ଦୈଵାସୁରସମ୍ପଦ୍ଵିଭାଗଯୋଗ - Verse ଶ୍ଲୋକ 13, 14, 15, 16
ଶ୍ଲୋକ 13, 14, 15, 16
ଇଦମଦ୍ଯ ମଯା ଲବ୍ଧମିମଂ ପ୍ରାପ୍ସ୍ଯେ ମନୋରଥମ୍ |
ଇଦମସ୍ତୀଦମପି ମେ ଭଵିଷ୍ଯତି ପୁନର୍ଧନମ୍ ||୧୬-୧୩||
ଅସୌ ମଯା ହତଃ ଶତ୍ରୁର୍ହନିଷ୍ଯେ ଚାପରାନପି |
ଈଶ୍ଵରୋଽହମହଂ ଭୋଗୀ ସିଦ୍ଧୋଽହଂ ବଲଵାନ୍ସୁଖୀ ||୧୬-୧୪||
ଆଢ୍ଯୋଽଭିଜନଵାନସ୍ମି କୋଽନ୍ଯୋଽସ୍ତି ସଦୃଶୋ ମଯା |
ଯକ୍ଷ୍ଯେ ଦାସ୍ଯାମି ମୋଦିଷ୍ଯ ଇତ୍ଯଜ୍ଞାନଵିମୋହିତାଃ ||୧୬-୧୫||
ଅନେକଚିତ୍ତଵିଭ୍ରାନ୍ତା ମୋହଜାଲସମାଵୃତାଃ |
ପ୍ରସକ୍ତାଃ କାମଭୋଗେଷୁ ପତନ୍ତି ନରକେଽଶୁଚୌ ||୧୬-୧୬||
Translation
ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନେ ଚିନ୍ତା କରନ୍ତି, “ମୁଁ ଆଜି ଯଥେଷ୍ଟ ଧନ ଅର୍ଜନ କରିଛି ଏବଂ ମୁଁ ଏବେ ମୋର କାମନା ପୂର୍ଣ୍ଣ କରିବି । ଏହା ମୋର ଅଟେ ଏବଂ ଆସନ୍ତାକାଲି ମୋର ଆହୁରି ଅଧିକ ହେବ । ସେ ଶତ୍ରୁକୁ ମୁଁ ପରାହତ କରିଛି, ଅନ୍ୟମାନଙ୍କୁ ମଧ୍ୟ ମୁଁ ନିଃଶେଷ କରିଦେବି! ମୁଁ ସ୍ୱୟଂ ଭଗବାନଙ୍କ ସଦୃଶ ଅଟେ, ମୁଁ ଭୋକ୍ତା ଅଟେ, ମୁଁ ଶକ୍ତିଶାଳୀ ଏବଂ ମୁଁ ସୁଖୀ ଅଟେ । ମୁଁ ଧନବାନ ଏବଂ ମୋର ଜ୍ଞାତି କୁଟୁମ୍ବମାନେ ମଧ୍ୟ ସମ୍ଭ୍ରାନ୍ତ ଅଟନ୍ତି । ମୋ ସହିତ କିଏ ସମାନ ହେବ? ମୁଁ ଯଜ୍ଞ କରିବି (ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ); ମୁଁ ଭିକ୍ଷା ଦେବି; ମୁଁ ଉପଭୋଗ କରିବି ।”- ଏତାଦୃଶ ଅଜ୍ଞାନଦ୍ୱାରା ସେମାନେ ଭ୍ରମିତ ହୋଇଥାନ୍ତି । ଏହିପରି କଳ୍ପନାଶୀଳତା ଦ୍ୱାରା ଆବିଷ୍ଟ ଏବଂ ଦିଗଭ୍ରଷ୍ଟ ହୋଇ, ମୋହ ଜାଲରେ ଛନ୍ଦି ହୋଇ ଏବଂ ଇନ୍ଦ୍ରିୟ ସୁଖ ସମ୍ଭୋଗରେ ନିଶାସକ୍ତ ହୋଇ, ସେମାନେ ଅନ୍ଧକାରତମ ନର୍କରେ ପତିତ ହୁଅନ୍ତି ।