ଅଧ୍ୟାୟ 2

ସାଂଖ୍ଯଯୋଗ

ଅଥ ଦ୍ଵିତୀଯୋଽଧ୍ଯାଯଃ

72 ବିଭାଗ
ସାଂଖ୍ଯଯୋଗ

ଶ୍ଲୋକ 1

ସଞ୍ଜଯ ଉଵାଚ |

ତଂ ତଥା କୃପଯାଵିଷ୍ଟମଶ୍ରୁପୂର୍ଣାକୁଲେକ୍ଷଣମ୍ |

ଵିଷୀଦନ୍ତମିଦଂ ଵାକ୍ଯମୁଵାଚ ମଧୁସୂଦନଃ ||୨-୧||

ସଂଜଯ ଉଵାଚ

ଅନୁବାଦ

ସଞ୍ଜୟ କହିଲେ: ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ ।

ସାଂଖ୍ଯଯୋଗ

ଶ୍ଲୋକ 2

ଶ୍ରୀଭଗଵାନୁଵାଚ |

କୁତସ୍ତ୍ଵା କଶ୍ମଲମିଦଂ ଵିଷମେ ସମୁପସ୍ଥିତମ୍ |

ଅନାର୍ଯଜୁଷ୍ଟମସ୍ଵର୍ଗ୍ଯମକୀର୍ତିକରମର୍ଜୁନ ||୨-୨||

ଶ୍ରୀଭଗଵାନୁଵାଚ

ଅନୁବାଦ

ଭଗବାନ କହିଲେ: ପ୍ରିୟ ଅର୍ଜୁନ! ଏହି ବିପଦପୂର୍ଣ୍ଣ ସମୟରେ ଏପରି ଦ୍ୱନ୍ଦ୍ୱ ତୁମଠାରେ ଉତ୍ପନ୍ନ ହେଲା କିପରି? ଏହା ଏକ ଯଶସ୍ୱୀ ପୁରୁଷକୁ ଶୋଭା ଦିଏନାହିଁ । ଏହା ଉଚ୍ଚଲୋକକୁ ନ ନେଇ ଅପଯଶ ପ୍ରଦାନ କରିଥାଏ ।

ସାଂଖ୍ଯଯୋଗ

ଶ୍ଲୋକ 3

କ୍ଲୈବ୍ଯଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ଵଯ୍ଯୁପପଦ୍ଯତେ |

କ୍ଷୁଦ୍ରଂ ହୃଦଯଦୌର୍ବଲ୍ଯଂ ତ୍ଯକ୍ତ୍ଵୋତ୍ତିଷ୍ଠ ପରନ୍ତପ ||୨-୩||

ଅନୁବାଦ

ହେ ପାର୍ଥ! ଏପରି କାପୁରୁଷତା ତୁମ ପକ୍ଷରେ ଶୋଭନୀୟ ନୁହେଁ । ହେ ଶତ୍ରୁଦମନକାରୀ! ହୃଦୟର ଏହି ସଂକୀର୍ଣ୍ଣ ଦୁର୍ବଳତାକୁ ତ୍ୟାଗ କର ଏବଂ ଉଠ ।

ସାଂଖ୍ଯଯୋଗ

ଶ୍ଲୋକ 4

ଅର୍ଜୁନ ଉଵାଚ |

କଥଂ ଭୀଷ୍ମମହଂ ସଙ୍ଖ୍ଯେ ଦ୍ରୋଣଂ ଚ ମଧୁସୂଦନ |

ଇଷୁଭିଃ ପ୍ରତିଯୋତ୍ସ୍ଯାମି ପୂଜାର୍ହାଵରିସୂଦନ ||୨-୪||

ଅର୍ଜୁନ ଉଵାଚ

ଅନୁବାଦ

ଅର୍ଜୁନ କହିଲେ: ହେ ମଧୁସୂଦନ, ହେ ଶତ୍ରୁ ବିନାଶକାରୀ! ଭୀଷ୍ମ ଏବଂ ଦ୍ରୋଣ ଯେଉଁମାନେ କି ମୋର ନମସ୍ୟ ଅଟନ୍ତି, ଯୁଦ୍ଧରେ ମୁଁ ସେମାନଙ୍କ ପ୍ରତି ତୀର ନିକ୍ଷେପ କିପରି କରିବି?

ସାଂଖ୍ଯଯୋଗ

ଶ୍ଲୋକ 5

ଗୁରୂନହତ୍ଵା ହି ମହାନୁଭାଵାନ୍

ଶ୍ରେଯୋ ଭୋକ୍ତୁଂ ଭୈକ୍ଷ୍ଯମପୀହ ଲୋକେ |

ହତ୍ଵାର୍ଥକାମାଂସ୍ତୁ ଗୁରୂନିହୈଵ

ଭୁଞ୍ଜୀଯ ଭୋଗାନ୍ ରୁଧିରପ୍ରଦିଗ୍ଧାନ୍ ||୨-୫||

ଅନୁବାଦ

ଏହି ମହାନ୍ ବୟୋବୃଦ୍ଧ, ଯେଉଁମାନେ ମୋର ଗୁରୁ ଅଟନ୍ତି, ସେମାନଙ୍କୁ ହତ୍ୟାକରି ଜୀବନ ଉପଭୋଗ କରିବା ଅପେକ୍ଷା ସଂସାରରେ ଭିକ୍ଷା ମାଗି ଜୀବନ ନିର୍ବାହ କରିବା ଶ୍ରେୟସ୍କର ଅଟେ । ସେମାନଙ୍କୁ ହତ୍ୟା କରି ଯେଉଁ ସମ୍ପଦ ଓ ସୁଖ ଆମେ ଉପଭୋଗ କରିବୁ, ତାହା ରକ୍ତ ରଞ୍ଜିତ ହୋଇଥିବ ।

ସାଂଖ୍ଯଯୋଗ

ଶ୍ଲୋକ 6

ନ ଚୈତଦ୍ଵିଦ୍ମଃ କତରନ୍ନୋ ଗରୀଯୋ

ଯଦ୍ଵା ଜଯେମ ଯଦି ଵା ନୋ ଜଯେଯୁଃ |

ଯାନେଵ ହତ୍ଵା ନ ଜିଜୀଵିଷାମସ୍-

ତେଽଵସ୍ଥିତାଃ ପ୍ରମୁଖେ ଧାର୍ତରାଷ୍ଟ୍ରାଃ ||୨-୬||

ଅନୁବାଦ

ଆମ୍ଭେମାନେ ଏହା ମଧ୍ୟ ଜାଣିପାରୁନାହୁଁ ଯେ ଯୁଦ୍ଧର କେଉଁ ପରିଣତି ଆମ ପାଇଁ ଭଲ- ସେମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବା ବା ସେମାନଙ୍କଠାରୁ ପରାସ୍ତ ହେବା । ସେମାନଙ୍କୁ ହତ୍ୟା କଲା ପରେ ମଧ୍ୟ ଆମେ ବଞ୍ôଚବାକୁ ଇଚ୍ଛା କରିବୁ ନାହିଁ । ତଥାପି ସେମାନେ ଧୃତରାଷ୍ଟ୍ରଙ୍କ ପକ୍ଷରେ ଅଛନ୍ତି ଏବଂ ଯୁଦ୍ଧ କ୍ଷେତ୍ରରେ ଆମମାନଙ୍କ ବିରୁଦ୍ଧରେ ଦଣ୍ଡାୟମାନ ହୋଇଛନ୍ତି ।

ସାଂଖ୍ଯଯୋଗ

ଶ୍ଲୋକ 7

କାର୍ପଣ୍ଯଦୋଷୋପହତସ୍ଵଭାଵଃ

ପୃଚ୍ଛାମି ତ୍ଵାଂ ଧର୍ମସମ୍ମୂଢଚେତାଃ |

ଯଚ୍ଛ୍ରେଯଃ ସ୍ଯାନ୍ନିଶ୍ଚିତଂ ବ୍ରୂହି ତନ୍ମେ

ଶିଷ୍ଯସ୍ତେଽହଂ ଶାଧି ମାଂ ତ୍ଵାଂ ପ୍ରପନ୍ନମ୍ ||୨-୭||

ଅନୁବାଦ

ମୁଁ ମୋର କର୍ତ୍ତବ୍ୟ ବିଷୟରେ ସନ୍ଦିଗ୍ଧ ହୋଇପଡୁଛି ଏବଂ ଉଦ୍ବେଗ ଓ ଦୁର୍ବଳତାରେ ଗ୍ରସ୍ତ ହୋଇ ଯାଇଛି । ମୁଁ ଆପଣଙ୍କର ଶିଷ୍ୟ ଏବଂ ଆପଣଙ୍କର ଶରଣାଗତ ଅଟେ । ଦୟାକରି ମୋ ପାଇଁ ଯାହା ଉପଯୁକ୍ତ, ତା’ର ଦିଗ୍ଦର୍ଶନ କରନ୍ତୁ ।

ସାଂଖ୍ଯଯୋଗ

ଶ୍ଲୋକ 8

ନ ହି ପ୍ରପଶ୍ଯାମି ମମାପନୁଦ୍ଯାଦ୍

ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିଯାଣାମ୍ |

ଅଵାପ୍ଯ ଭୂମାଵସପତ୍ନମୃଦ୍ଧଂ

ରାଜ୍ଯଂ ସୁରାଣାମପି ଚାଧିପତ୍ଯମ୍ ||୨-୮||

ଅନୁବାଦ

ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଏହି ଶୋକକୁ ଦୂର କରିବାର କୌଣସି ଉପାୟ ମୁଁ ଖୋଜିପାଉ ନାହିଁ । ପୃଥିବୀର ଏକ ସମୃଦ୍ଧିଶାଳୀ ଓ ଶତ୍ରୁହୀନ ରାଜ୍ୟ ଜୟ କରି ଅଥବା ସ୍ୱର୍ଗର ଦେବତାମାନଙ୍କ ପରି ପୂର୍ଣ୍ଣ ଆଧିପତ୍ୟ ପ୍ରାପ୍ତ କରି ମଧ୍ୟ ମୁଁ ଏହି ଦୁଃଖକୁ ଦୂର କରିପାରିବି ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 9

ସଞ୍ଜଯ ଉଵାଚ |

ଏଵମୁକ୍ତ୍ଵା ହୃଷୀକେଶଂ ଗୁଡାକେଶଃ ପରନ୍ତପ |

ନ ଯୋତ୍ସ୍ଯ ଇତି ଗୋଵିନ୍ଦମୁକ୍ତ୍ଵା ତୂଷ୍ଣୀଂ ବଭୂଵ ହ ||୨-୯||

ସଂଜଯ ଉଵାଚ

ଅନୁବାଦ

ସଞ୍ଜୟ କହିଲେ: ଶତ୍ରୁଦମନକାରୀ ଏବଂ ନିଦ୍ରାଜୟୀ ଅର୍ଜୁନ, ହୃଷୀକେଶ ଶ୍ରୀକୃଷ୍ଣଙ୍କୁ କହିଲେ: “ହେ ଗୋବିନ୍ଦ! ମୁଁ ଯୁଦ୍ଧ କରିବି ନାହିଁ ଏବଂ ତା’ପରେ ସେ ନୀରବ ହୋଇଗଲେ ।”

ସାଂଖ୍ଯଯୋଗ

ଶ୍ଲୋକ 10

ତମୁଵାଚ ହୃଷୀକେଶଃ ପ୍ରହସନ୍ନିଵ ଭାରତ |

ସେନଯୋରୁଭଯୋର୍ମଧ୍ଯେ ଵିଷୀଦନ୍ତମିଦଂ ଵଚଃ ||୨-୧୦||

ଅନୁବାଦ

ତତ୍ପଶ୍ଚାତ୍, ହେ ଧୃତରାଷ୍ଟ୍ର! ଦୁଇ ସୈନ୍ୟ ବାହିନୀଙ୍କ ମଧ୍ୟରେ ରହି, ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ସ୍ମିତହାସ୍ୟଯୁକ୍ତ ହୋଇ ଏହିପରି କହିଲେ ।

ସାଂଖ୍ଯଯୋଗ

ଶ୍ଲୋକ 11

ଶ୍ରୀଭଗଵାନୁଵାଚ |

ଅଶୋଚ୍ଯାନନ୍ଵଶୋଚସ୍ତ୍ଵଂ ପ୍ରଜ୍ଞାଵାଦାଂଶ୍ଚ ଭାଷସେ |

ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ ||୨-୧୧||

ଶ୍ରୀଭଗଵାନୁଵାଚ

ଅନୁବାଦ

ଭଗବାନ କହିଲେ: ଯଦିଓ ତୁମେ ବିଜ୍ଞତା ପୂର୍ଣ୍ଣ କଥା କହୁଛ, ତଥାପି ତୁମେ ସେମାନଙ୍କ ପ୍ରତି ଶୋକ ପ୍ରକାଶ କରୁଛ ଯେଉଁମାନେ ଶୋକର ଯୋଗ୍ୟ ନୁହନ୍ତି । ବିଜ୍ଞ ବ୍ୟକ୍ତିମାନେ ଜୀବିତ ବା ମୃତ କାହା ପ୍ରତି ବି ଶୋକ କରନ୍ତି ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 12

ନ ତ୍ଵେଵାହଂ ଜାତୁ ନାସଂ ନ ତ୍ଵଂ ନେମେ ଜନାଧିପାଃ |

ନ ଚୈଵ ନ ଭଵିଷ୍ଯାମଃ ସର୍ଵେ ଵଯମତଃ ପରମ୍ ||୨-୧୨||

ଅନୁବାଦ

ଏମିତି କୌଣସି ସମୟ ନ ଥିଲା ଯେତେବେଳେ ମୁଁ ନ ଥିଲି, ତୁମେ ନ ଥିଲ, ବା ଏହି ରାଜାମାନେ ନ ଥିଲେ; ଭବିଷ୍ୟତରେ ମଧ୍ୟ ଏପରି ସମୟ କେବେ ବି ଆସିବ ନାହିଁ ଯେତେବେଳେ ଆମେ କେହି ନ ଥିବା ।

ସାଂଖ୍ଯଯୋଗ

ଶ୍ଲୋକ 13

ଦେହିନୋଽସ୍ମିନ୍ଯଥା ଦେହେ କୌମାରଂ ଯୌଵନଂ ଜରା |

ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ଯତି ||୨-୧୩||

ଅନୁବାଦ

ଯେପରି ଜୀବାତ୍ମା ଏହି ଶରୀରରେ ଶୈଶବ, ଯୌବନ ଓ ବୃଦ୍ଧାବସ୍ଥା ଦେଇ ଗତି କରେ, ସେହିପରି ମୃତ୍ୟୁ ପରେ ଜୀବାତ୍ମା ଅନ୍ୟ ଏକ ଶରୀରକୁ ଚାଲିଯାଇଥାଏ । ବିଜ୍ଞ ବ୍ୟକ୍ତିମାନେ ଏଥିରେ ମୁହ୍ୟମାନ ହୁଅନ୍ତି ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 14

ମାତ୍ରାସ୍ପର୍ଶାସ୍ତୁ କୌନ୍ତେଯ ଶୀତୋଷ୍ଣସୁଖଦୁଃଖଦାଃ |

ଆଗମାପାଯିନୋଽନିତ୍ଯାସ୍ତାଂସ୍ତିତିକ୍ଷସ୍ଵ ଭାରତ ||୨-୧୪||

ଅନୁବାଦ

ହେ କୁନ୍ତିପୁତ୍ର! ଇନ୍ଦ୍ରିୟମାନେ ଇନ୍ଦ୍ରିୟବିଷୟ ସଂସ୍ପର୍ଶରେ ଆସି ସାମୟିକ ଭାବରେ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । ଏହିସବୁ ଅନୁଭୂତି ଅସ୍ଥାୟୀ ଅଟେ ଏବଂ ତାହା ଶୀତ ଓ ଗ୍ରୀଷ୍ମ ଋତୁ ପରି ଆସିଥାଏ ଓ ଯାଇଥାଏ । ହେ ଭରତ ବଂଶଜ! ସେଥିରେ ବିଚଳିତ ନ ହୋଇ ସେମାନଙ୍କୁ ସହ୍ୟ କରିବାକୁ ଅଭ୍ୟାସ କରିବା ଉଚିତ୍ ।

ସାଂଖ୍ଯଯୋଗ

ଶ୍ଲୋକ 15

ଯଂ ହି ନ ଵ୍ଯଥଯନ୍ତ୍ଯେତେ ପୁରୁଷଂ ପୁରୁଷର୍ଷଭ |

ସମଦୁଃଖସୁଖଂ ଧୀରଂ ସୋଽମୃତତ୍ଵାଯ କଲ୍ପତେ ||୨-୧୫||

ଅନୁବାଦ

ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ଯେଉଁ ବ୍ୟକ୍ତି ସୁଖ ଓ ଦୁଃଖ ଦ୍ୱାରା ପ୍ରଭାବିତ ହୁଏ ନାହିଁ ଏବଂ ଉଭୟ ସ୍ଥିତିରେ ଅବିଚଳିତ ରହେ, ସେ ମୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ ।

ସାଂଖ୍ଯଯୋଗ

ଶ୍ଲୋକ 16

ନାସତୋ ଵିଦ୍ଯତେ ଭାଵୋ ନାଭାଵୋ ଵିଦ୍ଯତେ ସତଃ |

ଉଭଯୋରପି ଦୃଷ୍ଟୋଽନ୍ତସ୍ତ୍ଵନଯୋସ୍ତତ୍ତ୍ଵଦର୍ଶିଭିଃ ||୨-୧୬||

ଅନୁବାଦ

ଅସତ୍ର ସ୍ଥାୟୀତ୍ୱ ନାହିଁ ଏବଂ ସତ୍ର ଅନ୍ତ ନାହିଁ । ଉଭୟର ସ୍ୱରୂପ ଅଧ୍ୟୟନ କରି ତତ୍ତ୍ୱଦର୍ଶୀମାନେ ଏହା ନିର୍ଣ୍ଣୟ କରିଥାଆନ୍ତି ।

ସାଂଖ୍ଯଯୋଗ

ଶ୍ଲୋକ 17

ଅଵିନାଶି ତୁ ତଦ୍ଵିଦ୍ଧି ଯେନ ସର୍ଵମିଦଂ ତତମ୍ |

ଵିନାଶମଵ୍ଯଯସ୍ଯାସ୍ଯ ନ କଶ୍ଚିତ୍କର୍ତୁମର୍ହତି ||୨-୧୭||

ଅନୁବାଦ

ଏକଥା ଜାଣ ଯେ ଯାହା ସମଗ୍ର ଶରୀରରେ ବ୍ୟାପ୍ତ ଅଟେ, ତାହା ଅବିନାଶୀ ଅଟେ । ସେହି ଅକ୍ଷୟ ଆତ୍ମାକୁ କେହି ନଷ୍ଟ କରିପାରିବେ ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 18

ଅନ୍ତଵନ୍ତ ଇମେ ଦେହା ନିତ୍ଯସ୍ଯୋକ୍ତାଃ ଶରୀରିଣଃ |

ଅନାଶିନୋଽପ୍ରମେଯସ୍ଯ ତସ୍ମାଦ୍ଯୁଧ୍ଯସ୍ଵ ଭାରତ ||୨-୧୮||

ଅନୁବାଦ

କେବଳ ଭୌତିକ ଶରୀର ବିନାଶଶୀଳ ଅଟେ; ଏହା ମଧ୍ୟରେ ସ୍ଥିତ ଆତ୍ମା ଅବିନାଶୀ, ଅମାପ ଏବଂ ସନାତନ ଅଟେ । ତେଣୁ ହେ ଭରତ ବଂଶଜ ଯୁଦ୍ଧକର ।

ସାଂଖ୍ଯଯୋଗ

ଶ୍ଲୋକ 19

ଯ ଏନଂ ଵେତ୍ତି ହନ୍ତାରଂ ଯଶ୍ଚୈନଂ ମନ୍ଯତେ ହତମ୍ |

ଉଭୌ ତୌ ନ ଵିଜାନୀତୋ ନାଯଂ ହନ୍ତି ନ ହନ୍ଯତେ ||୨-୧୯||

ଅନୁବାଦ

ଯେଉଁ ବ୍ୟକ୍ତି ଏପରି ଭାବନ୍ତି ଯେ ଆତ୍ମା କାହାର ହତ୍ୟା କରିପାରେ ଏବଂ ଯିଏ ଏପରି ଭାବନ୍ତି ଆତ୍ମାକୁ ହତ୍ୟା କରାଯାଇ ପାରେ, ଉଭୟ ବ୍ୟକ୍ତି ଅଜ୍ଞାନୀ ଅଟନ୍ତି ।

ସାଂଖ୍ଯଯୋଗ

ଶ୍ଲୋକ 20

ନ ଜାଯତେ ମ୍ରିଯତେ ଵା କଦାଚିନ୍

ନାଯଂ ଭୂତ୍ଵା ଭଵିତା ଵା ନ ଭୂଯଃ |

ଅଜୋ ନିତ୍ଯଃ ଶାଶ୍ଵତୋଽଯଂ ପୁରାଣୋ

ନ ହନ୍ଯତେ ହନ୍ଯମାନେ ଶରୀରେ ||୨-୨୦||

ଅନୁବାଦ

ଆତ୍ମାର ଜନ୍ମ ନାହିଁ ବା ତା’ର ମୃତ୍ୟୁ ନାହିଁ । ଏମିତି ସମୟ ନଥିଲା ଯେତେବେଳେ ଏହାର ଅସ୍ତିତ୍ୱ ନଥିଲା ବା ଏମିତି ସମୟ ନାହିଁ ଯେତେବେଳେ ଏହାର ଅସ୍ତିତ୍ୱ ରହିବ ନାହିଁ । ଆତ୍ମାର ଜନ୍ମ ନାହିଁ; ଏହା ଚିରନ୍ତନ, ଅମର ଏବଂ ଶାଶ୍ୱତ ଅଟେ । ଶରୀର ନଷ୍ଟ ହେବା ସହିତ ଏହା ନଷ୍ଟ ହୁଏ ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 21

ଵେଦାଵିନାଶିନଂ ନିତ୍ଯଂ ଯ ଏନମଜମଵ୍ଯଯମ୍ |

କଥଂ ସ ପୁରୁଷଃ ପାର୍ଥ କଂ ଘାତଯତି ହନ୍ତି କମ୍ ||୨-୨୧||

ଅନୁବାଦ

ହେ ପାର୍ଥ! ଆତ୍ମା ଅକ୍ଷୟ, ନିତ୍ୟ, ଅଜନ୍ମା ଏବଂ ଅପରିବର୍ତ୍ତନଶୀଳ ଅଟେ, ଯିଏ ଏହା ଜାଣନ୍ତି, ସେ କିପରି ଅନ୍ୟ କାହାକୁ ହତ୍ୟା କରିବେ ବା ଅନ୍ୟ ଦ୍ୱାରା ଆହତ ହେବେ?

ସାଂଖ୍ଯଯୋଗ

ଶ୍ଲୋକ 22

ଵାସାଂସି ଜୀର୍ଣାନି ଯଥା ଵିହାଯ

ନଵାନି ଗୃହ୍ଣାତି ନରୋଽପରାଣି |

ତଥା ଶରୀରାଣି ଵିହାଯ ଜୀର୍ଣା-

ନ୍ଯନ୍ଯାନି ସଂଯାତି ନଵାନି ଦେହୀ ||୨-୨୨||

ଅନୁବାଦ

ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରିଥାଆନ୍ତି, ସେହିପରି ମୃତ୍ୟୁ ସମୟରେ ଆତ୍ମା ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ଏକ ନୂତନ ଶରୀର ଧାରଣ କରେ ।

ସାଂଖ୍ଯଯୋଗ

ଶ୍ଲୋକ 23

ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାଵକଃ |

ନ ଚୈନଂ କ୍ଲେଦଯନ୍ତ୍ଯାପୋ ନ ଶୋଷଯତି ମାରୁତଃ ||୨-୨୩||

ଅନୁବାଦ

ଆତ୍ମାକୁ ଅସ୍ତ୍ର ଖଣ୍ଡ ବିଖଣ୍ଡିତ କରି ପାରିବ ନାହିଁ, ଅଗ୍ନି ଜଳାଇ ପାରିବ ନାହିଁ । ଜଳ ଏହାକୁ ଓଦା କରି ପାରିବ ନାହିଁ ବା ବାୟୁ ଏହାକୁ ଶୁଖାଇ ପାରିବ ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 24

ଅଚ୍ଛେଦ୍ଯୋଽଯମଦାହ୍ଯୋଽଯମକ୍ଲେଦ୍ଯୋଽଶୋଷ୍ଯ ଏଵ ଚ |

ନିତ୍ଯଃ ସର୍ଵଗତଃ ସ୍ଥାଣୁରଚଲୋଽଯଂ ସନାତନଃ ||୨-୨୪||

ଅନୁବାଦ

ଆତ୍ମାକୁ ଖଣ୍ଡିତ କରିହୁଏ ନାହିଁ ବା ଜାଳିହୁଏ ନାହିଁ । ଏହାକୁ ଆର୍ଦ୍ର କରିହେବ ନାହିଁ କିମ୍ବା ଶୁଷ୍କ କରିହେବ ନାହିଁ । ଏହା ସନାତନ, ସର୍ବବ୍ୟାପକ, ଅପରିବର୍ତ୍ତନୀୟ, ଅଚଳ ଏବଂ ନିତ୍ୟ ଅଟେ ।

ସାଂଖ୍ଯଯୋଗ

ଶ୍ଲୋକ 25

ଅଵ୍ଯକ୍ତୋଽଯମଚିନ୍ତ୍ଯୋଽଯମଵିକାର୍ଯୋଽଯମୁଚ୍ଯତେ |

ତସ୍ମାଦେଵଂ ଵିଦିତ୍ଵୈନଂ ନାନୁଶୋଚିତୁମର୍ହସି ||୨-୨୫||

ଅନୁବାଦ

ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଏବଂ ଅପରିବର୍ତ୍ତନଶୀଳ କୁହାଯାଏ । ଏହା ଜାଣିବା ପରେ, ତୁମେ ଶରୀର ପାଇଁ ଶୋକ କରିବା ଉଚିତ ନୁହେଁ ।

ସାଂଖ୍ଯଯୋଗ

ଶ୍ଲୋକ 26

ଅଥ ଚୈନଂ ନିତ୍ଯଜାତଂ ନିତ୍ଯଂ ଵା ମନ୍ଯସେ ମୃତମ୍ |

ତଥାପି ତ୍ଵଂ ମହାବାହୋ ନୈଵଂ ଶୋଚିତୁମର୍ହସି ||୨-୨୬||

ଅନୁବାଦ

ହେ ପରାକ୍ରମୀ ଅର୍ଜୁନ! ଯଦି ତୁମେ ଏପରି ଭାବୁଥାଅ ଯେ ଆତ୍ମାର ସର୍ବଦା ଜନ୍ମ ଏବଂ ମୃତ୍ୟୁ ହୋଇଥାଏ, ତଥାପି ତୁମେ ଏପରି ଶୋକ କରିବା ଉଚିତ୍ ନୁହେଁ ।

ସାଂଖ୍ଯଯୋଗ

ଶ୍ଲୋକ 27

ଜାତସ୍ଯ ହି ଧ୍ରୁଵୋ ମୃତ୍ଯୁର୍ଧ୍ରୁଵଂ ଜନ୍ମ ମୃତସ୍ଯ ଚ |

ତସ୍ମାଦପରିହାର୍ଯେଽର୍ଥେ ନ ତ୍ଵଂ ଶୋଚିତୁମର୍ହସି ||୨-୨୭||

ଅନୁବାଦ

ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ତୁମେ ଏହି ଅନିବାର୍ଯ୍ୟ ଘଟଣା ପାଇଁ ଶୋକ କରିବା ଉଚିତ ନୁହେଁ ।

ସାଂଖ୍ଯଯୋଗ

ଶ୍ଲୋକ 28

ଅଵ୍ଯକ୍ତାଦୀନି ଭୂତାନି ଵ୍ଯକ୍ତମଧ୍ଯାନି ଭାରତ |

ଅଵ୍ଯକ୍ତନିଧନାନ୍ଯେଵ ତତ୍ର କା ପରିଦେଵନା ||୨-୨୮||

ଅନୁବାଦ

ହେ ଭାରତ ଶ୍ରେଷ୍ଠ! ଜନ୍ମ ପୂର୍ବରୁ ସମସ୍ତ ପ୍ରାଣୀ ଅପ୍ରକଟିତ ଥା’ନ୍ତି, ଜୀବନ କାଳରେ ପ୍ରକଟିତ ହୁଅନ୍ତି ଏବଂ ପୁନର୍ବାର ମୃତ୍ୟୁରେ ଅପ୍ରକଟ ହୋଇଯାନ୍ତି । ତେଣୁ ଶୋକ କାହଁକି କରୁଛ?

ସାଂଖ୍ଯଯୋଗ

ଶ୍ଲୋକ 29

ଆଶ୍ଚର୍ଯଵତ୍ପଶ୍ଯତି କଶ୍ଚିଦେନ-

ମାଶ୍ଚର୍ଯଵଦ୍ଵଦତି ତଥୈଵ ଚାନ୍ଯଃ |

ଆଶ୍ଚର୍ଯଵଚ୍ଚୈନମନ୍ଯଃ ଶୃଣୋତି

ଶ୍ରୁତ୍ଵାପ୍ଯେନଂ ଵେଦ ନ ଚୈଵ କଶ୍ଚିତ୍ ||୨-୨୯||

ଅନୁବାଦ

କେହି କେହି ଆତ୍ମାକୁ ଏକ ଆଶ୍ଚର୍ଯ୍ୟ ରୂପରେ ଦେଖନ୍ତି, କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବେ ବର୍ଣ୍ଣନା କରିଥାଆନ୍ତି । ପୁଣି କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, ଏବଂ ଆଉ କେତେକ ଏହାକୁ ଶୁଣିଲେ ମଧ୍ୟ ବୁଝିପାରନ୍ତି ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 30

ଦେହୀ ନିତ୍ଯମଵଧ୍ଯୋଽଯଂ ଦେହେ ସର୍ଵସ୍ଯ ଭାରତ |

ତସ୍ମାତ୍ସର୍ଵାଣି ଭୂତାନି ନ ତ୍ଵଂ ଶୋଚିତୁମର୍ହସି ||୨-୩୦||

ଅନୁବାଦ

ହେ ଅର୍ଜୁନ! ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ଅମର ଅଟେ । ତେଣୁ ତୁମ କାହାପାଇଁ ଶୋକ ପ୍ରକାଶ କରିବା ଅନୁଚିତ ।

ସାଂଖ୍ଯଯୋଗ

ଶ୍ଲୋକ 31

ସ୍ଵଧର୍ମମପି ଚାଵେକ୍ଷ୍ଯ ନ ଵିକମ୍ପିତୁମର୍ହସି |

ଧର୍ମ୍ଯାଦ୍ଧି ଯୁଦ୍ଧାଚ୍ଛ୍ରେଯୋଽନ୍ଯତ୍କ୍ଷତ୍ରିଯସ୍ଯ ନ ଵିଦ୍ଯତେ ||୨-୩୧||

ଅନୁବାଦ

ଜଣେ ଯୋଦ୍ଧା ଭାବରେ ତୁମେ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା ନ କରି ଇତସ୍ତତଃ ହେବା ଉଚିତ୍ ନୁହେଁ । ବାସ୍ତବରେ, ଜଣେ ଯୋଦ୍ଧା ପାଇଁ ଧର୍ମ ରକ୍ଷା ନିମନ୍ତେ ଯୁଦ୍ଧ କରିବାଠାରୁ ବଳି ମହତ୍ କାର୍ଯ୍ୟ ଆଉ କିଛି ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 32

ଯଦୃଚ୍ଛଯା ଚୋପପନ୍ନଂ ସ୍ଵର୍ଗଦ୍ଵାରମପାଵୃତମ୍ |

ସୁଖିନଃ କ୍ଷତ୍ରିଯାଃ ପାର୍ଥ ଲଭନ୍ତେ ଯୁଦ୍ଧମୀଦୃଶମ୍ ||୨-୩୨||

ଅନୁବାଦ

ହେ ପାର୍ଥ! ଧର୍ମ ରକ୍ଷା କରିବାର ଏପରି ସୁଯୋଗ ଯେଉଁ କ୍ଷତ୍ରିୟମାନଙ୍କ ପାଇଁ ଆପେ ଆପେ ଆସିଥାଏ, ସେମାନେ ସୁଖି ଅଟନ୍ତି, ଯାହା ତାଙ୍କ ପାଇଁ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ କରିଦିଏ ।

ସାଂଖ୍ଯଯୋଗ

ଶ୍ଲୋକ 33

ଅଥ ଚେତ୍ତ୍ଵମିମଂ ଧର୍ମ୍ଯଂ ସଂଗ୍ରାମଂ ନ କରିଷ୍ଯସି |

ତତଃ ସ୍ଵଧର୍ମଂ କୀର୍ତିଂ ଚ ହିତ୍ଵା ପାପମଵାପ୍ସ୍ଯସି ||୨-୩୩||

ଅନୁବାଦ

ଯଦି ତୁମେ ଏହି ଧର୍ମ ଯୁଦ୍ଧ କରିବାକୁ ଇଚ୍ଛା ନ କର, ତେବେ ତୁମେ ନିଜର ସାମାଜିକ କର୍ତ୍ତବ୍ୟ ତ୍ୟାଗ କରି ସୁନାମ ହରାଇବ ଏବଂ ଫଳସ୍ୱରୂପ ପାପ ହିଁ ଅର୍ଜନ କରିବ ।

ସାଂଖ୍ଯଯୋଗ

ଶ୍ଲୋକ 34

ଅକୀର୍ତିଂ ଚାପି ଭୂତାନି କଥଯିଷ୍ଯନ୍ତି ତେଽଵ୍ଯଯାମ୍ |

ସମ୍ଭାଵିତସ୍ଯ ଚାକୀର୍ତିର୍ମରଣାଦତିରିଚ୍ଯତେ ||୨-୩୪||

ଅନୁବାଦ

ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ ।

ସାଂଖ୍ଯଯୋଗ

ଶ୍ଲୋକ 35

ଭଯାଦ୍ରଣାଦୁପରତଂ ମଂସ୍ଯନ୍ତେ ତ୍ଵାଂ ମହାରଥାଃ |

ଯେଷାଂ ଚ ତ୍ଵଂ ବହୁମତୋ ଭୂତ୍ଵା ଯାସ୍ଯସି ଲାଘଵମ୍ ||୨-୩୫||

ଅନୁବାଦ

ଯେଉଁ ମହାରଥୀ ମାନେ ତୁମର ସମ୍ମାନ କରୁଥିଲେ, ସେମାନେ ଏପରି ମନେକରିବେ ଯେ ଭୟରେ ତୁମେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଛ ଏବଂ ତଦ୍ୱାରା ତୁମେ ନିଜର ସମ୍ମାନ ହରାଇବ ।

ସାଂଖ୍ଯଯୋଗ

ଶ୍ଲୋକ 36

ଅଵାଚ୍ଯଵାଦାଂଶ୍ଚ ବହୂନ୍ଵଦିଷ୍ଯନ୍ତି ତଵାହିତାଃ |

ନିନ୍ଦନ୍ତସ୍ତଵ ସାମର୍ଥ୍ଯଂ ତତୋ ଦୁଃଖତରଂ ନୁ କିମ୍ ||୨-୩୬||

ଅନୁବାଦ

ତୁମର ଶ୍ରତୁମାନେ ତୁମର ନିନ୍ଦା କରିବେ ଏବଂ କଠୋର ଶବ୍ଦରେ ଅପମାନିତ କରି ତୁମର ବୀରତ୍ୱକୁ ତାତ୍ସଲ୍ୟ କରିବେ । ଏହାଠାରୁ ଅଧିକ ଯନ୍ତ୍ରଣା ଦାୟକ କ’ଣ ହୋଇପାରେ?

ସାଂଖ୍ଯଯୋଗ

ଶ୍ଲୋକ 37

ହତୋ ଵା ପ୍ରାପ୍ସ୍ଯସି ସ୍ଵର୍ଗଂ ଜିତ୍ଵା ଵା ଭୋକ୍ଷ୍ଯସେ ମହୀମ୍ |

ତସ୍ମାଦୁତ୍ତିଷ୍ଠ କୌନ୍ତେଯ ଯୁଦ୍ଧାଯ କୃତନିଶ୍ଚଯଃ ||୨-୩୭||

ଅନୁବାଦ

ତୁମେ ଯଦି ଯୁଦ୍ଧ କର, ଯୁଦ୍ଧରେ ନିହତ ହୋଇ ତୁମେ ସ୍ୱର୍ଗଲୋକ ପ୍ରାପ୍ତ କରିବ କିମ୍ବା ଯୁଦ୍ଧରେ ବିଜୟୀ ହୋଇ ତୁମେ ଭୂଲୋକରେ ରାଜ୍ୟଭୋଗ କରିବ । ତେଣୁ ହେ କୁନ୍ତି ପୁତ୍ର! ଦୃଢ଼ ନିଶ୍ଚୟ ହୋଇ ଜାଗ୍ରତ ହୁଅ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ ।

ସାଂଖ୍ଯଯୋଗ

ଶ୍ଲୋକ 38

ସୁଖଦୁଃଖେ ସମେ କୃତ୍ଵା ଲାଭାଲାଭୌ ଜଯାଜଯୌ |

ତତୋ ଯୁଦ୍ଧାଯ ଯୁଜ୍ଯସ୍ଵ ନୈଵଂ ପାପମଵାପ୍ସ୍ଯସି ||୨-୩୮||

ଅନୁବାଦ

ସୁଖ ଓ ଦୁଃଖ, ଲାଭ ଓ କ୍ଷତି, ଜୟ ଓ ପରାଜୟକୁ ସମାନ ରୂପେ ବିଚାର କରି କର୍ତ୍ତବ୍ୟ ଦୃଷ୍ଟିରୁ ଯୁଦ୍ଧ କର । ଏହିପରି କର୍ତ୍ତବ୍ୟ ପାଳନ କରି ତୁମେ କେବେ ବି ପାପ ଅର୍ଜନ କରିବ ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 39

ଏଷା ତେଽଭିହିତା ସାଙ୍ଖ୍ଯେ ବୁଦ୍ଧିର୍ଯୋଗେ ତ୍ଵିମାଂ ଶୃଣୁ |

ବୁଦ୍ଧ୍ଯା ଯୁକ୍ତୋ ଯଯା ପାର୍ଥ କର୍ମବନ୍ଧଂ ପ୍ରହାସ୍ଯସି ||୨-୩୯||

ଅନୁବାଦ

ମୁଁ ଏ ପର୍ଯ୍ୟନ୍ତ ତୁମକୁ ସାଂଖ୍ୟ ଯୋଗ ବା ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ପ୍ରଦାନ କଲି । ହେ ପାର୍ଥ! ବର୍ତ୍ତମାନ ଶୁଣ, ମୁଁ ଏବେ ବୁଦ୍ଧି ଯୋଗ ବିଷୟରେ କହିବାକୁ ଯାଉଛି । ଏହିପରି ବିଚାର ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ ।

ସାଂଖ୍ଯଯୋଗ

ଶ୍ଲୋକ 40

ନେହାଭିକ୍ରମନାଶୋଽସ୍ତି ପ୍ରତ୍ଯଵାଯୋ ନ ଵିଦ୍ଯତେ |

ସ୍ଵଲ୍ପମପ୍ଯସ୍ଯ ଧର୍ମସ୍ଯ ତ୍ରାଯତେ ମହତୋ ଭଯାତ୍ ||୨-୪୦||

ଅନୁବାଦ

ଏହିପରି ଚେତନାରେ ସ୍ଥିତ ରହି କାର୍ଯ୍ୟ କଲେ, କୌଣସି କ୍ଷତି ବା ପ୍ରତିକୂଳ ଫଳ ମିଳି ନ ଥାଏ, ବରଂ ଏକ କ୍ଷୁଦ୍ର ପ୍ରୟାସ ମଧ୍ୟ ବଡ଼ ବିପତ୍ତିରୁ ରକ୍ଷା କରିଥାଏ ।

ସାଂଖ୍ଯଯୋଗ

ଶ୍ଲୋକ 41

ଵ୍ଯଵସାଯାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ |

ବହୁଶାଖା ହ୍ଯନନ୍ତାଶ୍ଚ ବୁଦ୍ଧଯୋଽଵ୍ଯଵସାଯିନାମ୍ ||୨-୪୧||

ଅନୁବାଦ

ହେ କୁରୁବଂଶଜ! ଯେଉଁମାନେ ଏହି ମାର୍ଗର ଅନୁସରଣ କରନ୍ତି, ସେମାନଙ୍କର ବୁଦ୍ଧି ଦୃଢ଼ ପ୍ରତିଜ୍ଞ ଏବଂ ଲକ୍ଷ୍ୟ ଏକ କେନ୍ଦ୍ରାଭିମୁଖି ଅଟେ । କିନ୍ତୁ ଯେଉଁମାନେ ଦୃଢ଼ ପ୍ରତିଜ୍ଞ ନୁହଁନ୍ତି, ସେମାନଙ୍କର ବୁଦ୍ଧି ଅନେକ ଶାଖାଯୁକ୍ତ ହୋଇଥାଏ ।

ସାଂଖ୍ଯଯୋଗ

ଶ୍ଲୋକ 42, 43, 44

ଯାମିମାଂ ପୁଷ୍ପିତାଂ ଵାଚଂ ପ୍ରଵଦନ୍ତ୍ଯଵିପଶ୍ଚିତଃ |

ଵେଦଵାଦରତାଃ ପାର୍ଥ ନାନ୍ଯଦସ୍ତୀତି ଵାଦିନଃ ||୨-୪୨||

କାମାତ୍ମାନଃ ସ୍ଵର୍ଗପରା ଜନ୍ମକର୍ମଫଲପ୍ରଦାମ୍ |

କ୍ରିଯାଵିଶେଷବହୁଲାଂ ଭୋଗୈଶ୍ଵର୍ଯଗତିଂ ପ୍ରତି ||୨-୪୩||

ଭୋଗୈଶ୍ଵର୍ଯପ୍ରସକ୍ତାନାଂ ତଯାପହୃତଚେତସାମ୍ |

ଵ୍ଯଵସାଯାତ୍ମିକା ବୁଦ୍ଧିଃ ସମାଧୌ ନ ଵିଧୀଯତେ ||୨-୪୪||

ଅନୁବାଦ

ଅଳ୍ପଜ୍ଞ ବ୍ୟକ୍ତି ବେଦର ଆଳଙ୍କାରିକ ଶବ୍ଦଗୁଡ଼ିକରେ ଆକୃଷ୍ଟ ହୋଇଥାଆନ୍ତି, ଯାହା ସ୍ୱର୍ଗପ୍ରାପ୍ତି ପାଇଁ ଆଡ଼ମ୍ବର ପୂର୍ଣ୍ଣ କର୍ମ କର୍ମାଣି ବିଷୟରେ ଉପଦେଶ ଦେଇଥାଏ । ସେମାନେ ଧରିନିଅନ୍ତି ଯେ, ବେଦରେ ଏହାଠାରୁ ଉତ୍କୃଷ୍ଟ ବିଧିବିଧାନ ଉଲ୍ଲେଖ ହୋଇନାହିଁ । ସେମାନେ ବେଦର ସେହି ଅଂଶଗୁଡ଼ିକୁ ପ୍ରମୁଖତା ଦେଇଥାନ୍ତି ଯାହା ତାଙ୍କ ପ୍ରବୃତ୍ତିର ଅନୁକୂଳ ଥାଏ ଏବଂ ଉଚ୍ଚତର ଜନ୍ମ, ଐଶ୍ୱର୍ଯ୍ୟ, ଇନ୍ଦ୍ରିୟ ସୁଖ ଓ ସ୍ୱର୍ଗ ପ୍ରାପ୍ତି ପାଇଁ ସେମାନେ ଆଡମ୍ବରପୂର୍ଣ୍ଣ କର୍ମକାଣ୍ଡର ଅନୁଷ୍ଠାନ କରିଥାଆନ୍ତି । ଯାହାର ମନ ସଂସାରିକ ସୁଖ ପ୍ରତି ଗଭୀର ଭାବରେ ଆସକ୍ତ ରହିଥାଏ ଏବଂ ବୁଦ୍ଧି ସେହି ସୁଖରେ ସମ୍ମୋହିତ ହୋଇଯାଇଥାଏ, ଭଗବତ୍ ପ୍ରାପ୍ତିର ମାର୍ଗରେ ସଫଳ ହେବା ପାଇଁ ସେମାନଙ୍କ ଠାରେ ଦୃଢ଼ ନିଷ୍ଠା ନ ଥାଏ ।

ସାଂଖ୍ଯଯୋଗ

ଶ୍ଲୋକ 45

ତ୍ରୈଗୁଣ୍ଯଵିଷଯା ଵେଦା ନିସ୍ତ୍ରୈଗୁଣ୍ଯୋ ଭଵାର୍ଜୁନ |

ନିର୍ଦ୍ଵନ୍ଦ୍ଵୋ ନିତ୍ଯସତ୍ତ୍ଵସ୍ଥୋ ନିର୍ଯୋଗକ୍ଷେମ ଆତ୍ମଵାନ୍ ||୨-୪୫||

ଅନୁବାଦ

ହେ ଅର୍ଜୁନ, ବେଦରେ ଭୌତିକ ସଂସାରର ତିନି ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ତିନି ଗୁଣରୁ ଉର୍ଦ୍ଧ୍ୱକୁ ଉଠି ବିଶୁଦ୍ଧ ଆଧ୍ୟାତ୍ମିକ ଚେତନାରେ ସ୍ଥିତ ହୁଅ । ଦ୍ୱୈତ ଭାବରୁ ନିଜକୁ ମୁକ୍ତ କରି, ଭୌତିକ ଲାଭ ଓ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ, ସତ୍ୟ ଉପରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରି ଆତ୍ମାରେ ଅବସ୍ଥାନ କର ।

ସାଂଖ୍ଯଯୋଗ

ଶ୍ଲୋକ 46

ଯାଵାନର୍ଥ ଉଦପାନେ ସର୍ଵତଃ ସମ୍ପ୍ଲୁତୋଦକେ |

ତାଵାନ୍ସର୍ଵେଷୁ ଵେଦେଷୁ ବ୍ରାହ୍ମଣସ୍ଯ ଵିଜାନତଃ ||୨-୪୬||

ଅନୁବାଦ

ଗୋଟିଏ ଛୋଟ କୂଅ ଯାହା ବି ଉଦ୍ଦେଶ୍ୟ ପୂରଣ କରେ, ଏକ ସମୁଦ୍ର ମଧ୍ୟ ସ୍ୱଭାବିକ ଭାବେ ସେହି ଉଦ୍ଦେଶ୍ୟ ପୂରଣ କରିଥାଏ । ସେହିପରି ଯେଉଁମାନଙ୍କର ଭଗବତ୍ ଉପଲବ୍ଧି ହୋଇଯାଏ, ସେମାନେ ବେଦର ସମସ୍ତ ମର୍ମ ବୁଝିପାରନ୍ତି ।

ସାଂଖ୍ଯଯୋଗ

ଶ୍ଲୋକ 47

କର୍ମଣ୍ଯେଵାଧିକାରସ୍ତେ ମା ଫଲେଷୁ କଦାଚନ |

ମା କର୍ମଫଲହେତୁର୍ଭୂର୍ମା ତେ ସଙ୍ଗୋଽସ୍ତ୍ଵକର୍ମଣି ||୨-୪୭||

ଅନୁବାଦ

ବେଦବିହିତ କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ କର୍ମର ଫଳରେ ତୁମର ଅଧିକାର ନାହିଁ । ନିଜକୁ କେବେ ବି ତୁମର କର୍ମ ଫଳର କାରଣ ଭାବେ ବିବେଚନା କରନାହିଁ, ବା କର୍ତ୍ତବ୍ୟହୀନତା ପ୍ରତି ଆକୃଷ୍ଟ ହୁଅନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 48

ଯୋଗସ୍ଥଃ କୁରୁ କର୍ମାଣି ସଙ୍ଗଂ ତ୍ଯକ୍ତ୍ଵା ଧନଞ୍ଜଯ |

ସିଦ୍ଧ୍ଯସିଦ୍ଧ୍ଯୋଃ ସମୋ ଭୂତ୍ଵା ସମତ୍ଵଂ ଯୋଗ ଉଚ୍ଯତେ ||୨-୪୮||

ଅନୁବାଦ

ହେ ଅର୍ଜୁନ! ସଫଳତା ଓ ବିଫଳତା ପ୍ରତି ଆସକ୍ତିରହିତ ହୋଇ ତୁମେ ନିଜର କର୍ତ୍ତବ୍ୟ ପାଳନ କର । ଏହି ସମଭାବ ହିଁ ଯୋଗ ଅଟେ ।

ସାଂଖ୍ଯଯୋଗ

ଶ୍ଲୋକ 49

ଦୂରେଣ ହ୍ଯଵରଂ କର୍ମ ବୁଦ୍ଧିଯୋଗାଦ୍ଧନଞ୍ଜଯ |

ବୁଦ୍ଧୌ ଶରଣମନ୍ଵିଚ୍ଛ କୃପଣାଃ ଫଲହେତଵଃ ||୨-୪୯||

ଅନୁବାଦ

ହେ ଅର୍ଜୁନ! ଦିବ୍ୟ ଜ୍ଞାନ ଓ ଅନ୍ତର୍ଦୃଷ୍ଟିର ଆଶ୍ରୟ ଗ୍ରହଣ କର ଏବଂ ସକାମ କର୍ମର ତ୍ୟାଗ କର, ଯାହା ଦିବ୍ୟଜ୍ଞାନରେ ସ୍ଥିତ ବୁଦ୍ଧିର ଉପଯୋଗ କରି କରାଯାଉଥିବା କର୍ମ ଠାରୁ ନିଶ୍ଚିତ ଭାବରେ ନିକୃଷ୍ଟ ଅଟେ । ଯେଉଁମାନେ କର୍ମରେ ଫଳ ଭୋଗର ଆଶା କରନ୍ତି ସେମାନେ ଲୋଭୀ ଅଟନ୍ତି ।

ସାଂଖ୍ଯଯୋଗ

ଶ୍ଲୋକ 50

ବୁଦ୍ଧିଯୁକ୍ତୋ ଜହାତୀହ ଉଭେ ସୁକୃତଦୁଷ୍କୃତେ |

ତସ୍ମାଦ୍ଯୋଗାଯ ଯୁଜ୍ଯସ୍ଵ ଯୋଗଃ କର୍ମସୁ କୌଶଲମ୍ ||୨-୫୦||

ଅନୁବାଦ

ଯେଉଁ ବ୍ୟକ୍ତି ନିଷ୍ଠାପର ଭାବରେ ଆସକ୍ତି ରହିତ କର୍ମାଭ୍ୟାସ କରିଥାଏ, ସେ ଉଭୟ ଭଲ ମନ୍ଦ କର୍ମର ପ୍ରତିକ୍ରିୟା ଠାରୁ ଏହି ଜନ୍ମରେ ହିଁ ମୁକ୍ତ ହୋଇଯାଏ । ତେଣୁ ଯୋଗ ପାଇଁ ଚେଷ୍ଟିତ ହୁଅ, ଯାହାକି କୁଶଳତା ପୂର୍ବକ (ସଠିକ୍ ଚେତନା ଯୁକ୍ତ ହୋଇ) କର୍ମ କରିବାର କଳା ଅଟେ ।

ସାଂଖ୍ଯଯୋଗ

ଶ୍ଲୋକ 51

କର୍ମଜଂ ବୁଦ୍ଧିଯୁକ୍ତା ହି ଫଲଂ ତ୍ଯକ୍ତ୍ଵା ମନୀଷିଣଃ |

ଜନ୍ମବନ୍ଧଵିନିର୍ମୁକ୍ତାଃ ପଦଂ ଗଚ୍ଛନ୍ତ୍ଯନାମଯମ୍ ||୨-୫୧||

ଅନୁବାଦ

ଜ୍ଞାନୀ ବ୍ୟକ୍ତିମାନେ ସମବୁଦ୍ଧି ଯୁକ୍ତ ହୋଇ, ଜନ୍ମ ମୃତ୍ୟୁର ଚକ୍ରର ବନ୍ଧନ କାରକ ଫଳ ପ୍ରତି ଆସକ୍ତିକୁ ତ୍ୟାଗ କରିଥାନ୍ତି । ଏହିପରି ଚେତନା ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ସେମାନେ ସମସ୍ତ ଦୁଃଖର ଊର୍ଦ୍ଧ୍ୱ ସୋପାନକୁ ପ୍ରାପ୍ତ କରନ୍ତି ।

ସାଂଖ୍ଯଯୋଗ

ଶ୍ଲୋକ 52

ଯଦା ତେ ମୋହକଲିଲଂ ବୁଦ୍ଧିର୍ଵ୍ଯତିତରିଷ୍ଯତି |

ତଦା ଗନ୍ତାସି ନିର୍ଵେଦଂ ଶ୍ରୋତଵ୍ଯସ୍ଯ ଶ୍ରୁତସ୍ଯ ଚ ||୨-୫୨||

ଅନୁବାଦ

ଯେତେବେଳେ ତୁମର ବୁଦ୍ଧି ମୋହରୂପୀ କର୍ଦ୍ଦମକୁ ଅତିକ୍ରମ କରିଯିବ, ତୁମେ ଯାହା ସବୁ ଶୁଣିଛ ବା ଶୁଣିବାକୁ ଅଛି (ଇହଲୋକ ଓ ପରଲୋକର ସୁଖ ବିଷୟରେ) ସେ ସମସ୍ତ ପ୍ରତି ଉଦାସୀନ ହୋଇଯିବ ।

ସାଂଖ୍ଯଯୋଗ

ଶ୍ଲୋକ 53

ଶ୍ରୁତିଵିପ୍ରତିପନ୍ନା ତେ ଯଦା ସ୍ଥାସ୍ଯତି ନିଶ୍ଚଲା |

ସମାଧାଵଚଲା ବୁଦ୍ଧିସ୍ତଦା ଯୋଗମଵାପ୍ସ୍ଯସି ||୨-୫୩||

ଅନୁବାଦ

ଯେତେବେଳେ ତୁମର ବୁଦ୍ଧି ବେଦର ଫଳପ୍ରାପ୍ତି ସମ୍ବନ୍ଧୀୟ ବିଭାଗ ପ୍ରତି ଆକୃଷ୍ଟ ହେବନାହିଁ ଏବଂ ଦିବ୍ୟ ଚେତନାରେ ଅଟଳ ରହିବ, ତୁମେ ପରିପୂର୍ଣ୍ଣ ଯୋଗର ସ୍ଥିତି ପ୍ରାପ୍ତ କରିବ ।

ସାଂଖ୍ଯଯୋଗ

ଶ୍ଲୋକ 54

ଅର୍ଜୁନ ଉଵାଚ |

ସ୍ଥିତପ୍ରଜ୍ଞସ୍ଯ କା ଭାଷା ସମାଧିସ୍ଥସ୍ଯ କେଶଵ |

ସ୍ଥିତଧୀଃ କିଂ ପ୍ରଭାଷେତ କିମାସୀତ ଵ୍ରଜେତ କିମ୍ ||୨-୫୪||

ଅର୍ଜୁନ ଉଵାଚ

ଅନୁବାଦ

ଅର୍ଜୁନ କହିଲେ: ହେ କେଶବ, ଦିବ୍ୟ ଚେତନାଯୁକ୍ତ ବ୍ୟକ୍ତିର ସ୍ୱଭାବ କ’ଣ? ଜଣେ ସୁଜ୍ଞାନୀ ବ୍ୟକ୍ତି କିପରି କଥାବାର୍ତ୍ତା କରେ? କିପରି ବସେ? କିପରି ଚାଲେ?

ସାଂଖ୍ଯଯୋଗ

ଶ୍ଲୋକ 55

ଶ୍ରୀଭଗଵାନୁଵାଚ |

ପ୍ରଜହାତି ଯଦା କାମାନ୍ସର୍ଵାନ୍ପାର୍ଥ ମନୋଗତାନ୍ |

ଆତ୍ମନ୍ଯେଵାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ଯତେ ||୨-୫୫||

ଶ୍ରୀଭଗଵାନୁଵାଚ

ଅନୁବାଦ

ପରମ ପୁରୁଷ ଶ୍ରୀ ଭଗବାନ କହିଲେ: ହେ ପାର୍ଥ! ଯେତେବେଳେ ବ୍ୟକ୍ତି ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ମନକୁ ଅଶାନ୍ତ କରୁôଥବା ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାର ଅନୁଭୂତିରେ ସନ୍ତୁଷ୍ଟ ରହେ, ସେପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ ।

ସାଂଖ୍ଯଯୋଗ

ଶ୍ଲୋକ 56

ଦୁଃଖେଷ୍ଵନୁଦ୍ଵିଗ୍ନମନାଃ ସୁଖେଷୁ ଵିଗତସ୍ପୃହଃ |

ଵୀତରାଗଭଯକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ଯତେ ||୨-୫୬||

ଅନୁବାଦ

ଯାହାର ମନ ଦୁଃଖରେ ବିଚଳିତ ହୁଏନାହିଁ, ସୁଖ ପ୍ରତି ଲାଳାୟିତ ହୁଏନାହିଁ, ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ରହେ, ତାଙ୍କୁ ସ୍ଥିତପ୍ରଜ୍ଞ ମୁନି କୁହାଯାଏ ।

ସାଂଖ୍ଯଯୋଗ

ଶ୍ଲୋକ 57

ଯଃ ସର୍ଵତ୍ରାନଭିସ୍ନେହସ୍ତତ୍ତତ୍ପ୍ରାପ୍ଯ ଶୁଭାଶୁଭମ୍ |

ନାଭିନନ୍ଦତି ନ ଦ୍ଵେଷ୍ଟି ତସ୍ଯ ପ୍ରଜ୍ଞା ପ୍ରତିଷ୍ଠିତା ||୨-୫୭||

ଅନୁବାଦ

ଯିଏ ସମସ୍ତ ପରିସ୍ଥିତିରେ ଅନାସକ୍ତ ରହନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତିରେ ଆନନ୍ଦିତ ହୁଅନ୍ତି ନାହିଁ କି ପ୍ରତିକୂଳ ପରିସ୍ଥିତିରେ ନିରାଶ ହୁଅନ୍ତି ନାହିଁ, ସେ ପୂର୍ଣ୍ଣ ଜ୍ଞାନ ଯୁକ୍ତ ଯୋଗୀ ଅଟନ୍ତି ।

ସାଂଖ୍ଯଯୋଗ

ଶ୍ଲୋକ 58

ଯଦା ସଂହରତେ ଚାଯଂ କୂର୍ମୋଽଙ୍ଗାନୀଵ ସର୍ଵଶଃ |

ଇନ୍ଦ୍ରିଯାଣୀନ୍ଦ୍ରିଯାର୍ଥେଭ୍ଯସ୍ତସ୍ଯ ପ୍ରଜ୍ଞା ପ୍ରତିଷ୍ଠିତା ||୨-୫୮||

ଅନୁବାଦ

ଏକ କଚ୍ଛପ ତା’ର ଅଙ୍ଗପ୍ରତ୍ୟଙ୍ଗକୁ ନିଜର ଶରୀର ମଧ୍ୟରେ ସଙ୍କୁଚିତ କଲା ପରି ଯେଉଁ ବ୍ୟକ୍ତି ଇନ୍ଦ୍ରିୟ ଭୋଗ୍ୟବସ୍ତୁମାନଙ୍କ ଠାରୁ ନିଜର ଇନ୍ଦ୍ରିୟମାନଙ୍କୁ ଦୂରେଇ ନିଏ, ସେ ଦିବ୍ୟ ଜ୍ଞାନରେ ସ୍ଥିତ ହୋଇଯାଏ ।

ସାଂଖ୍ଯଯୋଗ

ଶ୍ଲୋକ 59

ଵିଷଯା ଵିନିଵର୍ତନ୍ତେ ନିରାହାରସ୍ଯ ଦେହିନଃ |

ରସଵର୍ଜଂ ରସୋଽପ୍ଯସ୍ଯ ପରଂ ଦୃଷ୍ଟ୍ଵା ନିଵର୍ତତେ ||୨-୫୯||

ଅନୁବାଦ

ସାଧକମାନେ ନିଜକୁ ଇନ୍ଦ୍ରିୟଭୋଗ୍ୟ ବସ୍ତୁଠାରୁ ଦୂରେଇ ରଖିପାରନ୍ତି, କିନ୍ତୁ ସେହି ଭୋଗ୍ୟ ବସ୍ତୁଗୁଡ଼ିକର ସ୍ୱାଦର ଚେତନା ଇନ୍ଦ୍ରିୟମାନଙ୍କ ଠାରେ ତଥାପି ରହିଯାଇଥାଏ । ପରତତ୍ତ୍ୱର ଉପଲବ୍ଧିରେ ସେହି ସ୍ୱାଦ ମଧ୍ୟ ସମାପ୍ତ ହୋଇଯାଏ ।

ସାଂଖ୍ଯଯୋଗ

ଶ୍ଲୋକ 60

ଯତତୋ ହ୍ଯପି କୌନ୍ତେଯ ପୁରୁଷସ୍ଯ ଵିପଶ୍ଚିତଃ |

ଇନ୍ଦ୍ରିଯାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ ||୨-୬୦||

ଅନୁବାଦ

ହେ କୁନ୍ତି ପୁତ୍ର! ଇନ୍ଦ୍ରିୟମାନେ ଏତେ ଶକ୍ତିଶାଳୀ ଏବଂ ବିକ୍ଷୁବ୍ଧ ଯେ ଜଣେ ବିଚାରଶକ୍ତି ଯୁକ୍ତ ଏବଂ ଆତ୍ମନିୟନ୍ତ୍ରଣ ସାଧନା କରୁଥିବା ବ୍ୟକ୍ତିର ମନକୁ ମଧ୍ୟ ସେମାନେ ବଳପୂର୍ବକ ହରଣ କରିନିଅନ୍ତି ।

ସାଂଖ୍ଯଯୋଗ

ଶ୍ଲୋକ 61

ତାନି ସର୍ଵାଣି ସଂଯମ୍ଯ ଯୁକ୍ତ ଆସୀତ ମତ୍ପରଃ |

ଵଶେ ହି ଯସ୍ଯେନ୍ଦ୍ରିଯାଣି ତସ୍ଯ ପ୍ରଜ୍ଞା ପ୍ରତିଷ୍ଠିତା ||୨-୬୧||

ଅନୁବାଦ

ଯେଉଁମାନେ ନିଜ ଇନ୍ଦ୍ରିୟମାନଙ୍କୁ ବଶ କରନ୍ତି ଏବଂ ମନ ନିରନ୍ତର ମୋ ଠାରେ ନିମଗ୍ନ ରଖନ୍ତି, ସେମାନେ ପ୍ରକୃତ ଜ୍ଞାନରେ ସ୍ଥିତ ।

ସାଂଖ୍ଯଯୋଗ

ଶ୍ଲୋକ 62 ଏବଂ 63

ଧ୍ଯାଯତୋ ଵିଷଯାନ୍ପୁଂସଃ ସଙ୍ଗସ୍ତେଷୂପଜାଯତେ |

ସଙ୍ଗାତ୍ସଞ୍ଜାଯତେ କାମଃ କାମାତ୍କ୍ରୋଧୋଽଭିଜାଯତେ ||୨-୬୨||

କ୍ରୋଧାଦ୍ଭଵତି ସମ୍ମୋହଃ ସମ୍ମୋହାତ୍ସ୍ମୃତିଵିଭ୍ରମଃ |

ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ପ୍ରଣଶ୍ଯତି ||୨-୬୩||

ଅନୁବାଦ

ଇନ୍ଦ୍ରିୟ ଭୋଗ୍ୟବସ୍ତୁର ବାରମ୍ବାର ଚିନ୍ତନ କରିବା ଫଳରେ ବ୍ୟକ୍ତିର ତା’ ପ୍ରତି ଆସକ୍ତି ଜାତ ହୁଏ । ଆସକ୍ତିରୁ କାମନା ଏବଂ କାମନାରୁ କ୍ରୋଧ ଜାତ ହୁଏ । କ୍ରୋଧ ବିଚାରଶକ୍ତିକୁ ସମ୍ମୋହିତ କରିଦିଏ, ଯଦ୍ୱାରା ସ୍ମୃତି ଶକ୍ତି ଭ୍ରମିତ ହୋଇଯାଏ । ସ୍ମୃତି ଭ୍ରମିତ ହେଲେ ବୁଦ୍ଧି ନଷ୍ଟ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୁଏ ବ୍ୟକ୍ତିର ପତନ ହୋଇଥାଏ ।

ସାଂଖ୍ଯଯୋଗ

ଶ୍ଲୋକ 64

ରାଗଦ୍ଵେଷଵିମୁକ୍ତୈସ୍ତୁ ଵିଷଯାନିନ୍ଦ୍ରିଯୈଶ୍ଚରନ୍ | (or ଵିଯୁକ୍ତୈସ୍ତୁ)

ଆତ୍ମଵଶ୍ଯୈର୍ଵିଧେଯାତ୍ମା ପ୍ରସାଦମଧିଗଚ୍ଛତି ||୨-୬୪||

ଅନୁବାଦ

କିନ୍ତୁ ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରିତ କରି ରାଗ ଏବଂ ଦ୍ୱେଷରୁ ମୁକ୍ତ ରହିଥାଏ, ସେ ଇନ୍ଦ୍ରିୟ ବିଷୟର ଉପଯୋଗ କରୁଥିଲେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ କରେ ।

ସାଂଖ୍ଯଯୋଗ

ଶ୍ଲୋକ 65

ପ୍ରସାଦେ ସର୍ଵଦୁଃଖାନାଂ ହାନିରସ୍ଯୋପଜାଯତେ |

ପ୍ରସନ୍ନଚେତସୋ ହ୍ଯାଶୁ ବୁଦ୍ଧିଃ ପର୍ଯଵତିଷ୍ଠତେ ||୨-୬୫||

ଅନୁବାଦ

ଭଗବତ୍ କୃପାରୁ ଶାନ୍ତି ମିଳେ, ଯାହା ସମସ୍ତ ଦୁଃଖକୁ ନାଶ କରେ ଏବଂ ଏହିପରି ଶାନ୍ତ ଚିତ୍ତଯୁକ୍ତ ବ୍ୟକ୍ତିର ବୁଦ୍ଧି ଭଗବାନଙ୍କ ଠାରେ ଦୃଢ଼ତା ପୂର୍ବକ ସ୍ଥିର ହୁଏ ।

ସାଂଖ୍ଯଯୋଗ

ଶ୍ଲୋକ 66

ନାସ୍ତି ବୁଦ୍ଧିରଯୁକ୍ତସ୍ଯ ନ ଚାଯୁକ୍ତସ୍ଯ ଭାଵନା |

ନ ଚାଭାଵଯତଃ ଶାନ୍ତିରଶାନ୍ତସ୍ଯ କୁତଃ ସୁଖମ୍ ||୨-୬୬||

ଅନୁବାଦ

କିନ୍ତୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି, ଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ନ ଥାଏ, ତା’ର ବୁଦ୍ଧି ଦୃଢ଼ ନିଶ୍ଚୟୀ ଏବଂ ଭଗବାନଙ୍କର ଚିନ୍ତନ ସ୍ଥିର ହୋଇ ନ ଥାଏ । ଯିଏ ମନକୁ ଭଗବାନଙ୍କ ଠାରେ ଅନୁରକ୍ତ କରେ ନାହିଁ, ତାକୁ ଶାନ୍ତି ମିଳେନାହିଁ; ଏବଂ ଯାହାଠାରେ ଶାନ୍ତିର ଅଭାବ ସେ ସୁଖି କେମିତି ହେବ?

ସାଂଖ୍ଯଯୋଗ

ଶ୍ଲୋକ 67

ଇନ୍ଦ୍ରିଯାଣାଂ ହି ଚରତାଂ ଯନ୍ମନୋଽନୁଵିଧୀଯତେ |

ତଦସ୍ଯ ହରତି ପ୍ରଜ୍ଞାଂ ଵାଯୁର୍ନାଵମିଵାମ୍ଭସି ||୨-୬୭||

ଅନୁବାଦ

ଯେମିତି ତେଜ ବାୟୁ ଗୋଟିଏ ନୌକାକୁ ତା’ର ଗନ୍ତବ୍ୟ ମାର୍ଗରୁ ବିଚ୍ୟୁତ କରାଏ, ସେହିପରି ଗୋଟିଏ ଇନ୍ଦ୍ରିୟ ପ୍ରତି ମନ କେନ୍ଦ୍ରିତ ହେଲେ ମଧ୍ୟ ତାହା ବୁଦ୍ଧିକୁ ମାର୍ଗଚ୍ୟୁତ କରାଇଥାଏ ।

ସାଂଖ୍ଯଯୋଗ

ଶ୍ଲୋକ 68

ତସ୍ମାଦ୍ଯସ୍ଯ ମହାବାହୋ ନିଗୃହୀତାନି ସର୍ଵଶଃ |

ଇନ୍ଦ୍ରିଯାଣୀନ୍ଦ୍ରିଯାର୍ଥେଭ୍ଯସ୍ତସ୍ଯ ପ୍ରଜ୍ଞା ପ୍ରତିଷ୍ଠିତା ||୨-୬୮||

ଅନୁବାଦ

ତେଣୁ ହେ ଅର୍ଜୁନ! ଯେଉଁମାନେ ତାଙ୍କର ଇନ୍ଦ୍ରିୟମାନଙ୍କୁ ସେଗୁଡ଼ିକର ବିଷୟ ଠାରୁ ଦୂରେଇ ରଖିପାରନ୍ତି, ସେମାନେ ଦିବ୍ୟ ଜ୍ଞାନରେ ଦୃଢ଼ ଭାବରେ ସ୍ଥିତ ହୁଅନ୍ତି ।

ସାଂଖ୍ଯଯୋଗ

ଶ୍ଲୋକ 69

ଯା ନିଶା ସର୍ଵଭୂତାନାଂ ତସ୍ଯାଂ ଜାଗର୍ତି ସଂଯମୀ |

ଯସ୍ଯାଂ ଜାଗ୍ରତି ଭୂତାନି ସା ନିଶା ପଶ୍ଯତୋ ମୁନେଃ ||୨-୬୯||

ଅନୁବାଦ

ଯାହାକୁ ସମସ୍ତ ପ୍ରାଣୀ ଦିନ ଭାବରେ ବିଚାର କରନ୍ତି, ତାହା ବିଜ୍ଞ ଲୋକର ଅଜ୍ଞାନର ରାତ୍ରି ଅଟେ ଏବଂ ଯାହାକୁ ସମସ୍ତ ପ୍ରାଣୀ ରାତ୍ରି ଭାବରେ ବିବେଚନା କରନ୍ତି, ତାହା ମନନଶୀଳ ମୁନିମାନଙ୍କ ପାଇଁ ଦିନ ଅଟେ ।

ସାଂଖ୍ଯଯୋଗ

ଶ୍ଲୋକ 70

ଆପୂର୍ଯମାଣମଚଲପ୍ରତିଷ୍ଠଂ

ସମୁଦ୍ରମାପଃ ପ୍ରଵିଶନ୍ତି ଯଦ୍ଵତ୍ |

ତଦ୍ଵତ୍କାମା ଯଂ ପ୍ରଵିଶନ୍ତି ସର୍ଵେ

ସ ଶାନ୍ତିମାପ୍ନୋତି ନ କାମକାମୀ ||୨-୭୦||

ଅନୁବାଦ

ସମୁଦ୍ରରେ ମିଶିବା ପାଇଁ ନଦୀଜଳର ଅବିଶ୍ରାନ୍ତ ପ୍ରବାହ ସତ୍ତ୍ୱେ ସମୁଦ୍ର ଅବିଚଳିତ ରହିବା ପରି, ବିଜ୍ଞ ବ୍ୟକ୍ତିମାନେ ନିଜ ଚର୍ତୁପାଶ୍ୱର୍ରେ ଥିବା ଭୌତିକ ବସ୍ତୁମାନଙ୍କର ଆକର୍ଷଣ ଦ୍ୱାରା ଅବିଚଳିତ ରହି ଶାନ୍ତି ପ୍ରାପ୍ତ କରନ୍ତି । କାମନା ପୂରଣ ପାଇଁ ଚେଷ୍ଟିତ ରହିଥିବା ବ୍ୟକ୍ତି ଶାନ୍ତି ପ୍ରାପ୍ତ କରିପାରେ ନାହିଁ ।

ସାଂଖ୍ଯଯୋଗ

ଶ୍ଲୋକ 71

ଵିହାଯ କାମାନ୍ଯଃ ସର୍ଵାନ୍ପୁମାଂଶ୍ଚରତି ନିଃସ୍ପୃହଃ |

ନିର୍ମମୋ ନିରହଙ୍କାରଃ ସ ଶାନ୍ତିମଧିଗଚ୍ଛତି ||୨-୭୧||

ଅନୁବାଦ

ଯେଉଁ ବ୍ୟକ୍ତି ସମସ୍ତ ସାଂସାରିକ କାମନା ତ୍ୟାଗ କରି ଲୋଭ, ମମତ୍ୱ ଏବଂ ଅହଂକାର ମୁକ୍ତ ରହେ, ସେ ପ୍ରକୃତ ସୁଖ ପ୍ରାପ୍ତ କରେ ।

ସାଂଖ୍ଯଯୋଗ

ଶ୍ଲୋକ 72

ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ ନୈନାଂ ପ୍ରାପ୍ଯ ଵିମୁହ୍ଯତି |

ସ୍ଥିତ୍ଵାସ୍ଯାମନ୍ତକାଲେଽପି ବ୍ରହ୍ମନିର୍ଵାଣମୃଚ୍ଛତି ||୨-୭୨||

ଅନୁବାଦ

ହେ ପାର୍ଥ! ଜୀବ ଜ୍ଞାନଦୀପ୍ତ ଅବସ୍ଥାକୁ ପ୍ରାପ୍ତ କରି ପୁନର୍ବାର ମାୟାଗ୍ରସ୍ତ ହୁଏ ନାହିଁ । ମୃତ୍ୟୁ ସମୟରେ ଚେତନାର ଏହି ସ୍ତରରେ ସ୍ଥିତ ରହି ଜୀବ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଧାମ ପ୍ରାପ୍ତ କରିଥାଏ ।

ଓଁ ତତ୍ସଦିତି ଶ୍ରୀମଦ୍ଭଗଵଦ୍ଗୀତା ସୁପନିଷତ୍ସୁ ବ୍ରହ୍ମଵିଦ୍ଯାମ୍ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନସଂଵଦେ ସାଂଖ୍ଯଯୋଗୋ ନାମ ଦ୍ଵିତୀଯୋଽଧ୍ଯାଯଃ

କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।

ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।

ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ

  • ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
  • ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
  • ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
Video Generation Preview

ଗଭୀର ନିମଜ୍ଜନ ଅନୁଭବ କରନ୍ତୁ

ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।