେମାନେ ଭ୍ରମିତ ହୋଇଥାନ୍ତି । ଏହିପରି କଳ୍ପନାଶୀଳତା ଦ୍ୱାରା ଆବିଷ୍ଟ ଏବଂ ଦିଗଭ୍ରଷ୍ଟ ହୋଇ, ମୋହ ଜାଲରେ ଛନ୍ଦି ହୋଇ ଏବଂ ଇନ୍ଦ୍ରିୟ ସୁଖ ସମ୍ଭୋଗରେ ନିଶାସକ୍ତ ହୋଇ, ସେମାନେ ଅନ୍ଧକାରତମ ନର୍କରେ ପତିତ ହୁଅନ୍ତି ।
ଶ୍ଲୋକ 19
ତାନହଂ ଦ୍ଵିଷତଃ କ୍ରୁରାନ୍ସଂସାରେଷୁ ନରାଧମାନ୍ |
କ୍ଷିପାମ୍ଯଜସ୍ରମଶୁଭାନାସୁରୀଷ୍ଵେଵ ଯୋନିଷୁ ||୧୬-୧୯||
ଅନୁବାଦ
ଏହିପରି ନିଷ୍ଠୁର ଓ ଘୃଣ୍ୟ, ସଂସାରର ନୀଚ ଏବଂ ପାପଯୁକ୍ତ ମନୁଷ୍ୟମାନଙ୍କୁ ମୁଁ ଭୌତିକ ଜଗତର ଜନ୍ମ ଓ ମୃତ୍ୟୁ ଚକ୍ରରେ ବାରମ୍ବାର ଆସୁରିକ ଗର୍ଭରେ ନିକ୍ଷେପ କରିଥାଏ । ଏହି ମୂଢ଼ ଜୀବଗଣ ବାରମ୍ବାର ଆସୁରିକ ଯୋନିରେ ଜନ୍ମ ଗ୍ରହଣ କରନ୍ତି । ହେ ଅର୍ଜୁନ! ମୋତେ ପ୍ରାପ୍ତ କରିବାରେ ବିଫଳ ହୋଇ, ଧୀରେ ଧୀରେ ସେମାନେ ନିକୃଷ୍ଟତମ ଯୋନିକୁ ପତିତ ହୁଅନ୍ତି ।
ଶ୍ଲୋକ 20
ଆସୁରୀଂ ଯୋନିମାପନ୍ନା ମୂଢା ଜନ୍ମନି ଜନ୍ମନି |
ମାମପ୍ରାପ୍ଯୈଵ କୌନ୍ତେଯ ତତୋ ଯାନ୍ତ୍ଯଧମାଂ ଗତିମ୍ ||୧୬-୨୦||
ଅନୁବାଦ
ଏହିପରି ନିଷ୍ଠୁର ଓ ଘୃଣ୍ୟ, ସଂସାରର ନୀଚ ଏବଂ ପାପଯୁକ୍ତ ମନୁଷ୍ୟମାନଙ୍କୁ ମୁଁ ଭୌତିକ ଜଗତର ଜନ୍ମ ଓ ମୃତ୍ୟୁ ଚକ୍ରରେ ବାରମ୍ବାର ଆସୁରିକ ଗର୍ଭରେ ନିକ୍ଷେପ କରିଥାଏ । ଏହି ମୂଢ଼ ଜୀବଗଣ ବାରମ୍ବାର ଆସୁରିକ ଯୋନିରେ ଜନ୍ମ ଗ୍ରହଣ କରନ୍ତି । ହେ ଅର୍ଜୁନ! ମୋତେ ପ୍ରାପ୍ତ କରିବାରେ ବିଫଳ ହୋଇ, ଧୀରେ ଧୀରେ ସେମାନେ ନିକୃଷ୍ଟତମ ଯୋନିକୁ ପତିତ ହୁଅନ୍ତି ।
ଶ୍ଲୋକ 24
ତସ୍ମାଚ୍ଛାସ୍ତ୍ରଂ ପ୍ରମାଣଂ ତେ କାର୍ଯାକାର୍ଯଵ୍ଯଵସ୍ଥିତୌ |
ଜ୍ଞାତ୍ଵା ଶାସ୍ତ୍ରଵିଧାନୋକ୍ତଂ କର୍ମ କର୍ତୁମିହାର୍ହସି ||୧୬-୨୪||
ଅନୁବାଦ
ଅତଏବ, କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ତାହା ନିର୍ଣ୍ଣୟ କରିବା ପାଇଁ ଶାସ୍ତ୍ରମାନଙ୍କର ପ୍ରାଧିକରଣକୁ ସ୍ୱୀକାର କର । ଶାସ୍ତ୍ରର ନିୟମ ଏବଂ ନିର୍ଦ୍ଦେଶକୁ ବୁଝି ତଦନୁଯାୟୀ କର୍ମ କର ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।