ଅଧ୍ୟାୟ 15

ପୁରୁଷୋତ୍ତମଯୋଗ

ଅଥ ପଂଚଦଶୋଽଧ୍ଯାଯ

20 ବିଭାଗ
ପୁରୁଷୋତ୍ତମଯୋଗ

ଶ୍ଲୋକ 1

ଶ୍ରୀଭଗଵାନୁଵାଚ |

ଊର୍ଧ୍ଵମୂଲମଧଃଶାଖମଶ୍ଵତ୍ଥଂ ପ୍ରାହୁରଵ୍ଯଯମ୍ |

ଛନ୍ଦାଂସି ଯସ୍ଯ ପର୍ଣାନି ଯସ୍ତଂ ଵେଦ ସ ଵେଦଵିତ୍ ||୧୫-୧||

ଶ୍ରୀଭଗଵାନୁଵାଚ

ଅନୁବାଦ

ଭଗବାନ କହିଲେ: ସେମାନେ ଏକ ଅନାଦି ଅଶ୍ୱତ୍ଥ ବୃକ୍ଷ ବିଷୟରେ କହିଛନ୍ତି, ଯାହାର ମୂଳ ଉପରକୁ ଏବଂ ଶାଖାସବୁ ତଳକୁ ରହିଛି । ଏହାର ପତ୍ରଗୁଡ଼ିକ ବେଦର ମନ୍ତ୍ର ସବୁ ଅଟନ୍ତି । ଯେଉଁ ବ୍ୟକ୍ତି ଏହି ରହସ୍ୟକୁ ଜାଣେ ସେ ବେଦର ଜ୍ଞାତା ଅଟେ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 2

ଅଧଶ୍ଚୋର୍ଧ୍ଵଂ ପ୍ରସୃତାସ୍ତସ୍ଯ ଶାଖା

ଗୁଣପ୍ରଵୃଦ୍ଧା ଵିଷଯପ୍ରଵାଲାଃ |

ଅଧଶ୍ଚ ମୂଲାନ୍ଯନୁସନ୍ତତାନି

କର୍ମାନୁବନ୍ଧୀନି ମନୁଷ୍ଯଲୋକେ ||୧୫-୨||

ଅନୁବାଦ

ବୃକ୍ଷର ଶାଖାଗୁଡ଼ିକ ଉପରକୁ ଓ ତଳକୁ ବିସ୍ତୃତ ହୋଇଛି, ତିନିଗୁଣ ଦ୍ୱାରା ତାହାର ପ୍ରତିପୋଷଣ ହେଉଛି ଏବଂ ଇନ୍ଦ୍ରିୟର ବିଷୟଗୁଡ଼ିକ ଏହାର କୋମଳ ଅଙ୍କୁର ସଦୃଶ ଅଟନ୍ତି । ଏହି କୋମଳ ମୂଳ ନିମ୍ନଦିଗକୁ ପ୍ରସାରିତ ହୋଇ, ମନୁଷ୍ୟ ସ୍ୱରୂପରେ କର୍ମର ପ୍ରବାହ ସୃଷ୍ଟି କରୁଛି । ନିମ୍ନଦେଶରେ ଏହାର ମୂଳ ସବୁ ଶାଖାଯୁକ୍ତ ହୋଇ ସଂସାରରେ ମନୁଷ୍ୟର କର୍ମବନ୍ଧନ ସୃଷ୍ଟି କରେ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 3 ଏବଂ 4

ନ ରୂପମସ୍ଯେହ ତଥୋପଲଭ୍ଯତେ

ନାନ୍ତୋ ନ ଚାଦିର୍ନ ଚ ସମ୍ପ୍ରତିଷ୍ଠା |

ଅଶ୍ଵତ୍ଥମେନଂ ସୁଵିରୂଢମୂଲଂ

ଅସଙ୍ଗଶସ୍ତ୍ରେଣ ଦୃଢେନ ଛିତ୍ତ୍ଵା ||୧୫-୩||

ତତଃ ପଦଂ ତତ୍ପରିମାର୍ଗିତଵ୍ଯଂ

ଯସ୍ମିନ୍ଗତା ନ ନିଵର୍ତନ୍ତି ଭୂଯଃ |

ତମେଵ ଚାଦ୍ଯଂ ପୁରୁଷଂ ପ୍ରପଦ୍ଯେ |

ଯତଃ ପ୍ରଵୃତ୍ତିଃ ପ୍ରସୃତା ପୁରାଣୀ ||୧୫-୪||

ଅନୁବାଦ

ଏହି ବୃକ୍ଷର ବାସ୍ତବ ସ୍ୱରୂପ କିମ୍ବା ଏହାର ଆରମ୍ଭ ବା ଅନ୍ତ କିମ୍ବା ତାର ନିତ୍ୟ ଅସ୍ଥିତ୍ୱ ବିଷୟରେ ସଂସାରରେ କେହି ଜାଣନ୍ତି ନାହିଁ । କିନ୍ତୁ ଏହି ଗଭୀର ମୂଳଯୁକ୍ତ ଅଶ୍ୱତ୍ଥ ବୃକ୍ଷଟିକୁ, ବୈରାଗ୍ୟର ତୀକ୍ଷଣ କୁରାଢୀ ଦ୍ୱାରା ଛେଦନ କରିବାକୁ ପଡିବ । ତାପରେ ବ୍ୟକ୍ତିକୁ ଏହାର ଉତ୍ପତ୍ତି ସ୍ଥଳକୁ ଖୋଜିବାକୁ ପଡିବ, ଯିଏକି ସ୍ୱୟଂ ଭଗବାନ ଅଟନ୍ତି, ଯାହାଙ୍କଠାରୁ ବ୍ରହ୍ମାଣ୍ଡର କର୍ମ ପ୍ରବାହ ଅନାଦି କାଳରୁ ହେବାରେ ଲାଗିଛି । ତାଙ୍କର ଶରଣାଗତ ହେଲେ, ବ୍ୟକ୍ତି ଏହି ସଂସାରକୁ ପୁନର୍ବାର ଫେରି ନ ଥାଏ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 5

ନିର୍ମାନମୋହା ଜିତସଙ୍ଗଦୋଷା

ଅଧ୍ଯାତ୍ମନିତ୍ଯା ଵିନିଵୃତ୍ତକାମାଃ |

ଦ୍ଵନ୍ଦ୍ଵୈର୍ଵିମୁକ୍ତାଃ ସୁଖଦୁଃଖସଂଜ୍ଞୈର୍-

ଗଚ୍ଛନ୍ତ୍ଯମୂଢାଃ ପଦମଵ୍ଯଯଂ ତତ୍ ||୧୫-୫||

ଅନୁବାଦ

ଯେଉଁମାନେ ମଦ ଏବଂ ମୋହରୁ ମୁକ୍ତ, ଯିଏ ଆସକ୍ତିରୂପକ ଶତ୍ରୁକୁ ଜୟ କରିଛି, ଯିଏ ସର୍ବଦା ଆତ୍ମା ଏବଂ ଭଗବାନଙ୍କ ଠାରେ ସ୍ଥିତ ରହନ୍ତି, ଯେଉଁମାନେ ଇନ୍ଦ୍ରିୟ ଉପଭୋଗର କାମନା ଠାରୁ ମୁକ୍ତ ହୋଇଛନ୍ତି, ଯିଏ ସୁଖ ଓ ଦୁଃଖର ଦ୍ୱୈତରୁ ଊର୍ଦ୍ଧ୍ୱରେ, ସେହିପରି ମୁକ୍ତ ବ୍ୟକ୍ତିଗଣ ମୋର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ।

ପୁରୁଷୋତ୍ତମଯୋଗ

ଶ୍ଲୋକ 6

ନ ତଦ୍ଭାସଯତେ ସୂର୍ଯୋ ନ ଶଶାଙ୍କୋ ନ ପାଵକଃ |

ଯଦ୍ଗତ୍ଵା ନ ନିଵର୍ତନ୍ତେ ତଦ୍ଧାମ ପରମଂ ମମ ||୧୫-୬||

ଅନୁବାଦ

ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି, କେହି ବି ମୋର ପରମ ଧାମକୁ ପ୍ରକାଶିତ କରିପାରିବେ ନାହିଁ । ସେହି ପରମ ଦିବ୍ୟ ଧାମକୁ ଗଲା ପରେ କୌଣସି ବ୍ୟକ୍ତି ଏହି ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 7

ମମୈଵାଂଶୋ ଜୀଵଲୋକେ ଜୀଵଭୂତଃ ସନାତନଃ |

ମନଃଷଷ୍ଠାନୀନ୍ଦ୍ରିଯାଣି ପ୍ରକୃତିସ୍ଥାନି କର୍ଷତି ||୧୫-୭||

ଅନୁବାଦ

ଏହି ମାୟିକ ଜଗତର ଦେହଧାରୀ ଆତ୍ମା ମୋର ଚିରନ୍ତନ କ୍ଷୁଦ୍ର ଅଂଶ ଅଟନ୍ତି, କିନ୍ତୁ ଭୌତିକ ପ୍ରକୃତିର କବଳିତ ହୋଇ, ସେମାନେ ମନ ସହିତ ଛଅଟି ଇନ୍ଦ୍ରିୟଙ୍କୁ ନେଇ ସଂଘର୍ଷରତ ରହିଛନ୍ତି ।

ପୁରୁଷୋତ୍ତମଯୋଗ

ଶ୍ଲୋକ 8

ଶରୀରଂ ଯଦଵାପ୍ନୋତି ଯଚ୍ଚାପ୍ଯୁତ୍କ୍ରାମତୀଶ୍ଵରଃ |

ଗୃହୀତ୍ଵୈତାନି ସଂଯାତି ଵାଯୁର୍ଗନ୍ଧାନିଵାଶଯାତ୍ ||୧୫-୮||

ଅନୁବାଦ

ବାୟୁ ଯେପରି ସୁଗନ୍ଧକୁ ଗୋଟିଏ ଜାଗାରୁ ଅନ୍ୟତ୍ର ବହନ କରି ନେଇଥାଏ, ସେହିପରି ଦେହଧାରୀ ଆତ୍ମା ଯେତେବେଳେ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଗୋଟିଏକୁ ପ୍ରବେଶ କରେ, ମନ ଏବଂ ଇନ୍ଦ୍ରିୟ ଗୁଡ଼ିକୁ ନିଜ ସହିତ ବହନ କରିଥାଏ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 9

ଶ୍ରୋତ୍ରଂ ଚକ୍ଷୁଃ ସ୍ପର୍ଶନଂ ଚ ରସନଂ ଘ୍ରାଣମେଵ ଚ |

ଅଧିଷ୍ଠାଯ ମନଶ୍ଚାଯଂ ଵିଷଯାନୁପସେଵତେ ||୧୫-୯||

ଅନୁବାଦ

ମନର ଚତୁଃପାଶ୍ୱର୍ରେ ବେଷ୍ଟିତ କର୍ଣ୍ଣ, ଚକ୍ଷୁ, ଚର୍ମ, ଜିହ୍ୱା ଏବଂ ନାସିକା ଆଦିର ଇନ୍ଦ୍ରିୟାନୁଭୂତିକୁ ଉପଯୋଗ କରି, ଦେହଧାରୀ ଆତ୍ମା ଇନ୍ଦ୍ରିୟ ବିଷୟଗୁଡ଼ିକର ଆସ୍ୱାଦନ କରେ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 10

ଉତ୍କ୍ରାମନ୍ତଂ ସ୍ଥିତଂ ଵାପି ଭୁଞ୍ଜାନଂ ଵା ଗୁଣାନ୍ଵିତମ୍ |

ଵିମୂଢା ନାନୁପଶ୍ଯନ୍ତି ପଶ୍ଯନ୍ତି ଜ୍ଞାନଚକ୍ଷୁଷଃ ||୧୫-୧୦||

ଅନୁବାଦ

ଅଜ୍ଞାନୀମାନେ ଆତ୍ମା ଶରୀରରେ ନିବାସ କରିଥିବା ବେଳେ କିମ୍ବା ଇନ୍ଦ୍ରିୟ ବସ୍ତୁକୁ ଉପଭୋଗ କରୁଥିବା ବେଳେ କିମ୍ବା ଶରୀର ତ୍ୟାଗ କଲାବେଳେ ମଧ୍ୟ, ତାହାକୁ ଉପଲବ୍ଧି କରିପାରନ୍ତି ନାହିଁ । କିନ୍ତୁ ଯେଉଁମାନଙ୍କର ଚକ୍ଷୁ ଜ୍ଞାନଯୁକ୍ତ, ସେମାନେ ତାହାକୁ ଲକ୍ଷ୍ୟ କରିପାରନ୍ତି ।

ପୁରୁଷୋତ୍ତମଯୋଗ

ଶ୍ଲୋକ 11

ଯତନ୍ତୋ ଯୋଗିନଶ୍ଚୈନଂ ପଶ୍ଯନ୍ତ୍ଯାତ୍ମନ୍ଯଵସ୍ଥିତମ୍ |

ଯତନ୍ତୋଽପ୍ଯକୃତାତ୍ମାନୋ ନୈନଂ ପଶ୍ଯନ୍ତ୍ଯଚେତସଃ ||୧୫-୧୧||

ଅନୁବାଦ

ଶରୀର ମଧ୍ୟରେ ଆତ୍ମା ପ୍ରତିଷ୍ଠାପିତ, ଏହା ଚେଷ୍ଟାରତ ଯୋଗୀମାନେ ଜାଣିପାରନ୍ତି । କିନ୍ତୁ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ନୁହେଁ, ସେମାନେ ଚେଷ୍ଟା କରି ମଧ୍ୟ ଏହା ଜାଣିପାରନ୍ତି ନାହିଁ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 12

ଯଦାଦିତ୍ଯଗତଂ ତେଜୋ ଜଗଦ୍ଭାସଯତେଽଖିଲମ୍ |

ଯଚ୍ଚନ୍ଦ୍ରମସି ଯଚ୍ଚାଗ୍ନୌ ତତ୍ତେଜୋ ଵିଦ୍ଧି ମାମକମ୍ ||୧୫-୧୨||

ଅନୁବାଦ

ଏହା ଜାଣ ଯେ ମୁଁ ସୌରମଣ୍ଡଳକୁ ଉଦ୍ଭାସିତ କରୁଥିବା ସୂର୍ଯ୍ୟଙ୍କ ପ୍ରକାଶ ପରି ଅଟେ । ଚନ୍ଦ୍ରର କିରଣ ଏବଂ ଅଗ୍ନିର ଉଜ୍ଜ୍ୱଳତା ମଧ୍ୟ ମୋ ଠାରୁ ଆସିଥାଏ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 13

ଗାମାଵିଶ୍ଯ ଚ ଭୂତାନି ଧାରଯାମ୍ଯହମୋଜସା |

ପୁଷ୍ଣାମି ଚୌଷଧୀଃ ସର୍ଵାଃ ସୋମୋ ଭୂତ୍ଵା ରସାତ୍ମକଃ ||୧୫-୧୩||

ଅନୁବାଦ

ମୁଁ ସଂସାରରେ ବ୍ୟାପ୍ତ ହୋଇ, ମୋ ଶକ୍ତି ଦ୍ୱାରା ସମସ୍ତ ପ୍ରାଣୀଙ୍କର ପୋଷଣ କରିଥାଏ । ମୁଁ ଚନ୍ଦ୍ର ହୋଇ, ସମସ୍ତ ବୃକ୍ଷଙ୍କ ମଧ୍ୟରେ ଜୀବନ ରସ ସଞ୍ଚାର କରେ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 14

ଅହଂ ଵୈଶ୍ଵାନରୋ ଭୂତ୍ଵା ପ୍ରାଣିନାଂ ଦେହମାଶ୍ରିତଃ |

ପ୍ରାଣାପାନସମାଯୁକ୍ତଃ ପଚାମ୍ଯନ୍ନଂ ଚତୁର୍ଵିଧମ୍ ||୧୫-୧୪||

ଅନୁବାଦ

ମୁଁ ସମସ୍ତ ପ୍ରାଣୀଙ୍କର ଉଦରରେ ଜଠରାଗ୍ନିର ରୂପ ଧାରଣ କରିଥାଏ ଏବଂ ନିଶ୍ୱାସ ଓ ପ୍ରଶ୍ୱାସ ଦ୍ୱାରା ମିଳିତ ହୋଇ, ଚାରି ପ୍ରକାରର ଖାଦ୍ୟକୁ ହଜମ କରିଥାଏ ଏବଂ ଆତ୍ମସାତ କରିଥାଏ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 15

ସର୍ଵସ୍ଯ ଚାହଂ ହୃଦି ସନ୍ନିଵିଷ୍ଟୋ

ମତ୍ତଃ ସ୍ମୃତିର୍ଜ୍ଞାନମପୋହନଞ୍ଚ |

ଵେଦୈଶ୍ଚ ସର୍ଵୈରହମେଵ ଵେଦ୍ଯୋ

ଵେଦାନ୍ତକୃଦ୍ଵେଦଵିଦେଵ ଚାହମ୍ ||୧୫-୧୫||

ଅନୁବାଦ

ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରେ । ମୋ ଠାରୁ ସ୍ମରଣଶକ୍ତି, ଜ୍ଞାନ ତଥା ବିସ୍ମରଣର ଉତ୍ପତ୍ତି ହୋଇଥାଏ । ଏକମାତ୍ର ମୁଁ ହିଁ ବେଦ ଦ୍ୱାରା ଜ୍ଞାତବ୍ୟ, ବେଦାନ୍ତର ପ୍ରଣେତା ତଥା ବେଦର ଅର୍ଥକୁ ଜାଣିଥିବା ବ୍ୟକ୍ତିତ୍ୱ ଅଟେ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 16

ଦ୍ଵାଵିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏଵ ଚ |

କ୍ଷରଃ ସର୍ଵାଣି ଭୂତାନି କୂଟସ୍ଥୋଽକ୍ଷର ଉଚ୍ଯତେ ||୧୫-୧୬||

ଅନୁବାଦ

ସୃଷ୍ଟିରେ ଦୁଇ ପ୍ରକାରର ଜୀବ ଅଛନ୍ତି: କ୍ଷର (ନଶ୍ୱର) ଏବଂ ଅକ୍ଷର (ଅବିନଶ୍ୱର) । ଭୌତିକ ଜଗତର ସମସ୍ତ ଜୀବ ନଶ୍ୱର ଅଟନ୍ତି । ମୁକ୍ତ ଜୀବମାନେ ଅବିନଶ୍ୱର ଅଟନ୍ତି ।

ପୁରୁଷୋତ୍ତମଯୋଗ

ଶ୍ଲୋକ 17

ଉତ୍ତମଃ ପୁରୁଷସ୍ତ୍ଵନ୍ଯଃ ପରମାତ୍ମେତ୍ଯୁଧାହୃତଃ |

ଯୋ ଲୋକତ୍ରଯମାଵିଶ୍ଯ ବିଭର୍ତ୍ଯଵ୍ଯଯ ଈଶ୍ଵରଃ ||୧୫-୧୭||

ଅନୁବାଦ

ଏତଦ୍ବ୍ୟତୀତ, ଜଣେ ପରମ ଦିବ୍ୟ ପୁରୁଷ ଅଛନ୍ତି, ସେ ଅବିନାଶୀ ପରମାତ୍ମା ଅଟନ୍ତି । ଯିଏ କି ଅପରିବର୍ତ୍ତନୀୟ ନିୟାମକ ଭାବରେ ତ୍ରିଲୋକରେ ବ୍ୟାପ୍ତ ରହନ୍ତି ଏବଂ ସମସ୍ତ ପ୍ରାଣୀଙ୍କୁ ପାଳନ କରନ୍ତି ।

ପୁରୁଷୋତ୍ତମଯୋଗ

ଶ୍ଲୋକ 18

ଯସ୍ମାତ୍କ୍ଷରମତୀତୋଽହମକ୍ଷରାଦପି ଚୋତ୍ତମଃ |

ଅତୋଽସ୍ମି ଲୋକେ ଵେଦେ ଚ ପ୍ରଥିତଃ ପୁରୁଷୋତ୍ତମଃ ||୧୫-୧୮||

ଅନୁବାଦ

ମୁଁ, ଏହି ନଶ୍ୱର ଜଗତ ଏପରି କି ଅବିନଶ୍ୱର ଆତ୍ମାମାନଙ୍କର ମଧ୍ୟ ଅନୁଭବାତୀତ ଅଟେ; ତେଣୁ ବେଦ ଏବଂ ସ୍ମୃତି ଆଦିରେ ମୁଁ ପରମ ଦିବ୍ୟ ପୁରୁଷ ଭାବରେ ଖ୍ୟାତ ।

ପୁରୁଷୋତ୍ତମଯୋଗ

ଶ୍ଲୋକ 19

ଯୋ ମାମେଵମସମ୍ମୂଢୋ ଜାନାତି ପୁରୁଷୋତ୍ତମମ୍ |

ସ ସର୍ଵଵିଦ୍ଭଜତି ମାଂ ସର୍ଵଭାଵେନ ଭାରତ ||୧୫-୧୯||

ଅନୁବାଦ

ଯେଉଁମାନେ ନିଃସନ୍ଦେହ ଭାବରେ ମୋତେ ପରମ ଦିବ୍ୟ ପୁରୁଷ ରୂପରେ ଜାଣନ୍ତି, ସେମାନଙ୍କର ବାସ୍ତବିକ ପୂର୍ଣ୍ଣ ଜ୍ଞାନ ଅଛି । ହେ ଅର୍ଜୁନ! ସେମାନେ ପୂର୍ଣ୍ଣ ସମର୍ପିତ ହୋଇ ମୋର ଉପାସନା କରନ୍ତି ।

ପୁରୁଷୋତ୍ତମଯୋଗ

ଶ୍ଲୋକ 20

ଇତି ଗୁହ୍ଯତମଂ ଶାସ୍ତ୍ରମିଦମୁକ୍ତଂ ମଯାନଘ |

ଏତଦ୍ବୁଦ୍ଧ୍ଵା ବୁଦ୍ଧିମାନ୍ସ୍ଯାତ୍କୃତକୃତ୍ଯଶ୍ଚ ଭାରତ ||୧୫-୨୦||

ଅନୁବାଦ

ହେ ନିଷ୍ପାପ ଅର୍ଜୁନ! ବେଦଶାସ୍ତ୍ରମାନଙ୍କର ଏହି ଗୂଢ଼ତମ ସିଦ୍ଧାନ୍ତ ମୁଁ ତୁମ ସମ୍ମୁଖରେ ପ୍ରକାଶ କଲି । ଏହାକୁ ହୃଦୟଙ୍ଗମ କରି ଜଣେ ବ୍ୟକ୍ତି ଜ୍ଞାନଦୀପ୍ତ ହୋଇ କୃତକୃତ୍ୟ ହୋଇଯିବ ।

ଓଁ ତତ୍ସଦିତି ଶ୍ରୀମଦ୍ଭଗଵଦ୍ଗୀତା ସୁପନିଷତ୍ସୁ ବ୍ରହ୍ମଵିଦ୍ଯାମ୍ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସଂଵାଦେ ପୁରୂଷୋତ୍ତମଯୋଗୋ ନାମ ପଂଚଦଶୋଧ୍ଯାଯଃ

କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।

ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।

ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ

  • ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
  • ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
  • ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
Video Generation Preview

ଗଭୀର ନିମଜ୍ଜନ ଅନୁଭବ କରନ୍ତୁ

ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।