ଭକ୍ତିଯୋଗ
ଅଥ ଦ୍ଵାଦଶୋଽଧ୍ଯାଯ
ଶ୍ଲୋକ 1
ଅର୍ଜୁନ ଉଵାଚ |
ଏଵଂ ସତତଯୁକ୍ତା ଯେ ଭକ୍ତାସ୍ତ୍ଵାଂ ପର୍ଯୁପାସତେ |
ଯେ ଚାପ୍ଯକ୍ଷରମଵ୍ଯକ୍ତଂ ତେଷାଂ କେ ଯୋଗଵିତ୍ତମାଃ ||୧୨-୧||
ଅନୁବାଦ
ଅର୍ଜୁନ ପ୍ରଶ୍ନ କଲେ: ଯେଉଁମାନେ ଆପଣଙ୍କର ସାକାର ସ୍ୱରୂପର ନିରବଚ୍ଛିନ୍ନ ଭାବରେ ଭକ୍ତି କରନ୍ତି, ଏବଂ ଯେଉଁମାନେ ଆପଣଙ୍କର ନିରାକାର ବ୍ରହ୍ମସ୍ୱରପର ଆରାଧନା କରନ୍ତି, ସେମାନଙ୍କ ମଧ୍ୟରୁ ଉତ୍ତମ ଯୋଗୀ ଭାବରେ ଆପଣ କାହାକୁ ବିବେଚନା କରନ୍ତି?
ଶ୍ଲୋକ 2
ଶ୍ରୀଭଗଵାନୁଵାଚ |
ମଯ୍ଯାଵେଶ୍ଯ ମନୋ ଯେ ମାଂ ନିତ୍ଯଯୁକ୍ତା ଉପାସତେ |
ଶ୍ରଦ୍ଧଯା ପରଯୋପେତାଃ ତେ ମେ ଯୁକ୍ତତମା ମତାଃ ||୧୨-୨||
ଅନୁବାଦ
ଶ୍ରୀ ଭଗବାନ କହିଲେ: ଯେଉଁମାନେ ନିଜର ମନକୁ ମୋଠାରେ କେନ୍ଦ୍ରିତ କରନ୍ତି, ଏବଂ ଦୃଢ ଶ୍ରଦ୍ଧାଯୁକ୍ତ ହୋଇ ସର୍ବଦା ମୋର ଭକ୍ତି କରନ୍ତି, ମୁଁ ସେମାନଙ୍କୁ ଶ୍ରେଷ୍ଠ ଯୋଗୀ ଭାବରେ ବିବେଚନା କରିଥାଏ ।
ଶ୍ଲୋକ 3 ଏବଂ 4
ଯେ ତ୍ଵକ୍ଷରମନିର୍ଦେଶ୍ଯମଵ୍ଯକ୍ତଂ ପର୍ଯୁପାସତେ |
ସର୍ଵତ୍ରଗମଚିନ୍ତ୍ଯଞ୍ଚ କୂଟସ୍ଥମଚଲନ୍ଧ୍ରୁଵମ୍ ||୧୨-୩||
ସନ୍ନିଯମ୍ଯେନ୍ଦ୍ରିଯଗ୍ରାମଂ ସର୍ଵତ୍ର ସମବୁଦ୍ଧଯଃ |
ତେ ପ୍ରାପ୍ନୁଵନ୍ତି ମାମେଵ ସର୍ଵଭୂତହିତେ ରତାଃ ||୧୨-୪||
ଅନୁବାଦ
ଯେଉଁମାନେ ପରମ ସତ୍ୟର ନିରାକାର ସ୍ୱରୂପକୁ ଅବିନଶ୍ୱର, ଅନିର୍ବଚନୀୟ, ଅପ୍ରକାଶ୍ୟ, ସର୍ବବ୍ୟାପକ, ଅଚିନ୍ତ୍ୟ, ଅପରିବର୍ତ୍ତନଶୀଳ, ନିତ୍ୟ ଏବଂ ଅଚଳ ରୂପରେ, ମନ ଓ ବୁଦ୍ଧିକୁ ନିୟନ୍ତ୍ରିତ କରି, ସର୍ବତ୍ର ସମଭାବାପନ୍ନ ହୋଇ, ଉପାସନା କରନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କର କଲ୍ୟାଣ ସାଧନ କରିବା ସହିତ ମୋତେ ପ୍ରାପ୍ତ କରନ୍ତି ।
ଶ୍ଲୋକ 6 ଏବଂ 7
ଯେ ତୁ ସର୍ଵାଣି କର୍ମାଣି ମଯି ସଂନ୍ଯସ୍ଯ ମତ୍ପରଃ |
ଅନନ୍ଯେନୈଵ ଯୋଗେନ ମାଂ ଧ୍ଯାଯନ୍ତ ଉପାସତେ ||୧୨-୬||
ତେଷାମହଂ ସମୁଦ୍ଧର୍ତା ମୃତ୍ଯୁସଂସାରସାଗରାତ୍ |
ଭଵାମି ନଚିରାତ୍ପାର୍ଥ ମଯ୍ଯାଵେଶିତଚେତସାମ୍ ||୧୨-୭||
ଅନୁବାଦ
ଯେଉଁବ୍ୟକ୍ତି ମୋତେ ନିଜର ଚରମ ଲକ୍ଷ୍ୟ ମନେକରି, ତାଙ୍କର ସମସ୍ତ କର୍ମ ମୋଠାରେ ଅର୍ପଣ କରିବା ସହ ଅନନ୍ୟ ଭକ୍ତି ଦ୍ୱାରା ମୋର ପୂଜା ତଥା ଧ୍ୟାନ କରନ୍ତି, ହେ ପାର୍ଥ! ମୁଁ ସେମାନଙ୍କୁ ଅଚିରେ ଜନ୍ମମୃତ୍ୟୁର ସାଗରରୁ ଉଦ୍ଧାର କରିଥାଏ, କାରଣ ସେମାନଙ୍କର ଚେତନା ମୋ ସହିତ ଏକୀଭୂତ ହୋଇ ଯାଇଥାଏ ।
ଶ୍ଲୋକ 13 ଏବଂ 14
ଅଦ୍ଵେଷ୍ଟା ସର୍ଵଭୂତାନାଂ ମୈତ୍ରଃ କରୁଣ ଏଵ ଚ |
ନିର୍ମମୋ ନିରହଙ୍କାରଃ ସମଦୁଃଖସୁଖଃ କ୍ଷମୀ ||୧୨-୧୩||
ସନ୍ତୁଷ୍ଟଃ ସତତଂ ଯୋଗୀ ଯତାତ୍ମା ଦୃଢନିଶ୍ଚଯଃ |
ମଯ୍ଯର୍ପିତମନୋବୁଦ୍ଧିର୍ଯୋ ମଦ୍ଭକ୍ତଃ ସ ମେ ପ୍ରିଯଃ ||୧୨-୧୪||
ଅନୁବାଦ
ଯେଉଁମାନେ କୌଣସି ଜୀବଙ୍କ ପ୍ରତି ଦ୍ୱେଷ ଭାବ ରଖନ୍ତି ନାହିଁ, ଯେଉଁମାନେ ମିତ୍ରଭାବାପନ୍ନ ଏବଂ ଦୟାଳୁ ଅଟନ୍ତି, ସେହି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି । ସେମାନେ ଆସକ୍ତିରହିତ ଓ ଅହଂକାରଶୂନ୍ୟ, ସୁଖ ଓ ଦୁଃଖରେ ସମଭାବାପନ୍ନ ଏବଂ ସର୍ବଦା କ୍ଷମାଶୀଳ ଅଟନ୍ତି । ସେମାନେ ସର୍ବଦା ସନ୍ତୁଷ୍ଟ, ଅବିଚଳ ଭକ୍ତିରେ ମୋ ସହିତ ଯୁକ୍ତ, ଆତ୍ମସଂଯମୀ, ଦୃଢ଼ମନା ଏବଂ ମନ-ବୁଦ୍ଧିରେ ମୋ ପ୍ରତି ସମର୍ପିତ ରହିଥାଆନ୍ତି ।
ଶ୍ଲୋକ 15
ଯସ୍ମାନ୍ନୋଦ୍ଵିଜତେ ଲୋକୋ ଲୋକାନ୍ନୋଦ୍ଵିଜତେ ଚ ଯଃ |
ହର୍ଷାମର୍ଷଭଯୋଦ୍ଵେଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିଯଃ ||୧୨-୧୫||
ଅନୁବାଦ
ଯେଉଁମାନେ ଅନ୍ୟମାନଙ୍କ ଅସନ୍ତୋଷର କାରଣ ନୁହଁନ୍ତି, ଯେଉଁମାନେ କାହା ଦ୍ୱାରା ଉତ୍ତେଜିତ ହୁଅନ୍ତି ନାହିଁ, ଯେଉଁମାନେ ହର୍ଷ-ବିଷାଦ ଏବଂ ଭୟ ଓ ଉତ୍କଣ୍ଠାରୁ ମୁକ୍ତ ରହନ୍ତି, ସେହିପରି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।
ଶ୍ଲୋକ 17
ଯୋ ନ ହୃଷ୍ଯତି ନ ଦ୍ଵେଷ୍ଟି ନ ଶୋଚତି ନ କାଙ୍କ୍ଷତି |
ଶୁଭାଶୁଭପରିତ୍ଯାଗୀ ଭକ୍ତିମାନ୍ଯଃ ସ ମେ ପ୍ରିଯଃ ||୧୨-୧୭||
ଅନୁବାଦ
ଯେଉଁମାନେ ଦୈନନ୍ଦିନ ଜୀବନରେ ଖୁସିରେ ଆତ୍ମହରା ହୁଅନ୍ତି ନାହିଁ, କିମ୍ବା ଦୁଃଖରେ ମର୍ମାହତ ହୁଅନ୍ତି ନାହିଁ; ଯେଉଁମାନେ କୌଣସି କ୍ଷତିରେ ପଶ୍ଚାତାପ କରନ୍ତି ନାହିଁ ବା କୌଣସି ଲାଭ ପାଇଁ ଲାଳାୟିତ ହୁଅନ୍ତି ନାହିଁ; ଯେଉଁମାନେ ଉଭୟ ଭଲ ଓ ମନ୍ଦ କର୍ମକୁ ତ୍ୟାଗ କରିଥାନ୍ତି, ଏବଂ ଯେଉଁମାନେ ପୂର୍ଣ୍ଣ ଭକ୍ତିଯୁକ୍ତ ରହନ୍ତି, ସେମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।
ଶ୍ଲୋକ 18 ଏବଂ 19
ସମଃ ଶତ୍ରୌ ଚ ମିତ୍ରେ ଚ ତଥା ମାନାପମାନଯୋଃ |
ଶୀତୋଷ୍ଣସୁଖଦୁଃଖେଷୁ ସମଃ ସଙ୍ଗଵିଵର୍ଜିତଃ ||୧୨-୧୮||
ତୁଲ୍ଯନିନ୍ଦାସ୍ତୁତିର୍ମୌନୀ ସନ୍ତୁଷ୍ଟୋ ଯେନ କେନଚିତ୍ |
ଅନିକେତଃ ସ୍ଥିରମତିର୍ଭକ୍ତିମାନ୍ମେ ପ୍ରିଯୋ ନରଃ ||୧୨-୧୯||
ଅନୁବାଦ
ଯେଉଁମାନେ ମିତ୍ର ଏବଂ ଶତ୍ରୁଙ୍କ ପ୍ରତି ସମଭାବ ପ୍ରଦର୍ଶନ କରନ୍ତି; ଯେଉଁମାନେ ମାନ ଓ ଅପମାନ, ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖରେ ସମଭାବାପନ୍ନ ରହନ୍ତି; କୁସଙ୍ଗରୁ ଦୂରରେ ରହନ୍ତି; ଯେଉଁମାନେ ନୀରବ ରହି ସାଧନାରତ ଥାଆନ୍ତି; ଯାହା କିଛି ତାଙ୍କୁ ଉପଲବ୍ଧ, ସେଥିରେ ସନ୍ତୁଷ୍ଟ ରହନ୍ତି; ବାସସ୍ଥାନ ପ୍ରତି ଆସକ୍ତ ହୁଅନ୍ତି ନାହିଁ; ଯାହାର ବୁଦ୍ଧି ଦୃଢ଼ ଭାବରେ ମୋଠାରେ ସ୍ଥିର ଥାଏ ଏବଂ ଯେଉଁମାନଙ୍କର ମୋ ପ୍ରତି ପ୍ରଗାଢ଼ ଭକ୍ତି ଥାଏ, ସେହିପରି ବ୍ୟକ୍ତିଗଣ ମୋର ଅତିପ୍ରିୟ ଅଟନ୍ତି ।
ଶ୍ଲୋକ 20
ଯେ ତୁ ଧର୍ମ୍ଯାମୃତମିଦଂ ଯଥୋକ୍ତଂ ପର୍ଯୁପାସତେ |
ଶ୍ରଦ୍ଦଧାନା ମତ୍ପରମା ଭକ୍ତାସ୍ତେଽତୀଵ ମେ ପ୍ରିଯାଃ ||୧୨-୨୦||
ଅନୁବାଦ
ଏଠାରେ ପ୍ରଦାନ କରାଯାଇଥିବା ଜ୍ଞାନାମୃତର ଯେଉଁମାନେ ଆଦର କରନ୍ତି; ମୋଠାରେ ପୂର୍ଣ୍ଣ ବିଶ୍ୱାସ ରଖି ଯେଉଁମାନେ ମୋର ଶରଣାଗତ ହୁଅନ୍ତି ଏବଂ ମୋତେ ତାଙ୍କର ଚରମ ଲକ୍ଷ୍ୟ ରୂପେ ବିଚାର କରନ୍ତି, ସେମାନେ ମୋର ସର୍ବାଧିକ ପ୍ରିୟ ଅଟନ୍ତି ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।