ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 17
ଶ୍ଲୋକ 17
ପିତାହମସ୍ଯ ଜଗତୋ ମାତା ଧାତା ପିତାମହଃ |
ଵେଦ୍ଯଂ ପଵିତ୍ରମୋଂକାର ଋକ୍ସାମ ଯଜୁରେଵ ଚ ||୯-୧୭||
Translation
ମୁଁ ହିଁ ସମସ୍ତ ବୈଦିକ କର୍ମ ଅଟେ, ମୁଁ ହିଁ ଯଜ୍ଞ, ମୁଁ ପିତୃପୁରୁଷଙ୍କୁ ଅର୍ପଣ କରାଯାଉଥିବା ଦ୍ରବ୍ୟ ଅଟେ । ମୁଁ ହିଁ ଔଷଧୀୟ ବୃକ୍ଷ ଏବଂ ମୁଁ ବେଦର ମନ୍ତ୍ର ଅଟେ । ମୁଁ ହିଁ ବିଶୁଦ୍ଧ ଘୃତ, ମୁଁ ହିଁ ଅଗ୍ନି ଏବଂ ମୁଁ ହିଁ ଯଜ୍ଞ ବିଧି ଅଟେ । ଏହି ବିଶ୍ୱର ମୁଁ ହିଁ ପିତା, ମୁଁ ହିଁ ମାତା, ମୁଁଁ ହିଁ ପାଳନ କର୍ତ୍ତା ଏବଂ ପିତାମହ ଅଟେ । ମୁଁ ଶୁଦ୍ଧକାରୀ, ମୁଁ ସମସ୍ତ ଜ୍ଞାନର ଲକ୍ଷ୍ୟ ଏବଂ ପବିତ୍ର ଓଁ କାର ଧ୍ୱନି ଅଟେ । ମୁଁ ହିଁ ଋକ୍ବେଦ, ଶାମ ବେଦ ଓ ଯଜୁର୍ବେଦ ଅଟେ ।