ସାଂଖ୍ଯଯୋଗ - Verse ଶ୍ଲୋକ 42, 43, 44
ଶ୍ଲୋକ 42, 43, 44
ଯାମିମାଂ ପୁଷ୍ପିତାଂ ଵାଚଂ ପ୍ରଵଦନ୍ତ୍ଯଵିପଶ୍ଚିତଃ |
ଵେଦଵାଦରତାଃ ପାର୍ଥ ନାନ୍ଯଦସ୍ତୀତି ଵାଦିନଃ ||୨-୪୨||
କାମାତ୍ମାନଃ ସ୍ଵର୍ଗପରା ଜନ୍ମକର୍ମଫଲପ୍ରଦାମ୍ |
କ୍ରିଯାଵିଶେଷବହୁଲାଂ ଭୋଗୈଶ୍ଵର୍ଯଗତିଂ ପ୍ରତି ||୨-୪୩||
ଭୋଗୈଶ୍ଵର୍ଯପ୍ରସକ୍ତାନାଂ ତଯାପହୃତଚେତସାମ୍ |
ଵ୍ଯଵସାଯାତ୍ମିକା ବୁଦ୍ଧିଃ ସମାଧୌ ନ ଵିଧୀଯତେ ||୨-୪୪||
Translation
ଅଳ୍ପଜ୍ଞ ବ୍ୟକ୍ତି ବେଦର ଆଳଙ୍କାରିକ ଶବ୍ଦଗୁଡ଼ିକରେ ଆକୃଷ୍ଟ ହୋଇଥାଆନ୍ତି, ଯାହା ସ୍ୱର୍ଗପ୍ରାପ୍ତି ପାଇଁ ଆଡ଼ମ୍ବର ପୂର୍ଣ୍ଣ କର୍ମ କର୍ମାଣି ବିଷୟରେ ଉପଦେଶ ଦେଇଥାଏ । ସେମାନେ ଧରିନିଅନ୍ତି ଯେ, ବେଦରେ ଏହାଠାରୁ ଉତ୍କୃଷ୍ଟ ବିଧିବିଧାନ ଉଲ୍ଲେଖ ହୋଇନାହିଁ । ସେମାନେ ବେଦର ସେହି ଅଂଶଗୁଡ଼ିକୁ ପ୍ରମୁଖତା ଦେଇଥାନ୍ତି ଯାହା ତାଙ୍କ ପ୍ରବୃତ୍ତିର ଅନୁକୂଳ ଥାଏ ଏବଂ ଉଚ୍ଚତର ଜନ୍ମ, ଐଶ୍ୱର୍ଯ୍ୟ, ଇନ୍ଦ୍ରିୟ ସୁଖ ଓ ସ୍ୱର୍ଗ ପ୍ରାପ୍ତି ପାଇଁ ସେମାନେ ଆଡମ୍ବରପୂର୍ଣ୍ଣ କର୍ମକାଣ୍ଡର ଅନୁଷ୍ଠାନ କରିଥାଆନ୍ତି । ଯାହାର ମନ ସଂସାରିକ ସୁଖ ପ୍ରତି ଗଭୀର ଭାବରେ ଆସକ୍ତ ରହିଥାଏ ଏବଂ ବୁଦ୍ଧି ସେହି ସୁଖରେ ସମ୍ମୋହିତ ହୋଇଯାଇଥାଏ, ଭଗବତ୍ ପ୍ରାପ୍ତିର ମାର୍ଗରେ ସଫଳ ହେବା ପାଇଁ ସେମାନଙ୍କ ଠାରେ ଦୃଢ଼ ନିଷ୍ଠା ନ ଥାଏ ।