ଵିଶ୍ଵରୂପଦର୍ଶନଯୋଗ
ଅଥୈକାଦଶୋଽଧ୍ଯାଯଃ
ଶ୍ଲୋକ 1
ଅର୍ଜୁନ ଉଵାଚ |
ମଦନୁଗ୍ରହାଯ ପରମଂ ଗୁହ୍ଯମଧ୍ଯାତ୍ମସଂଜ୍ଞିତମ୍ |
ଯତ୍ତ୍ଵଯୋକ୍ତଂ ଵଚସ୍ତେନ ମୋହୋଽଯଂ ଵିଗତୋ ମମ ||୧୧-୧||
ଅନୁବାଦ
ଅର୍ଜୁନ କହିଲେ: ଆପଣ କୃପା ବଶତଃ ଯେଉଁ ଅତ୍ୟନ୍ତ ଗୁପ୍ତ ଆଧ୍ୟାତ୍ମିକ ଜ୍ଞାନ ମୋତେ ପ୍ରଦାନ କଲେ, ତାହା ଶୁଣି ମୋର ମୋହ ଦୂର ହୋଇଗଲା ।
ଶ୍ଲୋକ 2
ଭଵାପ୍ଯଯୌ ହି ଭୂତାନାଂ ଶ୍ରୁତୌ ଵିସ୍ତରଶୋ ମଯା |
ତ୍ଵତ୍ତଃ କମଲପତ୍ରାକ୍ଷ ମାହାତ୍ମ୍ଯମପି ଚାଵ୍ଯଯମ୍ ||୧୧-୨||
ଅନୁବାଦ
ହେ କମଳ ଲୋଚନ! ମୁଁ ଆପଣଙ୍କଠାରୁ ବିସ୍ତୃତ ଭାବେ ସମସ୍ତ ଜୀବଙ୍କର ଆବିର୍ଭାବ ଏବଂ ତିରୋଭାବ ବିଷୟରେ ଏବଂ ତା ସହିତ ଆପଣଙ୍କର ଚିରନ୍ତନ ଐଶ୍ୱର୍ଯ୍ୟ ବିଷୟରେ ଶ୍ରବଣ କଲି ।
ଶ୍ଲୋକ 3
ଏଵମେତଦ୍ଯଥାତ୍ଥ ତ୍ଵମାତ୍ମାନଂ ପରମେଶ୍ଵର |
ଦ୍ରଷ୍ଟୁମିଚ୍ଛାମି ତେ ରୂପମୈଶ୍ଵରଂ ପୁରୁଷୋତ୍ତମ ||୧୧-୩||
ଅନୁବାଦ
ହେ ପରମେଶ୍ୱର, ଆପଣ ନିଜର ବର୍ଣ୍ଣନା ଯେପରି କଲେ, ଆପଣ ସେହିପରି ହିଁ ଅଟନ୍ତି । ହେ ପୁରୁଷ ଶ୍ରେଷ୍ଠ, ମୁଁ ଆପଣଙ୍କର ସେହି ଦିବ୍ୟ ବିଶ୍ୱରୂପ ଦର୍ଶନ କରିବାକୁ ଚାହୁଁଛି ।
ଶ୍ଲୋକ 4
ମନ୍ଯସେ ଯଦି ତଚ୍ଛକ୍ଯଂ ମଯା ଦ୍ରଷ୍ଟୁମିତି ପ୍ରଭୋ |
ଯୋଗେଶ୍ଵର ତତୋ ମେ ତ୍ଵଂ ଦର୍ଶଯାତ୍ମାନମଵ୍ଯଯମ୍ ||୧୧-୪||
ଅନୁବାଦ
ହେ ଯୋଗେଶ୍ୱର! ଆପଣ ଯଦି ମୋତେ ଆପଣଙ୍କର ବିଶ୍ୱରୂପ ଦର୍ଶନ କରିବା ପାଇଁ ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାକରି ମୋ ସମ୍ମୁଖରେ ଆପଣଙ୍କର ସେହି ଅବିନଶ୍ୱର ବିଶ୍ୱରୂପ ପ୍ରକଟ କରନ୍ତୁ ।
ଶ୍ଲୋକ 5
ଶ୍ରୀଭଗଵାନୁଵାଚ |
ପଶ୍ଯ ମେ ପାର୍ଥ ରୂପାଣି ଶତଶୋଽଥ ସହସ୍ରଶଃ |
ନାନାଵିଧାନି ଦିଵ୍ଯାନି ନାନାଵର୍ଣାକୃତୀନି ଚ ||୧୧-୫||
ଅନୁବାଦ
ଭଗବାନ କହିଲେ: ହେ ପାର୍ଥ! ମୋର ଶତ ସହସ୍ର ପ୍ରକାରର ଭିନ୍ନ ଭିନ୍ନ ରୂପ, ଆକୃତି ଓ ରଙ୍ଗ ବିଶିଷ୍ଟ ସ୍ୱରୂପକୁ ଦେଖ ।
ଶ୍ଲୋକ 6
ପଶ୍ଯାଦିତ୍ଯାନ୍ଵସୂନ୍ରୁଦ୍ରାନଶ୍ଵିନୌ ମରୁତସ୍ତଥା |
ବହୂନ୍ଯଦୃଷ୍ଟପୂର୍ଵାଣି ପଶ୍ଯାଶ୍ଚର୍ଯାଣି ଭାରତ ||୧୧-୬||
ଅନୁବାଦ
ହେ ଭରତ ଶ୍ରେଷ୍ଠ! ଅଦିତିଙ୍କର (ବାର) ପୁତ୍ର, (ଅଷ୍ଟ) ବସୁଗଣ, (ଏଗାର) ରୁଦ୍ରଗଣ, (ଯମଜ) ଅଶ୍ୱିନି କୁମାର, (ଅଣଚାଶ) ମରୁତଗଣ ଏବଂ ଅନ୍ୟ ଅନେକ ବିସ୍ମୟ, ଯାହା ପୂର୍ବରୁ କେବେବି ପ୍ରକଟ ହୋଇ ନ ଥିଲା, ସେ ସବୁକୁ ମୋ ଭିତରେ ଦେଖ ।
ଶ୍ଲୋକ 7
ଇହୈକସ୍ଥଂ ଜଗତ୍କୃତ୍ସ୍ନଂ ପଶ୍ଯାଦ୍ଯ ସଚରାଚରମ୍ |
ମମ ଦେହେ ଗୁଡାକେଶ ଯଚ୍ଚାନ୍ଯଦ୍ ଦ୍ରଷ୍ଟୁମିଚ୍ଛସି ||୧୧-୭||
ଅନୁବାଦ
ହେ ଅର୍ଜୁନ! ଏବେ ଦେଖ, ସମସ୍ତ ଚର ଓ ଅଚର ଯୁକ୍ତ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମୋର ବିଶ୍ୱ ସ୍ୱରୂପରେ ଅବସ୍ଥିତ ରହିଛି । ଅନ୍ୟ ଯାହା କିଛି ବି ତୁମେ ଦେଖିବାକୁ ଚାହୁଁଛ, ଏହି ବିଶ୍ୱରୂପ ମଧ୍ୟରେ ତାହା ଦେଖିପାରିବ ।
ଶ୍ଲୋକ 8
ନ ତୁ ମାଂ ଶକ୍ଯସେ ଦ୍ରଷ୍ଟୁମନେନୈଵ ସ୍ଵଚକ୍ଷୁଷା |
ଦିଵ୍ଯଂ ଦଦାମି ତେ ଚକ୍ଷୁଃ ପଶ୍ଯ ମେ ଯୋଗମୈଶ୍ଵରମ୍ ||୧୧-୮||
ଅନୁବାଦ
କିନ୍ତୁ ମୋର ଏହି ବିଶ୍ୱରୂପର ଦର୍ଶନ ତୁମେ ନିଜ ମାୟିକ ଚକ୍ଷୁରେ କରିପାରିବ ନାହିଁ । ତେଣୁ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି, ମୋ ବିଶାଳ ଐଶ୍ୱର୍ଯ୍ୟର ଅବଲୋକନ କର ।
ଶ୍ଲୋକ 9
ସଞ୍ଜଯ ଉଵାଚ |
ଏଵମୁକ୍ତ୍ଵା ତତୋ ରାଜନ୍ମହାଯୋଗେଶ୍ଵରୋ ହରିଃ |
ଦର୍ଶଯାମାସ ପାର୍ଥାଯ ପରମଂ ରୂପମୈଶ୍ଵରମ୍ ||୧୧-୯||
ଅନୁବାଦ
ସଞ୍ଜୟ କହିଲେ: ହେ ରାଜନ୍! ଏପରି କହି ମହାଯୋଗୀଶ୍ୱର ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଐଶ୍ୱର୍ଯ୍ୟମୟ ସ୍ୱରୂପ ଅର୍ଜୁନଙ୍କୁ ଦେଖାଇଲେ ।
ଶ୍ଲୋକ 10 ଏବଂ 11
ଅନେକଵକ୍ତ୍ରନଯନମନେକାଦ୍ଭୁତଦର୍ଶନମ୍ |
ଅନେକଦିଵ୍ଯାଭରଣଂ ଦିଵ୍ଯାନେକୋଦ୍ଯତାଯୁଧମ୍ ||୧୧-୧୦||
ଦିଵ୍ଯମାଲ୍ଯାମ୍ବରଧରଂ ଦିଵ୍ଯଗନ୍ଧାନୁଲେପନମ୍ |
ସର୍ଵାଶ୍ଚର୍ଯମଯଂ ଦେଵମନନ୍ତଂ ଵିଶ୍ଵତୋମୁଖମ୍ ||୧୧-୧୧||
ଅନୁବାଦ
ଅର୍ଜୁନ ସେହି ବିଶ୍ୱରୂପରେ, ଅସଂଖ୍ୟ ମୁଖ ଓ ଚକ୍ଷୁ ଦେଖିବାକୁ ପାଇଲେ । ସେମାନେ ଦିବ୍ୟ ଆଭୂଷଣରେ ସୁସଜ୍ଜିତ ଥିଲେ ତଥା ଅନେକ ପ୍ରକାର ଦିବ୍ୟ ଅସ୍ତ୍ର ଧାରଣ କରିଥିଲେ । ତାଙ୍କ ବକ୍ଷରେ ଅନେକ ପ୍ରକାରର ମାଳ ଶୋଭା ପାଉଥିଲା ଏବଂ ଶରୀର ଅନେକ ପ୍ରକାର ସୁବାସିତ ଦିବ୍ୟ ସୁଗନ୍ଧରେ ଲେପିତ ହୋଇଥିଲା । ନିଜକୁ ସେ ଅଦ୍ଭୁତ, ଅନନ୍ତ ପରମେଶ୍ୱର ରୂପରେ ପ୍ରକଟ କରିଥିଲେ, ଯାହାର ମୁଖ ସବୁ ଦିଗରେ ଥିଲା ।
ଶ୍ଲୋକ 12
ଦିଵି ସୂର୍ଯସହସ୍ରସ୍ଯ ଭଵେଦ୍ଯୁଗପଦୁତ୍ଥିତା |
ଯଦି ଭାଃ ସଦୃଶୀ ସା ସ୍ଯାଦ୍ଭାସସ୍ତସ୍ଯ ମହାତ୍ମନଃ ||୧୧-୧୨||
ଅନୁବାଦ
ଆକାଶରେ ଏକ ହଜାର ସୂର୍ଯ୍ୟ ଏକତ୍ର ପ୍ରଜ୍ୱଳିତ ହେଲେ ମଧ୍ୟ ସେମାନେ ସେହି ବିରାଟ ସ୍ୱରୂପର ଦୀପ୍ତି ସହିତ ତୁଳନୀୟ ହୋଇପାରିବେ ନାହିଁ ।
ଶ୍ଲୋକ 13
ତତ୍ରୈକସ୍ଥଂ ଜଗତ୍କୃତ୍ସ୍ନଂ ପ୍ରଵିଭକ୍ତମନେକଧା |
ଅପଶ୍ଯଦ୍ଦେଵଦେଵସ୍ଯ ଶରୀରେ ପାଣ୍ଡଵସ୍ତଦା ||୧୧-୧୩||
ଅନୁବାଦ
ସେଠାରେ ଅର୍ଜୁନ ଦେଖିପାରିଲେ ଯେ ପରମେଶ୍ୱରଙ୍କ ଶରୀରରେ ସମଗ୍ର ବ୍ରହ୍ମାଣ୍ଡ ପୂର୍ଣ୍ଣତଃ ଗୋଟିଏ ସ୍ଥାନରେ ରହିଛି ।
ଶ୍ଲୋକ 14
ତତଃ ସ ଵିସ୍ମଯାଵିଷ୍ଟୋ ହୃଷ୍ଟରୋମା ଧନଞ୍ଜଯଃ |
ପ୍ରଣମ୍ଯ ଶିରସା ଦେଵଂ କୃତାଞ୍ଜଲିରଭାଷତ ||୧୧-୧୪||
ଅନୁବାଦ
ଅର୍ଜୁନ ଅତ୍ୟନ୍ତ ବିସ୍ମୟାଭୂତ ହୋଇ ଉଠିଲେ ଏବଂ ତାଙ୍କର ରୋମାଞ୍ଚ ଜାତ ହୋଇଗଲା । ସେ ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହୋଇ କୃତାଞ୍ଜଳି ପୁଟରେ ତାଙ୍କର ସ୍ତୁତି କରିବାରେ ଲାଗିଲେ ।
ଶ୍ଲୋକ 15
ଅର୍ଜୁନ ଉଵାଚ |
ପଶ୍ଯାମି ଦେଵାଂସ୍ତଵ ଦେଵ ଦେହେ
ସର୍ଵାଂସ୍ତଥା ଭୂତଵିଶେଷସଙ୍ଘାନ୍ |
ବ୍ରହ୍ମାଣମୀଶଂ କମଲାସନସ୍ଥ-
ମୃଷୀଂଶ୍ଚ ସର୍ଵାନୁରଗାଂଶ୍ଚ ଦିଵ୍ଯାନ୍ ||୧୧-୧୫||
ଅନୁବାଦ
ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ! ମୁଁ ଆପଣଙ୍କ ଶରୀର ମଧ୍ୟରେ ସମସ୍ତ ଦେବତା ତଥା ଅସଂଖ୍ୟ ପ୍ରକାରର ପ୍ରାଣୀଙ୍କୁ ଦେଖିପାରୁଛି । ମୁଁ ପଦ୍ମଫୁଲ ଉପରେ ବସିଥିବା ବ୍ରହ୍ମାଙ୍କୁ, ଶିବଙ୍କୁ, ସମସ୍ତ ମୁନିଋଷି ତଥା ସ୍ୱର୍ଗୀୟ ସର୍ପମାନଙ୍କୁ ମଧ୍ୟ ଦେଖିପାରୁଛି ।
ଶ୍ଲୋକ 16
ଅନେକବାହୂଦରଵକ୍ତ୍ରନେତ୍ରଂ
ପଶ୍ଯାମି ତ୍ଵାଂ ସର୍ଵତୋଽନନ୍ତରୂପମ୍ |
ନାନ୍ତଂ ନ ମଧ୍ଯଂ ନ ପୁନସ୍ତଵାଦିଂ
ପଶ୍ଯାମି ଵିଶ୍ଵେଶ୍ଵର ଵିଶ୍ଵରୂପ ||୧୧-୧୬||
ଅନୁବାଦ
ମୁଁ ଆପଣଙ୍କର, ଅଗଣିତ ହସ୍ତ, ଉଦର, ମୁଖ ଏବଂ ଚକ୍ଷୁ ଯୁକ୍ତ ଅସୀମ ରୂପ ଚତୁର୍ଦ୍ଦିଗରେ ଦେଖୁଛି । ହେ ବିଶ୍ୱନିୟନ୍ତା, ବ୍ରହ୍ମାଣ୍ଡ ହିଁ ଆପଣଙ୍କର ସ୍ୱରୂପ ଅଟେ । ମୁଁ ଏହାର ଆଦ୍ୟ, ମଧ୍ୟ ଓ ଅନ୍ତ ଦେଖିପାରୁନାହିଁ ।
ଶ୍ଲୋକ 17
କିରୀଟିନଂ ଗଦିନଂ ଚକ୍ରିଣଂ ଚ
ତେଜୋରାଶିଂ ସର୍ଵତୋ ଦୀପ୍ତିମନ୍ତମ୍ |
ପଶ୍ଯାମି ତ୍ଵାଂ ଦୁର୍ନିରୀକ୍ଷ୍ଯଂ ସମନ୍ତାଦ୍
ଦୀପ୍ତାନଲାର୍କଦ୍ଯୁତିମପ୍ରମେଯମ୍ ||୧୧-୧୭||
ଅନୁବାଦ
ଆପଣଙ୍କର ମସ୍ତକରେ ମୁକୁଟ ସୁସଜ୍ଜିତ, ହସ୍ତରେ ଗଦା ଓ ଚକ୍ର ଧାରଣ କରିଥିବା ଏବଂ ଦୀପ୍ତିର ସ୍ରୋତ ଭାବରେ ସର୍ବଦିଗରେ ଉଦ୍ଭାସିତ ହେଉଥିବା ରୂପକୁ ମୁଁ ଦେଖୁଛି । ଆପଣଙ୍କ ଦୀପ୍ତିର ପ୍ରଜ୍ଜ୍ୱଳିତ ଶିଖା, ଯାହା ସୂର୍ଯ୍ୟଙ୍କ ପରି ସମସ୍ତ ଦିଗରେ ବିକିରଣ ହେଉଛି, ତାହାକୁ ଦେଖିବା ଅତ୍ୟନ୍ତ କଷ୍ଟକର ଅଟେ ।
ଶ୍ଲୋକ 18
ତ୍ଵମକ୍ଷରଂ ପରମଂ ଵେଦିତଵ୍ଯଂ
ତ୍ଵମସ୍ଯ ଵିଶ୍ଵସ୍ଯ ପରଂ ନିଧାନମ୍ |
ତ୍ଵମଵ୍ଯଯଃ ଶାଶ୍ଵତଧର୍ମଗୋପ୍ତା
ସନାତନସ୍ତ୍ଵଂ ପୁରୁଷୋ ମତୋ ମେ ||୧୧-୧୮||
ଅନୁବାଦ
ମୁଁ ଆପଣଙ୍କୁ, ଶାସ୍ତ୍ର ଦ୍ୱାରା ଜ୍ଞାତବ୍ୟ ଅନ୍ତିମ ସତ୍ୟ, ପରମ ଅବିନଶ୍ୱର ତତ୍ତ୍ୱ ରୂପରେ ଜାଣି ପାରୁଛି । ଆପଣ ସମଗ୍ର ସୃଷ୍ଟିର ପାଳନ କର୍ତ୍ତା; ଆପଣ ସନାତନ ଧର୍ମର (ଚିରନ୍ତନ ଧର୍ମ) ସର୍ବକାଳୀନ ରକ୍ଷକ; ଏବଂ ଶାଶ୍ୱତ ପରମ ଦିବ୍ୟ ପୁରୁଷ ଅଟନ୍ତି ।
ଶ୍ଲୋକ 19
ଅନାଦିମଧ୍ଯାନ୍ତମନନ୍ତଵୀର୍ଯ-
ମନନ୍ତବାହୁଂ ଶଶିସୂର୍ଯନେତ୍ରମ୍ |
ପଶ୍ଯାମି ତ୍ଵାଂ ଦୀପ୍ତହୁତାଶଵକ୍ତ୍ରଂ
ସ୍ଵତେଜସା ଵିଶ୍ଵମିଦଂ ତପନ୍ତମ୍ ||୧୧-୧୯||
ଅନୁବାଦ
ଆପଣଙ୍କର ଆରମ୍ଭ, ମଧ୍ୟ ବା ଶେଷ ନାହିଁ; ଆପଣଙ୍କ ଶକ୍ତିର ସୀମା ନାହିଁ । ଆପଣଙ୍କର ବାହୁ ଅନ୍ତହୀନ, ସୂର୍ଯ୍ୟ ଓ ଚନ୍ଦ୍ର ଆପଣଙ୍କ ଚକ୍ଷୁ ସଦୃଶ, ଅଗ୍ନି ଆପଣଙ୍କ ମୁହଁ ପରି । ଆପଣଙ୍କ ତେଜରେ ଆପଣ ସମଗ୍ର ସୃଷ୍ଟିକୁ ତପ୍ତ କରୁଥିବା ମୁଁ ଦେଖିପାରୁଛି ।
ଶ୍ଲୋକ 20
ଦ୍ଯାଵାପୃଥିଵ୍ଯୋରିଦମନ୍ତରଂ ହି
ଵ୍ଯାପ୍ତଂ ତ୍ଵଯୈକେନ ଦିଶଶ୍ଚ ସର୍ଵାଃ |
ଦୃଷ୍ଟ୍ଵାଦ୍ଭୁତଂ ରୂପମୁଗ୍ରଂ ତଵେଦଂ
ଲୋକତ୍ରଯଂ ପ୍ରଵ୍ଯଥିତଂ ମହାତ୍ମନ୍ ||୧୧-୨୦||
ଅନୁବାଦ
ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଥିବା ଆକାଶ ତଥା ସମସ୍ତ ଦିଗରେ ଏକମାତ୍ର ଆପଣ ବ୍ୟାପ୍ତ ରହିଛନ୍ତି । ହେ ପରମ ପୁରୁଷ! ଆପଣଙ୍କର ଅଦ୍ଭୁତ ଓ ଭୟଙ୍କର ରୂପ ଦେଖି, ତିନିଲୋକ ଭୟରେ କମ୍ପିତ ହେଉଥିବା ମୁଁ ଦେଖିପାରୁଛି ।
ଶ୍ଲୋକ 21
ଅମୀ ହି ତ୍ଵାଂ ସୁରସଙ୍ଘା ଵିଶନ୍ତି
କେଚିଦ୍ଭୀତାଃ ପ୍ରାଞ୍ଜଲଯୋ ଗୃଣନ୍ତି |
ସ୍ଵସ୍ତୀତ୍ଯୁକ୍ତ୍ଵା ମହର୍ଷିସିଦ୍ଧସଙ୍ଘାଃ
ସ୍ତୁଵନ୍ତି ତ୍ଵାଂ ସ୍ତୁତିଭିଃ ପୁଷ୍କଲାଭିଃ ||୧୧-୨୧||
ଅନୁବାଦ
ସ୍ୱର୍ଗର ସମସ୍ତ ଦେବତାଗଣ ଆପଣଙ୍କର ଆଶ୍ରୟ ଗ୍ରହଣ କରିବା ପାଇଁ ଆପଣଙ୍କ ମଧ୍ୟରେ ପ୍ରବେଶ କରୁଛନ୍ତି । ବିସ୍ମୟାଭିଭୂତ ହୋଇ, ସେମାନଙ୍କ ମଧ୍ୟରୁ କେତେଜଣ କରଯୋଡ଼ି ଆପଣଙ୍କର ସ୍ତୁତିଗାନ କରୁଛନ୍ତି । ମହାନ ମୁନିଋଷିଗଣ ଏବଂ ସିଦ୍ଧ ମହାପୁରୁଷଗଣ ପବିତ୍ର ମନ୍ତ୍ର ଏବଂ ପ୍ରାର୍ଥନା ଦ୍ୱାରା ଆପଣଙ୍କର ଯଶଗାନ କରୁଛନ୍ତି ।
ଶ୍ଲୋକ 22
ରୁଦ୍ରାଦିତ୍ଯା ଵସଵୋ ଯେ ଚ ସାଧ୍ଯା
ଵିଶ୍ଵେଽଶ୍ଵିନୌ ମରୁତଶ୍ଚୋଷ୍ମପାଶ୍ଚ |
ଗନ୍ଧର୍ଵଯକ୍ଷାସୁରସିଦ୍ଧସଙ୍ଘା
ଵୀକ୍ଷନ୍ତେ ତ୍ଵାଂ ଵିସ୍ମିତାଶ୍ଚୈଵ ସର୍ଵେ ||୧୧-୨୨||
ଅନୁବାଦ
ରୁଦ୍ରଗଣ, ଆଦିତ୍ୟଗଣ, ବସୁଗଣ, ସଧ୍ୟାଗଣ, ବିଶ୍ୱଦେବଗଣ, ଅଶ୍ୱିନି କୁମାର ଦ୍ୱୟ, ମରୁତଗଣ, ପୂର୍ବଜଗଣ, ଗର୍ଦ୍ଧବଗଣ, ଯକ୍ଷଗଣ, ଅସୁରଗଣ ଏବଂ ସିଦ୍ଧଗଣ ସମସ୍ତେ ବିସ୍ମିତ ହୋଇ ଆପଣଙ୍କର ଅବଲୋକନ କରୁଛନ୍ତି ।
ଶ୍ଲୋକ 23
ରୂପଂ ମହତ୍ତେ ବହୁଵକ୍ତ୍ରନେତ୍ରଂ
ମହାବାହୋ ବହୁବାହୂରୁପାଦମ୍ |
ବହୂଦରଂ ବହୁଦଂଷ୍ଟ୍ରାକରାଲଂ
ଦୃଷ୍ଟ୍ଵା ଲୋକାଃ ପ୍ରଵ୍ଯଥିତାସ୍ତଥାହମ୍ ||୧୧-୨୩||
ଅନୁବାଦ
ହେ ସର୍ବଶକ୍ତିମାନ ପ୍ରଭୁ! ଆପଣଙ୍କର ଅନେକ ମୁଖମଣ୍ଡଳ, ଚକ୍ଷୁ, ହସ୍ତ, ଜଙ୍ଘ, ପାଦ, ଉଦର ଏବଂ ଭୟଙ୍କର ଦନ୍ତପଂକ୍ତି ଯୁକ୍ତ ଅଦ୍ଭୁତ ରୂପର ସମ୍ମାନରେ ସମସ୍ତ ଲୋକ ଭୟଭୀତ ଅଟନ୍ତି, ଏପରିକି ମୁଁ ମଧ୍ୟ ।
ଶ୍ଲୋକ 24
ନଭଃସ୍ପୃଶଂ ଦୀପ୍ତମନେକଵର୍ଣଂ
ଵ୍ଯାତ୍ତାନନଂ ଦୀପ୍ତଵିଶାଲନେତ୍ରମ୍ |
ଦୃଷ୍ଟ୍ଵା ହି ତ୍ଵାଂ ପ୍ରଵ୍ଯଥିତାନ୍ତରାତ୍ମା
ଧୃତିଂ ନ ଵିନ୍ଦାମି ଶମଂ ଚ ଵିଷ୍ଣୋ ||୧୧-୨୪||
ଅନୁବାଦ
ହେ ପ୍ରଭୁ ବିଷ୍ଣୁ! ଆପଣଙ୍କର ସ୍ୱରୂପ ଗଗନକୁ ସ୍ପର୍ଶ କରୁଛି । ଅନେକ ରଙ୍ଗରେ ପ୍ରଦୀପ୍ତ, ଉନ୍ମୁକ୍ତ ମୁଖ ଓ ବିଶାଳ ଜାଜ୍ଜ୍ୱଲ୍ୟମାନ ଚକ୍ଷୁ ସବୁକୁ ଦର୍ଶନ କରି ଭୟରେ ମୋ ହୃଦୟ କମ୍ପିତ ହେଉଛି । ମୁଁ ସମସ୍ତ ସାହସ ଏବଂ ମନର ଭାରସାମ୍ୟ ହରାଇ ବସୁଛି ।
ଶ୍ଲୋକ 25
ଦଂଷ୍ଟ୍ରାକରାଲାନି ଚ ତେ ମୁଖାନି
ଦୃଷ୍ଟ୍ଵୈଵ କାଲାନଲସନ୍ନିଭାନି |
ଦିଶୋ ନ ଜାନେ ନ ଲଭେ ଚ ଶର୍ମ
ପ୍ରସୀଦ ଦେଵେଶ ଜଗନ୍ନିଵାସ ||୧୧-୨୫||
ଅନୁବାଦ
ପ୍ରଳୟ କାଳର ଦାବାନଳ ସଦୃଶ, ଆପଣଙ୍କର ଭୟଙ୍କର ଦନ୍ତପଂକ୍ତିଯୁକ୍ତ ମୁହଁକୁ ଦେଖି, ମୁଁ କେଉଁଠି ଅଛି ତାହା ଭୁଲିଯାଉଛି ଏବଂ କେଉଁଠିକି ଯିବି ତାହା ବି ଜାଣିପାରୁନି । ହେ ଈଶ୍ୱରଙ୍କ ଈଶ୍ୱର, ଆପଣ ବିଶ୍ୱର ଆଶ୍ରୟ ଅଟନ୍ତି; ଦୟାକରି ମୋତେ କୃପା କରନ୍ତୁ ।
ଶ୍ଲୋକ 26 ଏବଂ 27
ଅମୀ ଚ ତ୍ଵାଂ ଧୃତରାଷ୍ଟ୍ରସ୍ଯ ପୁତ୍ରାଃ
ସର୍ଵେ ସହୈଵାଵନିପାଲସଙ୍ଘୈଃ |
ଭୀଷ୍ମୋ ଦ୍ରୋଣଃ ସୂତପୁତ୍ରସ୍ତଥାସୌ
ସହାସ୍ମଦୀଯୈରପି ଯୋଧମୁଖ୍ଯୈଃ ||୧୧-୨୬||
ଵକ୍ତ୍ରାଣି ତେ ତ୍ଵରମାଣା ଵିଶନ୍ତି
ଦଂଷ୍ଟ୍ରାକରାଲାନି ଭଯାନକାନି |
କେଚିଦ୍ଵିଲଗ୍ନା ଦଶନାନ୍ତରେଷୁ
ସନ୍ଦୃଶ୍ଯନ୍ତେ ଚୂର୍ଣିତୈରୁତ୍ତମାଙ୍ଗୈଃ ||୧୧-୨୭||
ଅନୁବାଦ
ମୁଁ ଦେଖିପାରୁଛି ଯେ ଧୃତରାଷ୍ଟ୍ରଙ୍କର ସମସ୍ତ ପୁତ୍ର, ତାଙ୍କର ସହବଦ୍ଧ ସମସ୍ତ ରାଜାଗଣ, ତଥା ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଏବଂ ଆମ ପକ୍ଷର ଯୋଦ୍ଧାମାନେ ସିଧାସଳଖ ଆପଣଙ୍କ ଭୟଙ୍କର ମୁଖଗହ୍ୱରକୁ ପ୍ରବେଶ କରୁଛନ୍ତି । ମୁଁ ଏହା ମଧ୍ୟ ଦେଖୁଛି ଯେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମସ୍ତକ ଆପଣଙ୍କର ଭୟଙ୍କର ଦନ୍ତଦ୍ୱାରା ଚୂର୍ଣ୍ଣୀଭୂତ ହୋଇଯାଉଛି ।
ଶ୍ଲୋକ 28
ଯଥା ନଦୀନାଂ ବହଵୋଽମ୍ବୁଵେଗାଃ
ସମୁଦ୍ରମେଵାଭିମୁଖା ଦ୍ରଵନ୍ତି |
ତଥା ତଵାମୀ ନରଲୋକଵୀରା
ଵିଶନ୍ତି ଵକ୍ତ୍ରାଣ୍ଯଭିଵିଜ୍ଵଲନ୍ତି ||୧୧-୨୮||
ଅନୁବାଦ
ନଦୀର ତରଙ୍ଗମାନେ କ୍ଷୀପ୍ର ଗତିରେ ସାଗର ଅଭିମୁଖେ ପ୍ରବାହିତ ହେଲା ପରି, ଏହି ସମସ୍ତ ବିଖ୍ୟାତ ଯୋଦ୍ଧାଗଣ ଆପଣଙ୍କ ଜ୍ୱଳନ୍ତ ମୁଖ ମଧ୍ୟକୁ ପ୍ରବେଶ କରୁଛନ୍ତି । ଯେପରି ପତଙ୍ଗମାନେ ତୀବ୍ରଗତିରେ ଅଗ୍ନି ମଧ୍ୟକୁ ଝାସ ଦେଇ ମୃତ୍ୟୁବରଣ କରନ୍ତି, ସେହିପରି ଏହି ସୈନ୍ୟବାହିନୀ ଆପଣଙ୍କ ମୁଖ ମଧ୍ୟକୁ ତୀବ୍ର ଗତିରେ ପ୍ରବେଶ କରୁଛନ୍ତି ।
ଶ୍ଲୋକ 29
ଯଥା ପ୍ରଦୀପ୍ତଂ ଜ୍ଵଲନଂ ପତଙ୍ଗା
ଵିଶନ୍ତି ନାଶାଯ ସମୃଦ୍ଧଵେଗାଃ |
ତଥୈଵ ନାଶାଯ ଵିଶନ୍ତି ଲୋକାସ୍-
ତଵାପି ଵକ୍ତ୍ରାଣି ସମୃଦ୍ଧଵେଗାଃ ||୧୧-୨୯||
ଅନୁବାଦ
ନଦୀର ତରଙ୍ଗମାନେ କ୍ଷୀପ୍ର ଗତିରେ ସାଗର ଅଭିମୁଖେ ପ୍ରବାହିତ ହେଲା ପରି, ଏହି ସମସ୍ତ ବିଖ୍ୟାତ ଯୋଦ୍ଧାଗଣ ଆପଣଙ୍କ ଜ୍ୱଳନ୍ତ ମୁଖ ମଧ୍ୟକୁ ପ୍ରବେଶ କରୁଛନ୍ତି । ଯେପରି ପତଙ୍ଗମାନେ ତୀବ୍ରଗତିରେ ଅଗ୍ନି ମଧ୍ୟକୁ ଝାସ ଦେଇ ମୃତ୍ୟୁବରଣ କରନ୍ତି, ସେହିପରି ଏହି ସୈନ୍ୟବାହିନୀ ଆପଣଙ୍କ ମୁଖ ମଧ୍ୟକୁ ତୀବ୍ର ଗତିରେ ପ୍ରବେଶ କରୁଛନ୍ତି ।
ଶ୍ଲୋକ 30
ଲେଲିହ୍ଯସେ ଗ୍ରସମାନଃ ସମନ୍ତାଲ୍-
ଲୋକାନ୍ସମଗ୍ରାନ୍ଵଦନୈର୍ଜ୍ଵଲଦ୍ଭିଃ |
ତେଜୋଭିରାପୂର୍ଯ ଜଗତ୍ସମଗ୍ରଂ
ଭାସସ୍ତଵୋଗ୍ରାଃ ପ୍ରତପନ୍ତି ଵିଷ୍ଣୋ ||୧୧-୩୦||
ଅନୁବାଦ
ଆପଣଙ୍କର ଶାଣିତ ଜିହ୍ୱାଦ୍ୱାରା, ଆପଣ ଅଗଣିତ ପ୍ରାଣୀଙ୍କୁ ଚତୁର୍ଦ୍ଦିଗରୁ ଲେହନ କରୁଛନ୍ତି ଏବଂ ଆପଣଙ୍କର ଜ୍ୱଳନ୍ତ ମୁଖରେ ସେମାନଙ୍କୁ ଗ୍ରାସ କରୁଛନ୍ତି । ହେ ବିଷ୍ଣୁ! ଆପଣଙ୍କର ଦୀପ୍ତିର ତୀକ୍ଷ୍ଣ ଏବଂ ସର୍ବବ୍ୟାପୀ ରଶ୍ମୀରେ ଆପଣ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍ଭାସିତ କରୁଛନ୍ତି ।
ଶ୍ଲୋକ 31
ଆଖ୍ଯାହି ମେ କୋ ଭଵାନୁଗ୍ରରୂପୋ
ନମୋଽସ୍ତୁ ତେ ଦେଵଵର ପ୍ରସୀଦ |
ଵିଜ୍ଞାତୁମିଚ୍ଛାମି ଭଵନ୍ତମାଦ୍ଯଂ
ନ ହି ପ୍ରଜାନାମି ତଵ ପ୍ରଵୃତ୍ତିମ୍ ||୧୧-୩୧||
ଅନୁବାଦ
ହେ ଭୟଙ୍କର ରୂପଧାରୀ! ଆପଣ କିଏ ମୋତେ କୁହନ୍ତୁ । ହେ ଦେବଦେବ! ମୁଁ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେଉଛି, ଦୟାକରି ମୋତେ ଆପଣଙ୍କର କୃପା ପ୍ରଦାନ କରନ୍ତୁ । ଆପଣ, ଯିଏ ସମସ୍ତ ସୃଷ୍ଟିର ପୂର୍ବରୁ ବିଦ୍ୟମାନ ଥିଲେ, ମୁଁ ଜାଣିବାକୁ ଚାହୁଁଛି ଆପଣ କିଏ, କାରଣ ଆପଣଙ୍କର ସ୍ୱଭାବ ଏବଂ କାର୍ଯ୍ୟକଳାପକୁ ମୁଁ ଆକଳନ କରି ପାରୁନାହିଁ ।
ଶ୍ଲୋକ 32
ଶ୍ରୀଭଗଵାନୁଵାଚ |
କାଲୋଽସ୍ମି ଲୋକକ୍ଷଯକୃତ୍ପ୍ରଵୃଦ୍ଧୋ
ଲୋକାନ୍ସମାହର୍ତୁମିହ ପ୍ରଵୃତ୍ତଃ |
ଋତେଽପି ତ୍ଵାଂ ନ ଭଵିଷ୍ଯନ୍ତି ସର୍ଵେ
ଯେଽଵସ୍ଥିତାଃ ପ୍ରତ୍ଯନୀକେଷୁ ଯୋଧାଃ ||୧୧-୩୨||
ଅନୁବାଦ
ଭଗବାନ କହିଲେ: ମୁଁ ସର୍ବଶକ୍ତିମାନ କାଳ ଅଟେ । ସଂସାରର ବିଲୟ କରିବା ହେତୁ ବିନାଶକାରୀ ଶକ୍ତିର ଉତ୍ସ ଅଟେ । ତୁମେ ଯୁଦ୍ଧରେ ଅଂଶଗ୍ରହଣ ନ କଲେ ସୁଦ୍ଧା, ବିରୋଧୀ ସେନାର ଯୋଦ୍ଧାମାନେ ଜୀବିତ ରହିବେ ନାହିଁ ।
ଶ୍ଲୋକ 33
ତସ୍ମାତ୍ତ୍ଵମୁତ୍ତିଷ୍ଠ ଯଶୋ ଲଭସ୍ଵ
ଜିତ୍ଵା ଶତ୍ରୂନ୍ ଭୁଙ୍କ୍ଷ୍ଵ ରାଜ୍ଯଂ ସମୃଦ୍ଧମ୍ |
ମଯୈଵୈତେ ନିହତାଃ ପୂର୍ଵମେଵ
ନିମିତ୍ତମାତ୍ରଂ ଭଵ ସଵ୍ଯସାଚିନ୍ ||୧୧-୩୩||
ଅନୁବାଦ
ତେଣୁ ହେ ଧନୁର୍ଦ୍ଧର! ଉଠ, ଯଶ ଲାଭ କର! ଶତ୍ରୁଙ୍କୁ ଜୟ କରି ସମୃଦ୍ଧଶାଳୀ ରାଜ୍ୟଶାସନ ଉପଭୋଗ କର । ଉପସ୍ଥିତ ସମସ୍ତ ଯୋଦ୍ଧା ମୋ ଦ୍ୱାରା ନିହତ ହୋଇସାରିଛନ୍ତି, ତୁମେ ମୋ କର୍ମର କେବଳ ଏକ ମାଧ୍ୟମ ହୁଅ ।
ଶ୍ଲୋକ 34
ଦ୍ରୋଣଂ ଚ ଭୀଷ୍ମଂ ଚ ଜଯଦ୍ରଥଂ ଚ
କର୍ଣଂ ତଥାନ୍ଯାନପି ଯୋଧଵୀରାନ୍ |
ମଯା ହତାଂସ୍ତ୍ଵଂ ଜହି ମା ଵ୍ଯଥିଷ୍ଠା
ଯୁଧ୍ଯସ୍ଵ ଜେତାସି ରଣେ ସପତ୍ନାନ୍ ||୧୧-୩୪||
ଅନୁବାଦ
ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, ଜୟଦ୍ରଥ, କର୍ଣ୍ଣ ଏବଂ ଅନ୍ୟ ବୀର ଯୋଦ୍ଧାଗଣ ମୋ ଦ୍ୱାରା ନିହତ ହୋଇସାରିଛନ୍ତି । ତେଣୁ କିଛି ଅନୁଶୋଚନା ନ କରି ତାଙ୍କୁ ବଧ କର । କେବଳ ଯୁଦ୍ଧ କର ଏବଂ ଯୁଦ୍ଧରେ ତୁମେ ଶତ୍ରୁ ଉପରେ ବିଜୟ ଲାଭ କରିବ ।
ଶ୍ଲୋକ 35
ସଞ୍ଜଯ ଉଵାଚ |
ଏତଚ୍ଛ୍ରୁତ୍ଵା ଵଚନଂ କେଶଵସ୍ଯ
କୃତାଞ୍ଜଲିର୍ଵେପମାନଃ କିରୀଟୀ |
ନମସ୍କୃତ୍ଵା ଭୂଯ ଏଵାହ କୃଷ୍ଣଂ
ସଗଦ୍ଗଦଂ ଭୀତଭୀତଃ ପ୍ରଣମ୍ଯ ||୧୧-୩୫||
ଅନୁବାଦ
ସଞ୍ଜୟ କହିଲେ: କେଶବଙ୍କର ଏହି ସବୁ ବାକ୍ୟ ଶୁଣି, ଅର୍ଜୁନ ଭୟଭୀତ ହୋଇ କମ୍ପିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ସମ୍ମୁଖରେ କରଯୋଡ଼ି ନତମସ୍ତକ ହେଲେ ଏବଂ ଅତ୍ୟନ୍ତ ଭୟାତୁର ହୋଇ ଅସ୍ପଷ୍ଟ ଶବ୍ଦରେ କହିଲେ ।
ଶ୍ଲୋକ 36
ଅର୍ଜୁନ ଉଵାଚ |
ସ୍ଥାନେ ହୃଷୀକେଶ ତଵ ପ୍ରକୀର୍ତ୍ଯା
ଜଗତ୍ପ୍ରହୃଷ୍ଯତ୍ଯନୁରଜ୍ଯତେ ଚ |
ରକ୍ଷାଂସି ଭୀତାନି ଦିଶୋ ଦ୍ରଵନ୍ତି
ସର୍ଵେ ନମସ୍ଯନ୍ତି ଚ ସିଦ୍ଧସଙ୍ଘାଃ ||୧୧-୩୬||
ଅନୁବାଦ
ଅର୍ଜୁନ କହିଲେ: ହେ ହୃଷିକେଶ! ଜଗତ ଆପଣଙ୍କର ଯଶଗାନ କରି ଆନନ୍ଦିତ ହେବା ସମୁଚିତ ଅଟେ । ଦାନବଗଣ ଆପଣଙ୍କ ଭୟରେ ଚତୁର୍ଦ୍ଦିଗରେ ପଳାୟନ କରନ୍ତି ଏବଂ ମହାପୁରୁଷମାନେ ଆପଣଙ୍କୁ ପ୍ରଣତି ଜଣାନ୍ତି ।
ଶ୍ଲୋକ 37
କସ୍ମାଚ୍ଚ ତେ ନ ନମେରନ୍ମହାତ୍ମନ୍
ଗରୀଯସେ ବ୍ରହ୍ମଣୋଽପ୍ଯାଦିକର୍ତ୍ରେ |
ଅନନ୍ତ ଦେଵେଶ ଜଗନ୍ନିଵାସ
ତ୍ଵମକ୍ଷରଂ ସଦସତ୍ତତ୍ପରଂ ଯତ୍ ||୧୧-୩୭||
ଅନୁବାଦ
ହେ ପରମପୁରୁଷ! ଆପଣ ଯଦି ବ୍ରହ୍ମାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି, ସେମାନେ ଆପଣଙ୍କୁ ପ୍ରଣାମ କରିବେ ନାହିଁ କାହିଁକି? ହେ ଅନନ୍ତ! ସମସ୍ତ ଦେବତାମାନଙ୍କର ପ୍ରଭୁ! ହେ ସଂସାରର ଆଶ୍ରୟ! ଆପଣ ବ୍ୟକ୍ତ ଓ ଅବ୍ୟକ୍ତର ଊର୍ଦ୍ଧ୍ୱରେ ସ୍ଥିତ ଅବିନଶ୍ୱର ସତ୍ୟ ଅଟନ୍ତି ।
ଶ୍ଲୋକ 38
ତ୍ଵମାଦିଦେଵଃ ପୁରୁଷଃ ପୁରାଣସ୍-
ତ୍ଵମସ୍ଯ ଵିଶ୍ଵସ୍ଯ ପରଂ ନିଧାନମ୍ |
ଵେତ୍ତାସି ଵେଦ୍ଯଂ ଚ ପରଂ ଚ ଧାମ
ତ୍ଵଯା ତତଂ ଵିଶ୍ଵମନନ୍ତରୂପ ||୧୧-୩୮||
ଅନୁବାଦ
ଆପଣ ଆଦି ଦେବ ଅଟନ୍ତି, ଆପଣ ମୂଳ ଦିବ୍ୟ ପୁରୁଷ ଅଟନ୍ତି, ଆପଣ ସଂସାରର ଏକ ମାତ୍ର ଆଶ୍ରୟ ସ୍ଥଳ ଅଟନ୍ତି । ଆପଣ ଜ୍ଞାତା ଏବଂ ଜ୍ଞାନର ବିଷୟ ଅଟନ୍ତି । ଆପଣ ହିଁ ପରମ ଧାମ ଅଟନ୍ତି । ହେ ଅନନ୍ତ ରୂପଧାରୀ! ଆପଣ ଜଣେ ହିଁ ଏ ସମଗ୍ର ବିଶ୍ୱରେ ବ୍ୟାପ୍ତ ରହିଛନ୍ତି ।
ଶ୍ଲୋକ 39
ଵାଯୁର୍ଯମୋଽଗ୍ନିର୍ଵରୁଣଃ ଶଶାଙ୍କଃ
ପ୍ରଜାପତିସ୍ତ୍ଵଂ ପ୍ରପିତାମହଶ୍ଚ |
ନମୋ ନମସ୍ତେଽସ୍ତୁ ସହସ୍ରକୃତ୍ଵଃ
ପୁନଶ୍ଚ ଭୂଯୋଽପି ନମୋ ନମସ୍ତେ ||୧୧-୩୯||
ଅନୁବାଦ
ଆପଣ ବାୟୁ, ଯମରାଜ, ଅଗ୍ନି, ବରୁଣ ଏବଂ ଚନ୍ଦ୍ର ଅଟନ୍ତି । ଆପଣ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ସମସ୍ତ ପ୍ରାଣୀଙ୍କ ପ୍ରପିତାମହ ଅଟନ୍ତି । ମୁଁ ଆପଣଙ୍କୁ ସହସ୍ରବାର ପ୍ରଣାମ ଜଣାଉଛି ଏବଂ ଅନେକ ଥର ପୁଣି ପ୍ରଣାମ କରୁଛି ।
ଶ୍ଲୋକ 40
ନମଃ ପୁରସ୍ତାଦଥ ପୃଷ୍ଠତସ୍ତେ
ନମୋଽସ୍ତୁ ତେ ସର୍ଵତ ଏଵ ସର୍ଵ |
ଅନନ୍ତଵୀର୍ଯାମିତଵିକ୍ରମସ୍ତ୍ଵଂ
ସର୍ଵଂ ସମାପ୍ନୋଷି ତତୋଽସି ସର୍ଵଃ ||୧୧-୪୦||
ଅନୁବାଦ
ହେ ଅନନ୍ତ ଶକ୍ତିଯୁକ୍ତ ଭଗବାନ! ଆପଣଙ୍କୁ ସମ୍ମୁଖରୁ, ପଶ୍ଚାତ୍ ଦେଶରୁ ଓ ସମସ୍ତ ଦିଗରୁ ମୋର ପ୍ରଣାମ । ଆପଣ ଅଫୁରନ୍ତ ଶୌର୍ଯ୍ୟବାନ ଏବଂ ମହା ପରାକ୍ରମୀ ଅଟନ୍ତି ଏବଂ ଆପଣ ସମସ୍ତ ସଂସାରରେ ବ୍ୟାପ୍ତ ଅଟନ୍ତି, ତେଣୁ ଆପଣ ହିଁ ସର୍ବରୂପ ଅଟନ୍ତି ।
ଶ୍ଲୋକ 41 ଏବଂ 42
ସଖେତି ମତ୍ଵା ପ୍ରସଭଂ ଯଦୁକ୍ତଂ
ହେ କୃଷ୍ଣ ହେ ଯାଦଵ ହେ ସଖେତି |
ଅଜାନତା ମହିମାନଂ ତଵେଦଂ
ମଯା ପ୍ରମାଦାତ୍ପ୍ରଣଯେନ ଵାପି ||୧୧-୪୧||
ଯଚ୍ଚାଵହାସାର୍ଥମସତ୍କୃତୋଽସି
ଵିହାରଶଯ୍ଯାସନଭୋଜନେଷୁ |
ଏକୋଽଥଵାପ୍ଯଚ୍ଯୁତ ତତ୍ସମକ୍ଷଂ
ତତ୍କ୍ଷାମଯେ ତ୍ଵାମହମପ୍ରମେଯମ୍ ||୧୧-୪୨||
ଅନୁବାଦ
ମୋର ସଖା ମନେକରି, ଆପଣଙ୍କୁ ହେ କୃଷ୍ଣ, ହେ ଯାଦବ ମୋର ପ୍ରିୟ ସଖା କହି ମୁଁ ଧୃଷ୍ଟତା ପୂର୍ବକ ସମ୍ବୋଧନ କରୁଥିଲି । ମୁଁ ଆପଣଙ୍କର ଐଶ୍ୱର୍ଯ୍ୟ ବିଷୟରେ ନ ଜାଣି ଆପଣଙ୍କୁ ଅବଜ୍ଞା ପ୍ରଦର୍ଶନ ତଥା ଅଯାଚିତ ସ୍ନେହ କରୁଥିଲି । ପରିହାସ ଛଳରେ, ଖେଳିବା, ବିଶ୍ରାମ କରିବା, ବସିବା, ଖାଇବା ଏକାନ୍ତରେ ବା ଅନ୍ୟମାନଙ୍କ ସମ୍ମୁଖରେ ମୁଁ ଆପଣଙ୍କର ଯେଉଁ ଅସମ୍ମାନ କରିଛି- ସେ ସବୁ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।
ଶ୍ଲୋକ 43
ପିତାସି ଲୋକସ୍ଯ ଚରାଚରସ୍ଯ
ତ୍ଵମସ୍ଯ ପୂଜ୍ଯଶ୍ଚ ଗୁରୁର୍ଗରୀଯାନ୍ |
ନ ତ୍ଵତ୍ସମୋଽସ୍ତ୍ଯଭ୍ଯଧିକଃ କୁତୋଽନ୍ଯୋ
ଲୋକତ୍ରଯେଽପ୍ଯପ୍ରତିମପ୍ରଭାଵ ||୧୧-୪୩||
ଅନୁବାଦ
ଆପଣ ସମ୍ପୂର୍ଣ୍ଣ ବିଶ୍ୱର ସମସ୍ତ ଚରାଚର ପ୍ରାଣୀଙ୍କର ପିତା ଅଟନ୍ତି । ଆପଣ ପରମ ପୂଜନୀୟ ଏବଂ ଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ହେ ଅତୁଳନୀୟ ଶକ୍ତିର ଅଧିକାରୀ! କେହି ଆପଣଙ୍କର ସମକକ୍ଷ ନ ଥିବା ବେଳେ, ଆପଣଙ୍କଠାରୁ ବଡ଼ କିଏ ଅବା ହୋଇପାରିବ?
ଶ୍ଲୋକ 44
ତସ୍ମାତ୍ପ୍ରଣମ୍ଯ ପ୍ରଣିଧାଯ କାଯଂ
ପ୍ରସାଦଯେ ତ୍ଵାମହମୀଶମୀଡ୍ଯମ୍ |
ପିତେଵ ପୁତ୍ରସ୍ଯ ସଖେଵ ସଖ୍ଯୁଃ
ପ୍ରିଯଃ ପ୍ରିଯାଯାର୍ହସି ଦେଵ ସୋଢୁମ୍ ||୧୧-୪୪||
ଅନୁବାଦ
ଏଣୁ ହେ ଆଦରଣୀୟ ପ୍ରଭୁ! ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇ ଏବଂ ଦଣ୍ଡବତ ପ୍ରଣାମ ଜଣାଇ, ମୁଁ କ୍ଷମା ପ୍ରାର୍ଥନା କରୁଅଛି । ପିତା ପୁତ୍ରକୁ ସହ୍ୟ କରିବା ପରି, ବନ୍ଧୁ ବନ୍ଧୁକୁ କ୍ଷମା କରିବା ପରି ଓ ପ୍ରେମୀ ପ୍ରେମାସ୍ପଦର ସବୁ ଦୋଷ ଭୁଲିଯିବା ପରି, ଆପଣ ମୋର ସମସ୍ତ ଦୋଷ କ୍ଷମା କରନ୍ତୁ ।
ଶ୍ଲୋକ 45
ଅଦୃଷ୍ଟପୂର୍ଵଂ ହୃଷିତୋଽସ୍ମି ଦୃଷ୍ଟ୍ଵା
ଭଯେନ ଚ ପ୍ରଵ୍ଯଥିତଂ ମନୋ ମେ |
ତଦେଵ ମେ ଦର୍ଶଯ ଦେଵ ରୂପଂ
ପ୍ରସୀଦ ଦେଵେଶ ଜଗନ୍ନିଵାସ ||୧୧-୪୫||
ଅନୁବାଦ
ମୁଁ ପୂର୍ବରୁ କେବେବି ଦେଖି ନ ଥିବା ଆପଣଙ୍କର ଏହି ବିଶ୍ୱରୂପକୁ ଦର୍ଶନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ତଥାପି ମନ ଭୟରେ କମ୍ପିତ ହୋଇଉଠୁଛି । ହେ ଦେବତାଙ୍କର ଈଶ୍ୱର! ହେ ସଂସାରର ଆଶ୍ରୟ! ମୋ ପ୍ରତି କୃପା କରନ୍ତୁ ଏବଂ ମୋତେ ଆପଣଙ୍କ ସରସ ରୂପର ଦର୍ଶନ କରାନ୍ତୁ ।
ଶ୍ଲୋକ 46
କିରୀଟିନଂ ଗଦିନଂ ଚକ୍ରହସ୍ତଂ
ଇଚ୍ଛାମି ତ୍ଵାଂ ଦ୍ରଷ୍ଟୁମହଂ ତଥୈଵ |
ତେନୈଵ ରୂପେଣ ଚତୁର୍ଭୁଜେନ
ସହସ୍ରବାହୋ ଭଵ ଵିଶ୍ଵମୂର୍ତେ ||୧୧-୪୬||
ଅନୁବାଦ
ହେ ସହସ୍ର ବାହୁ! ଯଦିଓ ଆପଣ ସମଗ୍ର ସୃଷ୍ଟିର ମୂର୍ତ୍ତିମାନ ସ୍ୱରୂପ ଅଟନ୍ତି, ମୁଁ ଆପଣଙ୍କୁ ହସ୍ତରେ ଗଦା, ଚକ୍ର ସହ ମସ୍ତକରେ ମୁକୁଟ ଧାରଣ କରି ଚତୁର୍ଭୁଜ ରୂପରେ ଦର୍ଶନ କରିବାକୁ ଇଚ୍ଛା କରୁଛି ।
ଶ୍ଲୋକ 47
ଶ୍ରୀଭଗଵାନୁଵାଚ |
ମଯା ପ୍ରସନ୍ନେନ ତଵାର୍ଜୁନେଦଂ
ରୂପଂ ପରଂ ଦର୍ଶିତମାତ୍ମଯୋଗାତ୍ |
ତେଜୋମଯଂ ଵିଶ୍ଵମନନ୍ତମାଦ୍ଯଂ
ଯନ୍ମେ ତ୍ଵଦନ୍ଯେନ ନ ଦୃଷ୍ଟପୂର୍ଵମ୍ ||୧୧-୪୭||
ଅନୁବାଦ
ଭଗବାନ କହିଲେ: ତୁମ ପ୍ରତି ସନ୍ତୁଷ୍ଟ ହୋଇ, ମୋର ଯୋଗମାୟା ଶକ୍ତି ବଳରେ, ତୁମକୁ ମୋର ଅତ୍ୟୁଜ୍ଜଳ, ଅନନ୍ତ ଏବଂ ଅନାଦି ବିଶ୍ୱରୂପ ଦର୍ଶନ କରାଇଲି । ଏହି ରୂପକୁ ପୂର୍ବରୁ କେହି କେବେ ଦେଖିନାହାନ୍ତି ।
ଶ୍ଲୋକ 48
ନ ଵେଦଯଜ୍ଞାଧ୍ଯଯନୈର୍ନ ଦାନୈର୍-
ନ ଚ କ୍ରିଯାଭିର୍ନ ତପୋଭିରୁଗ୍ରୈଃ |
ଏଵଂରୂପଃ ଶକ୍ଯ ଅହଂ ନୃଲୋକେ
ଦ୍ରଷ୍ଟୁଂ ତ୍ଵଦନ୍ଯେନ କୁରୁପ୍ରଵୀର ||୧୧-୪୮||
ଅନୁବାଦ
ହେ କୁରୁ ପ୍ରବୀର! ତୁମେ ଯାହା ଦର୍ଶନ କଲ, ତାହା କୌଣସି ମର ଶରୀରଧାରୀ ବ୍ୟକ୍ତି, ବେଦ ଅଧ୍ୟୟନ ଦ୍ୱାରା, ଯଜ୍ଞ ଅନୁଷ୍ଠାନ ଦ୍ୱାରା, ଦାନ ଧର୍ମ ଦ୍ୱାରା କିମ୍ବା କଠୋର ସଂଯମ ଆଚରଣ ଦ୍ୱାରା, କେବେହେଲେ ଦର୍ଶନ କରିପାରି ନାହାଁନ୍ତି ।
ଶ୍ଲୋକ 49
ମା ତେ ଵ୍ଯଥା ମା ଚ ଵିମୂଢଭାଵୋ
ଦୃଷ୍ଟ୍ଵା ରୂପଂ ଘୋରମୀଦୃଙ୍ମମେଦମ୍ |
ଵ୍ଯପେତଭୀଃ ପ୍ରୀତମନାଃ ପୁନସ୍ତ୍ଵଂ
ତଦେଵ ମେ ରୂପମିଦଂ ପ୍ରପଶ୍ଯ ||୧୧-୪୯||
ଅନୁବାଦ
ମୋର ଏହି ଭୟଙ୍କର ରୂପ ଦେଖି ଭୟଭୀତ ହୁଅ ନାହିଁ କିମ୍ବା ବିଚଳିତ ହୁଅନାହିଁ । ନିର୍ଭୟ ହୋଇ ପ୍ରସନ୍ନ ଚିତ୍ତରେ, ପୁଣିଥରେ ମୋର ସାକାର ରୂପ ଦର୍ଶନ କର ।
ଶ୍ଲୋକ 50
ସଞ୍ଜଯ ଉଵାଚ |
ଇତ୍ଯର୍ଜୁନଂ ଵାସୁଦେଵସ୍ତଥୋକ୍ତ୍ଵା
ସ୍ଵକଂ ରୂପଂ ଦର୍ଶଯାମାସ ଭୂଯଃ |
ଆଶ୍ଵାସଯାମାସ ଚ ଭୀତମେନଂ
ଭୂତ୍ଵା ପୁନଃ ସୌମ୍ଯଵପୁର୍ମହାତ୍ମା ||୧୧-୫୦||
ଅନୁବାଦ
ସଞ୍ଜୟ କହିଲେ: ଏହିପରି କହିବା ପରେ, କୃପାମୟ ବସୁଦେବ ପୁତ୍ର, ତାଙ୍କର ଚତୁର୍ଭୁଜ ମୂର୍ତ୍ତି ପ୍ରଦର୍ଶିତ କଲେ । ପୁନଶ୍ଚ, ସେ ସରସ ରୂପ (ଦୁଇଭୁଜ ବିଶିଷ୍ଟ) ଧାରଣ କରି, ଭୟାତୁର ଅର୍ଜୁନଙ୍କୁ ଆଶ୍ୱାସନା ଦେଲେ ।
ଶ୍ଲୋକ 51
ଅର୍ଜୁନ ଉଵାଚ |
ଦୃଷ୍ଟ୍ଵେଦଂ ମାନୁଷଂ ରୂପଂ ତଵ ସୌମ୍ଯଂ ଜନାର୍ଦନ |
ଇଦାନୀମସ୍ମି ସଂଵୃତ୍ତଃ ସଚେତାଃ ପ୍ରକୃତିଂ ଗତଃ ||୧୧-୫୧||
ଅନୁବାଦ
ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ! ଆପଣଙ୍କର ମଧୁର ମନୁଷ୍ୟ ରୂପ (ଦୁଇ ହସ୍ତଯୁକ୍ତ) ଦେଖି, ମୁଁ ମୋର ମାନସିକ ଶାନ୍ତି ଫେରି ପାଇଛି ଏବଂ ମୋ ମନ ସାଧାରଣ ସ୍ଥିତିକୁ ଆସିଯାଇଛି ।
ଶ୍ଲୋକ 52
ଶ୍ରୀଭଗଵାନୁଵାଚ |
ସୁଦୁର୍ଦର୍ଶମିଦଂ ରୂପଂ ଦୃଷ୍ଟଵାନସି ଯନ୍ମମ |
ଦେଵା ଅପ୍ଯସ୍ଯ ରୂପସ୍ଯ ନିତ୍ଯଂ ଦର୍ଶନକାଙ୍କ୍ଷିଣଃ ||୧୧-୫୨||
ଅନୁବାଦ
ଶ୍ରୀ ଭଗବାନ କହିଲେ: ତୁମେ ଦେଖୁଥିବା ମୋର ଏହି ରୂପକୁ ଦର୍ଶନ କରିବା ଅତ୍ୟନ୍ତ ଦୁର୍ଲଭ ଅଟେ । ସ୍ୱର୍ଗର ଦେବତାମାନେ ମଧ୍ୟ ଏହାକୁ ଦର୍ଶନ କରିବାକୁ ବ୍ୟାକୁଳ ଥାନ୍ତି । ବେଦ ଅଧ୍ୟୟନ ଦ୍ୱାରା ଅଥବା କଠୋର ସାଧନା ଦ୍ୱାରା ନୁହେଁ, ଦାନ କିମ୍ବା ଯଜ୍ଞ ଦ୍ୱାରା ମଧ୍ୟ ନୁହେଁ, ଏ ସବୁ ସାଧନ ଦ୍ୱାରା, ତୁମେ ଯେପରି ମୋତେ ଦେଖୁଛ, ସେପରି କେହି ମଧ୍ୟ ଦେଖିପାରିବେ ନାହିଁ ।
ଶ୍ଲୋକ 53
ନାହଂ ଵେଦୈର୍ନ ତପସା ନ ଦାନେନ ନ ଚେଜ୍ଯଯା |
ଶକ୍ଯ ଏଵଂଵିଧୋ ଦ୍ରଷ୍ଟୁଂ ଦୃଷ୍ଟଵାନସି ମାଂ ଯଥା ||୧୧-୫୩||
ଅନୁବାଦ
ଶ୍ରୀ ଭଗବାନ କହିଲେ: ତୁମେ ଦେଖୁଥିବା ମୋର ଏହି ରୂପକୁ ଦର୍ଶନ କରିବା ଅତ୍ୟନ୍ତ ଦୁର୍ଲଭ ଅଟେ । ସ୍ୱର୍ଗର ଦେବତାମାନେ ମଧ୍ୟ ଏହାକୁ ଦର୍ଶନ କରିବାକୁ ବ୍ୟାକୁଳ ଥାନ୍ତି । ବେଦ ଅଧ୍ୟୟନ ଦ୍ୱାରା ଅଥବା କଠୋର ସାଧନା ଦ୍ୱାରା ନୁହେଁ, ଦାନ କିମ୍ବା ଯଜ୍ଞ ଦ୍ୱାରା ମଧ୍ୟ ନୁହେଁ, ଏ ସବୁ ସାଧନ ଦ୍ୱାରା, ତୁମେ ଯେପରି ମୋତେ ଦେଖୁଛ, ସେପରି କେହି ମଧ୍ୟ ଦେଖିପାରିବେ ନାହିଁ ।
ଶ୍ଲୋକ 54
ଭକ୍ତ୍ଯା ତ୍ଵନନ୍ଯଯା ଶକ୍ଯ ଅହମେଵଂଵିଧୋଽର୍ଜୁନ |
ଜ୍ଞାତୁଂ ଦ୍ରଷ୍ଟୁଂ ଚ ତତ୍ତ୍ଵେନ ପ୍ରଵେଷ୍ଟୁଂ ଚ ପରନ୍ତପ ||୧୧-୫୪||
ଅନୁବାଦ
ହେ ଅର୍ଜୁନ! କେବଳ ବିଶୁଦ୍ଧ ଭକ୍ତି ଦ୍ୱାରା ହିଁ ମୁଁ ତୁମ ସମ୍ମୁଖରେ ଯେପରି ଠିଆ ହୋଇଛି, ସେପରି ଦୃଶ୍ୟ ହେବି । ହେ ଶତୃହନ୍ତା! ମୋର ଦିବ୍ୟ ଦୃଷ୍ଟି ପ୍ରାପ୍ତ କରି, ଜଣେ ବାସ୍ତବରେ ମୋ ଭିତରେ ପ୍ରବେଶ କରିପାରିବ ।
ଶ୍ଲୋକ 55
ମତ୍କର୍ମକୃନ୍ମତ୍ପରମୋ ମଦ୍ଭକ୍ତଃ ସଙ୍ଗଵର୍ଜିତଃ |
ନିର୍ଵୈରଃ ସର୍ଵଭୂତେଷୁ ଯଃ ସ ମାମେତି ପାଣ୍ଡଵ ||୧୧-୫୫||
ଅନୁବାଦ
ଯେଉଁମାନେ ତାଙ୍କର କର୍ମ କେବଳ ମୋ ନିମିତ୍ତ କରନ୍ତି, ଯେଉଁମାନେ ମୋ ଉପରେ ନିର୍ଭର କରନ୍ତି ଏବଂ ମୋର ଭକ୍ତି କରନ୍ତି, ଯେଉଁମାନେ ଆସକ୍ତିରୁ ମୁକ୍ତ ଥାଆନ୍ତି ଏବଂ କୌଣସି ଜୀବଙ୍କ ପ୍ରତି ଦ୍ୱେଷ କରନ୍ତି ନାହିଁ, ଏପରି ଭକ୍ତମାନେ ନିଶ୍ଚିତ ଭାବେ ମୋ ପାଖକୁ ଆସନ୍ତି ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।