ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 8 ଏବଂ 9
ଶ୍ଲୋକ 8 ଏବଂ 9
ପ୍ରକୃତିଂ ସ୍ଵାମଵଷ୍ଟଭ୍ଯ ଵିସୃଜାମି ପୁନଃ ପୁନଃ |
ଭୂତଗ୍ରାମମିମଂ କୃତ୍ସ୍ନମଵଶଂ ପ୍ରକୃତେର୍ଵଶାତ୍ ||୯-୮||
ନ ଚ ମାଂ ତାନି କର୍ମାଣି ନିବଧ୍ନନ୍ତି ଧନଞ୍ଜଯ |
ଉଦାସୀନଵଦାସୀନମସକ୍ତଂ ତେଷୁ କର୍ମସୁ ||୯-୯||
Translation
କଳ୍ପର ଅନ୍ତରେ, ସମସ୍ତ ପ୍ରାଣୀ ମୋର ଅନାଦି ମାୟାଶକ୍ତିରେ ଲୀନ ହୋଇଯାଆନ୍ତି । ହେ କୁନ୍ତି ପୁତ୍ର! ପରବର୍ତ୍ତୀ ସୃଷ୍ଟିର ପ୍ରାରମ୍ଭରେ ମୁଁ ପୁଣି ସେମାନଙ୍କୁ ପ୍ରକଟିତ କରିଥାଏ । ମାୟାଶକ୍ତିର ଅଧ୍ୟକ୍ଷ ଭାବରେ, ସେମାନଙ୍କର ପ୍ରକୃତିଗତ ଗୁଣ ଅନୁଯାୟୀ ମୁଁ ଅସଂଖ୍ୟ ପ୍ରକାରର ପ୍ରାଣୀ ସୃଷ୍ଟି କରେ । ହେ ଧନଞ୍ଜୟ! ଏହି କର୍ମ ଗୁଡ଼ିକ ମୋତେ ବାନ୍ଧି ପାରନ୍ତି ନାହିଁ । ମୁଁ ଏକ ନିରପେକ୍ଷ ଦ୍ରଷ୍ଟା ଭାବରେ ସେହି ସମସ୍ତ କର୍ମରୁ ସର୍ବଦା ମୁକ୍ତ ରହିଥାଏ ।